Posted inTrending, ଖେଳ

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ କରିଛି । ଗୁଆହାଟୀରେ ଖେଳାଯାଇଥିବା ମୁକାବିଲାରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ୱିକେଟ୍ ହରାଇ ୪୦୫ ରନ୍ କରିଥିଲା।

୪୦୬ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ମାତ୍ର ୪୩.୩ ଓଭରରେ ୨ ୱିକେଟ୍ ହରାଇ ୪୦୬ ରନ୍ କରି ବିଜୟୀ ହୋଇଛନ୍ତି । ଏହି ବିଜୟ ସହ ଭାରତ ଦିନିକିଆ ଫର୍ମାଟରେ ନିଜର ସର୍ବାଧିକ ରନ୍‌ର ଲକ୍ଷ୍ୟକୁ ସଫଳତାର ସହ ପିଛା କରିଛି । ଏଥିସହ ଦିନିକିଆ କ୍ରିକେଟ୍‌ ଇତିହାସରେ ୪୦୦ରୁ ଅଧିକ ରନ୍‌ର ଲକ୍ଷ୍ୟକୁ ସଫଳତାର ସହ ପିଛା କରିବାର ଏହା ଦ୍ୱିତୀୟ ଘଟଣା।

ଏହା ପୂର୍ବରୁ ୨୦୦୬ରେ ଦକ୍ଷିଣ ଆଫ୍ରିକା ୪୩୮ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ବିଜୟ ହାସଲ କରିଥିଲା। ଗୁଆହାଟୀରେ ଗିଲ୍ ଓ ରୋହିତଙ୍କ ଧମାକାଦାର ବ୍ୟାଟିଂ ଭାରତକୁ ବଡ଼ ବିଜୟ ଦେଇଛି ।

ଲକ୍ଷ୍ୟ ପିଛା କରିବା ସମୟରେ, ଶୁବମନ ଗିଲ୍ ଭାରତ ପାଇଁ ଏକ ଚମତ୍କାର ଇନିଂସ୍ ଖେଳିଥିଲେ ଏବଂ ୨୬ଟି ଚୌକା ଓ ୮ଟି ଛକା ସହାୟତାରେ ୧୩୩ଟି ବଲରୁ ଅପରାଜିତ ୨୨୩ ରନ୍ ସଂଗ୍ରହ କରିଥିଲେ। ଗିଲ୍ ODI କ୍ରିକେଟ୍ ଇତିହାସରେ ଦ୍ୱିଶତକ ହାସଲ କରିଥିବା ସବୁଠାରୁ ଦ୍ରୁତତମ ବ୍ୟାଟର ହୋଇଛନ୍ତି । ତାଙ୍କ ସହ ଓପନିଂ କରି ରୋହିତ ଶର୍ମା ୭୫ଟି ବଲରୁ ୧୦୧ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୧୦ଟି ଚୌକା ଓ ୬ଟି ଛକା ସାମିଲ ଥିଲା। ଏହି ଭାଗୀଦାରୀ ମ୍ୟାଚ୍‌କୁ ଭାରତ ସପକ୍ଷକୁ ନେଇଆସିଥିଲା ​​ଏବଂ ଏହି ଚମତ୍କାର ଆରମ୍ଭ ଦଳର ବିଜୟ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?