ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ ପୋଷାକ ଓ ପ୍ରଶିକ୍ଷଣର ସୁବିଧା ଥାଏ। ଆଉ କେହି କେହି ଅଭାବ, ଦାରିଦ୍ର୍ୟ ଓ ପ୍ରତିକୂଳତାକୁ ସାଥୀକରି ଆଗକୁ ବଢ଼ନ୍ତି। କିନ୍ତୁ ଜୀବନର ସବୁଠାରୁ ବଡ଼ ଶକ୍ତି ଯେତେବେଳେ ଦୃଢ଼ ମନୋବଳ ଓ ଏକ ମା’ର ସନ୍ତାନ ପାଇଁ ସ୍ବପ୍ନ ସହ ଯୋଡ଼ିହୋଇଯାଏ, ସେତେବେଳେ ଖାଲି ପାଦ ମଧ୍ୟ ବିଜୟର ପଥ ଅତିକ୍ରମ କରିପାରେ। ମହାରାଷ୍ଟ୍ରର ବିଡ୍‌ ଜିଲା ଅନ୍ତର୍ଗତ ଅମ୍ବାଜୋଗାଇରୁ ଆସିଥିବା ଏକ ଖବର ସମଗ୍ର ଦେଶର ବିବେକକୁ ଆନ୍ଦୋଳିତ କରିଛି। ଜଣେ ୪୭ ବର୍ଷୀୟା ମହିଳା ରମାବାଈ ରଣବୀର, କେବଳ ନିଜ ଝିଅର ପାଠପଢ଼ା ଫି’ ଦେବା ପାଇଁ ଶାଢ଼ି ପିନ୍ଧି, ଖାଲି ପାଦରେ ମାରାଥନ୍‌ ଦୌଡ଼ି ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଏହି ଘଟଣା କେବଳ କ୍ରୀଡ଼ା କ୍ଷେତ୍ରର କୌଣସି ଚମତ୍କାର ନୁହେଁ, ବରଂ ଏହା ମାତୃତ୍ୱର ଅସୀମ ତ୍ୟାଗ, ଦାରିଦ୍ର୍ୟ ବିରୋଧରେ ନିରନ୍ତର ସଂଗ୍ରାମ ଏବଂ କନ୍ୟା ଶିକ୍ଷା ପ୍ରତି ଜଣେ ମା’ର ଅତୁଟ ପ୍ରତିବଦ୍ଧତାର ଅନନ୍ୟ ଉଦାହରଣ। ଯେଉଁଠାରେ ଲକ୍ଷ୍ୟ ପବିତ୍ର ଓ ନିଷ୍ଠା ଅଦମ୍ୟ ଥାଏ, ସେଠାରେ ଅଭାବ ଅନଟନ କିମ୍ବା ପରିସ୍ଥିତି କଦାପି ପ୍ରତିବନ୍ଧକ ସାଜିପାରେ ନାହିଁ, ରମାବାଈ ତାହା ପ୍ରମାଣକରି ଦେଖାଇଛନ୍ତି।
ଅମ୍ବାଜୋଗାଇଠାରେ ଭାରତୀୟ ଶିକ୍ଷଣ ପ୍ରସାରକ ସଂସ୍ଥାର ଖୋଲେଶ୍ୱର ଶିକ୍ଷା ସଙ୍କୁଳ ପକ୍ଷରୁ ଅମୃତ ମହୋତ୍ସବ ଅବସରରେ ‘ଅମୃତ ଦୌଡ଼’ ନାମକ ଏକ ମାରାଥନ୍‌ ଆୟୋଜନ ହୋଇଥିଲା। ଛତ୍ରପତି ଶିବାଜୀ ମହାରାଜ ଛକରୁ ଆରମ୍ଭ ହୋଇ ଭାଗ୍ୟନଗର ଛକ ପର୍ଯ୍ୟନ୍ତ ବିସ୍ତୃତ ଥିବା ଏହି ଦୌଡ଼ ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଯୁବତୀଯୁବକ ଅତ୍ୟାଧୁନିକ ସ୍ପୋଟର୍‌ସ ଜୋତା ଓ ଟ୍ରାକ୍‌ ସୁଟ୍‌ ପିନ୍ଧି ଅବତୀର୍ଣ୍ଣ ହୋଇଥିଲେ। ସେହି ଭିଡ଼ ଭିତରେ ଏକ ସାଧାରଣ ଶାଢ଼ି ଓ ଚପଲ ପିନ୍ଧି ରମାବାଈ ପ୍ରତିଯୋଗୀ ଭାବେ ଠିଆ ହୋଇଥିଲେ। ତାଙ୍କ ବେଶଭୂଷା ଦେଖି କେହି କଳ୍ପନା ସୁଦ୍ଧା କରି ନ ଥିଲେ ଯେ ଏହି ମହିଳା ଜଣକ ବିଜେତା ହେବେ। ତାଙ୍କ ପାଇଁ ଏହି ଦୌଡ଼ କୌଣସି ଖେଳ କିମ୍ବା ଖ୍ୟାତି ପାଇଁ ନ ଥିଲା, ତାଙ୍କ ଆଖି ଆଗରେ ନାଚୁଥିଲା କେବଳ ପୁରସ୍କାର ରାଶି ୩୦୦୦ ଟଙ୍କା, ଯାହା ତାଙ୍କ ଝିଅର ବନ୍ଦ ହେବାକୁ ବସିଥିବା ପାଠପଢ଼ାକୁ ପୁଣି ଥରେ ଆଗକୁ ନେଇପାରିବ।
ଦୌଡ଼ ଆରମ୍ଭ ହେବା ମାତ୍ରେ ସେ ପୂର୍ଣ୍ଣ ମନୋବଳ ସହ ଦୌଡ଼ିବା ଆରମ୍ଭ କଲେ। କିନ୍ତୁ କିଛି ବାଟ ଯିବା ପରେ ତାଙ୍କ ପାଦରୁ ଚପଲ ଖସିଯିବାକୁ ଲାଗିଲା, ଯାହା ତାଙ୍କ ଗତିକୁ ମନ୍ଥର କରୁଥିଲା। ସାଧାରଣ ଲୋକ ଏଭଳି ସ୍ଥିତିରେ ହାର ମାନିଥାନ୍ତେ, କିନ୍ତୁ ରମାବାଈ ବିନା ଦ୍ୱିଧାରେ ଚପଲ ଦୁଇଟିକୁ ଖୋଲି ହାତରେ ଧରିନେଲେ ଏବଂ ଖାଲି ପାଦରେ ପିଚୁ ରାସ୍ତାରେ ଦୌଡ଼ିବା ଆରମ୍ଭ କଲେ। ରାସ୍ତାର ଖସଖସିଆ ପଥର, ଖରା ଏବଂ ଶାଢ଼ି ସମ୍ଭାଳିବାର ଆହ୍ବାନ, କିଏ ବି ତାଙ୍କୁ ଅଟକାଇ ପାରି ନ ଥିଲେ। ପାଦର ଯନ୍ତ୍ରଣା ଅପେକ୍ଷା ଝିଅର ଅନ୍ଧକାରମୟ ଭବିଷ୍ୟତର ଭୟ ତାଙ୍କୁ ଅଧିକ ଦ୍ରୁତଗତିରେ ଆଗକୁ ଟାଣି ନେଉଥିଲା। ଶେଷରେ ସମସ୍ତ ତରୁଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ବିଜୟୀ ହୋଇ ଲକ୍ଷ୍ୟସ୍ଥଳ ଅତିକ୍ରମ କଲେ। ଦର୍ଶକ ଓ ଆୟୋଜକମାନେ ଏହି ଅଭୂତପୂର୍ବ ଦୃଶ୍ୟ ଦେଖି ଭାବବିହ୍ବଳ ହୋଇ କରତାଳିରେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଆଜିର ଉପଭୋକ୍ତାବାଦୀ ସମାଜରେ ୩୦୦୦ ଟଙ୍କା ହୁଏତ ଜଣେ ସହରୀ ମଣିଷ ପାଇଁ ଏକ ସାଧାରଣ ଖର୍ଚ୍ଚ କିମ୍ବା ଗୋଟିଏ ବ୍ରାଣ୍ଡେଡ୍‌ ଜୋତାର ମୂଲ୍ୟ ହୋଇ ନ ପାରେ। ମାତ୍ର ଭାରତର ଗ୍ରାମାଞ୍ଚଳରେ ଏହି ରାଶି ଏକ ଗରିବ ପରିବାର ପାଇଁ ଶିକ୍ଷା ଓ ନିରକ୍ଷରତା ମଧ୍ୟରେ ଥିବା ବ୍ୟବଧାନକୁ ସୂଚାଏ। ଏହି ଘଟଣା ଆମ ସମାଜ ତଥା ଶିକ୍ଷା ବ୍ୟବସ୍ଥା ଆଗରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ବାଧୀନତାର ଅମୃତ କାଳରେ ମଧ୍ୟ ଜଣେ ମା’ଙ୍କୁ ନିଜ ସନ୍ତାନର ସ୍କୁଲ ଫି’ ଭରିବା ପାଇଁ ଖାଲି ପାଦରେ ରକ୍ତାକ୍ତ ହୋଇ ରାସ୍ତାରେ ଦୌଡ଼ିବାକୁ ପଡ଼ୁଛି, ଏହା ଶିକ୍ଷା ଅଧିକାର ଓ ସରକାରୀ ଯୋଜନାଗୁଡ଼ିକର ବାସ୍ତବ ରୂପକୁ ଉନ୍ମୋଚିତ କରୁନାହିଁ କି?
ରମାବାଈ ରଣବୀରଙ୍କ ଏହି ସଫଳତା କେବଳ ଏକ କ୍ରୀଡ଼ା ପୁରସ୍କାରରେ ସୀମିତ ନୁହେଁ। ଏହା ସେହି ସମସ୍ତ ନିଃସ୍ବାର୍ଥପର ମା’ମାନଙ୍କର ପ୍ରତୀକ, ଯେଉଁମାନେ ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ନିଜ ସୁଖଶାନ୍ତିକୁ ଜଳାଞ୍ଜଳି ଦେଇଦିଅନ୍ତି। ଭାରତୀୟ ନାରୀ କେବଳ ସହନଶୀଳା ନୁହେଁ, ସମୟ ଆସିଲେ ସେ ସାହସ ଓ ସଂକଳ୍ପର ଅଜେୟ ପ୍ରାଚୀର ହୋଇ ଠିଆ ହୋଇପାରେ। ରମାବାଈଙ୍କ ଏହି ଐତିହାସିକ ଦୌଡ଼ ପ୍ରମାଣକରେ ଯେ, ମନୋବଳ ଏବଂ ସଚ୍ଚୋଟ ଉଦ୍ଦେଶ୍ୟ ଆଗରେ ସମ୍ବଳର ଅଭାବ ହାର ମାନିବାକୁ ବାଧ୍ୟ। ସମାଜ ତଥା ପ୍ରଶାସନ ଏଭଳି ପରିବାରଗୁଡ଼ିକର ଦୁଃଖ ବୁଝି ପ୍ରତ୍ୟେକ କନ୍ୟାର ଶିକ୍ଷା ସୁନିଶ୍ଚିତ କରିବା ହିଁ ରମାବାଈଙ୍କ ଏହି ଅସାଧାରଣ ସଂଗ୍ରାମ ପ୍ରତି ପ୍ରକୃତ ସମ୍ମାନ ହେବ।
ଗଞ୍ଜାମ, ମୋ: ୭୭୮୭୦୦୧୦୦୧

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?