Posted inରାଜ୍ୟ

କରୋନାରେ ଆଉ ୨ ଶିଶୁ ମୃତ

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ତୃତୀୟ ଲହର ନ ଆସୁଣୁ ରାଜ୍ୟରେ ଶିଶୁଙ୍କ ପାଇଁ ଘାତକ ହେଉଛି କରୋନା।ଦୈନିକ ସଂକ୍ରମଣ ନିମ୍ନସ୍ତରରେ ଥିଲେ ମଧ୍ୟ ଆକ୍ରାନ୍ତ ପିଲାଙ୍କ ସଂଖ୍ୟା ଶହେ ଉପରେ ରହୁଛି। ଏପରିସ୍ଥଳେ ଜଣଙ୍କ ପରେ ଆଉଜଣେ ଶିଶୁ କରୋନାରେ ଆଖି ବୁଜୁଥିବାରୁ କଅଁଳ ଜୀବନ ପ୍ରତି ଆଗକୁ ବଡ଼ ବିପଦର ଆଶଙ୍କା ଦେଖାଦେଇଛି। ବଲାଙ୍ଗୀରର ଜଣେ ୩ ମାସର ଶିଶୁକନ୍ୟାଙ୍କ କରୋନାରେ ମୃତ୍ୟୁ ଘଟିଥିବା ନେଇ ଗୁୁରୁବାର ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଦେଇଥିଲା। ଶୁକ୍ରବାର ଆଉ ଦୁଇଜଣ ଶିଶୁଙ୍କ ଜୀବନ ନେଇଛି ଏହି ମହାମାରୀ। ରାଜ୍ୟରୁ ମୋଟ ୬୯ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବାବେଳେ ଏମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲାର ଜଣେ ୫ ମାସର ଶିଶୁକନ୍ୟା ଓ ଅନ୍ୟଜଣେ କଟକ ଜିଲାର ୧୨ଦିନର ଶିଶୁକନ୍ୟା ଅଛନ୍ତି। ମୃତ ୫ ମାସର ଶିଶୁକନ୍ୟା ହୃଦ୍‌ରୋଗରେ ଆକ୍ରାନ୍ତ ଥିଲେ। ସେହିପରି କଟକ ଜିଲାର ମୃତ ଶିଶୁକନ୍ୟା ହିମୋଗ୍ଲୋବିନୋପାଥିରେ ଆକ୍ରାନ୍ତ ଥିଲେ ବୋଲି ସ୍ବାସ୍ଥ୍ୟ ବିଭାଗ ଟୁଇଟ୍‌ କରି ସୂଚନା ଦେଇଛି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ୭,୬୯୭କୁ ବୃଦ୍ଧି ପାଇଛି।
ସେପଟେ ରାଜ୍ୟରେ ଗତ ୨୪ଘଣ୍ଟାରେ ୬୯,୫୮୫ ନମୁନା ପରୀକ୍ଷା କରାଯାଇଥିଲା। ୨୬ ଜିଲାରୁ ମୋଟ ୮୧୬ଜଣ କରୋନା ପଜିଟିଭ୍‌ ବାହାରିଛନ୍ତି। ୧୮ ବର୍ଷ ବୟସରୁ କମ୍‌ ବର୍ଗର ୧୦୬ ଜଣ ଆକ୍ରାନ୍ତ ଅଛନ୍ତି, ଯାହା ମୋଟ ସଂକ୍ରମିତ ସଂଖ୍ୟାର ପ୍ରାୟ ୧୩%। ତେବେ ସବୁ ଜିଲାରେ ସଂକ୍ରମଣ କମୁଥିବାବେଳେ ଖୋର୍ଦ୍ଧାରେ ଏବେ ବି ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଏହି ଜିଲାରୁ ସର୍ବାଧିକ ୨୯୧ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୧୬ଜଣ ଥିବାବେଳେ ବାକି ସବୁ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୫୦ତଳକୁ ରହିଛି। ଫଳରେ ରାଜ୍ୟରେ ମୋଟ କରୋନା ପଜିଟିଭ୍‌ ସଂଖ୍ୟା ୧୦,୦୪,୮୭୫ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri