ଭଣଜା ଠେଙ୍ଗା ମାଡ଼ରେ ମାମୁଙ୍କ ଜୀବନଗଲା: ଭଉଣୀ ଦେଲେ ଏତଲା

ଡାବୁଗାଁ,୪।୭(ଡି.ଏନ୍‌.ଏ): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେଭିନ୍ୟୁଗୁଡାରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଭଣଜା ଠେଙ୍ଗା ମାଡ଼ରେ ମାମୁଙ୍କ ମୃତ୍ୟୁ ଘଟିଛି। ମୃତ ମାମୁ ହେଲେ ଗୌରଚନ୍ଦ୍ର ଗୌଡ(୫୦)।
ସୂଚନାଯୋଗ୍ୟ, ଗୌରଚନ୍ଦ୍ର ଓ ସ୍ତ୍ରୀ ବୁଡ଼ୁଙ୍କ ମଧ୍ୟରେ କୌଣସି କାରଣରୁ ଅଶାନ୍ତି ଲାଗି ରହୁଥିଲା। ଗୌରଚନ୍ଦ୍ର ଡାବୁଗାଁ ନିକଟ ଚେରଚେଟିଆଗୁଡାଠାରେ ଏକ କ୍ୟାମ୍ପରେ ରୋଷେଇୟା ଭାବେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ବୁଡ଼ୁ ଓ ଭଣଜା ଲକି ତାଙ୍କ ପାଖକୁ ଯାଇଥିଲେ। ସେଠାରେ ମାମୁ ଭଣଜାଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା। ଲକି ଗୌରଚନ୍ଦ୍ରଙ୍କୁ ମାରିଥିଲେ। ପରେ ତାଙ୍କୁ ଦୁହେଁ ଡାବୁଗାଁ ସ୍ବାସ୍ଥ୍ୟାକେନ୍ଦ୍ର ନେଇଥିଲେ । ସେଠାରୁ ଆସିବା ପରେ ଘରେ ପୁଣି ଉଭୟ ମାମୁ ଭଣଜାଙ୍କ ମଧ୍ୟରେ ବଚସା ହୋଇଥିଲା। ଲକି ଉତ୍ୟକ୍ତ ହୋଇ ଗୌରଚନ୍ଦ୍ରଙ୍କୁ ଠେଙ୍ଗାରେ ପିଟିଥିଲେ। ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାବୁଗାଁ ସ୍ବାସ୍ଥ୍ୟାକେନ୍ଦ୍ର ନିଆଯାଇଥିଲା। ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ମାତ୍ର ସେମାନେ ତାଙ୍କୁ ନିଜ ଘରକୁ ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ଝିଅ ସଞ୍ଜୁ ଗୌଡ ଡାବୁଗାଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ନଂ.୧୩୦/୨୦ରେ ମାମଲା ରୁଜୁ କରି ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଅନ୍ୟପଟେ ଅଭିଯୁକ୍ତ ଭଣଜା ଘଟଣାସ୍ଥଳରୁ ଫେରାର ଥିବା ବେଳେ ପୋଲିସ ବିଭିନ୍ନ ସ୍ଥାନରେ ଚଡ଼ାଉ କରି ଲକିଙ୍କୁ ଥାନାରେ ଅଟକ ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଭ୍ରାଟ ବଢ଼ାଇଲାଣି ବିଦ୍ରୋହ

ଢେଙ୍କାନାଳ ଅଫିସ, ୧୯।୫: ଦେୟ ଆଦାୟରେ ସାମାନ୍ୟତମ ହେଳା କରୁନାହାନ୍ତି। ମାସ ପୂରିଲା ବେଳକୁ ଦାଣ୍ଡଦୁଆରେ ହାଜର ହୋଇଯାଉଛନ୍ତି। ହିସାବ କରି ସଂଗ୍ରହ କରିନେଉଛନ୍ତି ଟଙ୍କା।...

କେନାଲରେ ପାଣି ନାହିଁ, ତଳି ପ୍ରଭାବିତ

ଜଗତ୍‌ସିଂହପୁର,୧୬।୭(ପ୍ରମୋଦ କୁମାର ନାୟକ)ପ୍ରତିବର୍ଷ ଜୁନ ଶେଷ ସୁଦ୍ଧା କେନାଲରେ ପାଣି ଆସିବା କଥା। କିନ୍ତୁ ଏପର୍ଯ୍ୟନ୍ତ ଜଗତ୍‌ସିଂହପୁର ଜିଲା ମାଛଗାଁ ମୁଖ୍ୟ କେନାଲର ୧୯(ଏ) ଡିଷ୍ଟ୍ରିବ୍ୟୁଟାରୀରେ...

କୋକସରାରେ ରଥଯାତ୍ରା: ଶୃଙ୍ଖଳାର ସହ ପରିଚାଳନା ଲାଗି ବସିଲା ସମନ୍ବୟ ବୈଠକ

କୋକସରା,୨୮।୬(ଡି.ଏନ.ଏ.): ଆସନ୍ତା ଜୁଲାଇ ପହିଲାରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଏହାକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ମଙ୍ଗଳବାର କୋକସରା ବ୍ଲକ ବିଡିଓ...

ରାସ୍ତା ମଝିରେ ଜଳିଗଲା ହାଇଓ୍ବା

ଆନନ୍ଦପୁର,୨୯ା୧(ସ୍ବ.ପ୍ର.): ୫୩ ନଂ ଜାତୀୟ ରାଜପଥର ଘସିପୁରା ବ୍ଲକ ବୀରଗୋବିନ୍ଦପୁର ପଞ୍ଚାୟତ ଭଦ୍ରକ-କରଞ୍ଜିଆ ରାସ୍ତାର ଗୋହିରାବଣି ଛକ ନିକଟରେ ଏକ ଚିପ୍ସ ବୋଝେଇ ହାଇଓ୍ବାରେ ଶନିବାର...

ନନ୍ଦପୁର ଅଞ୍ଚଳରୁ ୨ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଚନ୍ଦନ କାଠ ଜବତ

କୋରାପୁଟ,୨୮ା୯(ସ୍ବ.ପ୍ର.): କୋରାପୁଟ ଜିଲା ସେମିଳିଗୁଡା ଅଞ୍ଚଳରୁ ସୋମବାର ଚନ୍ଦନକାଠ ଚୋରାଚାଲାଣ ହେବା ବେଳେ ଜବତ ହେବାର ୨୪ ଘଣ୍ଟା ନ ପୂରୁଣୁ ମଙ୍ଗଳବାର ଜିଲାର ନନ୍ଦପୁର...

ଅଭାବୀ ବିକ୍ରିର ଶିକାର ସୂର୍ଯ୍ୟମୁଖୀ ଚାଷୀ

ଭବାନୀପାଟଣା,୧୩।୩(ସ୍ବ.ପ୍ର.): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅର୍ଥକାରୀ ଫସଲ ପାଲଟିଛି ସୂର୍ଯ୍ୟମୁଖୀ ଫୁଲ। ଏହାକୁ ଦେଶରେ ଲାଭକାରୀ ଫସଲ ଭାବେ ଗଣାଯାଏ। କୁହାଯାଏ, ଯିଏ ସୂର୍ଯ୍ୟମୁଖୀ ଫୁଲ...

ଆଜି ରଥକାଠ ଅନୁକୂଳ

ପୁରୀ ଅଫିସ,୨୩ ।୪: ଆଜି ପବିତ୍ର ଅକ୍ଷୟ ତୃତୀୟା । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହେବ । ରଥଖଳାକୁ ଆଜ୍ଞାମାଳ ବିଜେ...

୧୦ କେନ୍ଦ୍ରରେ ମାଟ୍ରିକ ସମ୍ମେଟିଭ ପରୀକ୍ଷା ଦେଲେ ୧୯୦୮ ପରୀକ୍ଷାର୍ଥୀ

ବେଗୁନିଆପଡ଼ା,୨୩ା୧୧(ଡି.ଏନ୍‌.ଏ.): ବୁଧବାରଠାରୁ ଆରମ୍ଭ ହୋଇଛି ଦଶମ ଶ୍ରେଣୀ ସମ୍ମେଟିଭ ପରୀକ୍ଷା। ଗଞ୍ଜାମ ଜିଲା ବେଗୁନିଆପଡ଼ା ଓ କୋଦଳାରେ ରାଜ୍ୟରେ ମୋଟ୍‌ ୧୯୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା...

Advertisement
Archives

Model This Week