Posted inଜାତୀୟ

ମନ୍ତ୍ରୀ ଉମେଶ କଟ୍ଟିଙ୍କ ପରଲୋକ

ବଙ୍ଗାଲୁରୁ,୭।୯: କର୍ନାଟକର ମନ୍ତ୍ରୀ ଉମେଶ କଟ୍ଟିଙ୍କ ହୃଦ୍‌ଘାତରେ ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ସେ କର୍ନାଟକ ସରକାରରେ ଖାଦ୍ୟ ଯୋଗାଣ ଏବଂ ଜଙ୍ଗଲ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଦୁଃଖ ପ୍ରକାଶ କରିଛନ୍ତି। ଟୁଇଟ୍‌ କରି କହିଛନ୍ତି,”ମୋର ଘନିଷ୍ଠ ସହକର୍ମୀ ମନ୍ତ୍ରୀ ଉମେଶ କଟ୍ଟିଙ୍କ ଅକାଳ ବିୟୋଗରେ ଦୁଃଖିତ। ତାଙ୍କ ଦେହାନ୍ତରେ ରାଜ୍ୟ ଜଣେ ଦକ୍ଷ କୂଟନୀତିଜ୍ଞ, ସକ୍ରିୟ ନେତା ତଥା ବିଶ୍ୱସ୍ତ ସରକାରୀ କର୍ମଚାରୀଙ୍କୁ ହରାଇଛି।“
ସୂଚନାନୁସାରେ, ମନ୍ତ୍ରୀ ଡଲାର କଲୋନୀ ସ୍ଥିତ ନିଜର ବାସଭବନରେ ଥିବା ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡ଼ିଯାଇଥିଲେ। ଏହା ପରେ ତାଙ୍କୁ ରାମାୟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୟ ରାଉତଙ୍କ ବିବାଦୀୟ ବୟାନକୁ ନେଇ ଜବାବ ରଖିଲେ ମୋଦି

ମୁମ୍ବାଇ,୧୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମହାରାଷ୍ଟ୍ରର ନନ୍ଦୁରବାରରେ ବିରୋଧୀ ମହାବିକାଶ ଆଘାଡି ମେଣ୍ଟକୁ କଡ଼ା ଟାର୍ଗେଟ କରିଛନ୍ତି। ତାଙ୍କ ବିରୋଧରେ ସଞ୍ଜୟ ରାଉତଙ୍କ ଆପତ୍ତିଜନକ...

‘ଯଦି ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି, ଆମ ପାଖରେ ମୋଦି ଅଛନ୍ତି’, ତେଜସ୍ବୀ ସୂର୍ଯ୍ୟା

ନୂଆଦିଲ୍ଲୀ,୧୦।୫: କଂଗ୍ରେସ ନେତା ମଣି ଶଙ୍କର ଆୟାର ପୁଣିଥରେ ପାକିସ୍ତାନ ସମ୍ପର୍କରେ ଏକ ବୟାନ ଦେଇ ଦେଶର ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଛନ୍ତି। ସେ ପାକିସ୍ତାନ...

ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୧୦।୫: ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମିଳିଲା ଜାମିନ। ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କୁ ଜୁନ୍ ୧ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି ।...

‘କଂଗ୍ରେସକୁ ଭୋଟ ଦେବା ପାକିସ୍ତାନକୁ ଭୋଟ ଦେବାଭଳି’, ନବନୀତ ରାଣାଙ୍କ ବୟାନକୁ ନେଇ ବିବାଦ

ନୂଆଦିଲ୍ଲୀ,୧୦।୫: ଭାଜପା ଏମପି ନବନୀତ କୌର ରାଣାଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ଅଭିଯୋଗ ଉପରେ ତେଲଙ୍ଗାନାରେ ଏକ ମାମଲା ରୁଜୁ ହୋଇଛି। ନିର୍ବାଚନ ଆୟୋଗର ଅଧିକାରୀଙ୍କ...

ପୁଣି ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ କୋହଲି ଆଗୁଆ: ପର୍ପଲ କ୍ୟାପ୍‌ ପିନ୍ଧିଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୧୦।୫:ବିରାଟ କୋହଲି ପଞ୍ଜାବ କିଙ୍ଗସ ବିପକ୍ଷରେ ୪୭ଟି ବଲରେ ୯୨ ରନ୍‌ର ଏକ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ ୭ ଚୌକା ଓ ୬...

ଭାରତୀୟ ନିର୍ବାଚନକୁ ପ୍ରଶଂସା କଲା ଆମେରିକା

ଓ୍ବାଶିଂଟନ,୧୦ା୫: ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ୍‌ ଗାର୍ସେଟି ଭାରତରେ ଗଣତନ୍ତ୍ରକୁ ନେଇ କିଛି ଅଞ୍ଚଳରେ ଉଠିଥିବା ଚିନ୍ତାକୁ ଖାରଜ କରି କହିଛନ୍ତି ଯେ, ଏକବିଂଶ ଶତାବ୍ଦୀରେ...

ନରେନ୍ଦ୍ର ମୋଦି ହେବେ ନାହିଁ ପ୍ରଧାନମନ୍ତ୍ରୀ, ଲେଖି ଦେବାକୁ ପ୍ରସ୍ତୁତ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୦।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର (ମେ’ ୧୦, ୨୦୨୪)ରେ ଦାବି କରିଛନ୍ତି ଯେ ଉତ୍ତର ପ୍ରଦେଶରେ ‘ଇଣ୍ଡିଆ’ ମିଳିତ ମଞ୍ଚର ଝଡ଼ ଆସୁଛି।...

ସୁପ୍ରିମକୋର୍ଟରୁ ହେମନ୍ତ ସୋରେନଙ୍କୁ ମିଳିଲା ନାହିଁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୦।୫: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି। ନିର୍ବାଚନ ପ୍ରଚାର ପାଇଁ ଜେଲରୁ ବାହାରକୁ ଆସିବାକୁ ଚାହୁଁଥିବା ହେମନ୍ତ ସୋରେନଙ୍କ ମଧ୍ୟବର୍ତ୍ତୀକାଳୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri