ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ କେଉଁଠି ଥା’ନ୍ତା, ତେବେ ତାହା ବିରୋଧରେ ଗଦା ଗଦା ଅଭିଯୋଗ ଆସିଯାଇଥାନ୍ତା। ହେଲେ କଶ୍ମୀରର ପାମ୍ପୋରରେ ଥିବା ଏମିତି ଏକ ସ୍କୁଲକୁ ଅଭିଭାବକମାନେ ଖୁସିରେ ପିଲାଙ୍କୁ ପଠାଉଛନ୍ତି। ଆଇନଜୀବୀ ନଦିମ କାଦ୍ରି ଏହି ସ୍କୁଲ ୨୦୧୯-୨୦ରେ ପ୍ରତିଷ୍ଠା କରିଥିଲେ। ଏହା ଏକ ନେଚର ସ୍କୁଲ ଏବଂ ପ୍ରତି ରବିବାର ଏହି ସ୍କୁଲ ଚାଲୁଛି। ଏଠାରେ ପିଲାମାନେ ଆର୍ଦ୍ରଭୂମି, ବନ୍ୟଜନ୍ତୁ, ପରିବେଶ ଓ ଯୋଗାଯୋଗ ସମ୍ପର୍କରେ ପାଠ ପଢ଼ୁଛନ୍ତି। ପାମ୍ପୋର ଏବଂ ଏହାର ଆଖପାଖ ଗାଁର ବିଭିନ୍ନ ସ୍କୁଲରେ ପଢ଼ୁଥିବା ପିିଲାମାନେ ଏଠାକୁ ଆସୁଛନ୍ତି। ସେମାନେ ନେଚର ସ୍କୁଲକୁ ଆସି ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ସହ ବାର୍ତ୍ତାଳାପ କରିବା ସହ ପରିବେଶ ଓ ଜୀବଜନ୍ତୁ ବିଷୟରେ ଜାଣୁଛନ୍ତି। ସ୍କୁଲ ଆରମ୍ଭ ହେବା ପରଠାରୁ ଅନେକ ଶହ ପିଲା ଏଥିରୁ ଉପକୃତ ହେଲେଣି। ପ୍ରତି ରବିବାର ଏଠାକୁ ପାଖାପାଖି ୩୦ ପିଲା ଆସୁଛନ୍ତି ଏବଂ ସେମାନଙ୍କ ସହ କିଛି ବୟସ୍କ ମଧ୍ୟ ଯୋଗଦେଉଛନ୍ତି। ତେବେ ୩୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ସାମିଲ କରାଯାଉନାହିଁ। ଏବେ ୧୦ ଜଣ ସ୍ବେଚ୍ଛାସେବୀ ଏହି ସ୍କୁଲ ଚଳାଉଛନ୍ତି। ସେମାନେ ପିଲାଙ୍କୁ ସ୍କୁଲ ଆଣିବା ଓ ଘରେ ଛାଡ଼ିବାଠାରୁ ଆରମ୍ଭକରି ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?