ଟି-୨୦ ବିଶ଼୍ବକପ୍‌: ଆମେରିକାକୁ ହରାଇ ୱେଷ୍ଟ ଇଣ୍ଡିଜ୍‌ର ଜବରଦସ୍ତ ବିଜୟ

ନୂଆଦିଲ୍ଲୀ, ୨୨।୬: ଟି-୨୦ ବିଶ଼୍ବକପ୍‌ ୨୦୨୪ର ସୁପର ୮ ଗ୍ରୁପ୍‌ ୨ ମ୍ୟାଚ୍‌ରେ ଆମେରିକାକୁ ୯ ୱିକେଟ୍‌ରେ ହରାଇଛି ୱେଷ୍ଟ ଇଣ୍ଡିଜ୍‌ । ଏହି ମ୍ୟାଚ୍‌ରେ ୱେଷ୍ଟ ଇଣ୍ଡିଜ ଖେଳାଳି ହୋପ୍‌ ଟି-୨୦ ଇଣ୍ଟରନ୍ୟାଶନାଲ୍‌ର ସବୁଠାରୁ ବଡ଼ ପାଳି ଖେଳିଛନ୍ତି । ନିକୋଲସ ପୁରନ୍‌ଙ୍କ ଭାଗିଦାରୀ ସହିତ ସେ ଜବରଦସ୍ତ ପାଳି ଖେଳିଥିଲେ ହୋପ୍‌ । ଆମେରିକାର ଷ୍ଟାର୍‌ ବୋଲର ସୌରଭ ନେତ୍ରବଲକର ମଧ୍ୟ ସେମାନଙ୍କ ଆଗରେ ଫେଲ୍‌ ମାରିଥିଲେ । ୱେଷ୍ଟ୍‌ ଇଣ୍ଡିଜ୍‌ର ବିଜୟ ପରେ ସୁପର ୮ ଗ୍ରୁପ୍‌ ୨ ମ୍ୟାଚ୍‌ ଏବେ ଆହୁରି ରୋମାଞ୍ଚକର ହୋଇଛି ।

ଏହି ମ୍ୟାଚ୍‌ରେ ପ୍ରଥମେ ଆମେରିକା ବ୍ୟାଟିଂ କରି ୧୯.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୨୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଆମେରିକାର କୌଣସି ବ୍ୟଟ୍ସମ୍ୟାନ୍‌ ୩୦ ରନ୍‌ ଉପରକୁ ମଧ୍ୟ କରିପାରିନଥିଲେ । ୱେଷ୍ଟ ଇଣ୍ଡିଜ୍‌ର ଆନ୍ଦ୍ରେ ରସେଲ୍‌ ଏବଂ ରାଷ୍ଟନ ଚେଜ୍‌ ୩ ଟି ଲେଖାଏଁ ୱିକେଟ୍‌ ନେଇଥିଲେ । ତେବେ ୱେଷ୍ଟ୍‌ ଇଣ୍ଡିଜ୍‌ ଆଗରେ ୧୨୯ ରନ୍‌ର ଲକ୍ଷ୍ୟ ରହିଥିଲା । ଏହାର ପିଛା କରି ପଡ଼ିଆକୁ ଓହ୍ଲାଇଥିଲେ ହୋପ୍‌ ଏବଂ ଜନସନ ଚାଲର୍‌ସ । ପ୍ରଥମ ୱିକେଟ୍‌ ସହ ୭ ଓଭରରେ ଦୁହେଁ ୬୭ ରନ୍‌ ଯୋଡ଼ିଥିଲେ । ଚାଲର୍‌ସ ୧୫ ରନ୍‌ କରି ଆଉଟ୍‌ ହୋଇଯାଇଥିବା ବେଳେ ତାଙ୍କ ସ୍ଥାନରେ ଆସିଥିଲେ ନେକୋଲସ । ଦୁହେଁ ଆକ୍ରମଣାତ୍ମ ଢଙ୍ଗରେ ଖେଳିଥିଲେ । ଫଳରେ ଆମେରିକାର ବୋଲର ତିଷ୍ଠି ପାରିନଥିଲେ । ଶେଷରେ ୯ ୱିକେଟ୍‌ରେ ବିଜୟୀ ହୋଇଥିଲା ୱେଷ୍ଟ ଇଣ୍ଡିଜ୍‌ ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ପ ଦଂଶନରେ ୨ ମାସର ଶିଶୁ ପୁତ୍ର ମୃତ, ବାପା ଅସୁସ୍ଥ: ଚିକିତ୍ସା ନ କରାଇ ଶିଶୁକୁ ପୋତିଦେଲେ…

ଦେବଗଡ,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସର୍ପ ଦଂଶନରେ ୨ ମାସର ଶିଶୁପୁତ୍ର ମୃତ, ବାପା ଅସୁସ୍ଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିିଛି ଦେବଗଡ ଜିଲାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

ଶକ୍ତିଶ୍ରୀ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ: ଛାତ୍ରୀମାନଙ୍କୁ ସଚେତନ କରାଇଲେ…

ଦିଗପହଣ୍ଡି, ୧୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ପକ୍ଷରୁ ଗତ ଜୁଲାଇ ୩୦…

ଅଚାନକ ଚଢାଉ କଲା ଅବକାରୀ ବିଭାଗ: ଜବତ ହେଲା ଏତେ ପରିମାଣର ମହୁଲି ଫୁଲ ସହ…

ମୋହନା,୧୦।୮( ମନ୍ମଥ ମିଶ୍ର ): ଗଜପତି ଜିଲାରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ। ଅଡବା ଥାନା ଅନ୍ତର୍ଗତ କଟାମା ଗାଁରୁ ୯୦୦ କିଲୋଗ୍ରାମ ମହୁଲି ଫୁଲ…

ପୈତୃକ ଗାଁରେ ଘର କାମ ଆରମ୍ଭ କଲେ ରିଷଭ ପନ୍ତ

ପିଥୋରାଗଡ଼(ଉତ୍ତରାଖଣ୍ଡ),୧୦ା୮: ରିଷଭ ପନ୍ତଙ୍କ ମା’ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ନିଜ ପୈତୃକ ଗାଁକୁ ଫେରିବା ପରେ ସେମାନଙ୍କ ଘରର ପୁନଃ ନିର୍ମାଣ କାମ ଆରମ୍ଭ ହୋଇଛି। ଏହାକୁ…

ଜିଲାପାଳଙ୍କ ବଡ଼ ଆହ୍ବାନ: ପାଳନ ହେବ ‘ଘରେ ଘରେ ତ୍ରିରଙ୍ଗା’ କାର୍ଯ୍ୟକ୍ରମ

ଛତ୍ରପୁର,୧୦।୮୯(ଦିଲ୍ଲୀପ ସାମଲ/ଦାରିକା ପଟ୍ଟନାୟକ): ପବିତ୍ର ସ୍ବାଧୀନତା ଦିବସ ଏବଂ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ’ର ୧୫୦ତମ ବର୍ଷପୂର୍ତ୍ତି ଅବସରରେ ଦେଶରେ ‘ଘରେ ଘରେ ତ୍ରିରଙ୍ଗା-୨୦୨୬’ କାର୍ଯ୍ୟକ୍ରମ ପାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri