Posted inTrending, ଖେଳ

ଆଉ ଏକ ମାଇଲଷ୍ଟୋନ ହାସଲ କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ସବୁଠୁ କନିଷ୍ଠ କ୍ରିକେଟର୍‌ ଭାବେ କଲେ…

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ତଥା ‘ୱଣ୍ଡରକିଡ’ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ସଫଳତା। ମାତ୍ର ୧୫ ବର୍ଷ ବୟସରେ ବୈଭବଙ୍କୁ ‘TIME 100 Next 2026’ ତାଲିକାରେ ସ୍ଥାନ ମିଳିଛି। ଭବିଷ୍ୟତରେ ବିଶ୍ୱସ୍ତରରେ ପ୍ରଭାବ ପକାଇପାରୁଥିବା ଉଦୀୟମାନ ବ୍ୟକ୍ତିତ୍ୱଙ୍କୁ ଚିହ୍ନଟ କରୁଥିବା ଏହି ତାଲିକାରେ ବୈଭବ ସବୁଠୁ କମ ବୟସ୍କ ବ୍ୟକ୍ତି ବୋଲି ଦାବି କରାଯାଇଛି।

ଟାଇମ ମ୍ୟାଗାଜିନ ବୈଭବଙ୍କୁ ‘Phenoms’ ବର୍ଗରେ ସାମିଲ କରିଛି। ଏହା ସହିତ ତାଙ୍କ ନାଁ ଏବେ ବିଶ୍ୱର ଉଦୀୟମାନ ପ୍ରତିଭାମାନଙ୍କ ତାଲିକାରେ ସ୍ଥାନ ପାଇଛି। TIME 100 Next 2026ରେ ବୈଭବଙ୍କ ବ୍ୟତୀତ ଖେଳ ଜଗତର ଆଉ ୬ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି। ସେମାନଙ୍କ ମଧ୍ୟରେ ଆମେରିକୀୟ ଫୁଟବଲ କ୍ୱାର୍ଟରବ୍ୟାକ ଆର୍ଚ ମ୍ୟାନିଂ, NBA ଷ୍ଟାର୍‌ ଟାଇରିସ ମ୍ୟାକ୍ସି, ମହିଳା ଫୁଟବଲର୍‌ ନାଓମି ଗିର୍ମା, ଷ୍ଟ୍ରାଇକର୍‌ ଫୋଲାରିନ ବାଲୋଗୁନ, ଟେନିସ ଖେଳାଳି ଆଲେକ୍ସାଣ୍ଡ୍ରା ଏଲା ଏବଂ ବାସ୍କେଟବଲ ଷ୍ଟାର୍‌ ଅଲିଭିଆ ମାଇଲ୍ସ ରହିଛନ୍ତି।

ବୈଭବ ସୂର୍ଯ୍ୟବଂଶୀଙ୍କ କ୍ରିକେଟ ଯାତ୍ରା ଏକ ରୋମାଞ୍ଚକର କାହାଣୀଠାରୁ କମ ନୁହେଁ। ୨୦୨୪ IPL ନିଲାମରେ ସେ ମାତ୍ର ୧୩ ବର୍ଷ ବୟସରେ ରାଜସ୍ଥାନ ରୟାଲ୍ସ ଦଳରେ ସାମିଲ ହୋଇ ଇତିହାସ ରଚିଥିଲେ। ସେତେବେଳେ ସେ IPL ନିଲାମ ଇତିହାସର ସବୁଠୁ କମ ବୟସ୍କ ଖେଳାଳି ହୋଇଥିଲେ।

ଏହାର ପରବର୍ତ୍ତୀ ବର୍ଷ ବୈଭବ IPLରେ ପଦାର୍ପଣ କରିଥିଲେ। ଏହାପରେ ପୁରୁଷ T20 କ୍ରିକେଟ ଇତିହାସରେ ସବୁଠୁ କମ ବୟସରେ ଶତକ ହାସଲ କରି ଆଉ ଏକ ବଡ଼ ରେକର୍ଡ ନିଜ ନାଁରେ କରିଥିଲେ। ବୈଭବଙ୍କ ନାଁରେ ଆଉ ଏକ ବିଶେଷ ରେକର୍ଡ ରହିଛି। ସେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ସବୁଠୁ କମ ବୟସ୍କ ଖେଳାଳି ହୋଇଛନ୍ତି। ଏହି ଉପଲବ୍ଧି ହାସଲ କରିବା ସମୟରେ ସେ କିମ୍ବଦନ୍ତୀ ବ୍ୟାଟର୍‌ ସଚିନ ତେନ୍ଦୁଲକରଙ୍କ ପୂର୍ବ ରେକର୍ଡକୁ ଅତିକ୍ରମ କରିଥିବା ଦାବି କରାଯାଇଛି। ବର୍ତ୍ତମାନ ବୈଭବ ଭାରତୀୟ ଦଳ ପାଇଁ ମଧ୍ୟ ପ୍ରଦର୍ଶନ କରୁଛନ୍ତି। ଏଥିସହ ଚଳିତ ଏସିଆନ ଗେମ୍ସରେ ମଧ୍ୟ ସେ ଭାରତୀୟ ଦଳର ସବୁଠୁ କମ ବୟସ୍କ ସଦସ୍ୟ ବୋଲି କୁହାଯାଉଛି।

ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ମଇଦାନରୁ ଆରମ୍ଭ କରି ଏବେ ବିଶ୍ୱର ପ୍ରତିଷ୍ଠିତ ଟାଇମ ମ୍ୟାଗାଜିନ୍ର TIME 100 Next ତାଲିକାରେ ସ୍ଥାନ ପାଇବା ବୈଭବଙ୍କ ବଢ଼ୁଥିବା ପରିଚୟର ଆଉ ଏକ ଉଦାହରଣ ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ ଅଭିଯାନରେ ସାମିଲ ହେଲେ ଅଧିକ୍ଷକ: କର୍ମଚାରୀଙ୍କୁ ଦେଲେ ସ୍ବଚ୍ଛତା ବାର୍ତ୍ତା

କେସିଙ୍ଗା, ୧।୧୦ (ତୁମେଶ୍ୱର ସାହୁ): ଆଗାମୀ ଗାନ୍ଧୀ ଜୟନ୍ତୀ ଏବଂ ଅକ୍ଟୋବର ୧ ତାରିଖର ସ୍ବତନ୍ତ୍ର ସ୍ବଚ୍ଛତା ଶ୍ରମଦାନ ଅବସରରେ କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ…

୫୫ ବର୍ଷର ଦିନିକିଆ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି: ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମିଶିକି କଲେ ବିଶ୍ୱରେକର୍ଡ

ଗୁଆହାଟୀ,୧।୧୦:ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁଆହାଟୀର ବାରସାପାରା କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ୧୯୭୧ରୁ ଆରମ୍ଭ…

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?