କଙ୍ଗନା କିଣିଲେ ମୋଦିଙ୍କୁ ମିଳିଥିବା ରାମ ଜନ୍ମଭୂମୀ ମାଟି, କହିଲେ ନମାମି ଗଙ୍ଗାରେ ଛୋଟିଆ ସହଯୋଗ

ନୂଆଦିଲ୍ଲୀ,୩ ।୧୦: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ରବିବାର ରାଷ୍ଟ୍ରୀୟ କଳା ସଂଗ୍ରହାଳୟ ପହଞ୍ଚି ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ଉପହାର ନିଲାମିରେ ଭାଗ ନେଇଥିଲେ । ସେଠାରୁ ସେ ରାମ ଜନ୍ମଭୂମୀର ମାଟି ଓ ରାମ ମନ୍ଦିର ମଡେଲକୁ କିଣିଛନ୍ତି । ସେ ଜନତାଙ୍କୁ ଅପିଲ କରିଥିଲେ କି ଆପଣମାନେ ବି ଘରେ ବସି ଏହି ଉପହାର ସବୁ କ୍ରୟ କରି ନମାମି ଗଙ୍ଗା ପରିଯୋଜନାରେ ଆପଣଙ୍କର ସହଯୋଗ ଦେଇ ପାରିବେ । ଏହାର ବିକ୍ରି ପାଇଁ ଇ-ନିଲାମି ବ୍ୟବସ୍ଥା କରାଯାଇଛି ।
ଏହି ଅବସରରେ କଙ୍ଗନା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ରାତି ଦେଶପାଇଁ କାମ କରୁଛନ୍ତି । ତେଣୁ ତାଙ୍କୁ ମିଳିଥିବା ଅମୂଲ୍ୟ ଉପହାର ସେ ଦେଶବାସୀଙ୍କୁ ଦେବାକୁ ଚାହିଁଛନ୍ତି । ଏବେ ଆମେ ସମସ୍ତେ ଏହାକୁ କିଣିବା ଉଚିତ । ଆମ ସମସ୍ତଙ୍କ ଛୋଟିଆ ସହଯୋଗ ମା’ ଗଙ୍ଗାର ସଫେଇ ଓ ପୁନରୁତ୍ଥାପନ ପରିଯୋଜନାରେ ସହଯୋଗ କରିବ । ଗଙ୍ଗାର ସଫେଇ ଓ ଏହାର କଲ୍ୟାଣ କେତେ ଆବଶ୍ୟକ ଏହା ଆମ ସମସ୍ତଙ୍କୁ ଜଣା । ଆମ ଘରେ ବଡ ଶ୍ରଦ୍ଧାର ସହ ଗଙ୍ଗା ଜଳ ରଖାଯାଇଥାଏ । ତେଣୁ ଏହାର ସଫେଇ ବି ଆମର ଦାୟିତ୍ୱ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ ଆଜି ବଡ଼ ଖୁଲାସା କରିବେ କେଜ୍‌ରିଓ୍ବାଲ!

ନୂଆଦିଲ୍ଲୀ,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନିକଟରେ ମଦ ଦୁର୍ନୀତି ମାମଲାରେ କିଛି ପ୍ରମାଣ ରହିଛି। ଏହା ସମ୍ପୂର୍ଣ୍ଣ ପ୍ରସଙ୍ଗ ଉପରୁ ପରଦା ଉଠାଇପାରେ ବୋଲି...

ନିର୍ବାଚନ ପୂର୍ବରୁ କଂଗ୍ରେସର ‘ହାତ’ ଛାଡିଲେ ଭାରତର ସବୁଠୁ ଧନୀ ମହିଳା

ନୂଆଦିଲ୍ଲୀ,୨୮।୩: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରତିଦିନ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ବର୍ତ୍ତମାନ ଭାରତର ସବୁଠାରୁ ଧନୀ ମହିଳା ତଥା ଦେଶର...

ଟିକେଟ୍‌ ନ ମିଳିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଏମ୍‌ପିଙ୍କ ପରଲୋକ

ଚେନ୍ନାଇ,୨୮।୩: ତାମିଲନାଡୁର ଏରୋଡରୁ ବର୍ତ୍ତମାନର MDMK ଏମ୍‌ପି ଏ. ଗଣେଶମୂର୍ତ୍ତି (୭୬) ଗୁରୁବାର ସକାଳେ ଆଖିବୁଜିଛନ୍ତି। ଲୋକ ସଭା ନିର୍ବାଚନରେ ଟିକେଟ ନ ପାଇ ସେ...

ନିର୍ବାଚନ ପୂର୍ବରୁ ସରକାରଙ୍କ ଉପହାର: ମନରେଗା ଶ୍ରମିକଙ୍କ ମଜୁରୀ ବଢିଲା

ନୂଆଦିଲ୍ଲୀ,୨୮।୩: ‘ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ’ (ମନରେଗା) ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ କେନ୍ଦ୍ର ସରକାର ଏକ ବଡ ଉପହାର ଦେଇଛନ୍ତି।...

ବ୍ୟାଙ୍କ ଆପେ କାଟିନେଉଛନ୍ତି ଟଙ୍କା

ଡେରାଡୁନ୍‌,୨୮ା୩: ବିହାର ଶରଣ ଜିଲାର ଇଞ୍ଜିନିୟରିଂ ଗ୍ରାଜୁଏଟ୍‌ କୁନ୍ଦନ କୁମାର ବର୍ଷେରୁ ଅଧିକ ସମୟ ଧରି ଏକ ବୀମା ପଲିସି ବନ୍ଦ କରିବାକୁ ଉଦ୍ୟମ ଚଳାଇଛନ୍ତି,...

ଅର୍ଥମନ୍ତ୍ରୀଙ୍କ ପାଖରେ ନାହିଁ ଅର୍ଥ! ନିର୍ମଳା ଦେଲେ ନିର୍ବାଚନ ନ ଲଢିବାର ବଡ଼ କାରଣ

ନୂଆଦିଲ୍ଲୀ,୨୮।୩: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଖରେ ନିର୍ବାଚନ ଲଢିବାକୁ ଟଙ୍କା ନାହିଁ । ଏକଥା ଆମେ ନୁହେଁ ଖୋଦ୍‌ ଅର୍ଥମନ୍ତ୍ରୀ ଜାତୀୟ ଗଣମାଧ୍ୟମରେ କରିଛନ୍ତି ଖୁଲାସା...

ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ମସୁଧା

ନୂଆଦିଲ୍ଲୀ,୨୮ା୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିବା ପରେ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ କେନ୍ଦ୍ର...

ଏୟାର ଏକ୍ସପ୍ରେସ୍‌କୁ ଧକ୍କା ଦେଲା ଇଣ୍ଡିଗୋ

କୋଲକାତା,୨୭ା୩:କୋଲକାତା ବିମାନବନ୍ଦରରେ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ବିହାରର ଦରଭଙ୍ଗା ଅଭିମୁଖେ ବାହାରିଥିବା ଏକ ଇଣ୍ଡିଗୋ ବିମାନ ରନ୍‌ଓ୍ବେରେ ଚେନ୍ନାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri