ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା: ୨୫ ଦିନ ହେଲା ନାହିଁ ବିଜୁଳି, ଗରମରେ ସିଝୁଛନ୍ତି ଛାତ୍ରୀଛାତ୍ର

ବାଲିଗୁଡ଼ା,୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ନ ଥିବାରୁ ସେହି ସ୍ମାର୍ଟ କ୍ଲାସ୍‌ରୁମ୍‌ ଏବେ କେବଳ ନାମକୁ ରହିଯାଇଛି। କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳର ନୀଲିପଡ଼ା ସରକାରୀ ୟୁଜି ହାଇସ୍କୁଲ(ନୂଆ)ରେ ଦୀର୍ଘ ୨୫ ଦିନ ଧରି ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିବା ଅଭିଯୋଗ ହୋଇଛି। ଫଳରେ ସ୍ମାର୍ଟବୋର୍ଡ ଭିତ୍ତିକ ପାଠପଢ଼ା ବନ୍ଦ ହୋଇଯିବା ସହ ଖରା ଓ ଗରମରେ ଫ୍ୟାନ ଚାଲୁ ନ ଥିବାରୁ ଛାତ୍ରୀଛାତ୍ର ହନ୍ତସନ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସମସ୍ୟାର ସମାଧାନ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଶିକ୍ଷା ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଆଶାନୁରୂପ ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ କରିଛନ୍ତି ଅଭିଭାବକ ଓ ଗ୍ରାମବାସୀ। ଶେଷରେ ସେମାନେ ଏକଜୁଟ ହୋଇ ବାଲିଗୁଡ଼ା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସମସ୍ୟାର ତୁରନ୍ତ ସମାଧାନ ଦାବି କରିଛନ୍ତି। ଗ୍ରାମବାସୀଙ୍କ କହିବାନୁସାରେ, ବିଦ୍ୟାଳୟରେ ଆଧୁନିକ ଶିକ୍ଷା ବ୍ୟବସ୍ଥା ପାଇଁ ସ୍ମାର୍ଟବୋର୍ଡ ସ୍ଥାପନ କରାଯାଇଛି। କିନ୍ତୁ ବିଦ୍ୟୁତ୍‌ ସଂଯୋଗ ନ ଥିବାରୁ ଏହାର କୌଣସି ବ୍ୟବହାର ହେଉନାହିଁ। ଏପରିକି ବିଦ୍ୟୁତ୍‌ ନ ଥିବାରୁ ଫ୍ୟାନ ମଧ୍ୟ ଚାଲୁନାହିଁ। ଫଳରେ ଗରମ ପରିବେଶରେ ପିଲାମାନଙ୍କୁ ପାଠ ପଢ଼ିବାକୁ ପଡ଼ୁଛି।

ଅନ୍ୟପକ୍ଷରେ ବିଦ୍ୟୁତ୍‌ ବିଲ୍‌ ବକେୟା ଥିବା ଏବଂ ଏଥିପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ଅର୍ଥ ବରାଦ ହୋଇ ନ ଥିବାରୁ ବିଦ୍ୟାଳୟ ପକ୍ଷରୁ ବିଲ ପୈଠ କରାଯାଇପାରୁ ନ ଥିବା ନେଇ ପ୍ରଧାନଶିକ୍ଷୟିତ୍ରୀଙ୍କ ପକ୍ଷରୁ କୁହାଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ ଅର୍ଥରୁ ବିଦ୍ୟୁତ୍‌ ବିଲ୍‌ ପୈଠ କରିବା ସମ୍ଭବ ନୁହେଁ ବୋଲି ସେ କହିଥିବା ମଧ୍ୟ ଅଭିଯୋଗ ହୋଇଛି। ସମସ୍ୟା ନେଇ ବ୍ଲକ ଶିକ୍ଷା ଅଧିକାରୀ, ଜିଲାସ୍ତରୀୟ ନୋଡାଲ ଅଧିକାରୀ ଓ ସେକ୍ସନ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସୁଫଳ ମିଳି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣା ଉପଜିଲାପାଳ ପ୍ରଣୀତା ଦାସଙ୍କ ନଜରକୁ ଆସିବା ପରେ ସେ ଏହାକୁ ଗୁରୁତ୍ୱର ସହ ନେଇ ଶୀଘ୍ର ବିଦ୍ୟୁତ୍‌ ସଂଯୋଗ ସହ ଦାୟିତ୍ୱହୀନ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ଆଶ୍ୱାସନା ଦେଇଥିବା ଜଣାପଡ଼ିଛି।
ସ୍ମାର୍ଟ କ୍ଲାସ୍‌ରୁମ୍‌ ପାଇଁ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସ୍ଥା ହେଉଥିବା ବେଳେ ବିଦ୍ୟୁତ୍‌ ଅଭାବରୁ ଏହା ଅଚଳ ହୋଇପଡ଼ିବା ଘଟଣା ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମି ଓ ପରିଚାଳନା ମଧ୍ୟରେ ଥିବା ଫାଟକୁ ସାମ୍ନାକୁ ଆଣିଛି। ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ଦିଆ ନ ଗଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଅଭିଭାବକ ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

Nana Lover Story: ଏହି ଅଭିନେତ୍ରୀଙ୍କ ପ୍ରେମରେ ଦିୱାନା ଥିଲେ ନାନା!, ରାଇଟର କଲେ ଖୁଲାସା…

ମୁମ୍ୱାଇ: ବଲିଉଡର ଦିଗ୍‌ଜ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି। ନିଜ ଦୀର୍ଘ ଅଭିନୟ କ୍ୟାରିୟରରେ ନାନା ପାଟେକରଙ୍କ ନାଁ କିଛି…

୧୩ ବର୍ଷ ବୟସରେ କମାଉଥିଲେ ୩୫ ଟଙ୍କା! ପ୍ରତିଦିନ ୮ କିମି ପାଦରେ ଚାଲି କେଉଁଠିକୁ ଯାଉଥିଲେ ନାନା ପାଟେକର?

ମୁମ୍ୱାଇ: ଦିଗ୍‌ଜ ଅଭିନେତା ବିଶ୍ୱନାଥ ପାଟେକର (ନାନା ପାଟେକର) ଆଜି ୮ ଅକ୍ଟୋବର ୨୦୨୬ରେ ୭୫ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ହୃଦଘାତ (କାର୍ଡିଆକ ଆରେଷ୍ଟ)…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ୭୦% ଶସ୍ତା ହେବ ଏହି ଔଷଧ

ନୂଆଦିଲ୍ଲୀ,୮।୧୦: କ୍ୟାନ୍ସର ଚିକିତ୍ସାରେ ଭାରି ଖର୍ଚ୍ଚକୁ ନେଇ ଚିନ୍ତିତ ରୋଗୀ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ନନ୍-ସେଡ୍ୟୁଲ୍…

ଭୋଟ୍‌ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ ନାରାରେ କମ୍ପିଲା ଲାଞ୍ଜିଗଡ଼

ଲାଞ୍ଜିଗଡ଼,୮ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦକୁ…

୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ଗୁଡାରିରେ ଅଖଚକ ସବୁ ଜାମ୍

ଗୁଡାରି,୮।୧୦(ପ୍ରମୋଦ କୁମାର ପତି): ଗୁରୁବାର ଇଣ୍ଡିଆ ମେଣ୍ଟର ଓଡିଶା ବନ୍ଦ ଡାକରା ପ୍ରଭାବ ଗୁଡାରି ସହରରେ ଦେଖିବାକୁ ମିଳିଛି । ସହରର ସମସ୍ତ ସରକାରୀ ଓ ବେସରକାରୀ…

କ୍ରିକେଟ୍‌ରେ ଚାମ୍ପିୟନ୍‌ ହେଲା ଆମେରିକା: ଭାରତୀୟ ବଂଶୋଦ୍ଭବ କଲେ କମାଲ

ଡଲାସ,୮।୧୦:ଭାରତୀୟ ବଂଶୋଦ୍ଭବ ଅଧିନାୟକ ମୋନାଙ୍କ ପଟେଲଙ୍କ ଧମାକାଦାର ଶତକ ବଳରେ ନାମ୍ବିଆକୁ ୪ ଉଇକେଟରେ ପରାସ୍ତ କରି ICC Cricket World Cup League Two 2023-27ର…

ବଙ୍ଗରେ ହଲଚଲ! ଉପନିର୍ବାଚନକୁ ନେଇ ମମତାଙ୍କ ବଡ଼ ଅଭିଯୋଗ; କହିଲେ ନିର୍ବାଚନ ହୋଇନି, EVMରେ…

କୋଲକାତା,୮।୧୦: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ରାଜନୀତି ସରଗରମ ହୋଇଛି । ମମତା ବାନାର୍ଜୀ ଭାଜପା ଉପରେ ଗୁରୁତର…

କୋହଲିଙ୍କୁ ପିଛା ଛାଡ଼ୁନି ବିବାଦ: ଆଗେ ଫସୁଛନ୍ତି ପରେ ଦେଉଛନ୍ତି ସଫେଇ

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟର ତାରକା ବିରାଟ କୋହଲିଙ୍କୁ ନେଇ ପୁଣିଥରେ ଏକ ବିବାଦ ଚର୍ଚ୍ଚାକୁ ଆସିଛି। ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?