ବସ୍‌କୁ ଧକ୍କାଦେଲା ଟ୍ରକ୍‌, ପରେ ସ୍କୁଟି ଉପରେ ଚଢ଼ିଗଲା ବସ୍‌, ଆଉ ତା’ ପରେ…

ଛତ୍ରପୁର,୧ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଭାଗ୍ୟଲକ୍ଷ୍ମୀ ନଗର ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଗୁରୁବାର ଏକ ଅଭାବନୀୟ ସିରିଜ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ଭାଗ୍ୟଲକ୍ଷ୍ମୀ ନଗର ଅଞ୍ଚଳର ଟୁକୁନା ଆଚାରୀ। ଗୁରୁତରମାନେ ହେଲେ ବୁଡୁ ଗୌଡ଼, ଆକାଶ ଗୌଡ଼ ଓ ପ୍ରଶାନ୍ତ ଶବର।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ବସ୍‌କୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଧକ୍କା ପରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ଏକ ସ୍କୁଟି ବାଇକ୍‌ଗୁଡ଼ିକ ଉପରେ ଚଢ଼ିଯାଇଥିଲା। ଏହି ସମୟରେ ଟୁକୁନା ବସ୍‌ ଚକା ତଳେ ଚାପି ଯାଇଥିଲେ।
ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଓ୍ବାର୍‌ କଟର୍‌ ସାହାଯ୍ୟରେ ବସ୍‌କୁ କାଟି ଟୁକୁନାଙ୍କୁ ଉଦ୍ଧାର କରିଥିଲା। ଘଟଣାସ୍ଥଳରେ ପହଞ୍ଚି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଟୁକୁନାଙ୍କ ସମେତ ଗୁରୁତରମାନଙ୍କୁ ନିଜ ଗାଡ଼ିରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଟୁକୁନାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଛତ୍ରପୁର ମେଡିକାଲରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ଅନ୍ୟପକ୍ଷରେ, ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ତେବେ ଚମାଖଣ୍ଡି ଥାନା ପୋଲିସ ଟ୍ରକ୍‌ଟିକୁ କାଳିଆବାଲି ରାସ୍ତାରେ ପିଛା କରି ଧରିଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସରେ ପ୍ରଥମ ଥର ପାଇଁ ଘଟିବ ଏମିତି, ଗୋଲ୍ଡ ମେଡାଲ ପାଇଁ ମହାଲଢେଇ, ଜାଣନ୍ତୁ କେବେ…

ନୂଆଦିଲ୍ଲୀ, ୧।୧୦: ଜାପାନର ଆଇଚି-ନାଗୋୟାରେ ଚାଲିଥିବା ଏସିଆନ ଗେମ୍ସ ୨୦୨୬ର ମେନ୍ସ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଉଭୟ ଦଳ ନିଜ ନିଜ…

ତୃତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, ସିରିଜରୁ ବାଦ୍ ପଡ଼ିଲେ…

ନୂଆଦିଲ୍ଲୀ,୩୦ା୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦୁଇଟି ମ୍ୟାଚ୍ ଶେଷ ହୋଇଛି । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସିରିଜ୍‌କୁ…

ବୃଦ୍ଧାବୃଦ୍ଧଙ୍କ ଶେଷ ଠିକଣା ବରିଷ୍ଠ ନିବାସ, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ବୃଦ୍ଧାବୃଦ୍ଧଙ୍କ ଶେଷ ଠିକଣା ବରିଷ୍ଠ ନିବାସ ବୋଲି କୁହାଯାଉଛି। କାରଣ ଝିଅ ପୁଅ ବୋହୁ ମାନଙ୍କ ଅତିଷ ଯନ୍ତ୍ରଣା ଖୁବ…

VRS ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ ଆର୍.ଏସ୍. ଗୋପାଳନ୍‌: ଜୋର୍‌ ଧରିଲା ଚର୍ଚ୍ଚା…

ଭୁବନେଶ୍ୱର,୧ା୧୦: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍. ଏସ୍. ଗୋପାଳନ୍‌ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍‌ର ଏହି…

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

ବକେୟା ଚାଲାଣ ଥିଲେ ସାବଧାନ! ସୁପ୍ରିମକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ, ଜାଣନ୍ତୁ କେଉଁ କେଉଁ ସେବା ହେବ ବନ୍ଦ

ନୂଆଦିଲ୍ଲୀ, ୧।୧୦: ଆପଣଙ୍କ ଗାଡ଼ିରେ ଦୀର୍ଘଦିନ ଧରି ଇ-ଚାଲାଣ ବକେୟା ରହିଛି କି? ତେବେ ଏହାକୁ ଅଣଦେଖା କରିବା ମହଙ୍ଗା ପଡ଼ିପାରେ। ଟ୍ରାଫିକ ଜରିମାନା ଆଦାୟକୁ ନେଇ…

ଶେଷ ମିନିଟ୍‌ରେ ଗୋଲ୍, ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ହକି ସେମିଫାଇନାଲରେ ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ପରାସ୍ତ କରିଛି ଭାରତ । ଗୁରୁବାର (୧ ଅକ୍ଟୋବର) ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?