Posted inଜାତୀୟ

ସୀମା ପାରରୁ ଡ୍ରୋନ୍‌ ଜରିଆରେ ସ୍ନାଇପର ଗନ୍‌ ପଠାଉଛି ଏହି ଦେଶ: ଏନ୍‌ଆଇଏ କରିବ ଯାଞ୍ଚ

ନୂଆଦିଲ୍ଲୀ,୪।୭: ନିଜ ମନ୍ଦ ବୁଦ୍ଧି ଯୋଗୁ ପାକିସ୍ତାନ କ୍ରମାଗତ ଭାବେ ଭାରତ ବିରୋଧରେ ନୂଆ ନୂଆ ଷଡ଼ଯନ୍ତ୍ର ରଚୁଛି। ପ୍ରାୟ ସମୟରେ ଏହାର ପ୍ରମାଣ ମଧ୍ୟ ଦେଖିବାକୁ ମଳୁଛି। ନିକଟରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ଓ ଜମ୍ମୁ-କଶ୍ମୀର ପୋଲିସ(ଜେକେପି) ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଏକ ରିପୋର୍ଟ ଦେଇଛି। ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ, ଅନ୍ତର୍ଜାତୀୟ ସୀମା ପାରରୁ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ, ଆଇଏସ୍‌ଆଇ ଓ ପାକିସ୍ତାନ ରେଞ୍ଜର୍ସ ଡ୍ରୋନ ଜରିଆରେ ଭାରତୀୟ ସୀମାକୁ ଅସ୍ତ୍ରଶସ୍ତ୍ର ପଠାଉଛନ୍ତି। ଆତଙ୍କବାଦୀଙ୍କ ପାଇଁ ପାକିସ୍ତାନ ସ୍ନାଇପର ବନ୍ଧୁକ ପଠାଉଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ବନ୍ଧୁକକୁ ଜୈଶ-ଏ-ମହମ୍ମଦର ଲଞ୍ଚ ପ୍ୟାଡ ଶକରଗଡ-ନରଓ୍ବାଲରୁ ଡ୍ରୋନ୍‌ ଜରିଆରେ ପଠାଯାଉଥିବା ଜଣାପଡ଼ିଛି। ପଠାଯାଉଥିବା ବନ୍ଧୁକ ଗୁଡ଼ିକ ହେଉଛି ଆମେରିକୀୟ-ଏମ୍‌୪ ସ୍ନାଇପର ବନ୍ଧୁକ, ଯାହା ପାକିସ୍ତାନ ସୈନ୍ୟମାନେ ବ୍ୟବହାର କରନ୍ତି। କିନ୍ତୁ ସାମ୍ପ୍ରତିକ ସମୟରେ ଏହାକୁ ଭାରତୀୟ ସୀମାକୁ ଏଥିପାଇଁ ପଠାଯାଉଛି ଯାହାଦ୍ୱାରା ଆତଙ୍କବାଦୀ ଷଡ଼ଯନ୍ତ୍ରକୁ କାର୍ଯ୍ୟରେ ପରିଣତ କରାଯାଇପାରିବ। ସୂଚନାଯୋଗ୍ୟ, ଜୁନ ୨୦ରେ ପାକିସ୍ତାନ ପକ୍ଷରୁ ଡ୍ରୋନ୍‌ ଜରିଆରେ ଜମ୍ମୁ-କଶ୍ମୀରର ପନ୍‌ସାରରେ ଏମ୍‌୪ ସ୍ନାଇପର ବନ୍ଧୁକ ପଠାଯାଇଥିଲା। କିନ୍ତୁ ଏହାକୁ ବିଏସ୍‌ଏପ୍‌ ଯବାନମାନେ ଗୁଳିମାରି ତଳକୁ ଖସାଇ ଦେଇଥିଲେ। ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଯାଞ୍ଚ ପାଇଁ ଏନ୍‌ଆଇଏକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଣିକି ଏନ୍‌ଆଇଏ ଏହି ମାମଲାର ଯାଞ୍ଚ କରିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri