Posted inଖେଳ

ପତ୍ନୀ ସାକ୍ଷୀଙ୍କୁ ପସନ୍ଦ ନ ଥିଲା କ୍ରିକେଟ, ନା ଚିହ୍ନିଥିଲେ ଧୋନୀଙ୍କୁ

ନୂଆଦିଲ୍ଲୀ,୪।୭: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଆଜି ବିବାହବାର୍ଷିକୀ। ଦଶ ବର୍ଷର ବିବାହ ମଧ୍ୟରେ ଅନେକ ଉପଲବ୍ଧି ହାସଲ କରିଛନ୍ତି ଧୋନୀ। ତନ୍ମଧ୍ୟରେ ରହିଛି ୨୦୧୧ ବିଶ୍ୱକପ, ଇଂଲଣ୍ଡରେ ଚାମ୍ପିୟନ୍ସ ଟ୍ରଫି ଜିତିବା,ପଦ୍ମଭୂଷଣ ସମ୍ମାନ ମିଳିବା ଏବଂ ଲ୍ୟୁଟିନାଣ୍ଟ କର୍ନେଲ ଉପାଧି ମିଳିବା ଆଦି। ତେବେ ଶନିବାର ବିବାହବାର୍ଷିକୀକୁ ନେଇ ଧୋନୀ-ସାକ୍ଷୀଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

ସାକ୍ଷୀ ଗ୍ରାଜୁଏଶନ ପରେ ବିବାହ କରିନେଇଥିଲେ। ହେଲେ ଧୋନୀଙ୍କ ଲମ୍ବା ଚୁଟି ତାଙ୍କୁ ପସନ୍ଦ ନ ଥିଲା। ଏକଦା ଧୋନୀ ନିଜ କେଶକୁ ଗୋଲାପି ରଙ୍ଗ କରିଦେଇଥିଲେ। ଏହା ସବୁଠାରୁ ଖରାପ ଲାଗିଥିଲା ସାକ୍ଷୀଙ୍କୁ। ସୌଭାଗ୍ୟରୁ ଲମ୍ବା ଚୁଟି ରଖିଥିବା ସମୟରେ ଦେଖି ନ ଥିଲି। ଛୋଟ ଚୁଟି ରଖିଥିବା ସମୟରେ ଭେଟିଥିଲି। ଯଦି ସେଭଳି ଦେଖିଥାନ୍ତି, ବିବାହ କରି ନ ଥାନ୍ତି ବୋଲି ସାକ୍ଷୀ ଏକ ସାକ୍ଷାତକାରରେ କହିଥିଲେ।

ବିବାହ ପୂର୍ବରୁ ସାକ୍ଷୀଙ୍କୁ କ୍ରିକେଟ ପସନ୍ଦ ନ ଥିଲା। ହେଲେ ସେ ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକର, ଭିଭିଏସ୍‌ ଲକ୍ଷ୍ମଣ ଆଦିଙ୍କୁ ଜାଣିଥିଲେ। ହେଲେ ଧୋନୀଙ୍କ ବିଷୟରେ ବେଶି କିଛି ଜାଣି ନ ଥିଲେ ବୋଲି ସେ କୁହନ୍ତି। ବିବାହ ପରେ ଧୋନୀଙ୍କ ପାଇଁ ସେ ପୁରା ବିଶ୍ୱ ଦେଖିଛନ୍ତି। ସବୁକିଛି ଶିଖିଛନ୍ତି ବୋଲି ମଧ୍ୟ ସାକ୍ଷୀ କୁହନ୍ତି।

କହିରଖୁଛୁ, ଧୋନୀଙ୍କ ଲମ୍ବା ଚୁଟିର ପ୍ରଂଶସକ କେବଳ ଭାରତରେ ନ ଥିଲେ। ପାକିସ୍ତାନର ପୂର୍ବ ରାଷ୍ଟ୍ରପତି ପରବେଜ୍‌ ମୁଶାରଫ ମଧ୍ୟ ଧୋନୀଙ୍କ ଚୁଟିର ଫ୍ୟାନ୍‌ ଥିଲେ। ମାହି ନିକଟରେ ଆଇପିଏଲ୍‌ର ୧୩ତମ ସିଜନ୍‌ରେ ନଜର ଆସିଥାନ୍ତେ। ହେଲେ କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଏହାକୁ ଅନିଶ୍ଚିତକାଳ ପାଇଁ ବାତିଲ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri