ଶିଳାନ୍ୟାସରେ ସୀମିତ ବିକ୍ରମପୁର ସାଇନ୍ସ ପାର୍କ

ବ୍ରହ୍ମପୁର ଅଫିସ,୭।୯: ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିକ୍ରମପୁରରେ ପ୍ରସ୍ତାବିତ ସାଇନ୍ସ ପାର୍କ ଶିଳାନ୍ୟାସରେ ସୀମିତ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଭିତ୍ତିପ୍ରସ୍ତରକୁ ଏବେ ୭ ବର୍ଷ ବିତିଥିଲେ ମଧ୍ୟ କାମ ଆରମ୍ଭ ହୋଇନି। ତୁରନ୍ତ ପାର୍କ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।
ସୂଚନାଯୋଗ୍ୟ, ୨୦୧୪ ନିର୍ବାଚନରେ ପ୍ରଦୀପ ପାଣିଗ୍ରାହୀ ଦ୍ୱିତୀୟଥର ବିଧାୟକ ହେବା ପରେ ବିଜେଡିର ୪ର୍ଥ ପାଳି ସରକାରରେ ଗ୍ରାମାଞ୍ଚଳ ଜଳ ଯୋଗାଣ, ଉଚ୍ଚ ଶିକ୍ଷା ସହ ବିଜ୍ଞାନ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ହୋଇଥିଲେ। ତାଙ୍କ କାର୍ଯ୍ୟକାଳରେ ନିଜ ବିଧାନସଭା କ୍ଷେତ୍ରର ବିକ୍ରମପୁରରେ ସାଇନ୍ସ ପାର୍କ ପ୍ରତିଷ୍ଠା ଲାଗି ପଦକ୍ଷେପ ନେଇଥିଲେ। କ୍ଷମତାର ଦୁଇ ବର୍ଷ ପରେ ସେ ମନ୍ତ୍ରୀ ପଦରୁ ବାଦ ପଡ଼ି ଗଞ୍ଜାମ ଜିଲା ବିଜେଡି ସଂଗଠନର ସଭାପତି ହୋଇଥିଲେ। ୨୦୧୯ ନିର୍ବାଚନରେ ତୃତୀୟ ଥର ବିଧାୟକ ନିର୍ବାଚିତ ହେଲେ। ଘଟଣାଚକ୍ରରେ ୨୦୨୦ ଶେଷବେଳକୁ ସେ ଦଳରୁ ବହିଷ୍କୃତ ହେବା ସହ ବିଭିନ୍ନ ମାମଲାରେ ଛନ୍ଦି ହୋଇଗଲେ। ଦୀର୍ଘଦିନ ବିଚାର ବିଭାଗ ହାଜତରେ ମଧ୍ୟ ରହିଲେ। ତେଣୁ ସାଇନ୍ସ ପାର୍କ ପ୍ରତିଷ୍ଠା ଧିମେଇ ଗଲା। ସମ୍ପ୍ରତି ରାଜ୍ୟ ସରକାର ମଧ୍ୟ ସାଇନ୍ସକୁ ଗୁରୁତ୍ୱ ଦେଇ ଭିତ୍ତିଭୂମି ଯୋଗାଉଛନ୍ତି। ସମୁଦ୍ର କୂଳିଆ ବିଦ୍ୟାର୍ଥୀଙ୍କ ବିଜ୍ଞାନ ପାଠ୍ୟକ୍ରମର ବିକାଶ ନିମନ୍ତେ ବିକ୍ରମପୁର ସାଇନ୍ସ ପାର୍କ ନିର୍ମାଣ ଅପରିହାର୍ଯ୍ୟ ବୋଲି ଅଭିଭାବକ ମହଲରୁ ମତ ପ୍ରକାଶ ପାଇଛି।
ଅପରପକ୍ଷରେ ଉପକୂଳର ଗୋପାଳପୁର ନିର୍ବାଚନ ମଣ୍ଡଳୀ ପ୍ରତି କେନ୍ଦ୍ର ସରକାର ଅବହେଳା କରୁଥିବା ଏକାଧିକ ନଜିର ଅଛି। ଶୀତଳାପଲ୍ଲୀ ରେଳ ୱାଗନ ଫ୍ୟାକ୍ଟ୍ରି ଏନଡିଏ ସରକାର ପ୍ରତ୍ୟାହାର କରିଛନ୍ତି। ଗୋଳନ୍ଥରାରେ ବୃହତ୍ତ ତୈଳ ଡ଼ିପୋ ପ୍ରସ୍ତାବକୁ କାର୍ଯ୍ୟକାରୀ କରିନାହାନ୍ତି। ୧୨ବର୍ଷ ତଳେ ସର୍ଭେ ସରିଥିବା ଗୋପାଳପୁର ଠାରୁ ରାୟଗଡ଼ା ପର୍ଯ୍ୟନ୍ତ ୨୫୮ କି.ମି. ନୂଆ ରେଳପଥ ନିର୍ମାଣ ପ୍ରତି ଅଣଦେଖା କରିଛନ୍ତି। ସେହିପରି ଗୋପାଳପୁର ଠାରୁ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ ଉପକୂଳ ରାଜପଥ ନିର୍ମାଣରୁ ଗଞ୍ଜାମ ଜିଲା ଅଞ୍ଚଳକୁ ସମ୍ପୃକ୍ତ ମନ୍ତ୍ରଣାଳୟ ମନ୍ତ୍ରୀ ବାଦ ଦେଇଛନ୍ତି। ତେଣୁ ପୂର୍ବ ଓ ବର୍ତ୍ତମାନର କେନ୍ଦ୍ର ସରକାର ଗୋପାଳପୁର ଅଞ୍ଚଳ ପ୍ରତି ବୈମାତୃକ ମନୋଭାବ ପ୍ରକାଶ କରୁଥିବା ଉପକୂଳ ବାସିନ୍ଦା ସମାଲୋଚନା କରୁଛନ୍ତି। ରାଜ୍ୟ ସରକାର କେନ୍ଦ୍ର ଉପରେ ଚାପ ପକାଇ ପ୍ରସ୍ତାବିତ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରାଇବାକୁ ବିଭିନ୍ନ ମହଲ ଗୁରୁତ୍ୱ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଘୁମୁସର ସାହିତ୍ୟ ସାଧନା ପୀଠର ଶାରଦୀୟ ସାହିତ୍ୟ ଆସର, ଉନ୍ମୋଚିତ ହେଲା ପୁସ୍ତକ ଓ ପତ୍ରିକା

ଭଞ୍ଜନଗର,୧୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ବଡ଼ଦୋଡ଼ଙ୍ଗାଠାରେ ଘୁମୁସର ସାହିତ୍ୟ ସାଧନା ପୀଠ ପକ୍ଷରୁ ରବିବାର ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି ।…

ଆରମ୍ଭ ହେଲା ନବରାତ୍ର ପୂଜା, ଉତ୍ସବମୁଖର ଦିଗପହଣ୍ଡି

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ମନ୍ଦିର ମାଳିନୀ ସହର ଭାବେ ପରିଗଣିତ ଦିଗପହଣ୍ଡି ସମେତ ଆଖପାଖ ଗ୍ରାମାଞ୍ଚଳ ଶକ୍ତିପୀଠମାନଙ୍କରେ ରବିବାର ଠାରୁ ନବରାତ୍ରୀ ପୂଜା ଆରମ୍ଭ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?