Posted inରାଜ୍ୟ

ଇ-ଯାନ ନୀତିକୁ ମୋହର

ଭୁବନେଶ୍ୱର,୨୮ା୮(ବ୍ୟୁରୋ): ପେଟ୍ରୋଲ, ଡିଜେଲର ଦରବୃଦ୍ଧି ଏବଂ ବାୟୁ ପ୍ରଦୂଷଣ ଦେଶ ପାଇଁ ପ୍ରମୁଖ ଚିନ୍ତାର ବିଷୟ। ଗୋଟିଏ ପଟେ ଦରଦାମ ବୃଦ୍ଧି, ଅନ୍ୟପଟେ ପରିବେଶ ଏବଂ ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜିଛି। ତେଣୁ ଇଲେକ୍ଟ୍ରିକ୍‌ ଭେହିକିଲ (ଇ-ଯାନ)ର ବ୍ୟବହାର ଜରୁରୀ ହୋଇପଡ଼ିଛି, ଯାହାକି ଆଜିକା ସମୟର ଏକ ବଡ଼ ଆହ୍ବାନ। ଏହାକୁ ଗୁରୁତ୍ୱ ଦେଇ ଓଡ଼ିଶା ସରକାର ଇ-ଯାନ ନୀତି ଆପଣାଇଛନ୍ତି। ତାହାକୁ ରାଜ୍ୟ କ୍ୟାବିନେଟ୍‌ ଶୁକ୍ରବାର ମୋହର ମାରିଛି।

ଓଡ଼ିଶା ଇଲେକ୍ଟ୍ରିକ୍‌ ଯାନ ନୀତି(ଇ-ଭେହିକିଲ ପଲିସି)-୨୦୨୧ କାର୍ଯ୍ୟକାରୀ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଏହି ନୀତି ଅନୁଯାୟୀ ଇ-ଭେହିକିଲଗୁଡ଼ିିକୁ ଲୋକେ କିଣିବା ପାଇଁ ରାଜ୍ୟ ସରକାର ଇନ୍‌ସେନ୍‌ଟିଭ ପ୍ରଦାନ କରିବେ। ଦୁଇଚକିଆ ଯାନ ପାଇଁ ୧୫ ହଜାର, ତିନିଚକିଆ ଲାଗି ୧୨ ହଜାର ଏବଂ ଚାରିଚକିଆ ଯାନ ନିମନ୍ତେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ମିଳିବ। ସରକାରୀ କର୍ମଚାରୀ ଇ-ଭେହିକିଲ କିଣିଲେ ରାଜ୍ୟ ସରକାର ସୁଧବିହୀନ ଋଣ ଯୋଗାଇ ଦେବେ। ବସ୍‌ଗୁଡ଼ିକୁ ୧୦ ପ୍ରତିଶତ ସବ୍‌ସିଡି ସହିତ ୪ ବର୍ଷ ପର୍ଯ୍ୟନ୍ତ ରୋଡ୍‌ଟ୍ୟାକ୍ସ ଓ ପଞ୍ଜୀକରଣ ଫି ଛାଡ଼ କରାଯିବ। ଇ-ଯାନ ନୀତି ସହିତ କ୍ୟାବିନେଟରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
ବିଶ୍ୱର ଅନେକ ଦେଶ ଇଲେକ୍ଟ୍ରିକ୍‌ ଯାନବାହନ ଚଳାଚଳକୁ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ଭାରତ ସରକାର ମଧ୍ୟ ଇଲେକ୍ଟ୍ରିକ୍‌ ଯାନବାହନ ଚଳାଚଳକୁୁ ପ୍ରୋତ୍ସାହନ ପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାର ନ୍ୟାଶନାଲ ଇଲେକ୍ଟ୍ରିକ୍‌ ମୋବିଲିଟି ପ୍ଲାନ୍‌ କାର୍ଯ୍ୟକାରୀ କରିଛନ୍ତି। ଏଥିରେ ୨୦୩୦ ସୁଦ୍ଧା ବାୟୁ ପ୍ରଦୂଷଣ ହାର ୩୫% ତଳକୁ ଖସାଇବାକୁ ଯୋଜନା ରଖାଯାଇଛି। ସହରାଞ୍ଚଳ ପ୍ରଦୂଷଣ ରୋକିବାକୁ ଇଲେକ୍ଟ୍ରିକ୍‌ ପଲିସି କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅନୁରୋଧ କରିଛନ୍ତି। କର୍ନାଟକ, ଦିଲ୍ଲୀ, ତାମିଲନାଡୁ, ମହାରାଷ୍ଟ୍ର ସରକାର ଇଲେକ୍ଟ୍ରିକ୍‌ ଯାନ ନୀତି କାର୍ଯ୍ୟକାରୀ କରିସାରିଲେଣି। ଏହି ତାଲିକାରେ ଯୋଡ଼ି ହୋଇଯାଇଛି ଓଡ଼ିଶା।
ବ୍ୟାଟେରି ଚାଳିତ ଇଲେକ୍ଟ୍ରିକ୍‌ ଯାନକୁ ପ୍ରୋତ୍ସାହନ ଦେବା ସକାଶେ ରାଜ୍ୟ ସରକାର ଇ-ଭେହିକିଲ ନୀତି କାର୍ଯ୍ୟକାରୀ କରିଛନ୍ତି। ଏଥିରେ ୨୦୨୫ ସୁଦ୍ଧା ରାଜ୍ୟରେ ସମୁଦାୟ ଯାନବାହନ ମଧ୍ୟରୁ ୨୦% ଇଲେକ୍ଟ୍ରିକ୍‌ ଯାନବାହନ ପଞ୍ଜୀକୃତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ନୂତନ ନୀତିରେ ଇଲେକ୍ଟ୍ରିକ ଯାନ ନିର୍ମାତା ଏବଂ ବ୍ୟାଟେରି ପ୍ରସ୍ତୁତକର୍ତ୍ତା କମ୍ପାନୀକୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଏ କ୍ଷେତ୍ରରେ ଗବେଷଣା, ଡ୍ରାଇଭିଂ, ବିକ୍ରି, ଆର୍ଥିକ ସହାୟତା, ସର୍ଭିିସିଂ, ମାନୁଫାକ୍ଚରିଂ ଏବଂ ଚାର୍ଜିଂ ଇତ୍ୟାଦିକୁ ମଧ୍ୟ ପ୍ରୋତ୍ସାହନ ଦିଆଯିବ। ଚୂଡ଼ାନ୍ତ ପଲିସି ପ୍ରକାଶ ପାଇବାଠାରୁ ୪ ବର୍ଷ ଯାଏ ଏହା କାର୍ଯ୍ୟକାରୀ ହେବ। କେନ୍ଦ୍ର ସରକାରଙ୍କ ଫେମ୍‌ ଇଣ୍ଡିଆ ଫେଜ୍‌-୨ ଯୋଜନା ଅନୁଯାୟୀ ଆର୍ଥିକ ରିହାତି ପ୍ରଦାନ କରାଯିବ। ଏଥିରେ ରୋଡ୍‌ ଟ୍ୟାକ୍ସ ଏବଂ ପଞ୍ଜୀକରଣ ଟିକସ ଛାଡ଼ କରିବା ବ୍ୟବସ୍ଥା ରହିବ। ଇ-ଭେହିକିଲ ନୀତି-୨୦୨୦ କାର୍ଯ୍ୟକାରୀ କରିବାକୁ ରାଜ୍ୟସ୍ତରରେ ଏକ ଟାସ୍କଫୋର୍ସ ଗଠନ କରାଯିବ। ଏହି ଟାସ୍କଫୋର୍ସରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ରହିଥିବା ବେଳେ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଦସ୍ୟ, ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ମେମ୍ବର କନ୍‌ଭେନର, ଶିଳ୍ପ, ଅର୍ଥ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଦକ୍ଷତା ବିକାଶ, ଶକ୍ତି ବିଭାଗ ସଚିବ ସଦସ୍ୟ ରହିଛନ୍ତି। ଏହି ଟାସ୍କଫୋର୍ସ ପଲିସକୁ ତଦାରଖ କରିବା ସହିତ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ସମୀକ୍ଷା କରିବ। ଟାସ୍କଫୋର୍ସ ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ୧୧ ଜଣ ସଦସ୍ୟଙ୍କୁ ନେଇ ଏକ ଷ୍ଟିୟରିଂ କମିଟି ଗଠନ କରାଯାଇଛି।
ରାଜ୍ୟରେ ଚଳାଚଳ କରୁଥିବା ଯାନବାହନ ମଧ୍ୟରୁ ୮୨% ଦୁଇଚକିଆ ଯାନ ଥିବା ବେଳେ ହାଲୁକା ଯାନ ୭%, ୩ ଚକିଆ ୩.୦୬%, ମାଲ ପରିବହନ ଯାନ ୨.୮୫%, ଟ୍ରାକ୍ଟର ୨.୨୮%, ଟ୍ରେଲର ୧.୭୮%, ବସ୍‌ ୦.୧୯% ଏବଂ ଅନ୍ୟାନ୍ୟ ଯାନ ୦.୯୪ ପ୍ରତିଶତ ଚଳାଚଳ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?