ୟୁପିଏସ୍‌ସି ନାରାଜ

Dillip Cherian

ଉତ୍ତରପ୍ରଦେଶ (ୟୁପି)ରେ ଆଇଏଏସ୍‌ ଅଧିକାରୀମାନଙ୍କ ମଧ୍ୟରେ ଅଶାନ୍ତି ବଢୁଛି। ମାସକ ଭିତରେ ରାଜ୍ୟରେ ଅତି କମ୍‌ରେ ୫ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀ ସେବାରୁ ସ୍ବେଚ୍ଛାକୃତ ଅବସର ଚାହିଁଛନ୍ତି। ଏହା ସମ୍ଭବତଃ ଭାଜପା ସରକାର ଏବଂ ସିଭିଲ ସର୍ଭିସ ମଧ୍ୟରେ ଏବକାର ତିକ୍ତ ସମ୍ପର୍କର ଏକ ସୂଚକ । ବହୁ ସମୟରେ ଅନେକ ସରକାରୀ ନିଷ୍ପତ୍ତିରେ ସିଭିଲ୍‌ ସର୍ଭିସର ବାବୁ ଓ ନେତାମାନଙ୍କ ମଧ୍ୟରେ ଅସହମତି ଦେଖାଯାଇଛି। ଏବେ ଜଣେ ନୂଆ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ନିଯୁକ୍ତି ପାଇଁ ୟୁପି ସରକାରଙ୍କ ପ୍ରସ୍ତାବକୁ ନେଇ ଏକ ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଯୋଗୀ ସରକାର ମେ’ରେ ଏହି ପଦବୀରୁ ମୁକୁଲ ଗୋୟଲଙ୍କୁ ବିଦାକରି ତାଙ୍କ ସ୍ଥାନରେ ଡି.ଏସ୍‌ ଚୌହାନଙ୍କୁ କାର୍ଯ୍ୟକାରୀ ଡିଜିପି ଭାବେ ନିଯୁକ୍ତ କରିଥିଲେ। ସୂତ୍ରରୁ ପ୍ରକାଶ ଯେ, କେନ୍ଦ୍ର ଲୋକସେବା ଆୟୋଗ(ୟୁପିଏସ୍‌ସି) ୟୁପିର ପ୍ରସ୍ତାବରେ ଅସନ୍ତୋଷ ପ୍ରକାଶ କରି ତାହାକୁ ଫେରାଇ ଦେଇଛି ଏବଂ ଏହା ବଦଳରେ ଗୋୟଲଙ୍କ ଦୁଇବର୍ଷ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ କାହିଁକି ତାଙ୍କୁ ବିଦା କରାଗଲା ତା’ ଉପରେ ସ୍ପଷ୍ଟୀକରଣ ମାଗିଛି। ୨୦୦୬ରେ ପୋଲିସ ସଂସ୍କାର ମାମଲାରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ସ୍ଥାୟୀ ଭାବେ ଦୁଇବର୍ଷର କାର୍ଯ୍ୟକାଳ ଲାଗି ଡିଜିପିମାନଙ୍କୁ ନିଯୁକ୍ତି ଦିଆଯିବ। ଏହାକୁ ଭିତ୍ତି କରି ୟୁପିଏସ୍‌ସି ଚୌହାନଙ୍କ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଥିଲା ଏବଂ ଡିଜିପି ଭାବେ ନିଯୁକ୍ତି ଲାଗି ସ୍ଥିର କରାଯାଇଥିବା ସମସ୍ତ ଆଇପିଏସ୍‌ ଅଧିକାରୀମାନଙ୍କ ନାମ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲା। ସ୍ପଷ୍ଟତଃ, ୧୯୯୨ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀମାନଙ୍କ ସହ ଏବକାର କାର୍ଯ୍ୟକାରୀ ଡିଜିପି ଚୌହାନ ଓ ଗୋୟଲଙ୍କୁ ମିଶାଇ ମୋଟ ସରକାର ୪୨ ଜଣଙ୍କ ନାମ ପଠାଇଥିଲେ। ସରକାର ଏହି ଘଟଣାରୁ ପଛକୁ ହଟିବାକୁ ଚାହଁୁ ନାହାନ୍ତି ଏବଂ ଆସନ୍ତା ବର୍ଷ ମାର୍ଚ୍ଚରେ ଚୌହାନ ଅବସର ନେଉଥିବାରୁ ୟୁପିଏସ୍‌ସିକୁ ଏକ ନୂଆ ପ୍ରସ୍ତାବ ପଠାଇବା ପାଇଁ ଯୋଜନା କରୁଛନ୍ତି।
ସରକାର ନୀରବ
ଗତବର୍ଷ ଡିସେମ୍ବରରେ ଜେନେରାଲ ବିପିନ ରାଓ୍ବତଙ୍କ ମୃତ୍ୟୁ ପରେ ଚିଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ପଦବୀ ଦୀର୍ଘ ଦିନ ଖାଲି ପଡ଼ିବା ପରେ ସରକାର ଜେନେରାଲ ଅନିଲ ଚୌହାନଙ୍କୁ ନିଯୁକ୍ତ କରିଛନ୍ତି। ଅପରପକ୍ଷେ ଏକ ନିର୍ବାଚନ କମିଶନର(ଇସି) ପଦବୀ ୪ ମାସ ହେଲା ଖାଲି ରହିଛି। ଚଳିତ ବର୍ଷ ମେ’ରେ ସୁଶୀଲ ଚନ୍ଦ୍ରା ଅବସର ନେବା ପରେ ଏହି ପଦବୀ ପୂରଣ ହୋଇନାହିଁ। ସେବେଠାରୁ ଦୁଇଜଣ ସଦସ୍ୟରେ ପୋଲ୍‌ ପ୍ୟାନେଲ କାର୍ଯ୍ୟକରୁଛି। ମୁଖ୍ୟ ନିର୍ବାଚନ କିମଶନ (ସିଇସି)ଭାବେ ରାଜୀବ କୁମାରଙ୍କ ସହ ଅନ୍ୟ ଜଣେ ଇସି ଅନୁପ ଚନ୍ଦ୍ର ପାଣ୍ଡେ ଏହି ପ୍ୟାନେଲରେ ରହିଛନ୍ତି। ନୂଆ ଇସି ନିଯୁକ୍ତିରେ ବିଳମ୍ବ ସେମିତି କିଛି ବିଚିତ୍ର କଥା ନୁହେଁ। କାରଣ ପୂର୍ବରୁ ୨୦୧୫ରେ ପୋଲ୍‌ ପ୍ୟାନେଲରେ ଆବଶ୍ୟକ ସଦସ୍ୟଙ୍କ ଠାରୁ କମ୍‌ ଥାଇ ନିର୍ବାଚନ କାର୍ଯ୍ୟ କରାଯାଇଥିଲା। ସେତେବେଳେ ସେଥିରେ କେବଳ ଦୁଇ ଇସି ସଦସ୍ୟ ରହିଥିଲେ। ତେବେ ନିକଟରେ ହିମାଚଳ ପ୍ରଦେଶ ଓ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଇସି ନିଯୁକ୍ତିରେ ଅଧିକ ବିଳମ୍ବ ହେଲେ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଯଦି ଦୁଇ କମିଶନର ଏକମତ ହୁଅନ୍ତି , ତେବେ ତୃତୀୟ ଜଣଙ୍କ ଅପ୍ରାସଙ୍ଗିକ ହେବେ। କିନ୍ତୁ ଏବେ କାର୍ଯ୍ୟରତ ଦୁଇଜଣ ଏକମତ ହେଉ ନ ଥିବାରୁ ତୃତୀୟ ଇସିଙ୍କ ମତ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଜାନୁୟାରୀ ପୂର୍ବରୁ ହିମାଚଳ ପ୍ରଦେଶ ଏବଂ ଫେବୃୟାରୀ ପୂର୍ବରୁ ଗୁଜରାଟ ନିର୍ବାଚନ ହେବାକୁ ଥିବାରୁ ଏହାକୁ ଏକାଠି କରିବାର ସମ୍ଭାବନା ରହିଛି। ଅବଶ୍ୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ପ୍ରକ୍ରିୟାର ପ୍ରସ୍ତୁତି ସମୀକ୍ଷା କରିବାକୁ ସିଇସି କୁମାର ଏବଂ ଇସି ପାଣ୍ଡେ ନିକଟରେ ଏହି ଦୁଇରାଜ୍ୟ ଗସ୍ତ କରିଛନ୍ତି। କିନ୍ତୁ ମୋଦି ସରକାର ଏହି ଘଟଣାରେ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରୁଛନ୍ତି।
ବାବୁଙ୍କ ଅଦଳବଦଳ
ପନ୍ଦରଦିନରୁ କମ୍‌ ସମୟ ମଧ୍ୟରେ ମୋଦି ସରକାର ବାବୁ ସାମ୍ରାଜ୍ୟର ଉପର ସ୍ତରରେ ଦୁଇଟି ବଡ଼ ଧରଣର ଅଦଳବଦଳ କରିଛନ୍ତି। ତେବେ ସଚିବସ୍ତରୀୟ ଅଦଳବଦଳରେ ମାମୁଲି ପରିବର୍ତ୍ତନ ଏବଂ ସମାୟୋଜନ ହୋଇଥିବା ଜଣାପଡ଼ୁଛି। ପ୍ରତିରକ୍ଷା ଉପତ୍ାଦନ ବିଭାଗ, କୋଇଲା, କର୍ପୋରେଟ ବ୍ୟାପାର, ନୂତନ ଓ ଅକ୍ଷୟ ଶକ୍ତି, କପଡ଼ା ଓ ଖାଦ୍ୟ ଏବଂ ସାର୍ବଜନୀନ ବିତରଣ ଆଦି ବିଭାଗୁଡ଼ିକରେ ପ୍ରମୁଖ ପଦବୀଗୁଡ଼ିକୁ ଅଣଦେଖା କରାଯାଇଥିବାରୁ ଏଭଳି ମନେହେଉଛି। ସମ୍ଭବତଃ, ଆଗାମୀ ଦିନରେ ଅଧିକ ପରିବର୍ତ୍ତନର ଏହା ଅୟମାରମ୍ଭ । ଅଦଳବଦଳକୁ ନେଇ ବହୁ ରୋଚକ ବିଷୟ ରହିଛି , ଯାହାକୁ ଖୁବ୍‌ ନିକଟରୁ ଦେଖାଯାଇପାରେ। ସୁନୀଲ ବର୍ଥଓ୍ବଲ ବାଣିଜ୍ୟ ବିଭାଗର ଓଏସ୍‌ଡି ଭାବେ ବି.ଭି.ଆର୍‌. ସୁବ୍ରମଣ୍ୟନଙ୍କ ସ୍ଥାନରେ ନିଯୁକ୍ତି ପାଇ ବିଭାଗରେ ୩ ବର୍ଷ କାର୍ଯ୍ୟ କରିବେ, ଯାହାକୁ ନେଇ ଗୁଞ୍ଜରଣ ସୃଷ୍ଟି ହୋଇଛି। ସୁବ୍ରମଣ୍ୟନ ପଦୋନ୍ନତି ପାଇ ଇଣ୍ଡିଆ ଟ୍ରେଡ୍‌ ପ୍ରମୋଶନ ଅର୍ଗାନାଇଜେଶନ(ଆଇଟିପିଓ)ର ନୂଆ ସିଏମ୍‌ଡି ହୋଇଛନ୍ତି। ଆସନ୍ତା ବର୍ଷ ସେପ୍ଟେମ୍ବରରେ ଭାରତରେ ହେବାକୁ ଥିବା ଜି୨୦ ସମ୍ମିଳନୀକୁ ଦୃଷ୍ଟିରେ ରଖି ଏହା କରାଯାଇଛି। ଏହି ଅଦଳବଦଳ ମଧ୍ୟରେ ସରକାର ୧୯୮୭-୧୯୯୦ ବ୍ୟାଚ୍‌ ଅଧିକାରୀଙ୍କୁ ଗୁରୁତ୍ୱ ଦେଇଛନ୍ତି। ଏଣୁ ୧୯୯୧ ବ୍ୟାଚ୍‌ ବାବୁମାନଙ୍କୁ ପରବର୍ତ୍ତୀ ଅଦଳବଦଳ ଯାଏ ଅପେକ୍ଷା କରିବାକୁ ପଡ଼ିବ। ଏହାସହ କେନ୍ଦ୍ର ସରକାର ମଧ୍ୟ ଅତିରିକ୍ତ ସଚିବସ୍ତରୀୟ ଏକ ମାମୁଲି ଅଦଳବଦଳ କରିଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?