ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି ଆଦି ଅନେକ ମିଛ କୁହନ୍ତି। ପିଲା ମନ, କେତେବେଳେ ବୁଝିଯାଏ ଆଉ କେତେବେଳେ ଅବୁଝା ମଧ୍ୟ ହୋଇଥାଏ। ଦିନେ ମା’ କହିଲେ, ଜାଣିଛୁ ବାବା! ତୋ ବାପା ପରା ଆକାଶର ତାରା ହୋଇଯାଇଛନ୍ତି। ସେ ଆଉ କେବେ ଆମ ପାଖକୁ ଆସିବେ ନାହିଁ। ଆମଠୁ ସେ ଉଚ୍ଚରେ ରହିଛନ୍ତି। ଆମେ ତାଙ୍କୁ ଦେଖି ପାରିବା, ସେ ମଧ୍ୟ ଆମକୁ ଦେଖିପାରିବେ, ଜାଣିପାରିବେ ଆଉ ଆମ ସୁଖଦୁଃଖ କଥା ବୁଝିବେ, କିନ୍ତୁ ଆମ ପାଖକୁ ଆସିପାରିବେ ନାହିଁ କିମ୍ବା ଆମେ ତାଙ୍କ ପାଖକୁ ଯାଇପାରିବା ନାହିଁ। ପିଲାଟି କହିଲା, ମା’ ସେଇଥିପାଇଁ ବୋଧେ ଆକାଶରେ ଏତେ ତାରା! ଯେଉଁମାନଙ୍କ ବାପା ପାଖରେ ନାହାନ୍ତି କିମ୍ବା ଆସିବାର ନାହିଁ ସେମାନେ ଆକାଶର ତାରା ହୋଇ ଯାଆନ୍ତି। କହିବା ବାହୁଲ୍ୟ, ପିଲାଟିର ଜନ୍ମ-ମୃତ୍ୟୁ ସଂକ୍ରାନ୍ତୀୟ ଜ୍ଞାନ ନ ଥିଲା ବରଂ ମା’ କଥା ଉପରେ ଅଗାଧ ବିଶ୍ୱାସ ଥିଲା। ଦିନ ଗଡ଼ି ଚାଲିଲା।
ପିଲାଟି ଗାଁ ଛାଡ଼ି ସହରକୁ ଆସିଲା। ହେଲେ କ’ଣ ହେବ ତାରାକୁ ଦେଖି ସମୟ ବିତାଇଥିବା ପିଲାଟି ଆଉ ତାରା ଦେଖିବାକୁ ପାଉନାହିଁ। ଗାଁରେ ରାତିର ଅନ୍ଧାରରେ ଆକାଶରେ ଚିକ୍‌ଚିକ୍‌ କରୁଥିବା ତାରାମାନେ ସହରର ଆଲୋକିତ ରାତିରେ ଫିକା ପଡ଼ିଯାଆନ୍ତି।
ତାରାମାନଙ୍କୁ ନେଇ ଗାଁଗୁଡ଼ିକରେ ଅନେକ ଲୋକକଥା ରହିଛି ଯେମିତି ‘ଏକ ତାରା ମଣିଷ ମରା’ ଅର୍ଥାତ୍‌ ଗୋଟିଏ ତାରା ଦେଖିଲେ ନିକଟ ଭବିଷ୍ୟତରେ ମରଣାନ୍ତକ କଷ୍ଟ ଭୋଗିବା କିମ୍ବା କୌଣସି ନିକଟ ସମ୍ପର୍କୀୟଙ୍କ ଦେହାନ୍ତ ହେବା ସମ୍ଭାବନା ରହିଥାଏ। ଆକାଶରେ ସପ୍ତର୍ଷିମଣ୍ଡଳ ଏବଂ ଧ୍ରୁବତାରା ଉପରେ ଅନେକ ପୌରାଣିକ ତତ୍ତ୍ୱ ଏବଂ ତଥ୍ୟର ଅବତାରଣା ରହିଛି। ନିଷ୍ଠା, ସତ୍ୟ ଓ ଧର୍ମର ପ୍ରତୀକ ଭାବେ ୭ ଋଷିଙ୍କର ଗୌରବ ଗାଥାକୁ ସ୍ମରଣକରିବା ସହ ଧ୍ରୁବଙ୍କର ଐକାନ୍ତିକ ପ୍ରାର୍ଥନା ଏବଂ ସିଦ୍ଧିଲାଭକୁ କେମିତି ଦୈନନ୍ଦିନ ଜୀବନରେ ଆମେ ପାଳନ କରିପାରିବା ସେଥିପାଇଁ ମଧ୍ୟ ଅନେକ ଉପଦେଶାମତ୍କ ବାଣୀ ରହିଛି। ସପ୍ତର୍ଷିମଣ୍ଡଳକୁ ଦେଖେଇ ଲୋକେ କୁହନ୍ତି ହେଇ ଦେଖ ! ସାତଜଣ ଋଷି ନିଜ ନିଜର ଭକ୍ତି ଏବଂ ଅଦ୍ୱିତୀୟ ଗୁଣାବଳୀ ଯୋଗୁ ଆକାଶରେ ସ୍ଥାନ ପାଇଲେ। ସେମାନଙ୍କ ମଧ୍ୟରୁ ଧ୍ରୁବଙ୍କର ସ୍ଥାନ ମଧ୍ୟ ଅଦ୍ୱିତୀୟ । କାରଣ ସେ ତାଙ୍କର ସତ୍ୟ-ନିଷ୍ଠା ମାତୃଭକ୍ତି, ସାଂସାରିକ ମୋହମାୟାରୁ ମୁକ୍ତହୋଇ ନାରାୟଣଙ୍କ ପାଖରେ ସମର୍ପିତ ଥିଲେ। ଆମେ ଯେତେବେଳେ କୌଣସି କଥା ଉପରେ ଦୃଢ଼ ପ୍ରତିଜ୍ଞ ହୋଇଯାଉ ସେତେବେଳେ ପାଟିରୁ ବାହାର଼େ ଧ୍ରୁବସତ୍ୟ। ପୂର୍ବରୁ ସପ୍ତର୍ଷିମଣ୍ଡଳର ଅବସ୍ଥିତିକୁ ଲକ୍ଷ୍ୟକରି ରାତିରେ ଲୋକମାନେ ଦିଗ ନିର୍ଣ୍ଣୟ କରୁଥିଲେ। ଲଞ୍ଜାତାରାକୁ ଦେଖି ଆଗତ ଭବିଷ୍ୟତ କଥା ଚିନ୍ତା କରାଯାଉଥିଲା। ଏହାକୁ ଆଧାରକରି ବୈଜ୍ଞାନିକ ଏବଂ ଜ୍ୟୋତିଷ ବିଶାରଦମାନେ ବିଭିନ୍ନ ତଥ୍ୟ ରଖୁଥିଲେ ମଧ୍ୟ ସାଧାରଣ ଜନମାନସରେ ଏହାକୁ ନେଇ ଅନେକ ଆଳାପ ଆଲୋନା ଚାଲିଥାଏ।
ଆକାଶର ତାରାମାନଙ୍କୁ ପୃଥିବୀର ମଣିଷମାନଙ୍କ ସହ ତୁଳନା ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ମନେହୁଏ।
ଭର୍ତ୍ତୃହରିଙ୍କ ରିତ ନୀତିଶ୍ଳୋକର ବର୍ଣ୍ଣନା ଅନୁଯାୟୀ ବଂଶରେ ଜଣେ ଗୁଣୀପୁତ୍ର ଜନ୍ମହେବା ଶତଗୁଣ ଭଲ, କିନ୍ତୁ ଶହେ ମୂର୍ଖ ପୁତ୍ର ଜନ୍ମନେବା ନିରର୍ଥକ। ଯେମିତି ଆକାଶରେ ଅସଂଖ୍ୟ ତାରା ଥିଲେ ମଧ୍ୟ ସେମାନେ ରାତିର ଅନ୍ଧକାରକୁ ଦୂରେଇବାରେ ଅସମର୍ଥ ହୋଇଥିବା ବେଳେ ଏକମାତ୍ର ନ୍ଦ୍ର ରାତିକୁ ଆଲୋକିତ କରିବାରେ ସମର୍ଥ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ନ୍ଦ୍ରର ନିଜର ଆଲୋକ ନାହିଁ, ସୂର୍ଯ୍ୟଙ୍କ ଆଲୋକରେ ଏହା ଆଲୋକିତ। ସୂର୍ଯ୍ୟ ହେଉଛି ଏକ ତାରା, ସେ ପୃଥିବୀର ନିକଟବର୍ତ୍ତୀ ତାରା ହୋଇଥିବାରୁ ତାଙ୍କର କିରଣ ଆମ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଥାଏ। ତେଣୁ ନ୍ଦ୍ର ସାଙ୍ଗରେ ତାରାଙ୍କୁ ତୁଳନା କରାଯାଇପାରେ ହେଲେ ଏହା ସମ୍ପୂର୍ଣ୍ଣ ଭାବେ ସତ୍ୟ ହୋଇ ନ ପାରେ। ଅନ୍ୟ ଏକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଯିଏ ପାଖରେ ସେ ନିଜର, ଯିଏ ଦୂରରେ ସେ ପର। ଦୂର ବନ୍ଧୁ ସୁନ୍ଦର ହୋଇପାରନ୍ତି, କିନ୍ତୁ ସେମାନେ ସମୟ ଅସମୟରେ ପହଞ୍ଚି କୌଣସି ପ୍ରକାର ସାହାଯ୍ୟ ସହଯୋଗର ହାତ ବଢ଼ାଇବା କଷ୍ଟକର। ସେହି ନ୍ୟାୟରେ ଆକାଶରେ ବହୁ କୋଟି ତାରା ଥିଲେ ମଧ୍ୟ ଗୋଟିଏ ସୂର୍ଯ୍ୟ ଆମର ନିତିଦିନିଆ ସାଥୀ। ଆକାଶ ଅସୀମିତ ଏବଂ ଏଥିରେ ଅସଂଖ୍ୟ ତାରା, ଗ୍ରହ, ଉପଗ୍ରହ ଭରପୂର ହୋଇଥିଲେ ମଧ୍ୟ ମଣିଷର ସୀମିତ ଜ୍ଞାନ ଓ ସାମର୍ଥ୍ୟ ବଳରେ ସେସବୁକୁ କିଛି ମାତ୍ରାରେ ଜାଣିବା ସହ ଜିଣିପାରିଛି।

ଡ. ସୀତାକାନ୍ତ ତ୍ରିପାଠୀ
ମୋ: ୯୭୭୮୭୬୪୩୯୪


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?