Posted inଫୁରସତ

ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ‘ଜିରୋ ଉପତ୍ୟକା’

ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଜିରୋ ଉପତ୍ୟକା ହେଉଛି ଅରୁଣାଚଳ ପ୍ରଦେଶର ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ପ୍ରକୃତିକୁ ଭଲ ପାଉଥିବା ତଥା ଫଟୋ ଉଠାଇବାକୁ ପସନ୍ଦ କରୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ କହିଲେ ଭୁଲ୍‌ ହେବ ନାହିଁ।

ଅରୁଣାଚଳ ପ୍ରଦେଶର ଲୋୟର୍‌ ସୁବାନସିରି ଜିଲାରେ ଅବସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଜିରୋ ଉପତ୍ୟକା। ଏହା ଏକ ସୁନ୍ଦର ତଥା ପୁରୁଣା ସହର ମଧ୍ୟ। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏତେ ଆକର୍ଷଣୀୟ ଯେ, ଦେଖିଲେ ନିମିଷକରେ କାହାର ବି ଆଖି ଲାଖିଯିବ। ଏହି ଅଞ୍ଚଳରେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରୁଥିବାର ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ ଅପାତିନି ଜନଜାତି ହେଉଛନ୍ତି ଅନ୍ୟତମ।

ଭୌଗୋଳିକ ଅବସ୍ଥିତି
୫୫୩୮ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଉପତ୍ୟକାଟି ଅରୁଣାଚଳ ପ୍ରଦେଶର ଅନ୍ୟତମ ଲୋକପ୍ରିୟ ତଥା ପୁରୁଣା ସହର ଭାବେ ବେଶ୍‌ ଖ୍ୟାତି ଅର୍ଜନ କରିପାରିଛି; ଯାହା ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରଠାରୁ ପ୍ରାୟ ୧୧୫ କି.ମି ଦୂରରେ ଅବସ୍ଥିତ।

ଅର୍ଥନୀତି
ଏଠାରେ ଧାନ ଓ ମାଛ ଚାଷ ଭଲ ହୋଇଥାଏ ବୋଲି ସୂଚନା ରହିଛି। ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ମୁଖ୍ୟତଃ ମାଛ ଚାଷ କରି ନିଜ ରୋଜଗାର ମେଣ୍ଟାଇଥାନ୍ତି। ବିଶେଷକରି ଅପାତିନି ଜନଜାତିର ଲୋକେ ଏଠାରେ ଧାନ ଚାଷ କରି ନିଜ ଗୁଜୁରାଣ ମେଣ୍ଟାଇବାକୁ ପସନ୍ଦ କରିଥାନ୍ତି। ତା’ଛଡ଼ା ପର୍ଯ୍ୟଟନରୁ ବି ଏଠାରେ ଭଲ ରୋଜଗାର ହୋଇଥାଏ।

ପର୍ଯ୍ୟଟନ
ଜନଗହଳିପୂର୍ଣ୍ଣ ପରିବେଶରୁ ଦୂର ଏହି ସ୍ଥାନରେ ଶାନ୍ତିରେ କିଛି ମୁହୂର୍ତ୍ତ ବିତାଇବା ପାଇଁ ପ୍ରାୟତଃ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ପ୍ରକୃତିର ଅପୂର୍ବ ଶୋଭା ସାଙ୍ଗକୁ ଧାନ ଓ ମାଛ ଚାଷ ଦେଖିବାର ମଜା ଏଠି ବେଶ୍‌ ନିଆରା ଲାଗିଥାଏ। ତା’ଛଡ଼ା ଏଠାକାର ପାହାଡ଼ି ଅଞ୍ଚଳରେ ଟ୍ରେକିଂ କରିବାରେ ବି ଥାଏ ଏକ ଅପୂର୍ବ ଆନନ୍ଦ। କେବଳ ସେତିକି ନୁହେଁ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ଆଦିବାସୀ ସମ୍ପ୍ରଦାୟମାନଙ୍କର ପର୍ବପର୍ବାଣୀ, ଖାଦ୍ୟପେୟ ତଥା ପୋଷାକ ଆଦି ବିଷୟରେ ଜାଣିବାର ଅନେକ ସୁଯୋଗ ବି ଏଠାରେ ମିଳିଥାଏ।

ଆଉ କ’ଣ ଦେଖିବେ
ଜିରୋ ଉପତ୍ୟକା ଓ ଏହାର ଆଖପାଖ ଅଞ୍ଚଳରେ ଦେଖିବାକୁ ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀମାନ ରହିଛି। ଯେମିତିକି: ଟେଲି ବେଲି ବନ୍ୟପ୍ରାଣୀ ଅଭୟାରଣ୍ୟ, ତାରିନ୍‌ ଫିଶ୍‌ ଫାର୍ମ, ଟିପ୍ପି ଅର୍କିଡ୍‌ ରିସର୍ଚ୍ଚ ସେଣ୍ଟର, ଜିରୋ ପୁତୁ, ପାକୋ ଘାଟି, ତାଲେ ଭ୍ୟାଲି, ମେଘନା ଗୁମ୍ଫା ମନ୍ଦିର ଇତ୍ୟାଦି ପ୍ରମୁଖ। କେବଳ ଏତିକି ନୁହେଁ ଏଠାରେ ଥିବା ଛୋଟ ବଡ଼ ଆଧ୍ୟାତ୍ମିକ ପୀଠ ବି ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ।

ଟ୍ରେକିଂର ମଜା ନିଆରା
ଏଠାରେ ଟ୍ରେକିଂ ସହିତ ଆଖପାଖ ଅଞ୍ଚଳରେ ଥିବା ଘଞ୍ଚ ଜଙ୍ଗଲିଆ ପରିବେଶରେ ଚାଲିଚାଲି ବୁଲିବାରେ ଥାଏ ନିଆରା ଆକର୍ଷଣ।

କେବେ ଓ କେମିତି ଯିବେ
ଜିରୋ ଉପତ୍ୟକାକୁ ଯିବାପାଇଁ ସଡ଼କପଥ , ରେଳପଥ ତଥା ଆକାଶପଥର ବେଶ୍‌ ଭଲ ସୁବିଧା ରହିଛି। ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଆରାମରେ ଯାଇ ଏହି ଉପତ୍ୟକାରେ ପହଁଞ୍ଚତ୍ପାରିବେ। ତା’ଛଡ଼ା ଏଠାକୁ ବର୍ଷର ଯେ କୌଣସି ସମୟରେ ବୁଲି ଯିବାର ସୁବିଧା ରହିଛି। ତେବେ ଯଦି କୌଣସି ପର୍ଯ୍ୟଟକ ବର୍ଷାଦିନେ ଏଠାକୁ ବୁଲିଯିବା ପାଇଁ ପ୍ଲାନିଂ କରୁଥାନ୍ତି, ତା’ହେଲେ ତାଙ୍କୁ ଟିକେ ସାବଧାନତା ଅବଲମ୍ବନ କରିବାକୁ ପଡିବ। କାରଣ ଏଠାରେ ଥିବା ପହାଡିଆ ଅଞ୍ଚଳରେ ବୁଲିଲା ବେଳେ ଅସାବଧାନତା ହେଲେ ଗୋଡ଼ ଖସିଯିବାର ସମ୍ଭବନା ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?