ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ ଯାଏ ମାତ୍ର ହାତଗଣତି କିଛି ବେସରକାରୀ ବିଦ୍ୟାଳୟ ଥିଲା ଏବଂ ଅଧିକାଂଶ ପିଲା ସରକାରୀ ସ୍କୁଲରେ ପାଠ ପଢୁଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଶହଶହ ପ୍ରକାରର ବିଦ୍ୟାଳୟ ଖୋଲି ସାରିଥିବା ହେତୁ ଅଭିଭାବକ ନିଜ ପିଲାଙ୍କ ସକାଶେ କେଉଁ ବିଦ୍ୟାଳୟ ବାଛିବେ ଦ୍ୱନ୍ଦ୍ୱରେ ପଡୁଛନ୍ତି ଏବଂ ସହଜରେ ନିଷ୍ପତ୍ତି ନେଇପାରୁ ନାହାନ୍ତି । କିଛି ଜଣ କଥା ପଡ଼ିଲେ କହୁଛନ୍ତି, ‘ସରକାର କାହିଁକି ସରକାରୀ କର୍ମଚାରୀଙ୍କୁ ବାଧ୍ୟ କରୁ ନାହାନ୍ତି ତାଙ୍କ ସନ୍ତାନସନ୍ତତିଙ୍କୁ ସରକାରୀ ସ୍କୁଲରେ ପଢ଼ାଇବା ପାଇଁ ଏବଂ ଏହା କଲେ ଯାଇ ସରକାରୀ ସ୍କୁଲରେ ପାଠପଢ଼ା ଠିକ୍‌ ହୋଇପାରିବ। ବାସ୍ତବିକ ସରକାର ଯଦି ଆମର ସରକାରୀ ବିଦ୍ୟାଳୟ ପ୍ରତି ଟିକିଏ ବି ଧ୍ୟାନ ଦିଅନ୍ତେ ତା’ ହେଲେ ଅଭିଭାବକଙ୍କ କ୍ଷେତ୍ରରେ ଏହି ବିଦ୍ୟାଳୟ ବାଛିବାକୁ ନେଇ ଏଭଳି ଦ୍ୱନ୍ଦ୍ୱ ରୁହନ୍ତା ନାହିଁ। ଅନ୍ୟ ଏକ ଦିଗରୁ ଦେଖିଲେ ନିଜ ପିଲାଙ୍କୁ ପାଠ ପଢ଼ାଇବା ନାଁରେ ଲୋକ ଦିନକୁ ଦିନ ଗାଁରୁ ସହରକୁ ଚାଲି ଆସୁଛନ୍ତି । କିଛି ଲୋକ ଏମିତି ବି କହୁଛନ୍ତି ସରକାରୀ ସ୍କୁଲକୁ ଗଲେ ଆମ ପିଲା ଭଲ ପାଠ ପଢ଼ିବ କ’ଣ ଆହୁରି ଖରାପ କଥା ଶିଖିକି ଆସିବ। କାରଣ ସେଠି ଆଉ ପାଠପଢ଼ାର ପରିବେଶ ନାହିଁ। କିନ୍ତୁ ଆମେ ଯଦି ଏହିସବୁ କଥାକୁ ନେଇ ସର୍ବୋତ ଭାବେ ଦେଖିବା ତା’ ହେଲେ ସରକାରୀ ବିଦ୍ୟାଳୟ ସବୁ ଆଜି ଯେଉଁ ଅବସ୍ଥାରେ ଅଛି ସେହି ଦୁର୍ଦ୍ଦିନ ପାଇଁ ଦାୟୀ କିଏ? ଏଠି ଶିକ୍ଷାର ମାନରେ ଅବନତିକୁ ନେଇ ଖାଲି ସରକାରଙ୍କୁ ଦୋଷ ଦେଲେ ହେବ ନାହିଁ ବରଂ ଶିକ୍ଷାକୁ ସଜାଡ଼ିବା ନିମିତ୍ତ ସରକାର, ଶିକ୍ଷକ, ଅଭିଭାବକ ତଥା ବୃହତ୍ତର ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରସଙ୍ଗରେ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ ରାଜନୀତି ବିଜ୍ଞାନରେ ଥିବା ଏକ ସୁନ୍ଦର ବାକ୍ୟ ଏଥି ସକାଶେ ବେଶ୍‌ ପ୍ରଣୀଧାନଯାଗ୍ୟ ମନେହୁଏ। ବାକ୍ୟଟି ହେଲା, ଘରକୁ କୁକୁର ଜଗିଲା ଭଳି ଗଣତନ୍ତ୍ରକୁ ଜନସାଧାରଣ ଜଗିବାର ଅଛି ଏବଂ ଯେତେଦିନ ପର୍ଯ୍ୟନ୍ତ ଏହି କଥାଟା ହୋଇନାହିଁ ସେତେଦିନ ପର୍ଯ୍ୟନ୍ତ ଚାଲି ନ ଜାଣି ବାଟର ଦୋଷ ଭଳି ଏଇଟା ଠିକ୍‌ ନାହିଁ ସେଇଟା ଠିକ୍‌ ନାହିଁ ବୋଲି କହିବା ସାର ହେବ। ଆମେ ବାଟ ଭାଙ୍ଗି ଭାଙ୍ଗି କେତେବାଟ ଯିବା। ଏକ ସମୟରେ ତ ପୁଣି ଆଖପାଖ ଚାରି ପାଞ୍ଚ ଖଣ୍ଡ ଗାଁର ଗ୍ରାମବାସୀ ମିଶି ମଧ୍ୟସ୍ଥଳରେ ବିଦ୍ୟାଳୟଟିଏ ସ୍ଥାପନା କରୁଥିଲେ ନିଜ ପିଲା ଝିଲା ପଢ଼ିବେ ଏବଂ କୋଟିଏରେ ଗୋଟିଏ ହେବେ ବୋଲି। ହେଲେ ଆଜି ସେଇ ଅଭିଭାବକ ଏତେ ନିଷ୍କ୍ରିୟ କାହିଁକି? ବିଦ୍ୟାଳୟକୁ ଶିକ୍ଷକ ଆସିଲେଣି ନା ନାହିଁ ? ଯଦି ଆସିଲେ କେତେବେଳେ ଆସିଲେ, କେତେବେଳେ ଗଲେ? ମଧ୍ୟାହ୍ନ ଭୋଜନରେ କ’ଣ ସବୁ ରନ୍ଧା ଯାଉଛି? ଆମ ପିଲା ପାଠ ଜାଣୁଛନ୍ତି ନା ନାହିଁ? ପରୀକ୍ଷା ପରେ ଅଭିଭାବକଙ୍କ ପାଖକୁ ପ୍ରଗତି(ପ୍ରୋଗ୍ରେସ) ରିପୋର୍ଟ ଆସିଲା ନା ନାହିଁ ଏବଂ ଆସିଲା ପରେ ସନ୍ତାନସନ୍ତତିର ପାଠପଢ଼ାର ଉନ୍ନତିକୁ ନେଇ ଶିକ୍ଷକଙ୍କ ସହିତ କଥା ହେବା କି ନାହିଁ? ଏହି ତମାମ ବିଷୟ ପଚାରିବା କାହାର କାମ? ଏସବୁ ଜାଣିବା କ’ଣ ମାତାପିତାଙ୍କର କର୍ତ୍ତବ୍ୟ ନୁହେଁ?
ଏହିସବୁ କଥାକୁ ନେଇ ଗୋଟିଏ କଥା କିନ୍ତୁ ସତ ଯେ ଆଗରୁ ଗାଁରେ ଥିବା ସମ୍ଭ୍ରାନ୍ତ ଶ୍ରେଣୀର ପିଲାମାନେ ଗାଁ ସ୍କୁଲରେ ପଢୁଥିଲେ, ଯାହା ଏବେ ହେଉନାହିଁ ଏବଂ ତାଙ୍କ ଅଭିଭାବକମାନେ ସଚେତନ ଥିଲେ ଏବଂ ତାଙ୍କୁ ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକଙ୍କ ଭୟ ଥିଲା କିନ୍ତୁ ନିମ୍ନ ସ୍ତରରେ ଥିବା ଲୋକ କହିଲେ ମଧ୍ୟ ଶିକ୍ଷୟିତ୍ରୀଶିକ୍ଷକ ତାଙ୍କ କଥାକୁ ସେତେଟା ଗୁରୁତ୍ୱ ଦେଉନାହାନ୍ତି।
ଏବେ ଆଉ ଏକ ଅଭିଯୋଗ ଆସେ, ବିଦ୍ୟାଳୟ ପରିଚାଳନା କମିଟି ବୈଠକକୁ ବା ମାତାପିତା-ଶିକ୍ଷକ ବୈଠକକୁ ପ୍ରାୟତଃ ଅଭିଭାବକ ଆସନ୍ତିନି ବୋଲି ଘରଘର ଯାଇ ଦସ୍ତଖତ କରାଇବାକୁ ପଡୁଛି। ଅବଶ୍ୟ ସରକାର କିଛିଦିନ ହେଲା ନିର୍ଦ୍ଦିଷ୍ଟ ତାରିଖରେ ଏହି ବୈଠକ ଆୟୋଜନ କରିବାକୁ ତପତ୍ରତା ଦେଖାଉଥିବାରୁ କିଛିକାଂଶରେ ଅଭିଭାବକ ଏହିସବୁ ବୈଠକକୁ ଆସୁଛନ୍ତି, ତେବେ ତାହା ଆଶାନୁରୂପ ଭାବରେ ବୃଦ୍ଧି ପାଉନାହଁି। ଅନ୍ୟ ଦିଗରେ ଅଭିଭାବକଙ୍କ ମଧ୍ୟରୁ ବଛା ଯାଉଥିବା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅନେକ ସମୟରେ ଅନ୍ୟ କାମରେ ଗୁରୁତ୍ୱ ନ ଦେଇ ନିର୍ମାଣ କାମ କେମିତି ହେବ ଏବଂ ତାଙ୍କୁ ଦୁଇ ପଇସା କେମିତି ମିଳିବ ସେଥିପାଇଁ ତପତ୍ର ଥାନ୍ତି। ଆଉ ଗୋଟେ କଥା ସରକାର ଶିକ୍ଷକମାନଙ୍କ ପାଇଁ ୟୁନିଫର୍ମ ଲାଗୁକଲେ, ଫଳତଃ ଜଣେ ଶିକ୍ଷକ ଠିକ୍‌ ସମୟରେ ବିଦ୍ୟାଳୟକୁ ନ ଆସିଲେ ଏବଂ ଛୁଟି ପୂର୍ବରୁ ଗଲେ ଅଭିଭାବକ ବା ମାତାପିତାଙ୍କ ନଜରକୁ ନିଶ୍ଚୟ ଆସିବ। ଠିକ୍‌ ସେହିପରି ଅଭିଭାବକ ହିସାବରେ ଆମେ ଯଦି ନିଜ ପିଲା କେମିତି ପଢୁଛି, ତା’ ପାଇଁ ବିଦ୍ୟାଳୟରେ କ’ଣ ସବୁ ସୁବିଧା ରହିଛି, ଶ୍ରେଣୀଗୃହ ସୁରକ୍ଷିତ କି ଅସୁରକ୍ଷିତ, କେତୋଟି ଶ୍ରେଣୀ ସକାଶେ କେତେ ଜଣ ଶିକ୍ଷୟିତ୍ରୀଶିକ୍ଷକ ଅଛନ୍ତି ଜାଣିବା ନାହିଁ, ତାହେଲେ ସରକାର ନିଜ ପଟୁ ଯାହା କରିବେ ତାହା ପର୍ଯ୍ୟାପ୍ତ ହେବ ନାହିଁ କି ସବୁ ଠିକ୍‌ ହେବ ନାହିଁ। ଗଣତନ୍ତ୍ରକୁ ଚାପଗୋଷ୍ଠୀ ସବୁବେଳେ ସୁଦୃଢ଼ କରନ୍ତି, କିନ୍ତୁ ଜନସାଧାରଣ ନିଜକୁ କାହିଁ କିଏ ଚିହ୍ନିବ ବୋଲି ଭାବି ଏବେ ଦିନକୁ ଦିନ ଦାବି ଉପସ୍ଥାପନ କରିବା ବା ପ୍ରତିବାଦ କରିବା ଭୁଲିଗଲେଣି। ଫଳତଃ ଗାଁରେ ଥିବା ସରକାରୀ ସ୍କୁଲରେ ପଢ଼ା ହେଉନାହିଁ ଭାବି ନିକଟ ସହରରେ ଥିବା ଅଧିକ ଫି’ ଯୁକ୍ତ ଓଡ଼ିଆ କି ଇଂରାଜୀ ମାଧ୍ୟମର ଏକ ଘରୋଇ ବିଦ୍ୟାଳୟ ନିଜ ପିଲାଙ୍କ ପାଇଁ ବାଛୁଛନ୍ତି। କିନ୍ତୁ ପାଠପଢ଼ା ଶେଷ ବେଳକୁ କହୁଛନ୍ତି ଆମେ ତ ପୁଣି ଗାଁରେ ଥିବା ସରକାରୀ ସ୍କୁଲରେ ପଢ଼ି ଏଇ ଜାଗାରେ ଅଛୁ, ଆମ ପିଲାମାନେ କ’ଣ ଅଧିକ କରୁଛନ୍ତି।
ଆଚ୍ଛା,ଗାଁରେ ଥିବା ଲୋକଟିଏର ଦେହ ଅସୁସ୍ଥ ହେଲେ ସେ କେଉଁଠିକୁ ଯାଏ? ନିକଟସ୍ଥ ଛୋଟ ସହରରେ ଥିବା ଡାକ୍ତରଖାନାକୁ, ପୁଣି ସେହି ଛୋଟ ସହରର ଲୋକଟିଏର ଦେହ ଅସୁସ୍ଥ ହେଲେ ସେ ଭୁବନେଶ୍ୱର ଭଳି ସହରକୁ ଯାଏ, ଭୁବନେଶ୍ୱରର ଲୋକଟେ ଦିଲ୍ଲୀ ଯାଏ ଏବଂ ଦିଲ୍ଲୀର ଲୋକ ଆମେରିକା କି ଇଂଲଣ୍ଡ ଯାଏ, ଆମେରିକା ବା ଇଂଲଣ୍ଡର ଲୋକ କୁଆଡେ ଯିବ? ତେଣୁ ସେ ଚାହିଁବ ଏହି ଛୋଟ ଜାଗାଗୁଡ଼ିକରେ ମଧ୍ୟ ଉତ୍ତମ ସ୍ବାସ୍ଥ୍ୟସେବା ମିଳୁ। କଥା ହେଉଛି ଆମେ ଯଦି ଗାଁରେ ଥିବା ସମସ୍ତ ଜନସାଧାରଣ ମିଶି ଆଗଭଳି ଗାଁର ଶିକ୍ଷାନୁଷ୍ଠାନଟିକୁ ଉତ୍ତମରୂପେ ଗଢ଼ିବା ନିମିତ୍ତ ଯତ୍ନଶୀଳ ହୁଅନ୍ତେ ତାହେଲେ ସରକାର ଉତ୍ତରଦାୟୀ ନ ହୋଇ କୁଆଡେ ଯାଆନ୍ତେ?
ତେଣୁ ଆସନ୍ତୁ ସମସ୍ତ ଅଭିଭାବକ ମିଶି ଗାଁରେ ଥିବା ବିଦ୍ୟାଳୟକୁ ସଂଘବଦ୍ଧ ଭାବରେ ଗଢ଼ିତୋଳିବାର ସଂକଳ୍ପ ନେବା, ନିଜସ୍ବ ଉଦ୍ୟମରେ ଗାଁ ସ୍କୁଲ ପାଇଁ କିଏ ସମୟ ତ କିଏ ପଇସା ବା ଆଉ କ’ଣ ଦେଇ ଏକ ଉତ୍ତମ ବିଦ୍ୟାଳୟ ସ୍ଥାପନ କରିବା। ଗାଁ ସ୍କୁଲରେ ତ ପ୍ରାୟ ସବୁ ଅଭିଭାବକ ପଢ଼ିଥିବେ, ତେଣୁ ମୋ ସ୍କୁଲ ଅଭିଯାନରେ ମଧ୍ୟ ସାମିଲ ହୋଇ ପାଣ୍ଠି ବୃଦ୍ଧି କରିବାରେ ସହାୟକ ହେବା ଏବଂ ସ୍କୁଲର ଯାବତୀୟ ଉନ୍ନତିମୂଳକ କାମ କରିବାରେ ନିଜର ଯୋଗଦାନ କରିପାରିବା। ସମୟ ଆସିବ ଅଭିଭାବକ ତପତ୍ରତା ଦେଖାଇଲେ ସରକାର ଏହିସବୁ ବିଦ୍ୟାଳୟରୁ ମୁହଁ ଫେରାଇ ନେଇପାରିବେ ନାହିଁ।

ରାଜୀବ କୁମାର ନାୟକ
ପଦରପଡା, ବୌଦ୍ଧ
ମୋ:୯୪୩୭୫୭୧୮୩୧


Enter your email to get our daily news in your inbox.

All Right Reserved By Dharitri.Com

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?