Posted inTrending

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ ନାଁରେ କରିଛନ୍ତି। ଗୋଟିଏ ଦେଶରେ ଦିନିକିଆ କ୍ରିକେଟ୍‌ରେ ୨୦୦ଟି ଛକା ପୂରଣ କରିଥିବା ବିଶ୍ୱର ପ୍ରଥମ ବ୍ୟାଟର୍‌ ହୋଇଛନ୍ତି ରୋହିତ।

ଭାରତରେ ଦିନିକିଆ ମ୍ୟାଚ ଖେଳି ରୋହିତ ୨୦୦ ଛକା ପୂରଣ କରିଛନ୍ତି। ଏହି ତାଲିକାରେ ୱେଷ୍ଟଇଣ୍ଡିଜ୍‌ର କିମ୍ବଦନ୍ତୀ ବ୍ୟାଟର୍‌ କ୍ରିସ ଗେଲ ୧୪୭ ଛକା ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଅର୍ଥାତ୍‌ ରୋହିତ ଓ ଗେଲଙ୍କ ମଧ୍ୟରେ ୫୦ରୁ ଅଧିକ ଛକାର ବ୍ୟବଧାନ ରହିଛି।

କେବଳ ଭାରତରେ ନୁହେଁ, ସମଗ୍ର ଦିନିକିଆ କ୍ରିକେଟ୍‌ରେ ମଧ୍ୟ ରୋହିତ ଶର୍ମା ସର୍ବାଧିକ ଛକା ମାରିଥିବା ବ୍ୟାଟର। ତାଙ୍କ ନାଁରେ ୩୭୦ରୁ ଅଧିକ ଛକା ରହିଛି। ଏହି ତାଲିକାରେ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର୍‌ ଶାହିଦ ଆଫ୍ରିଦି ୩୫୧ ଛକା ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। କ୍ରିସ ଗେଲ ୩୩୧ ଛକା ସହ ତୃତୀୟ ସ୍ଥାନରେ ଅଛନ୍ତି।

ଦିନିକିଆରେ ସର୍ବାଧିକ ଛକା
ରୋହିତ ଶର୍ମା ୩୭୭*

ଶାହିଦ ଆଫ୍ରିଦି ୩୫୧

କ୍ରିସ ଗେଲ ୩୩୧

ସନଥ ଜୟସୂର୍ଯ୍ୟା ୨୭୦

ଏମଏସ ଧୋନୀ ୨୨୯

ଇଅନ ମୋର୍ଗାନ ୨୨୦

ଏବି ଡିଭିଲିୟର୍ସ ୨୦୪

ବ୍ରେଣ୍ଡନ ମ୍ୟାକ୍କଲମ ୨୦୦

ସଚିନ ତେନ୍ଦୁଲକର ୧୯୫

ଜୋସ ବଟଲର୍‌ ୧୯୩

ଗୁଆହାଟୀ ମ୍ୟାଚ୍‌ରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜ ୫୦ ଓଭରରେ ୭ ଉଇକେଟ ହରାଇ ୪୦୫ ରନ୍‌ର ବିଶାଳ ସ୍କୋର କରିଥିଲା। ୱେଷ୍ଟଇଣ୍ଡିଜ ପକ୍ଷରୁ ଆମୀର ଜାଙ୍ଗୁ ସର୍ବାଧିକ ୧୧୪ ରନ୍‌ର ଇନିଂସ ଖେଳିଥିଲେ। ୭୭ଟି ବଲ୍‌ରେ ସେ ୧୩ଟି ଚୌକା ଓ ୩ଟି ଛକା ମାରିଥିଲେ।

ଅଧିନାୟକ ଶାଇ ହୋପ ମଧ୍ୟ ଶତକ ହାସଲ କରି ୧୦୪ ରନ କରିଥିଲେ। ତାଙ୍କ ଇନିଂସ୍‌ର ୮ଟି ଚୌକା ଓ ୩ଟି ଛକା ରହିଥିଲା। ଓପନର୍‌ ଜନ କ୍ୟାମ୍ପବେଲ ମଧ୍ୟ ୧୦୧ ରନ୍‌ର ଶତକୀୟ ଇନିଂସ ଖେଳିଥିଲେ। ସେ ୬୮ଟି ବଲ୍‌ରୁ ୯ଟି ଚୌକା ଓ ୫ଟି ଛକା ସହ ଏହି ସ୍କୋର କରିଥିଲେ।

ତିନି ଜଣ ବ୍ୟାଟରଙ୍କ ଶତକ ବଳରେ ୱେଷ୍ଟଇଣ୍ଡିଜ ୪୦୦ ରନ୍‌ର ସୀମା ଅତିକ୍ରମ କରି ଭାରତ ସାମ୍ନାରେ ୪୦୬ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା। ଭାରତ ପକ୍ଷରୁ ଗୁରନୂର ବରାର, ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ୨ଟି ଲେଖାଏ ଉଇକେଟ ନେଇଥିଲେ।

ଏହାପରେ ୪୦୬ ରନ୍‌ର ଲକ୍ଷ୍ୟ ପିଛା କରି ଭାରତୀୟ ଓପନର୍‌ ରୋହିତ ଶର୍ମା ଓ ଶୁବମନ ଗିଲ ମଇଦାନରେ ବ୍ୟାଟିଂର ଜବରଦସ୍ତ ପ୍ରଦର୍ଶନ କରିଥିଲେ। ରୋହିତଙ୍କ ଛକା ବର୍ଷା ସହ ଏହି ମ୍ୟାଚ୍‌ରେ ତାଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବିଶେଷ ବିଶ୍ୱ ରେକର୍ଡ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?