ସ୍ବାମୀ, ଶାଶୁ ଓ ଶ୍ୱଶୁରଙ୍କୁ ଆଜୀବନ କାରାଦଣ୍ଡ

ଜଗତ୍‌ସିଂହପୁର ଅଫିସ, ୧ା୧୦: ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ନିନୀଗାଁରେ ୨୦୧୯ରେ ଏକ ବଧୂହତ୍ୟା ହୋଇଥିଲା। ଶୁକ୍ରବାର ଏହି ମାମଲାର ରାୟ ପ୍ରକାଶ ପାଇଛି। ହରପ୍ରିୟା ଖଟୁଆଙ୍କୁ ହତ୍ୟା ଅଭିଯୋଗ ମାମଲାର ବିଚାର କରାଯାଇ ଜଗତ୍‌ସିଂହପୁର ଜିଲା ଓ ଦୌରାଜଜ୍‌ ଅନୁପ କୁମାର ଚନ୍ଦନ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି l
ସେମାନେ ହେଲେ ମୃତା ହରପ୍ରିୟାଙ୍କ ସ୍ବାମୀ ଗଣେଶ୍ୱର ବସ୍ତିଆ, ଶ୍ୱଶୁର ଗଙ୍ଗାଧର ବସ୍ତିଆ ଓ ଶାଶୁ ସଂଯୁକ୍ତା ବସ୍ତିଆ। ଏଥିସହ ୧୦ ହଜାର ଟଙ୍କା ଲେଖାଏ ଜରିମାନା ଧାର୍ଯ୍ୟ କରିଛନ୍ତି। ଏହି ରାଶି ଅଣଦେୟ ହେଲେ ଅଧିକ ୧ ବର୍ଷ ଲେଖାଏ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି l
ଏ ସମ୍ପର୍କରେ ଜଗତ୍‌ସିଂହପୁର କୋର୍ଟ କ୍ୟାଡର ପିପି ନଳିନୀକାନ୍ତ ମହାରଣା କହିଛନ୍ତି, ୧୧/୭/୨୦୦୭ରେ ହରପ୍ରିୟା ସହ ବୈଦିକ ରୀତିରେ ଗଣେଶ୍ୱରଙ୍କ ବିବାହ ସମ୍ପନ୍ନ ହୋଇଥିଲା l ସେତେବେଳେ ବର ଘରର ଦାବି ମୁତାବକ ୫୦ ହଜାର ଟଙ୍କା, ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଆଦି ଯୌତୁକ ଆକାରରେ ଦିଆଯାଇଥିଲା l ପ୍ରଥମେ ଏକମାସ ପର୍ଯ୍ୟନ୍ତ ସବୁ ଭଲରେ ଚାଲିଥିଲା। ତା’ପରେ ଗଣେଶ୍ୱରଙ୍କ ପରିବାର ଲୋକେ ଅଧିକ ୧ ଲକ୍ଷ ଟଙ୍କା ଯୌତୁକ ଦାବି କରି ହରପ୍ରିୟାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ l ମୃତ୍ୟୁର ପୂର୍ବଦିନ ରାତିରେ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରାଯାଇଛି ବୋଲି ହରପ୍ରିୟା ଫୋନ ଯୋଗେ ଭାଇଙ୍କୁ ଜଣାଇଥିଲେ। ପରଦିନ ଅର୍ଥାତ୍‌ ୩୧/୧୨/୨୦୧୨ ସକାଳେ ହରପ୍ରିୟାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିିଥିଲା।
ଏହାପରେ ତାଙ୍କ ବାପଘର ଲୋକେ ନିନୀଗାଁରେ ପହଞ୍ଚତ୍ତ୍ଥିଲେ l ସେତେବେଳକୁ ହରପ୍ରିୟା ମୃତ ଅବସ୍ଥାରେ ରୋଷେଇ ଘରେ ପଡ଼ିଥିଲେ l ତାଙ୍କ ବେକରେ ଏକ ପତଳା କ୍ଷତ ଚିହ୍ନ ଥିଲା। କବାଟ ଭାଙ୍ଗିଥିଲା। ସେଠାରେ ଶାଶୁ ଘର ଲୋକେ ନ ଥିଲେ l ଏହାପରେ ହରପ୍ରିୟାଙ୍କ ଦାଦା ତଥା ଏହି ଥାନା ଅନ୍ତର୍ଗତ ଭୋକଞ୍ଜି ଗ୍ରାମର ରାମଚନ୍ଦ୍ର ଖଟୁଆଙ୍କ ଅଭିଯୋଗ ଆଧାରରେ ଜଗତ୍‌ସିଂହପୁର ପୋଲିସ ମାମଲା (ନଂ.୨୭୦/୧୨) ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଏହି ମାମଲାରେ ପ୍ରଥମେ ଗଙ୍ଗାଧର, ତାଙ୍କ ଧର୍ମ ପୁଅ ବୃନ୍ଦାବନ ସେଠି ଓ ପୁଅ ଗଣେଶ୍ୱର ଅଭିଯୁକ୍ତ ଥିଲେ। ପରେ ଆଉ ଏକ ମାମଲା ରୁଜୁ କରାଯାଇ ହରପ୍ରିୟାଙ୍କ ଶାଶୁ ସଂଯୁକ୍ତା, ନଣଦେଇ ବାବୁଲା ଦାସ, ନଣନ୍ଦ ଲକ୍ଷ୍ମୀପ୍ରିୟା ଦାସ ଓରଫ ଚୁମକିଙ୍କୁ ଅଭିଯୁକ୍ତ କରାଯାଇଥିଲା। ହରପ୍ରିୟାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା l ୮ ଜଣ ସାକ୍ଷୀ ଓ ଅଭିଯୁକ୍ତଙ୍କ ପଟୁ ୩ ଜଣ ସାକ୍ଷୀଙ୍କ ବୟାନ ଓ ତଥ୍ୟ ପ୍ରମାଣକୁ ଭିତ୍ତି ୩ ଜଣଙ୍କୁ ଦଣ୍ଡିତ କରାଯାଇଥିବାବେଳେ ଅନ୍ୟମାନେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?