Posted inରାଜ୍ୟ

ଆଜି ଲଘୁଚାପ ସମ୍ଭାବନା

ଭୁବନେଶ୍ୱର, ୨୮।୮(ବ୍ୟୁରୋ) : ଉତ୍ତର-ପଶ୍ଚିମ ତଥା ପଶ୍ଚିମବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଶନିବାର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଦୁଇଦିନ ପୂର୍ବରୁ ପ୍ରଥମେ ଘରୋଇ ପାଣିପାଗ ସଂସ୍ଥା ‘ସ୍କାଏମେଟ୍‌’ ଏହି ଲଘୁଚାପ ସମ୍ପର୍କରେ ପୂର୍ବାନୁମାନ କରିଥିଲା। ଶୁକ୍ରବାର ପାଣିପାଗ ବିଭାଗ ଏ ସଂକ୍ରାନ୍ତରେ ସ୍ପଷ୍ଟ କରିଛି। ଆଇଏମ୍‌ଡି ପକ୍ଷରୁ କୁହାଯାଇଛି, ଲଘୁଚାପ ଯୋଗୁ ଦୁଇଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଏନେଇ କିଛି ଜିଲାକୁ ୟେଲୋ ଓ୍ବାର୍ନିଂ ମଧ୍ୟ ଜାରି କରାଯାଇଛି। ଏପଟେ ସ୍କାଏମେଟ୍‌ର ରିପୋର୍ଟ ଅନୁସାରେ, ଶୁକ୍ରବାର ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେଶନ ସୃଷ୍ଟି ହୋଇଛି। ଶନିବାର ସୁଦ୍ଧା ଆହୁରି ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। ୨୮ ଓ ୨୯ ତାରିଖରେ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ଏଥିସହ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତେଲଙ୍ଗାନାରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଶନିବାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳ ବର୍ଷା ହେବ। ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖେର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧରେ ଝଡ଼ବର୍ଷା ସହିତ ବଜ୍ରପାତ ହେବା ଆଶଙ୍କା ରହିଛି। ଏ ସମୟରେ ବାହାରକୁ ନ ବାହରିବା ପାଇଁ ପରାମର୍ଶ ଦିଆଯାଇଛି। ସେହିଭଳି ରବିବାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର।
ଅନ୍ୟପକ୍ଷରେ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ପାରଳାଖେମୁଣ୍ଡିରେ ସର୍ବାଧିକ ୭୦ ମି.ମି. ବର୍ଷା ହୋଇଥିବାବେଳେ ନୟାଗଡ଼ରେ ୨୬, ଫୁଲବାଣୀ ୨୪, ଭବାନୀପାଟଣା ୨୨, ରାୟଗଡ଼ା ୨୦.୬, ବଲାଙ୍ଗୀର ୧୬.୫, ସୋନପୁର ୧୫ ଓ ଝାରସୁଗୁଡ଼ାରେ ୧୧ମିମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି କଟକ, ଭୁବନେଶ୍ୱର, ଗୋପାଳପୁର, ଅନୁଗୋଳ, ସୁନ୍ଦରଗଡ଼, ଟିଟିଲାଗଡ଼, ଦାରିଙ୍ଗବାଡ଼ି, ଛତ୍ରପୁରରେ ମଧ୍ୟ ବର୍ଷା ହୋଇଥିବା ପାରିପାଗ କେନ୍ଦ୍ର ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନଙ୍କ ପ୍ରାର୍ଥିତ୍ୱ ରଦ୍ଦ, ବିନୋଦ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଘୋଷଣା ହେବାର କିଛି ଦିନ ପରେ ଶନିବାର ଏଆଇସିସି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ନାମ ପରିବର୍ତ୍ତନ କରି...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ୧୬ ବିଧାନସଭା ଏବଂ ୩ ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ କଂଗ୍ରେସ ୩ଟି ବିଧାନସଭା ଆସନରେ ଆଜି...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ଆଉ ୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସମ୍ବଲପୁରରୁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ଲୋକ ସଭା ପ୍ରାର୍ଥୀ...

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ତା’ର ଆଉ ୧୬ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଝାରସୁଗୁଡ଼ାରୁ ଅମିତା ବିଶ୍ୱାଳଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବଡ଼ସାହିରୁ...

ବର୍ତ୍ତମାନ ସୁଦ୍ଧା କେଉଁ ଦଳ କେତେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି, ଆଉ ରହିଲା କେତେ ଜାଣନ୍ତୁ…

ଭୁବନେଶ୍ୱର,୨୦ା୪: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ି ଚାଲିଛି। ବିଶେଷକରି ଭୋଟରଙ୍କ ନଜର ତିନି ପ୍ରମୁଖ ଦଳ ଯଥା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ୪୫ ଡିଗ୍ରୀ ଟପିଗଲା ତାତି

ଭୁବନେଶ୍ୱର,୨୦।୪: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପୂର୍ବାନୁମାନ ଅନୁଯାୟୀ ଓଡ଼ିଶାରେ ୪୫ ଡ଼ିଗ୍ରୀ ଅତିକ୍ରମ କରିଛି ତାପମାତ୍ରା। ଶନିବାର ବୌଦ୍ଧରେ ସର୍ବୋଚ୍ଚ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri