ଜେଲେନସ୍କିଙ୍କ ମୃତ୍ୟୁ ଘଟିଲେ କ’ଣ ରହିଛି ବିକଳ୍ପ, ଆମେରିକା ଏପରି ଉତ୍ତର ଦେଲା…

ଓ୍ବାଶିଂଟନ/କ୍ୱିଭ୍‌,୭।୩ : ଯଦି ରୁଷିଆର ଆକ୍ରମଣ ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ହତ୍ୟା କରାଯାଏ, ତେବେ ୟୁକ୍ରେନ ସରକାରଙ୍କର ଏକ ବିକଳ୍ପ ଯୋଜନା ଅଛି। ରବିବାର ସିବିଏସଇ ନ୍ୟୁଜ ‘ଫେସ ଦି ନେଶନ’କୁ ଦେଇଥିବା ଏକ ସାକ୍ଷାତକାରରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଏହି ସୂଚନା ଦେଇଛନ୍ତି।

ଜେଲେନସ୍କିଙ୍କ ବିନା ୟୁକ୍ରେନ ସରକାରଙ୍କୁ ସମର୍ଥନ କରିବା ପାଇଁ ଆମେରିକା ମଧ୍ୟବର୍ତ୍ତୀକାଳୀନ ଯୋଜନା ଉପରେ କାର୍ଯ୍ୟ କରୁଛି କି ନାହିଁ ବୋଲି ବ୍ଲିଙ୍କେନଙ୍କୁ ପଚରା ଯାଇଥିଲା। ଏହାର ଉତ୍ତରରେ ସେ କହିଛନ୍ତି, ୟୁକ୍ରେନୀୟମାନଙ୍କର ପାଖରେ ଯୋଜନା ଅଛି। କିନ୍ତୁ ମୁଁ ଏହା ବିଷୟରେ କହିବି ନାହିଁ କିମ୍ବା କୌଣସି ସୂଚନା ପ୍ରଦାନ କରିବି ନାହିଁ। ରୁଷିଆ ଜେଲେନସ୍କିଙ୍କୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର କରୁଥିବା ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି।

ଜେଲେନସ୍କି ଶନିବାର ଆମେରିକାର ସାଂସଦଙ୍କୁ ଏକ ବ୍ୟକ୍ତିଗତ ଭିଡିଓ କଲରେ କହିଛନ୍ତି ଯେ ସେ ତାଙ୍କୁ ଶେଷ ଥର ପାଇଁ ଜୀବନ୍ତ ଦେଖୁଛନ୍ତି। ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନ ଏହାର ଆକାଶମାର୍ଗକୁ ସୁରକ୍ଷା ଦେବା ଆବଶ୍ୟକତା ରହିଛି।

ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ଦ୍ୱାରା ନୋ-ଫ୍ଲାଏ ଜୋନ ଘୋଷଣା କିମ୍ବା ୟୁକ୍ରେନ୍‌ ସୁରକ୍ଷା ପାଇଁ ଅଧିକ ଯୁଦ୍ଧବିମାନ ପଠାଇଲେ ଦେଶର ଆକାଶମାର୍ଗ ସୁରକ୍ଷିତ ରହି ପାରିବ ବୋଲି ସେ କହିଥିଲେ। ଅଧିକ ଯୁଦ୍ଧ ବିମାନ ପଠାଇବା ଏବଂ ରୁଷିଆରୁ ତୈଳ ଆମଦାନୀ ହ୍ରାସ କରିବା ପାଇଁ ସେ ଆମେରିକାକୁ ଅନୁରୋଧ କରିଥିଲେ। ଯାହା ଦ୍ୱାରା ତାଙ୍କ ଦେଶ ରୁଷିଆର ସାମରିକ କାର୍ଯ୍ୟାନୁଷ୍ଠାନକୁ ପ୍ରତିହତ କରିପାରିବ।

ଯଦି ରୁଷିଆ ଯୁଦ୍ଧ ସମୟରେ ଜେଲେନସ୍କିଙ୍କୁ ହତ୍ୟା କରେ ତେବେ ଏହାର ପରିଣାମ କ’ଣ ହେବ ବୋଲି ବ୍ଲିଙ୍କେନଙ୍କୁ ପଚରାଯାଇଥିଲା। ଏହି ବ୍ଲିଙ୍କେନ କହିଛନ୍ତି, ସର୍ବପ୍ରଥମେ ମୋତେ କହିବାକୁ ଦିଅନ୍ତୁ ଯେ ରାଷ୍ଟ୍ରପତି ଜେଲେନସ୍କି ଯେଉଁ ନେତୃତ୍ୱ ପ୍ରଦର୍ଶନ କରିଛନ୍ତି ତାହା ଉଲ୍ଲେଖନୀୟ। ତାଙ୍କର ଅବିଶ୍ୱସନୀୟ ସାହସ ୟୁକ୍ରେନ୍‌ ଲୋକଙ୍କ ମଧ୍ୟରେ ପ୍ରତିଫଳିତ ହୋଇଛି ବୋଲି ସେ କହିଛନ୍ତି। ତେବେ ସେ ଏହି ପ୍ରଶ୍ନର ସିଧାସଳଖ ଉତ୍ତର ନଦେଇ ଏହାକୁ ଏଡାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ସେନାକୁ ଚାଇନା ସହାୟତା: ପ୍ରତିବାଦ ଜଣାଇଲେ ବ୍ଲିଙ୍କେନ୍‌

ବେଜିଂ,୨୭ା୪: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଶୁକ୍ରବାର ଚାଇନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆ ସେନାକୁ...

ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ କମ୍ପାନୀ ଦାୟୀ

ଲଣ୍ଡନ୍‌,୨୭ା୪: ବିଶ୍ୱର ଅର୍ଦ୍ଧାଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ ବହୁରାଷ୍ଟ୍ରୀୟ କମ୍ପାନୀ ଦାୟୀ। ସେହିପରି ଏକ-ଚତୁର୍ଥାଂଶ ପ୍ରଦୂଷଣ ପାଇଁ ୬ଟି କମ୍ପାନୀ ଦାୟୀ ବୋଲି ଏକ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri