Posted inଖେଳ

ସଚିନ କ୍ରିକେଟ୍‌ରେ ଏତେ ବଡ଼ ନାମ କରିବେ ବୋଲି ଜାଣି ନ ଥିଲେ ଏହି ପାକିସ୍ତାନ କ୍ରିକେଟର୍‌

ନୂଆଦିଲ୍ଲୀ, ୪।୭- ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ପାକିସ୍ତାନର ମହାନ ଦ୍ରୁତ ବୋଲର ଓ୍ବାକର ୟୁନିସ ଏକାଠି ୧୯୮୯ରେ ଭାରତ-ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ସିରିଜରେ ସେମାନଙ୍କ ଟେଷ୍ଟ ପଦାର୍ପଣ କରିଥିଲେ। ସଚିନଙ୍କୁ ସେତେବେଳେ ମାତ୍ର ୧୬ ବର୍ଷ ହୋଇଥିବାବେଳେ ସେ ଭାରତୀୟ ଦଳ ସହ ପାକିସ୍ତାନ ଗସ୍ତରେ ଯାଇଥିଲେ। ଓ୍ବାକରଙ୍କୁ ମଧ୍ୟ ସେତେବେଳେ ୧୮ ବର୍ଷ ହୋଇଥିଲା। ସେହି ସମୟର ୧୬ ବର୍ଷୀୟ ସଚିନ ଦିନେ ବିଶ୍ୱ କ୍ରିକେଟ୍‌ରେ ଏତେ ବଡ଼ ନାମ କରିବେ ବୋଲି କେବେ ମଧ୍ୟ ଭାବି ନ ଥିବା ଓ୍ବାକର ଏକ ସାକ୍ଷାତ୍‌କାର ଅବସରରେ କହିଛନ୍ତି। ‘ସେତେବେଳେ ସଚିନଙ୍କୁ ନେଇ ପୁରା ଚର୍ଚ୍ଚା ଚାଲିଥାଏ। ଏହି ଛୋଟିଆ ବାଳକ ଚମତ୍କାର ଖେଳୁଛି ଏବଂ ସ୍କୁଲ କ୍ରିକେଟ୍‌ରେ ତ୍ରିଶତକ ମଧ୍ୟ ହାସଲ କରିଛି ବୋଲି ପୂର୍ବରୁ ଶୁଣିଥିଲୁ। ସ୍କୁଲରେ ତ୍ରିଶତକ କିଏ ହାସଲ କରିପାରିବ। ସ୍କୁଲରେ ଶତକ ହାସଲ କରିବା ବଡ଼ କଥା ଥିଲା। ଭାରତୀୟ ଦଳରେ ଏହି ବାଳକ ଆସିଥିବା ଜାଣିବାକୁ ପାଇଥିଲୁ। ପ୍ରଥମଥର ତାଙ୍କୁ ଯେତେବେଳେ ଦେଖିଲି ସେ ମହାନ ସଚିନ ତେନ୍ଦୁଲକର ହେବେ ବୋଲି କେବେ ଭାବି ନ ଥିଲି। ଏତେ ବର୍ଷ ମଧ୍ୟରେ ସେ ଯାହା ହାସଲ କରିଛନ୍ତି ତାହା ଚମତ୍କାର। କିନ୍ତୁ ସେହି ସମୟରେ ମୋତେ ଲାଗି ନ ଥିଲା ଯେ ସଚିନ କ୍ରିକେଟ୍‌ରେ ଏତେ ବଡ଼ ନାମ କରିବେ। ତାଙ୍କର କଠିନ ପରିଶ୍ରମ ଯୋଗୁ ସଚିନ ଏତେବଡ଼ ସଫଳତା ପାଇଛନ୍ତି’ ବୋଲି ୪୮ ବର୍ଷୀୟ ଓ୍ବାକର ୟୁନିସ କହିଛନ୍ତି। ସଚିନଙ୍କୁ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉଟ୍‌ କରିବାରେ ୟୁନିସ ବିଶ୍ୱର ପ୍ରଥମ ବୋଲର ଥିଲେ। ପାକିସ୍ତାନ ଦଳରେ ସେତେବେଳେ ଓ୍ବାସିମ ଆକ୍ରମ, ଇମ୍ରାନ ଖାନ୍‌ ଓ ଯୁବ ଓ୍ବାକରଙ୍କ ପରି ଶ୍ରେଷ୍ଠ ଦ୍ରୁତ ବୋଲର ରହିଥିଲେ ମଧ୍ୟ ସଚିନ ଏହି ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିବାରେ ସଫଳ ହୋଇଥିଲେ। ସିରିଜରେ ସେ ଯଥାକ୍ରମେ ୧୫, ୫୯, ୮, ୪୧, ୩୫, ୫୭ ରନର ଉପଯୋଗୀ ଇନିଂସ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri