କ୍ଷୟକ୍ଷତି ରିପୋର୍ଟ ଜିଲା ପ୍ରଶାସନକୁ ହସ୍ତାନ୍ତର

ଜଳେଶ୍ୱର, ୭।୯(ଡି.ଏନ.ଏ.): ସୁବର୍ଣ୍ଣରେଖା ବନ୍ୟା କ୍ଷୟକ୍ଷତିର ସମ୍ପୂର୍ଣ୍ଣ ରିପୋର୍ଟ ଜିଲା ପ୍ରଶାସନକୁ ହସ୍ତାନ୍ତର ହୋଇଛି। ଏଥିରେ ଆପଦକାଳୀନ ସହାୟତା ଲାଗି ୨୦ କୋଟି ଟଙ୍କା ମଗାଯାଇଥିବା ପ୍ରାଥମିକ ସ୍ତରରେ ଜଣାଯାଇଛି।
ବର୍ଷା ଓ ବନ୍ୟା ଯୋଗୁ କ୍ଷୟକ୍ଷତି ରିପୋର୍ଟ ବ୍ଲକ ପ୍ରଶାସନ ପକ୍ଷରୁ ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ବ୍ୟାପକ କ୍ଷତି ଘଟିଥିଲେ ମଧ୍ୟ ଜରୁରୀ ପରିସ୍ଥିତିରେ ଆର୍ଥତ୍କ ସହାୟତା ଯୋଗାଇବାକୁ ବିଭିନ୍ନ ବିଭାଗ ପକ୍ଷରୁ ଜିଲାପାଳଙ୍କୁ ଦର୍ଶାଯାଇଛି। ଜଳେଶ୍ୱର ବ୍ଲକ ଅଧୀନରେ ମୋଟ ୧୮୯ଟି ରାସ୍ତା ବନ୍ୟାରେ କ୍ଷତି ଘଟିଛି। ଏଥିପାଇଁ ୫କୋଟି ୬୯ଲକ୍ଷ ଟଙ୍କା ଯୋଗାଇ ଦେବାକୁ ଦର୍ଶାଯାଇଛି। ଏବେ ବି ବହୁ ଅଞ୍ଚଳର ଲୋକେ ପାଣି କାଦୁଅରେ ଯାତାୟାତ କରୁଥିବାରୁ ଏହି ଅର୍ଥ ତୁରନ୍ତ ମଞ୍ଜୁର କରିବାକୁ କୁହାଯାଇଛି। କୃଷି ବିଭାଗ ପକ୍ଷରୁ ୧୨୪୦ ହେକ୍ଟର ଜମିର ଧାନଚାଷ ନଷ୍ଟ ହୋଇଥିବା ଦର୍ଶାଇ ସେମାନଙ୍କୁ ବିଭିନ୍ନ ଆପଦ କାଳୀନ ସହାୟତା ଲାଗି ୮୪ଲକ୍ଷ ୩୨ହଜାର ଟଙ୍କା ଯୋଗାଇବାକୁ କୁହାଯାଇଛି। ସେହିପରି ଉଦ୍ୟାନ ବିଭାଗକୁ ୨୦ଲକ୍ଷ ଟଙ୍କାର ଇନପୁଟ ସହାୟତା ମଗାଯାଇଛି। ବ୍ଲକ ସ୍ତରୀୟ ୩୦ଟି ପୋଖରୀରେ ମାଛଚାଷ ହେଉଥିବାରୁ ସେମାନଙ୍କ ପୋଖରୀ ମରାମତି ଲାଗି ୪୦ହଜାର ଟଙ୍କା ସହାୟତା ଲାଗି ଦର୍ଶାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ଜଳେଶ୍ୱର ବ୍ଲକରେ ୨୩ଟି ରାସ୍ତା ୧୭ କି.ମି., ଭୋଗରାଇ ବ୍ଲକର ୩୫ଟି ରାସ୍ତାର ୩୫.୫ କି.ମି. ଓ ବାଲିଆପାଳ ବ୍ଲକର ୨୦ଟି ରାସ୍ତାର ୩୫ କି.ମି. କ୍ଷୟକ୍ଷତି ଘଟିଛି। ଏଥିଲାଗି ୨କୋଟି ଟଙ୍କା ଜରୁରୀ ଭାବେ ଯୋଗାଇବାକୁ କୁହାଯାଇଥିବା ବେଳେ ପ୍ରକୃତ ମରାମତି ଲାଗି ୭ କୋଟି ଟଙ୍କା ଆବଶ୍ୟକ ବୋଲି ଦର୍ଶାଯାଇଛି। ସେହି ବିଭାଗ ଅଧୀନରେ ଜଳେଶ୍ୱରର ୧୩ଟି ପୋଲ, ଭୋଗରାଇର ୨୨ଟି ପୋଲ ଓ ବାଲିଆପାଳର ୪ଟି ପୋଲ ମରାମତି ଲାଗି ୪୭ଲକ୍ଷ ଟଙ୍କା ଏବଂ ସମ୍ପୂର୍ଣ୍ଣ ମରାମତି ଲାଗି ୩କୋଟି ୭୮ଲକ୍ଷ ଟଙ୍କା ଆବଶ୍ୟକ ବୋଲି କ୍ଷୟକ୍ଷତି ରିପୋର୍ଟରେ ଦର୍ଶାଯାଇଛି। ବର୍ଷା ଓ ବନ୍ୟାରେ ୮ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ୨୩୦ ଘର ଉଣାଅଧିକେ କ୍ଷତି ହୋଇଥିବାରୁ ଏଥିଲାଗି ୧୫ଲକ୍ଷ ଟଙ୍କା ସହାୟତା ମଗାଯାଇଛି। ପୂର୍ତ୍ତ ବିଭାଗକୁ ୨୫ଲକ୍ଷ ଟଙ୍କା ରାସ୍ତା ମରାମତି ଲାଗି ମଗାଯାଇଥିବା ବେଳେ ଜଳ ସମ୍ପଦ ବିଭାଗ ଏହାର ବିଷଦ ବିବରଣୀ ପ୍ରଦାନ କରିପାରି ନ ଥିବା ଜଣାଯାଇଛି। କିନ୍ତୁ ଜଳ ସମ୍ପଦ ବିଭାଗର ବିଭିନ୍ନ ସ୍ଥାନରେ ସ୍ପରଗୁଡିକର ନାକ ଭାଙ୍ଗିବା, ବାଲି ବସ୍ତା ପକାଯିବା, କେତେକ ସ୍ଥାନରେ ଅତଡା ଖସିଥିବା ଦେଖିବାକୁ ମିଳିଛି। ଏହି ବନ୍ୟାରେ ଜଳେଶ୍ୱରର ୨୮ଟି ପଞ୍ଚାୟତର ୧୩୪ ଗାଁର ୧୦୫୪ଜଣ ଲୋକଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀକୁ ନିଆଯାଇଥିବା ବେଳେ ୬୦ କୁଇଣ୍ଟାଲ ଚାଉଳ, ୯୭ କୁଇଣ୍ଟାଲ ଚୂଡା, ୧୦ କୁଇଣ୍ଟାଲ ଗୁଡ, ୨୫୦ କୁଇଣ୍ଟାଲ ଗୋଖାଦ୍ୟ ଦିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଦଗଡ଼ ଅଭୟାରଣ୍ୟରୁ ମିଳିଲା ହାତୀ ମୃତଦେହ

କେନ୍ଦୁଝର,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ହଦଗଡ଼ ରେଞ୍ଜର କାଠକଟା ଜଙ୍ଗଲରୁ ଏକ ଅଣ୍ଡିରା ହାତୀର ମୃତଦେହ ଜବତ ହୋଇଛି। ହାତୀର ବୟସ...

ମଦ ପିଆଇ ଗୁପ୍ତାଙ୍ଗ କାଟିଥିଲେ ମହିଳା: ୭ ବର୍ଷ ଜେଲ

କେନ୍ଦୁଝର,୯ା୯(ସ୍ବ.ପ୍ର.): ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗ କାଟିଦେବା ଅଭିଯୋଗରେ ଶୁକ୍ରବାର ସ୍ଥାନୀୟ ସିଜେଏମ୍‌ ରଞ୍ଜୁଲତା ଲେଙ୍କା ଅଭିଯୁକ୍ତ ମହିଳା କମଳା ପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ୭...

ଖାଦ୍ୟ ବାଣ୍ଟିଲେ ଖଇରା ଥାନା ଆଇଆଇସି

ଖଇରା, ୩।୪(ଡି.ଏନ.ଏ.)-ଖଇରା ଥାନା ଆଇଆଇସି ସୁବ୍ରତ ବେହେରା ଗୁରୁବାର ବିଭିନ୍ନ ଗ୍ରାମକୁ ଯାଇ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି ା ନନ୍ଦୁର ଗ୍ରମ ଆଦିବାସୀ...

କାଠ ପୋଲ ତିଆରି କଲେ ୨ ପଡ଼ାବାସୀ

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଥାରେ ଅଛି ଏକତାର ବଳ ଆଗରେ ସବୁ କିଛି କାମ ସମ୍ଭବ ହୋଇପାରେ। ଏହା କଥାରେ ନୁହେଁ ବଂର କାମରେ କରି...

୧୨ ଦଫା ଦାବିରେ ବିଭିନ୍ନ ସଂଘ ପକ୍ଷରୁ ବନ୍ଦ ପାଳନ

ସିମୁଳିଆ,୮।୧(ଡି.ଏନ୍‌.ଏ.): ଲେବର ୟୁନିୟନ, ପାଚିକା ସହାୟିକା, ସିଟୁ, ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟିକା, ଡ୍ରାଇଭର ୟୁନିୟନ ପକ୍ଷରୁ ମିଳିତ ଭାବେ ସିମୁଳିଆରେ ବନ୍ଦ ଡାକରା ଦିଆଯାଇଥିଲା।...

ବିଧାୟକଙ୍କ ସ୍ବାସ୍ଥ୍ୟକେନ୍ଦ୍ର ଗସ୍ତ

ଦାରିଙ୍ଗବାଡ଼ି,୧୫।୮(ଡି.ଏନ.ଏ)- ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୁରୁବାର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଗସ୍ତ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ପରିସର ଓ ରୋଗୀଙ୍କ ଶର୍ଯ୍ୟା ସଫା ନ ଥିବା...

ଅଲିଭ ରିଡ୍‌ଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ

ରାଜନଗର,୧୧ା୩(ଡି.ଏନ.ଏ.):ବିରଳ ଅଲିଭରିଡ୍‌ଲେ କଇଁଛଙ୍କ ଅନ୍ତୁଡିଶାଳ କୁହାଯାଉଥିତ୍ବା ଗହୀରମଥାର ନାସୀ-୧ ଓ ନାସୀ-୨ରେ ମଙ୍ଗଳବାର ସନ୍ଧ୍ୟାରୁ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଳମ୍ବିତ ରାତି ସୁଦ୍ଧା ପ୍ରାୟ...

ଏସ୍‌ସିବି ମେଡିକାଲ: ମୃତଦେହକୁ ନେଇ ସନ୍ଦେହ

କଟକ ଅଫିସ, ୨୭ା୧୦: ଏସ୍‌ସିବି ମେଡିକାଲରେ ମୃତ୍ୟୁ ଘଟୁଥିବା ଅସହାୟ ଓ ଅପରିଚିତ ରୋଗୀଙ୍କୁ ନେଇ ପୁଣି ବିବାଦ ଉପୁଜିଛି। ଦୁଇଟି ଆରଟିଆଇ ତଥ୍ୟକୁ ନେଇ...

Advertisement
Archives

Model This Week