‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି ନଜର ଆସିବେ । ନିକଟରେ ଫିଲ୍ମର ତିନି ଷ୍ଟାରଙ୍କ ପ୍ରଥମ ଲୁକ୍ ପୋଷ୍ଟର ସାମ୍ନାକୁ ଆସିଥିଲା। ଏହା ପରେ ରଣବୀର, ଆଲିଆ, ବିକି ଓ ଭନ୍‌ସାଲୀ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ଡିନର୍‌ କରିବାକୁ ପହଞ୍ଚିଥିଲେ ।

ସେଠାରେ ପାପାରାଜିଙ୍କ ସହ ରଣବୀରଙ୍କ ଏକ ଘଟଣାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ରଣବୀର, ଆଲିଆ, ବିକି ଓ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କୁ ପାପାରାଜି ସ୍ପଟ୍‌ କରିବା ପରେ ଚାରିଜଣ ଏକାଠି ପୋଜ୍‌ ଦେଇଥିଲେ। ଫଟୋ ଉଠାଇବା ପରେ ସମସ୍ତେ ନିଜ ଗାଡ଼ି ଆଡ଼କୁ ଯାଉଥିବା ବେଳେ ଜଣେ ପାପାରାଜି ବାରମ୍ବାର ରଣବୀରଙ୍କୁ ଡାକି ଫୁଟେଜ୍‌ ଦେବାକୁ କହୁଥିଲେ ।

ଏଥିରେ ରଣବୀର ପଛକୁ ବୁଲି ପାପାରାଜିଙ୍କୁ କହିଥିବା ଦେଖାଯାଉଛି ‘ବହୁତ କହୁଛୁ ତୁ।’ ଏହା ପରେ ସେ ଆଲିଆଙ୍କ ସହ ଆଗକୁ ବଢ଼ି ଯାଇଥିଲେ। ଏହି ମୁହୂର୍ତ୍ତର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ନିର୍ଦ୍ଦେଶିତ ‘ଲଭ୍‌ ଆଣ୍ଡ ୱାର୍‌’ ଏକ ରୋମାଣ୍ଟିକ୍‌-ୱାର୍‌ ଫିଲ୍ମ । ଫିଲ୍ମରେ ରଣବୀର ଓ ବିକି କୌଶଲ୍‌ ଆର୍ମି ଅଫିସରଙ୍କ ଭୂମିକାରେ ନଜର ଆସିବେ ବୋଲି ରିପୋର୍ଟ ରହିଛି। ଏଥିରେ ଆଲିଆ ଭଟ୍ଟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ।ଏହି ଫିଲ୍ମଟି ୨୦୨୭ ଜାନୁଆରୀ ୨୧ରେ ସିନେମା ହଲ୍‌କୁ ଆସିବାକୁ ଥିବା ଜଣାପଡ଼ିଛି। ପୂର୍ବରୁ ଏହା ୨୦୨୫ ଡିସେମ୍ବରରେ ରିଲିଜ୍‌ ହେବାର ଥିଲା, କିନ୍ତୁ ପରେ ରିଲିଜ୍‌ ତାରିଖ ଘୁଞ୍ଚାଯାଇଥିଲା।

ରଣବୀର କପୁରଙ୍କୁ ‘ଲଭ୍‌ ଆଣ୍ଡ ୱାର୍‌’ ପୂର୍ବରୁ ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ‘ରାମାୟଣ ପାର୍ଟ ୧’ରେ ଦେଖିବାକୁ ମିଳିବ । ଏଥିରେ ସେ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମରେ ସାଇ ପଲ୍ଲବୀ, ୟଶ୍‌, ରବି ଦୁବେ, ଅରୁଣ ଗୋଭିଲ୍‌ ଓ ସନୀ ଦେଓଲ୍‌ଙ୍କ ଭଳି କଳାକାର ମଧ୍ୟ ଅଭିନୟ କରୁଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ଦୀପାବଳି ଅବସରରେ ରିଲିଜ୍‌ ହେବାକୁ ଥିବା ରିପୋର୍ଟରେ କୁହାଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?