Posted inଫୁରସତ

ଏତେ ବଡ଼ ଓମଲେଟ୍‌!

ଗୋଟେ ଅଣ୍ଡା, ଦୁଇଟି ଅଣ୍ଡାର ଓମଲେଟ୍‌ ତ ସମସ୍ତେ ଖାଇଥିବେ। ହେଲେ ୧୫୦୦୦ଟି ଅଣ୍ଡାରେ ପ୍ରସ୍ତୁତ ଓମଲେଟ୍‌ ହୁଏ ତ କେହି ଖାଇ ନ ଥିବେ। ଭାବୁଥିବେ ଏତେ ଅଣ୍ଡାର ଓମଲେଟ୍‌ କ’ଣ କେହି କରିପାରିବେ। ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଏତେ ସଂଖ୍ୟକ ଅଣ୍ଡାରେ ବିରାଟକାୟ ଓମଲେଟ୍‌ ପ୍ରସ୍ତୁତ କରାଯାଏ। ଫ୍ରାନ୍ସ, ବେସିଆର୍‌ରେ ପ୍ରତିବର୍ଷ ଇଷ୍ଟର ଅବସରରେ ଆୟୋଜିତ ହୁଏ ଓମଲେଟ୍‌ ଫେଷ୍ଟିଭାଲ। ଏହି ଉତ୍ସବରେ ୧୫୦୦୦ରୁ ଉର୍ଦ୍ଧ୍ୱ ଅଣ୍ଡାକୁ ଫଟାଇ ଏକ ବଡ଼ ପାତ୍ରରେ ଏକ ବଡ଼ ଓମଲେଟ୍‌ ତିଆରି କରାଯାଏ। ଏହାକୁ ପ୍ରସ୍ତୁତ କରିବା ଲାଗି ଅନେକ ସେଫ୍‌ ନିୟୋଜିତ ଥାଆନ୍ତି। ପରେ ଏହି ସୁସ୍ବାଦୁ ଓମଲେଟକୁ ଉତ୍ସବରେ ଥିବା ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ। ଉକ୍ତ ଓମଲେଟ୍‌ ଏତେ ବଡ଼ ହୋଇଥାଏ ଯେ, ୨୦୦୦ ଲୋକ ଆରାମରେ ଖାଇପାରନ୍ତି। ୧୯୭୩ ମସିହାରୁ ଏହି ଉତ୍ସବ ପାଳିତ ହେଉଛି। କୁହାଯାଏ ନେପୋଲିୟନ ଯେବେ ଦକ୍ଷିଣ ଆଫ୍ରିକା ଯାତ୍ରାରେ ଥିଲେ ସେ ଗୋଟିଏ ରାତି ବେସିଆର୍‌ରେ ବିତାଇଥିଲେ। ସେତେବେଳେ ସେ ଏଠାକାର ଜଣେ ରଷୋଇୟାଙ୍କ ଦ୍ୱାରା ପ୍ରସ୍ତୁତ ସ୍ବାଦିଷ୍ଟ ଓମଲେଟ୍‌ ଖାଇଥିଲେ। ତାଙ୍କୁ ସେହି ଓମଲେଟ୍‌ ଏତେ ଭଲ ଲାଗିଥିଲା ଯେ, ସେ ଆଦେଶ ଦେଇଥିଲେ ସହରଯାକର ଅଣ୍ଡା ସଂଗ୍ରହ କରି ତାଙ୍କ ସେନା ପାଇଁ ଓମ୍‌ଲେଟ୍‌ ପ୍ରସ୍ତୁତ କରାଯାଉ। ବାସ୍‌ ସେହିଦିନଠାରୁ ଏହି ପ୍ରଥା ଚାଲି ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri