ସତ ଦୁଇ ତିନି ପ୍ରକାର ହୋଇପାରେ

ଦୁନିଆରେ ବିଜ୍ଞାନ ଦୃଷ୍ଟିରୁ ଦୁଇ ପ୍ରକାରର ମାପ। ଗୋଟିଏ ସୂକ୍ଷ୍ମ ଓ ଅନ୍ୟଟି ସ୍ଥୂଳ: ଗୋଟିଏ କ୍ୱାଣ୍ଟମ୍‌ ଜଗତର, ଆଉ ଗୋଟିଏ ପାରମ୍ପରିକ ଜଗତର। ମିଲିମିଟରର ହଜାର ଭାଗରୁ ଭାଗେ ତଳକୁ ଯିବା ତ ସୂକ୍ଷ୍ମ ଜଗତ ଆସିଯିବ, ଯେଉଁଠି ଜିନିଷର ସ୍ବଭାବ, ଚଳପ୍ରଚଳ, ସ୍ଥିତି ଆଦି ବର୍ଣ୍ଣନା କରିବାର ବିଦ୍ୟାକୁ କ୍ୱାଣ୍ଟମ୍‌ ମେକାନିକ୍ସ କହନ୍ତି। କ୍ୱାଣ୍ଟମ୍‌ ଦୁନିଆରେ ମାପଚୁପ ହିସାବ ଖୁବ୍‌ ସ୍ପଷ୍ଟ, ସଂକ୍ଷିପ୍ତ ଏବଂ ଏକବାର ଠିକ୍‌ । ଏହି ତତ୍ତ୍ୱ ଅନୁଯାୟୀ କ୍ୱାଣ୍ଟମ୍‌ ଜିନିଷଗୁଡ଼ିକ ଆମର ପାରମ୍ପରିକ ଜିନିଷ ଭଳି ନୁହନ୍ତି, ଆମେ ଦୈନନ୍ଦିନ କାମରେ ଯାହା କିଛି ଦେଖୁଛୁ ସେଭଳି ଚଳାଚଳ କରନ୍ତି ନାହିଁ କି ସ୍ବଭାବ ଦେଖାନ୍ତି ନାହିଁ, ଏପରିକି ସେଭଳି ସ୍ଥିତି (ପୋଜିଶନ୍‌) ନଥାଏ । ଅଜବ ଲାଗୁଛି, ନୁହେଁ? ଏ ବି ଏକ ସମସ୍ୟା ଉଠାଉଛି। ଆମେ ଦେଖୁଥିବା ବଡ଼ ବଡ଼ ଜିନିଷ ସବୁ ତ ଛୋଟ ଛୋଟ କଣିକାରେ ଗଢ଼ା, କଣିକାଗୁଡ଼ିକ ପୁଞ୍ଜା ପୁଞ୍ଜା (କ୍ୱାଣ୍ଟମ୍‌) ହୋଇ ରହୁଥିବାରୁ ତାକୁ କ୍ୱାଣ୍ଟମ୍‌ କହନ୍ତି। ତେବେ କେଉଁଠି କିଭଳି ଓ କ’ଣ ଘଟିଯାଏ ଯେ ଛୋଟ ଛୋଟ ଜିନିଷ ତା’ର ସ୍ବଭାବକୁ ତ୍ୟାଗ କରି ବଡ଼ ବଡ଼ ଜିନିଷ ଭଳି ବ୍ୟବହାର ଦେଖାନ୍ତି? କ୍ୱାଣ୍ଟମ୍‌ରୁ ପାରମ୍ପରିକ ଜଗତକୁ ପରିବର୍ତ୍ତନ କିପରି ଘଟେ? ହିନ୍ଦୁଧର୍ମର ‘ନାନା ମୁନିଙ୍କ ନାନା ମତ’ ଦର୍ଶନ ଭଳି ବହୁତ ତତ୍ତ୍ୱ ବଢ଼ାଯାଉଛି।
ଆମ ପାରମ୍ପରିକ ଜଗତର ମେକାନିକ୍ସ ବା ଚଳାଚଳ ବିଦ୍ୟା ନିଉଟନ୍‌ଙ୍କ ଗତିଶୀଳତାର ନିୟମ ଲ’ଜ୍‌ ଅଫ୍‌ ମୋଶନ୍‌ ଉପରେ ଆଧାରିତ, ଯାହା ଆମର ସାଧାରଣ କାଣ୍ଡଜ୍ଞାନ ଦ୍ୱାରା ବୁଝିହୁଏ। କୌଣସି ଗୋଟିଏ ଜିନିଷର ନିର୍ଦ୍ଦିଷ୍ଟ ସ୍ଥିତି ଅଛି, ଯଦି ଏହା ଗତି କରୁଛି ଏହାର ଗୋଟିଏ ନିର୍ଦ୍ଦିଷ୍ଟ ମାର୍ଗ ଅଛି, ଅର୍ଥାତ୍‌ ଏକ ସମୟରେ ବସ୍ତୁଟି ଦୁଇଟି ଜାଗାରେ ରହିପାରିବ ନାହିଁ। ପ୍ରତି ଜିନିଷର ଦୁଇଟି ସ୍ବଭାବ: ଗୋଟିଏ ସ୍ଥିତି (ପୋଜିଶନ୍‌), ଅନ୍ୟଟି ବିଚଳନ (ମୋମେଣ୍ଟମ୍‌), ଏ ଦୁଇଟିକୁ ଅଙ୍କ ଦ୍ୱାରା ବର୍ଣ୍ଣନା କରିହେବ। କିନ୍ତୁ କ୍ୱାଣ୍ଟମ୍‌ ଜଗତରେ ଏହା ଅସମ୍ଭବ । ଆଲୋକର କଣିକାକୁ ଫୋଟନ୍‌ କୁହାଯାଉଛି, ଏ ଏକ କ୍ୱାଣ୍ଟମ୍‌ ଜିନିଷ। ଫୋଟନ୍‌ର ନିର୍ଦ୍ଦିଷ୍ଟ ପୋଜିଶନ୍‌ ନାହିଁ କି ମୋମେଣ୍ଟମ ନାହିଁ। ଏହାର ଅବସ୍ଥାକୁ ବୁଝାଇବା ପାଇଁ ତରଙ୍ଗଧର୍ମ (ୱେଭ୍‌ ଫଙ୍କ୍‌ଶନ) ବ୍ୟବହାର କରାଯାଏ। ସାଧାରଣ ଅଙ୍କରେ ବୁଝାଇ ହୁଏ ନାହିଁ। ସ୍ଥୂଳ ଦୁନିଆରେ, ପାରମ୍ପରିକ ଗଣନାରେ, କଣିକା ଧର୍ମ (ପାର୍ଟିକ୍ଲ ଫଙ୍କ୍‌ଶନ୍‌) କାମ କରେ। ଗତି ବୋଇଲେ ଆମେ ବୁଝୁ ଗୋଟିଏ କଣିକା ପାଖ କଣିକାକୁ ଠେଲିଦେଇ ତା’ ସ୍ଥାନ ମାଡ଼ି ବସେ। କଣିକାଟିଏ ଏକ ସମୟରେ ଦୁଇଟି ଜାଗାରେ ରହିପାରିବ ନାହିଁ। କିନ୍ତୁ ତରଙ୍ଗ ଧର୍ମରେ କଣିକାଟିଏ ଏକ ମୁହୂର୍ତ୍ତରେ ଏକାଧିକ ସ୍ଥାନରେ ଅର୍ଥାତ୍‌ ଯେକୌଣସିଠାରେ ଦେଖାଦେଇପାରେ। କେଉଁଠି ଅଳ୍ପ ଖୁନ୍ଦିହୋଇ ରହିବ ତ କେଉଁଠି ବିଛୁଡ଼ି ହୋଇ ରହିଥିବ।
ଫାଳେ ସିଲ୍‌ଭର ଦିଆ କାଚ ଆଉ ଫାଳେ ସାଦା କାଚ ଥିବା ଆରିସିଟିଏ କଥା ଭାବ, ତା ଉପରେ ଆଲୋକକଣିକା ଫୋଟନ୍‌ ପକାଇଲେ ଅଧେ ଫୋଟନ୍‌ କାଚ ଭିତରେ ପାର ହୋଇଯିବ ଓ ଆଉ ଅଧକରେ ପ୍ରତିଫଳିତ ହୋଇ ଫେରିବ, ତେଣୁ ଆଲୋକ ବିଭିନ୍ନ ଜାଗାରେ ଦିଶିବ। ଏହା ହିଁ ତରଙ୍ଗର ଧର୍ମ, ଗୋଟିଏ ଫୋଟନ୍‌ ଯେକୌଣସି ମୁହୂର୍ତ୍ତରେ ଏକାଧିକ ଅବସ୍ଥାର ସମ୍ଭାବନା ଦେଖାଇବ, ଗୋଟିଏ ଏଇଠି ଅଛି ତ ଆଉ ଗୋଟିଏ ଖୁବ୍‌ ଦୂରତାରେ। ଏହା ଏକ ଅନିଶ୍ଚିତ ଅବସ୍ଥା । ଆମେ ପାରମ୍ପରିକ ମାପଯନ୍ତ୍ରରେ ମାପିବାବେଳେ କ୍ୱାଣ୍ଟମ୍‌ ଅଣୁ ଉପରେ ଆମର ପାରମ୍ପରିକ ସ୍ବଭାବକୁ ଲଦିଦେଉ, ତେଣୁ ତରଙ୍ଗ ଧର୍ମ କାମ କରୁଛି ବୋଲି ଭାବିପାରୁନା। ପ୍ରଶ୍ନ ଉଠେ, ଆମେ ମାପ କରିବା ପୂର୍ବରୁ କ’ଣ ଘଟୁଛି ଯେ ତରଙ୍ଗ ଧର୍ମ ଆମକୁ ଦିଶୁନାହିଁ? ଏହାର ଉତ୍ତର ଖୋଜି ବହୁତ ବୈଜ୍ଞାନିକ ବିଚଳିତ ହୋଇଛନ୍ତି, ଆଇନ୍‌ଷ୍ଟାଇନ୍‌ ମଧ୍ୟ ବିଚଳିତ ହୋଇଥିଲେ। ପାରମ୍ପରିକ କଣିକା ଭଳି କ୍ୱାଣ୍ଟମ୍‌ କଣିକାର ପୋଜିଶନ ଓ ମୋମେଣ୍ଟମ୍‌ ଅଛି କିନ୍ତୁ ସେ ସ୍ବଭାବ କେମିତି ତରଙ୍ଗ କର୍ମ ଦ୍ୱାରା ଲୁଚିଯାଇଛି? ଏଇଠି ଅଛି, ଏଇଠି ନାହିଁ ଏଭଳି କାହିଁକି ହେଉଛି?
ଡେନ୍‌ମାର୍କର ପଦାର୍ଥବିତ୍‌ ନିଲସ୍‌ ବୋହର୍‌ ବୁଝାଇଲେ, ବିଶ୍ୱରେ ଦୁଇଟି ଭିନ୍ନ ଭିନ୍ନ ସଂସାର ଅଛି, ଗୋଟିଏ କ୍ଲାସିକାଲ ବା ପାରମ୍ପରିକ, ଅନ୍ୟଟି କ୍ୱାଣ୍ଟମ୍‌ ବା ସୂକ୍ଷ୍ମ ଜଗତ । କେବଳ ମପାମପି ବେଳ ଛଡ଼ା ଏ ଦୁଇଟି ସଂସାରର କେବେ ମେଳ ହୁଏ ନାହିଁ। ଏମିତି କହି ପଦାର୍ଥବିତ୍‌ମାନେ କଥାଟାକୁ ଉଡ଼ାଇଦେଲେ । ଯଦି ଏହା ଏକ ତଥ୍ୟ, ବାସ୍ତବତାରେ ଦିଶୁନାହିଁ କାହିଁକି? ଆଉ ଜଣେ ପଦାର୍ଥବିତ୍‌ ହ୍ୟୁ ଏଭେରେଟ୍‌ ତରଙ୍ଗ ଧର୍ମକୁ ବୁଝାଇବାକୁ ଯାଇ କହିଲେ ଯେ, ଏହା ହେଉଛି ସମ୍ଭାବ୍ୟ ଅବସ୍ଥାର ଏକ ହାର ବା ସେଟ୍‌। ତା’ ଭିତରେ କ୍ୱାଣ୍ଟମ୍‌ କଣିକାଟି ଗୋଟିଏ ମାତ୍ର ଜାଗାରେ ରହିବ। କିନ୍ତୁ ବାସ୍ତବ ଅବସ୍ଥାରେ ବା ହାରରେ ଏହା ସବୁଠି ଦେଖାଯିବ। ଅଧା ସିଲ୍‌ଭର ଲେପଦିଆ ଦର୍ପଣରେ ପଡ଼ୁଥିବା ଫୋଟନ୍‌ ପ୍ରକୃତରେ ଦୁଇଟି ଜାଗାରେ ଏକ ସମୟରେ ଦେଖାଯାଏ। କିନ୍ତୁ ସାଧାରଣ ଆଖିରେ ଫୋଟନ୍‌ଟି ଏକ ସମୟରେ ଦୁଇଟି ଜାଗାରେ ଅଛି ବୋଲି କେବେ ଦେଖାଯାଏ ନାହିଁ। କାରଣ ଗୋଟିଏ ଜାଗାରେ ରହିଲେ ଆଉ ଗୋଟିଏ ଜାଗାରେ ରହିପାରିବ ନାହିଁ, ଆମର ଏଭଳି ଧାରଣା ଯେକୌଣସି ମାପ ବ୍ୟବସ୍ଥାର ମୂଳ। କିନ୍ତୁ ଏଭେରେଟ୍‌୍‌ ବୁଝାଇଲେ ମାପ କରିଲାବେଳେ ଆମେ ଗୋଟିଏ ସ୍ଥାନ ଓ ଗୋଟିଏ ଅବସ୍ଥାକୁ ଦେଖୁ, ତେଣୁ ଅନ୍ୟଟିକୁ ଦେଖୁନା। ମାପକାମ, ମାପଯନ୍ତ୍ର ବା ଲାବୋରେଟୋରି ପଛଆଡ଼େ କ’ଣ ଘଟିଯାଉଛି ଆମେ ଜାଣିପାରୁନା। କେବଳ ଫୋଟନ୍‌ ନୁହେଁ, ସାରା ବିଶ୍ୱ ମଧ୍ୟ ୱେଭ୍‌ ଫଙ୍କ୍‌ଶନ ଦ୍ୱାରା ଚାଳିତ, ତେଣୁ ଅନେକ ପ୍ରକାର ସମ୍ଭାବନା ଓ ସ୍ଥିତି ରହିଛି। ସୃଷ୍ଟି ୟୁନି (ଇଂଲିଶରେ ଏକ) ଭର୍ସ ନୁହେଁ, ମଲ୍ଟି ଭର୍ସ (ବହୁ ବିଶ୍ୱ), ଏଥିରେ ବୈଜ୍ଞାନିକ ଓ ଦାର୍ଶନିକମାନେ ସମ୍ମତ ହେଲାଭଳି ମନେ ହେଉଛି। ବୋହର୍‌ଙ୍କ ମତରେ ବିଶ୍ୱ କେବଳ କ୍ୱାଣ୍ଟମ୍‌; ବାସ୍ତବତାର ବିଭିନ୍ନ ଶାଖା ପ୍ରଶାଖା ଅଛି, ଯେଉଁଠି କୌଣସି ଗୋଟିଏ ଶାଖା ଆମେ ଦେଖୁଥିଲାବେଳେ ଅନ୍ୟ ଶାଖାଗୁଡ଼ିକ ଦିଶେ ନାହିଁ, ତେଣୁ ଆମେ ଗୋଟିଗୋଟିକିଆ ପୋଜିଶନରେ ଜିନିଷକୁ ଦେଖୁ, ତାହା ନିର୍ଦ୍ଦିଷ୍ଟ ଜଣାଯାଏ। ଫୋଟନ୍‌ ଏକ୍ସପେରିମେଷ୍ଟର ଉଦାହରଣ ନେଲେ ଆମକୁ ଭାବିବାକୁ ପଡ଼ିବ ନାହିଁ ଯେ, ଗୋଟିଏ ଶାଖାରେ ଫୋଟନ୍‌ ଗୋଟିଏ ଆଡ଼େ ଯାଉଛି ତ ଅନ୍ୟ ଶାଖାରେ ଆଉ ଗୋଟିଏ ଆଡ଼େ ଯାଉଛି। ଏମିତି ଭାଗ କରିବା ମନଗଢ଼ା ହେବ। ତାତ୍ତ୍ୱିକ ଦୃଷ୍ଟିରୁ ପ୍ରତ୍ୟେକ ଶାଖାରେ ଉଭୟ ପରିଣତିର ମିଶାମିଶି ଥିବ। କିନ୍ତୁ ପଦାର୍ଥବିତ୍‌୍‌ମାନେ ପରୀକ୍ଷାଗାରରେ ଏ ଫଳ ଦେଖିପାରୁ ନାହାନ୍ତି। ତେଣୁ ଏ କଥା ବୁଝାଇବାକୁ ଉଭୟ ଦର୍ଶନ ଓ ପଦାର୍ଥବିଦ୍ୟା ଦରକାର ହେଉଛି। ଅଦ୍ୱୈତବାଦ ଓ ଦ୍ୱୈତବାଦ ଯେପରି ମଣିଷ ମନରେ ଭାଗ, ପର୍ଯ୍ୟବେକ୍ଷକର ମନରେ ହିଁ ବିଭାଗୀକରଣ ରହିଛି। ଏହାକୁ କୁହାଯାଉଛି ମେନି ମାଇଣ୍ଡ୍‌ସ ଥିଓରି ।
ଆମ ବିବେକ ଯେଭଳି କାମ କରେ ତାହା ଭିତରେ ଏମିତି କିଛି ଜିନିଷ ଅଛି ଯାହା ଫୋଟନ୍‌ ପରୀକ୍ଷା କରୁଥିବା ପଦାର୍ଥବିତ୍‌ଙ୍କୁ ବିଭିନ୍ନ ପରିଣତିର ମିଶାମିଶି ଦେଖିବାକୁ ଦିଏ ନାହିଁ। ସେ କେବଳ ଗୋଟିଏ ପାରମ୍ପରିକ ଅବସ୍ଥା ସମ୍ପର୍କରେ ସଚେତନ ହୁଏ। ଅକ୍ସଫୋର୍ଡର ଦାର୍ଶନିକ ମାଇକେଲ୍‌ ଲକ୍‌ଉଡ଼୍‌ ବୁଝାନ୍ତି ଯେ କୌଣସି ବାସ୍ତବ ଜିନିଷର କ୍ୱାଣ୍ଟମ୍‌ ଅବସ୍ଥା ବଡ଼ ଅସ୍ଥିର । ତାହା ଦ୍ରୁତ ଗତିରେ ସମାନ୍ତରାଳ ପାରମ୍ପରିକ ଅବସ୍ଥାରେ ପରିବର୍ତ୍ତିତ ହୋଇଯାଏ, ପାରମ୍ପରିକ ଅବସ୍ଥା ହିଁ ସ୍ଥିର। ଆମ ସଚେତନ ମନ ପାଇଁ ସବୁଠାରୁ ସ୍ଥିର ଅବସ୍ଥା ହିଁ ବାସ୍ତବ। ସ୍ଥିରତା ଭିତରେ ଅସ୍ଥିରତା ହଜିଯିବା ଯୋଗୁ ହିଁ ଆମର ସ୍ମରଣ ଶକ୍ତି ଅଛି। ଅସ୍ଥିର ଅବସ୍ଥାକୁ ମସ୍ତିଷ୍କ ଗ୍ରହଣ କରେ ନାହିଁ, ମସ୍ତିଷ୍କ ସ୍ଥିର ଅବସ୍ଥା ହିଁ ଜ୍ଞାନ ବା ସୂଚନାକୁ ନିର୍ଭରଯୋଗ୍ୟ ଭାବେ ଲେଖିରଖେ।
ଅସ୍ଥିରତାରୁ ସ୍ଥିରତା ଆସେ କିପରି? ଏ ପରିବର୍ତ୍ତନ-ଅବସ୍ଥାକୁ ପଦାର୍ଥବିତ୍‌ମାନେ ଡିକୋହରେନ୍ସ କହୁଛନ୍ତି। ସମ୍ପ୍ରତି ପରୀକ୍ଷାରୁ ଜଣାଯାଇଛି ଯେ, ପରମାଣୁ ୱେଭ୍‌ ଫଙ୍କଶନ୍‌ରୁ କଣିକା ଫଙ୍କଶନକୁ ଆସିବା ପୂର୍ବରୁ ସେକେଣ୍ଡର ଏକ ଶତାଂଶ ସମୟରେ ଏକ ବିଖଣ୍ଡିତ ଅବସ୍ଥା ଆସୁଛି, ଯେଉଁଠି େଓ୍‌ଭ ଫଙ୍କ୍‌ଶନ୍‌ ଯାଉଛି ଓ ପାର୍ଟିକ୍‌ଲ ଫଙ୍କ୍‌ଶନ୍‌ ଆସୁଛି; ଗୋଟିଏ ମାତ୍ର ୱେଭ୍‌ ଫଙ୍କଶନ୍‌ରୁ ତିଆରି ହୋଇଥିବା ଦୁଇଟି ଫୋଟନ୍‌ ଯଦି ବିପରୀତ ଦିଗରେ ଗତି କରେ ତେବେ ଗୋଟିକୁ ମାପିଲାବେଳେ ଅନ୍ୟଟି ମଧ୍ୟ ମାପି ହୋଇଯାଉଛି, ସେ ଦୁଇଟି ମଧ୍ୟରେ ଯେତେ ଦୂର ଥାଉ ନା କାହିଁକି। ଭଗବାନ୍‌ ଫୋଟନ୍‌ ଭଳି ଏକାଧିକ ସ୍ଥାନରେ ଏକ ସମୟରେ ସ୍ଥାନିତ କି? ଭୂମା ଆକାରରେ ଯାହା ସତ୍ୟ ନୁହେଁ ସୂକ୍ଷ୍ମ ଜଗତରେ ତାହା ସତ୍ୟ, ସତ୍ୟର ଶ୍ରେଣୀ ବିଭାଗ ଅଛି। ପାରମ୍ପରିକ ଜଗତରେ ଭଗବାନ୍‌ ଏକ ମୂର୍ତ୍ତି, କ୍ୱାଣ୍ଟମ୍‌ ଜଗତରେ ସେ ନିରାକାର, ସର୍ବତ୍ର ବିଦ୍ୟମାନ, ଆମ ଦେହରେ ବି।
– ସହଦେବ ସାହୁ
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?