ଜେଲେନସ୍କିଙ୍କ ମୃତ୍ୟୁ ଘଟିଲେ କ’ଣ ରହିଛି ବିକଳ୍ପ, ଆମେରିକା ଏପରି ଉତ୍ତର ଦେଲା…

ଓ୍ବାଶିଂଟନ/କ୍ୱିଭ୍‌,୭।୩ : ଯଦି ରୁଷିଆର ଆକ୍ରମଣ ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ହତ୍ୟା କରାଯାଏ, ତେବେ ୟୁକ୍ରେନ ସରକାରଙ୍କର ଏକ ବିକଳ୍ପ ଯୋଜନା ଅଛି। ରବିବାର ସିବିଏସଇ ନ୍ୟୁଜ ‘ଫେସ ଦି ନେଶନ’କୁ ଦେଇଥିବା ଏକ ସାକ୍ଷାତକାରରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଏହି ସୂଚନା ଦେଇଛନ୍ତି।

ଜେଲେନସ୍କିଙ୍କ ବିନା ୟୁକ୍ରେନ ସରକାରଙ୍କୁ ସମର୍ଥନ କରିବା ପାଇଁ ଆମେରିକା ମଧ୍ୟବର୍ତ୍ତୀକାଳୀନ ଯୋଜନା ଉପରେ କାର୍ଯ୍ୟ କରୁଛି କି ନାହିଁ ବୋଲି ବ୍ଲିଙ୍କେନଙ୍କୁ ପଚରା ଯାଇଥିଲା। ଏହାର ଉତ୍ତରରେ ସେ କହିଛନ୍ତି, ୟୁକ୍ରେନୀୟମାନଙ୍କର ପାଖରେ ଯୋଜନା ଅଛି। କିନ୍ତୁ ମୁଁ ଏହା ବିଷୟରେ କହିବି ନାହିଁ କିମ୍ବା କୌଣସି ସୂଚନା ପ୍ରଦାନ କରିବି ନାହିଁ। ରୁଷିଆ ଜେଲେନସ୍କିଙ୍କୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର କରୁଥିବା ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି।

ଜେଲେନସ୍କି ଶନିବାର ଆମେରିକାର ସାଂସଦଙ୍କୁ ଏକ ବ୍ୟକ୍ତିଗତ ଭିଡିଓ କଲରେ କହିଛନ୍ତି ଯେ ସେ ତାଙ୍କୁ ଶେଷ ଥର ପାଇଁ ଜୀବନ୍ତ ଦେଖୁଛନ୍ତି। ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନ ଏହାର ଆକାଶମାର୍ଗକୁ ସୁରକ୍ଷା ଦେବା ଆବଶ୍ୟକତା ରହିଛି।

ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ଦ୍ୱାରା ନୋ-ଫ୍ଲାଏ ଜୋନ ଘୋଷଣା କିମ୍ବା ୟୁକ୍ରେନ୍‌ ସୁରକ୍ଷା ପାଇଁ ଅଧିକ ଯୁଦ୍ଧବିମାନ ପଠାଇଲେ ଦେଶର ଆକାଶମାର୍ଗ ସୁରକ୍ଷିତ ରହି ପାରିବ ବୋଲି ସେ କହିଥିଲେ। ଅଧିକ ଯୁଦ୍ଧ ବିମାନ ପଠାଇବା ଏବଂ ରୁଷିଆରୁ ତୈଳ ଆମଦାନୀ ହ୍ରାସ କରିବା ପାଇଁ ସେ ଆମେରିକାକୁ ଅନୁରୋଧ କରିଥିଲେ। ଯାହା ଦ୍ୱାରା ତାଙ୍କ ଦେଶ ରୁଷିଆର ସାମରିକ କାର୍ଯ୍ୟାନୁଷ୍ଠାନକୁ ପ୍ରତିହତ କରିପାରିବ।

ଯଦି ରୁଷିଆ ଯୁଦ୍ଧ ସମୟରେ ଜେଲେନସ୍କିଙ୍କୁ ହତ୍ୟା କରେ ତେବେ ଏହାର ପରିଣାମ କ’ଣ ହେବ ବୋଲି ବ୍ଲିଙ୍କେନଙ୍କୁ ପଚରାଯାଇଥିଲା। ଏହି ବ୍ଲିଙ୍କେନ କହିଛନ୍ତି, ସର୍ବପ୍ରଥମେ ମୋତେ କହିବାକୁ ଦିଅନ୍ତୁ ଯେ ରାଷ୍ଟ୍ରପତି ଜେଲେନସ୍କି ଯେଉଁ ନେତୃତ୍ୱ ପ୍ରଦର୍ଶନ କରିଛନ୍ତି ତାହା ଉଲ୍ଲେଖନୀୟ। ତାଙ୍କର ଅବିଶ୍ୱସନୀୟ ସାହସ ୟୁକ୍ରେନ୍‌ ଲୋକଙ୍କ ମଧ୍ୟରେ ପ୍ରତିଫଳିତ ହୋଇଛି ବୋଲି ସେ କହିଛନ୍ତି। ତେବେ ସେ ଏହି ପ୍ରଶ୍ନର ସିଧାସଳଖ ଉତ୍ତର ନଦେଇ ଏହାକୁ ଏଡାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?