ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ ପୋଷାକ ଓ ପ୍ରଶିକ୍ଷଣର ସୁବିଧା ଥାଏ। ଆଉ କେହି କେହି ଅଭାବ, ଦାରିଦ୍ର୍ୟ ଓ ପ୍ରତିକୂଳତାକୁ ସାଥୀକରି ଆଗକୁ ବଢ଼ନ୍ତି। କିନ୍ତୁ ଜୀବନର ସବୁଠାରୁ ବଡ଼ ଶକ୍ତି ଯେତେବେଳେ ଦୃଢ଼ ମନୋବଳ ଓ ଏକ ମା’ର ସନ୍ତାନ ପାଇଁ ସ୍ବପ୍ନ ସହ ଯୋଡ଼ିହୋଇଯାଏ, ସେତେବେଳେ ଖାଲି ପାଦ ମଧ୍ୟ ବିଜୟର ପଥ ଅତିକ୍ରମ କରିପାରେ। ମହାରାଷ୍ଟ୍ରର ବିଡ୍‌ ଜିଲା ଅନ୍ତର୍ଗତ ଅମ୍ବାଜୋଗାଇରୁ ଆସିଥିବା ଏକ ଖବର ସମଗ୍ର ଦେଶର ବିବେକକୁ ଆନ୍ଦୋଳିତ କରିଛି। ଜଣେ ୪୭ ବର୍ଷୀୟା ମହିଳା ରମାବାଈ ରଣବୀର, କେବଳ ନିଜ ଝିଅର ପାଠପଢ଼ା ଫି’ ଦେବା ପାଇଁ ଶାଢ଼ି ପିନ୍ଧି, ଖାଲି ପାଦରେ ମାରାଥନ୍‌ ଦୌଡ଼ି ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଏହି ଘଟଣା କେବଳ କ୍ରୀଡ଼ା କ୍ଷେତ୍ରର କୌଣସି ଚମତ୍କାର ନୁହେଁ, ବରଂ ଏହା ମାତୃତ୍ୱର ଅସୀମ ତ୍ୟାଗ, ଦାରିଦ୍ର୍ୟ ବିରୋଧରେ ନିରନ୍ତର ସଂଗ୍ରାମ ଏବଂ କନ୍ୟା ଶିକ୍ଷା ପ୍ରତି ଜଣେ ମା’ର ଅତୁଟ ପ୍ରତିବଦ୍ଧତାର ଅନନ୍ୟ ଉଦାହରଣ। ଯେଉଁଠାରେ ଲକ୍ଷ୍ୟ ପବିତ୍ର ଓ ନିଷ୍ଠା ଅଦମ୍ୟ ଥାଏ, ସେଠାରେ ଅଭାବ ଅନଟନ କିମ୍ବା ପରିସ୍ଥିତି କଦାପି ପ୍ରତିବନ୍ଧକ ସାଜିପାରେ ନାହିଁ, ରମାବାଈ ତାହା ପ୍ରମାଣକରି ଦେଖାଇଛନ୍ତି।
ଅମ୍ବାଜୋଗାଇଠାରେ ଭାରତୀୟ ଶିକ୍ଷଣ ପ୍ରସାରକ ସଂସ୍ଥାର ଖୋଲେଶ୍ୱର ଶିକ୍ଷା ସଙ୍କୁଳ ପକ୍ଷରୁ ଅମୃତ ମହୋତ୍ସବ ଅବସରରେ ‘ଅମୃତ ଦୌଡ଼’ ନାମକ ଏକ ମାରାଥନ୍‌ ଆୟୋଜନ ହୋଇଥିଲା। ଛତ୍ରପତି ଶିବାଜୀ ମହାରାଜ ଛକରୁ ଆରମ୍ଭ ହୋଇ ଭାଗ୍ୟନଗର ଛକ ପର୍ଯ୍ୟନ୍ତ ବିସ୍ତୃତ ଥିବା ଏହି ଦୌଡ଼ ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଯୁବତୀଯୁବକ ଅତ୍ୟାଧୁନିକ ସ୍ପୋଟର୍‌ସ ଜୋତା ଓ ଟ୍ରାକ୍‌ ସୁଟ୍‌ ପିନ୍ଧି ଅବତୀର୍ଣ୍ଣ ହୋଇଥିଲେ। ସେହି ଭିଡ଼ ଭିତରେ ଏକ ସାଧାରଣ ଶାଢ଼ି ଓ ଚପଲ ପିନ୍ଧି ରମାବାଈ ପ୍ରତିଯୋଗୀ ଭାବେ ଠିଆ ହୋଇଥିଲେ। ତାଙ୍କ ବେଶଭୂଷା ଦେଖି କେହି କଳ୍ପନା ସୁଦ୍ଧା କରି ନ ଥିଲେ ଯେ ଏହି ମହିଳା ଜଣକ ବିଜେତା ହେବେ। ତାଙ୍କ ପାଇଁ ଏହି ଦୌଡ଼ କୌଣସି ଖେଳ କିମ୍ବା ଖ୍ୟାତି ପାଇଁ ନ ଥିଲା, ତାଙ୍କ ଆଖି ଆଗରେ ନାଚୁଥିଲା କେବଳ ପୁରସ୍କାର ରାଶି ୩୦୦୦ ଟଙ୍କା, ଯାହା ତାଙ୍କ ଝିଅର ବନ୍ଦ ହେବାକୁ ବସିଥିବା ପାଠପଢ଼ାକୁ ପୁଣି ଥରେ ଆଗକୁ ନେଇପାରିବ।
ଦୌଡ଼ ଆରମ୍ଭ ହେବା ମାତ୍ରେ ସେ ପୂର୍ଣ୍ଣ ମନୋବଳ ସହ ଦୌଡ଼ିବା ଆରମ୍ଭ କଲେ। କିନ୍ତୁ କିଛି ବାଟ ଯିବା ପରେ ତାଙ୍କ ପାଦରୁ ଚପଲ ଖସିଯିବାକୁ ଲାଗିଲା, ଯାହା ତାଙ୍କ ଗତିକୁ ମନ୍ଥର କରୁଥିଲା। ସାଧାରଣ ଲୋକ ଏଭଳି ସ୍ଥିତିରେ ହାର ମାନିଥାନ୍ତେ, କିନ୍ତୁ ରମାବାଈ ବିନା ଦ୍ୱିଧାରେ ଚପଲ ଦୁଇଟିକୁ ଖୋଲି ହାତରେ ଧରିନେଲେ ଏବଂ ଖାଲି ପାଦରେ ପିଚୁ ରାସ୍ତାରେ ଦୌଡ଼ିବା ଆରମ୍ଭ କଲେ। ରାସ୍ତାର ଖସଖସିଆ ପଥର, ଖରା ଏବଂ ଶାଢ଼ି ସମ୍ଭାଳିବାର ଆହ୍ବାନ, କିଏ ବି ତାଙ୍କୁ ଅଟକାଇ ପାରି ନ ଥିଲେ। ପାଦର ଯନ୍ତ୍ରଣା ଅପେକ୍ଷା ଝିଅର ଅନ୍ଧକାରମୟ ଭବିଷ୍ୟତର ଭୟ ତାଙ୍କୁ ଅଧିକ ଦ୍ରୁତଗତିରେ ଆଗକୁ ଟାଣି ନେଉଥିଲା। ଶେଷରେ ସମସ୍ତ ତରୁଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ବିଜୟୀ ହୋଇ ଲକ୍ଷ୍ୟସ୍ଥଳ ଅତିକ୍ରମ କଲେ। ଦର୍ଶକ ଓ ଆୟୋଜକମାନେ ଏହି ଅଭୂତପୂର୍ବ ଦୃଶ୍ୟ ଦେଖି ଭାବବିହ୍ବଳ ହୋଇ କରତାଳିରେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଆଜିର ଉପଭୋକ୍ତାବାଦୀ ସମାଜରେ ୩୦୦୦ ଟଙ୍କା ହୁଏତ ଜଣେ ସହରୀ ମଣିଷ ପାଇଁ ଏକ ସାଧାରଣ ଖର୍ଚ୍ଚ କିମ୍ବା ଗୋଟିଏ ବ୍ରାଣ୍ଡେଡ୍‌ ଜୋତାର ମୂଲ୍ୟ ହୋଇ ନ ପାରେ। ମାତ୍ର ଭାରତର ଗ୍ରାମାଞ୍ଚଳରେ ଏହି ରାଶି ଏକ ଗରିବ ପରିବାର ପାଇଁ ଶିକ୍ଷା ଓ ନିରକ୍ଷରତା ମଧ୍ୟରେ ଥିବା ବ୍ୟବଧାନକୁ ସୂଚାଏ। ଏହି ଘଟଣା ଆମ ସମାଜ ତଥା ଶିକ୍ଷା ବ୍ୟବସ୍ଥା ଆଗରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ବାଧୀନତାର ଅମୃତ କାଳରେ ମଧ୍ୟ ଜଣେ ମା’ଙ୍କୁ ନିଜ ସନ୍ତାନର ସ୍କୁଲ ଫି’ ଭରିବା ପାଇଁ ଖାଲି ପାଦରେ ରକ୍ତାକ୍ତ ହୋଇ ରାସ୍ତାରେ ଦୌଡ଼ିବାକୁ ପଡ଼ୁଛି, ଏହା ଶିକ୍ଷା ଅଧିକାର ଓ ସରକାରୀ ଯୋଜନାଗୁଡ଼ିକର ବାସ୍ତବ ରୂପକୁ ଉନ୍ମୋଚିତ କରୁନାହିଁ କି?
ରମାବାଈ ରଣବୀରଙ୍କ ଏହି ସଫଳତା କେବଳ ଏକ କ୍ରୀଡ଼ା ପୁରସ୍କାରରେ ସୀମିତ ନୁହେଁ। ଏହା ସେହି ସମସ୍ତ ନିଃସ୍ବାର୍ଥପର ମା’ମାନଙ୍କର ପ୍ରତୀକ, ଯେଉଁମାନେ ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ନିଜ ସୁଖଶାନ୍ତିକୁ ଜଳାଞ୍ଜଳି ଦେଇଦିଅନ୍ତି। ଭାରତୀୟ ନାରୀ କେବଳ ସହନଶୀଳା ନୁହେଁ, ସମୟ ଆସିଲେ ସେ ସାହସ ଓ ସଂକଳ୍ପର ଅଜେୟ ପ୍ରାଚୀର ହୋଇ ଠିଆ ହୋଇପାରେ। ରମାବାଈଙ୍କ ଏହି ଐତିହାସିକ ଦୌଡ଼ ପ୍ରମାଣକରେ ଯେ, ମନୋବଳ ଏବଂ ସଚ୍ଚୋଟ ଉଦ୍ଦେଶ୍ୟ ଆଗରେ ସମ୍ବଳର ଅଭାବ ହାର ମାନିବାକୁ ବାଧ୍ୟ। ସମାଜ ତଥା ପ୍ରଶାସନ ଏଭଳି ପରିବାରଗୁଡ଼ିକର ଦୁଃଖ ବୁଝି ପ୍ରତ୍ୟେକ କନ୍ୟାର ଶିକ୍ଷା ସୁନିଶ୍ଚିତ କରିବା ହିଁ ରମାବାଈଙ୍କ ଏହି ଅସାଧାରଣ ସଂଗ୍ରାମ ପ୍ରତି ପ୍ରକୃତ ସମ୍ମାନ ହେବ।
ଗଞ୍ଜାମ, ମୋ: ୭୭୮୭୦୦୧୦୦୧

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଯୁବକଙ୍କ ମୃତଦେହ, ଦେଓଗାଁରେ ବାଇକ୍‌ ରଖି…

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ରାଏପାଲି ଗ୍ରାମ ନିକଟ ଟ୍ରେନ୍‌ ଟ୍ରାକ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ…

ପ୍ରଶାସନିକ ସ୍ତରରେ ଅଦଳବଦଳ; ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୮।୧୦: ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି ହୋଇଛନ୍ତି । ଭୁବନେଶ୍ବର ସ୍ଥିତ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ…

ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା…

ପଞ୍ଜାବ କିଙ୍ଗ୍ସକୁ ଲାଗିଲା ୪୪୦ ଭୋଲର୍ଟ ଝଟକା: ଟିମ୍‌ ଛାଡ଼ିଦେଲେ…

ନୂଆଦିଲ୍ଲୀ,୮।୧୧: ଆଇପିଏଲ୍‌ର ଆଗାମୀ ସିଜନ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ୪୪୦ ଭୋଲର୍ଟ ଝଟକା ଲାଗିଛି। ଦଳର କୋଚିଂ ଷ୍ଟାଫ୍‌ରୁ ଆଉ ଦୁଇଜଣ ସଦସ୍ୟ ବିଦାୟ ନେଇଛନ୍ତି। ରିପୋର୍ଟ…

”ବୋହୂ ପେନଶନରେ ଶାଶୂଙ୍କ ଅଧିକାର ନାହିଁ”: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୮।୧୦: ୮୩ ବର୍ଷୀୟା ଜଣେ ବୃଦ୍ଧା ମହିଳାଙ୍କୁ ନିଜ ସ୍ୱର୍ଗତ ପୁଅର ସ୍ତ୍ରୀ ଅର୍ଥାତ ନିଜ ବିଧବା ବୋହୂଠାରୁ ପେନସନର ଅଂଶ ମାଗିବା ମହଙ୍ଗା ପଡ଼ିଲା। ତାଙ୍କ…

ଶୋଇଥିବାବେଳେ ସ୍ବାମୀଙ୍କ ତଣ୍ଟି ଉପରେ ଚଢ଼ି ଜୀବନ ନେଇଗଲେ ସ୍ତ୍ରୀ, ଘର ବାହାରେ…

ଆଳି,୮ା୧୦(ବନମାଳୀ ସେନାପତି): ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ…

ଆନ୍ଦୋଳନରେ ବସିଛନ୍ତି ଟାଟା ପାୱାର ଠିକା କର୍ମଚାରୀ: ଅନ୍ଧାରରେ ଉପଭୋକ୍ତା

ଭଞ୍ଜନଗର, ୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା ଆଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?