ଜଳ ଜଗୁଆଳି ନାହିଁ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଜଳ ଏକ ଅମୂଲ୍ୟ ସମ୍ପଦ। ଜଳବାୟୁ ପରିବର୍ତ୍ତନ ଓ ଅନ୍ୟାନ୍ୟ କାରଣରୁ ରାଜ୍ୟର ଅଧିକାଂଶ ନଦୀରେ ଜଳ ପ୍ରବାହ ହ୍ରାସ ପାଇବାରେ ଲାଗିଛି । ଏପରି କି ଅନେକ ନଦୀ ବର୍ଷାଦିନେ ମଧ୍ୟ ଶୁଖିଲା ପଡୁଛି। ୨୦୫୦ ବେଳକୁ ରାଜ୍ୟରେ ଉତ୍କଟ ପାନୀୟ ଜଳ ସଙ୍କଟ ସୃଷ୍ଟି ହେବା ନେଇ ପରିବେଶବିତ୍‌ ଚେତାବନୀ ଦେଲେଣି। ଏଭଳି ସ୍ଥିତିରେ ଗତ କିଛିବର୍ଷ ହେବ ରାଜ୍ୟର ବିଭିନ୍ନ ନଦୀ ଓ କେନାଲ ଜଳକୁ ଶିଳ୍ପ ସଂସ୍ଥାଗୁଡ଼ିକୁ ଅତି ସ୍ବଳ୍ପ ମୂଲ୍ୟରେ ଟେକି ଦିଆଯାଉଛି। ରାଜ୍ୟର ଗଚ୍ଛିତ ଜଳକୁ ଶିଳ୍ପ ସଂସ୍ଥାଗୁଡ଼ିକ ଯେପରି ଶୋଷି ଚାଲିଛନ୍ତି ଅଳ୍ପ କିଛିବର୍ଷ ପରେ ପାଣି ମୁନ୍ଦାଏ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଲାଣି।
ଜଳ ସମ୍ପଦ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୧୦ଟି ପ୍ରମୁଖ ନଦୀରୁ ୨୪୫ ଶିଳ୍ପ ସଂସ୍ଥା ଦୈନିକ ୧୯୯୭.୪୪୮ କ୍ୟୁସେକ(୫୫,୯୨୮.୫୪୪ ଲିଟର) ପାଣି ନେଉଛନ୍ତି । ସେହିପରି ୭୯୪ ଶିଳ୍ପାନୁଷ୍ଠାନ ଭୂଗର୍ଭରୁ ୩୮.୦୨୬ କ୍ୟୁସେକ(୧୦୬୪.୫୬ ଲିଟର) ପାଣି ଶୋଷୁଛନ୍ତି । ଶିଳ୍ପ ସଂସ୍ଥାଗୁଡିକୁ ଯୋଗାଇ ଦିଆଯାଉଥିବା ଜଳ ଫ୍ଲୋମିମିଟର ଜରିଆରେ ମପାଯାଇ ମୂଲ୍ୟ ଧାର୍ଯ୍ୟ କରାଯାଇଥାଏ। ଏଠାରେ ଉଲ୍ଲେଖ ଯୋଗ୍ୟ ଏହି ହିସାବ ସରକାରୀ ସ୍ତରରେ ରଖାଯାଇଥିବା ବେଳେ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ (ସବୁ ନ ହେଲ ମଧ୍ୟ ଅଧିକାଂଶ ଶିଳ୍ପ ସଂସ୍ଥା ସରକାରୀ ଅନୁମୋଦନ ଠାରୁ ଯଥେଷ୍ଟ ଅଧିକ ଜଳ ଶୋଷଣ କରୁଛନ୍ତି)। ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଜଳସେଚନ ବିଭାଗ କ୍ଷୁଦ୍ର ଓ ବୃହତ୍‌ ଶିଳ୍ପଗୁଡ଼ିକରୁ ୫ କ୍ୟୁସେକ ଜଳ ନେଉଥିବା ଶିଳ୍ପ ନିମନ୍ତେ ପ୍ରତି ୧ ହଜାର ଲିଟର ପାଣିକୁ ୯ଟଙ୍କା ୫୨ ପଇସା ଧାର୍ଯ୍ୟ କରାଯାଇଥିବା ବେଳେ ୫ କ୍ୟୁସେକରୁ ଅଧିକ ଜଳ ନେଉଥିବା ଶିଳ୍ପ ପାଇଁ ପ୍ରତି ୧ ହଜାର ଲିଟରକୁ ୧୨ ଟଙ୍କା ୬୦ ପଇସା ଧାର୍ଯ୍ୟ କରାଯାଇଛି।
୨୦୧୮-୧୯ ଆର୍ଥିକ ବର୍ଷରେ ଶିଳ୍ପ ସଂସ୍ଥାଗୁଡ଼ିକ ୯୮୭.୫୪ ନିୟୁତ କ୍ୟୁବିକ ମିଟର ଅର୍ଥାତ୍‌ ୯୮୭.୫୪ ବିଲିୟନ ଲିଟର ଜଳ ନଦୀ ଓ ଭୂଗର୍ଭରୁ ନେଇଛନ୍ତି । ଏବେ ରାଜ୍ୟର ଶିଳ୍ପସଂସ୍ଥାଗୁଡ଼ିକ ୧୧୦୫.୮୬ ନିୟୁତ କ୍ୟୁସେକ ଅର୍ଥାତ୍‌ ୩୧.୩୧ବିଲିୟନ ଲିଟର ଜଳ ବ୍ୟବହାର କରୁଛନ୍ତି । ତେବେ ଅତି କମ୍‌ ମୂଲ୍ୟରେ ଜଳ ଶୋଷୁଥିବା ଶିଳ୍ପାନୁଷ୍ଠାନଗୁଡ଼ିକ ମଧ୍ୟ ଜଳକର ନିୟମିତ ପଇଠ କରୁନାହାନ୍ତି। ଏପରି କି ଟିକସ ଫାଙ୍କିବା ପାଇଁ ଅନେକ ବଡ଼ ବଡ଼ ଶିଳ୍ପ ସଂସ୍ଥା କୋର୍ଟ କଚେରି ଦ୍ୱାରସ୍ଥ ହେଉଛନ୍ତି । ଏଥିଯୋଗୁ ଦୀର୍ଘବର୍ଷ ହେବ ୧୫ଟି ଶିଳ୍ପ ସଂସ୍ଥା ୨୬୬୫.୮୮କୋଟି ଟଙ୍କା ଫାଙ୍କି ଚାଲିଛନ୍ତି। ଫଳରେ ଗତ ଦଶନ୍ଧି ହେବ ସେହି ଅର୍ଥ ଅନାଦାୟ ହୋଇ ପଡିରହିଛି। ବକେୟା ଅର୍ଥ ଆଦାୟ କରିବାକୁ ରାଜ୍ୟ ସରକାରଙ୍କୁ ବହୁ ଅର୍ଥ ଖର୍ଚ୍ଚ କରି କୋର୍ଟ କଚେରିରେ ଲଢ଼ିବାକୁ ପଡୁଛି।
ମିଳିଥିବା ସୂଚନା ଅନୁଯାୟୀ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ୧୩୨୦ ମେଗାଓ୍ବାଟ ବିଜୁଳି ଉପତ୍ାଦନ ପାଇଁ ୨୪ ଘଣ୍ଟାରେ ୪ ହଜାର କ୍ୟୁବିକ ମିଟର ପାଣିର ଆବଶ୍ୟକତା ପଡୁଛି। ସେହିପରି ଜଳ ବିଦ୍ୟୁତ୍‌ ଉପତ୍ାଦନ ପାଇଁ ପ୍ରତି ୨ ମେଗାୱାଟ ସକାଶେ ୧ କ୍ୟୁସେକ ଜଳର ଆବଶ୍ୟକତା ହେଉଛି। ତେବେ ବିଦ୍ୟୁତ୍‌ ଉପତ୍ାଦନକାରୀ ସଂସ୍ଥାଗୁଡ଼ିକ ଲଟର ପିଛା ଜଳ ପାଇଁ ମାତ୍ର ୦.୨ ପଇସାରୁ କମ୍‌ ଖର୍ଚ୍ଚ କରୁଛନ୍ତି, ଯାହାକି ଅତ୍ୟନ୍ତ ନଗଣ୍ୟ। ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକ ୧ ୟୁନିଟ୍‌ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ୨ ଟଙ୍କା ୮୧ ପଇସାରୁ ୩ ଟଙ୍କା ୪୭ ପଇସା ଖର୍ଚ୍ଚ କରୁଥିବା ବେଳେ ଜଳ ବିଦ୍ୟୁତ୍‌ ପ୍ରକଳ୍ପଗୁଡ଼ିକ ୭୮ ପଇସାରୁ ୨ ଟଙ୍କା ମଧ୍ୟରେ ଖର୍ଚ୍ଚ କରୁଛନ୍ତି।
ଅଳ୍ପ କିଛି ନିଯୁକ୍ତି ଦେବା ଲୋଭ ଦେଖାଇ ଓଡ଼ିଶାରେ କଳକାରଖାନା ସ୍ଥାପନ କରୁଥିବା ତଥାକଥିତ ପୁଞ୍ଜିପତିମାନେ ଜଳ ଭଳି ପ୍ରାକୃତିକ ସମ୍ପଦକୁ ଲୁଟି ଚାଲିଛନ୍ତି। ଏଠାରେ ତାଳଚେର ନିକଟସ୍ଥ କଣିହଁାଠାରେ ଥିବା ଏନ୍‌ଟିପିସି ଭଳି କେନ୍ଦ୍ରୀୟ ଉଦ୍ୟୋଗକୁ ଉଦାହରଣ ଭାବେ ନିଆଯାଇ ପାରେ। ଏହି ସଂସ୍ଥା ବ୍ରାହ୍ମଣୀ ନଦୀର ସାମଲ ବ୍ୟାରେଜରୁ ୧୦୫ କ୍ୟୁସେକ ପାଣି ନେଉଛି। ଓଡ଼ିଶା ପାଣିରେ ଉତ୍ପାଦିତ ବିଦ୍ୟୁତ୍‌ ଶକ୍ତିକୁ ଏନ୍‌ଟିପିସି କର୍ନାଟକ ଏବଂ ଦିଲ୍ଲୀ ଭଳି ରାଜ୍ୟକୁ ଯୋଗାଉଛି। ସେହିପରି ଭୂଷଣ ଓ ଅନ୍ୟାନ୍ୟ ଶିଳ୍ପ ସଂସ୍ଥା ଓଡ଼ିଶାର ପାଣିକୁ ବ୍ୟବହାର କରି ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ତେଲଙ୍ଗାନା, ତାମିଲନାଡୁ ଭଳି ରାଜ୍ୟକୁ ବିଦ୍ୟୁତ୍‌ ବିକ୍ରୟ କରୁଛନ୍ତି।
ଅନ୍ୟପକ୍ଷରେ ଜଳ ଏକ ରାଜ୍ୟ ବିଷୟ । କେନ୍ଦ୍ର ସରକାର ଏବଂ ଏନ୍‌ଜିଟିଙ୍କ ହସ୍ତକ୍ଷେପ ଯୋଗୁ ଏହି ପ୍ରାକୃତିକ ସମ୍ପଦ ଉପରୁ ରାଜ୍ୟକୁ ନିଜର ଅଧିକାର ହରାଇବାକୁ ପଡୁଛି। ଓଡ଼ିଶାର ଜୀବନରେଖା ମହାନଦୀ ସ୍ରୋତକୁ ୧୬ଟି ବୃହତ୍‌ ବ୍ୟାରେଜ ନିର୍ମାଣ କରି ଛତିଶଗଡ଼ ରୋକିବା ଯୋଗୁ ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ଏଥିଯୋଗୁ ଖରାଦିନେ ଏହି ନଦୀ ଶୁଖିଲା ପଡୁଛି। ଏହାକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଚାଲିଛି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ନାଁରେ ଏହାକୁ ବର୍ଷ ବର୍ଷ ଧରି ଗଡ଼ାଇ ନେବାକୁ ଉଦ୍ୟମ ହେଉଛି। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ଯାଏ ବହୁ ଜଳ ବିବାଦ ମାମଲା ଦୀର୍ଘବର୍ଷ ହେବ ଗଡ଼ିଚାଲିଛି। ଆଗାମୀ ଦିନର ଜଳାଭାବକୁ ଦେଖି ସିଙ୍ଗାପୁର, ୟୁନାଇଟେଡ ଆରବ ଏମିରେଟ, ସୌଦି ଆରବ ଏବଂ ଇସ୍ରାଏଲ ଭଳି ଦେଶ ନିଜର ଜଳ ସମ୍ପଦକୁ ସାଇତି ରଖୁଛନ୍ତି। ସମୁଦ୍ରର ଲୁଣି ଓ କ୍ଷାର ପାଣିକୁ ବିଶୋଧନ କରି ସେଠାକାର ଶିଳ୍ପ ସଂସ୍ଥାଗୁଡ଼ିକ ବ୍ୟବହାର କରୁଥିବା ବେଳେ ଓଡ଼ିଶାରେ ଗଚ୍ଛିତ ମଧୁର ଜଳକୁ ଅତି ସ୍ବଳ୍ପ ମୂଲ୍ୟରେ ଶିଳ୍ପସଂସ୍ଥାଗୁଡ଼ିକୁ ଟେକି ଦିଆଯାଉଛି। ଏଭଳି ସ୍ଥିତିରେ ମନେ ହେଉଛି ଓଡ଼ିଶାରେ ଯେପରି ଭବିଷ୍ୟତର ଚାହିଦାକୁ ଦେଖି ଆଜି ଜଳ ଜଗିବାକୁ କେହି ନାହିଁ।
ମଣିଷ ଓ ପ୍ରାଣୀ ଜୀବନ ବଞ୍ଚାଇବା ପାଇଁ ମଧୁର ଜଳର ଆବଶ୍ୟକତା ରହିଛି। ଓଡ଼ିଶାର ଭୂତଳ ଜଳସ୍ତର ପ୍ରାୟ ସବୁ ଜିଲାରେ ତଳକୁ ଖସୁଛି। ଫଳରେ ଉତ୍କଟ ଜଳାଭାବ ପ୍ରତ୍ୟେକ ବର୍ଷ ବୃଦ୍ଧି ପାଉଥିବା ଦେଖାଯାଉଛି। ଜୀବନ ବଞ୍ଚାଇବା ପାଇଁ ସଞ୍ଚିତ ଥିବା ଅଳ୍ପ କିଛି ଜଳକୁ ସଂରକ୍ଷଣ କରା ନ ଗଲେ ଆଗାମୀ ଦିନରେ ରାଜ୍ୟକୁ ଉତ୍କଟ ଜଳାଭାବ ସମସ୍ୟା ଭୋଗିବାକୁ ପଡ଼ିବ। ଜଳ ଏକ ସରନ୍ତି ପ୍ରାକୃତିକ ସମ୍ପଦ। ଏହାକୁ ସୃଷ୍ଟି କରାଯାଇ ପାରିବ ନାହିଁ। କେବଳ ସଂରକ୍ଷଣ କରାଯାଇପାରିବ। ବର୍ଷା ଜଳକୁ ସଂରକ୍ଷଣ କରାଗଲେ ଭୂତଳ ଜଳସ୍ତର ବୃଦ୍ଧି ପାଇ ପାରନ୍ତା। ବ୍ୟବହୃତ ଜଳକୁ ଶିଳ୍ପ ସଂସ୍ଥାଗୁଡ଼ିକ ବିଶୋଧନ କରି ପୁଣି ବ୍ୟବହାର ଉପଯୋଗୀ କରିପାରନ୍ତେ । ଦେଖାଯାଉଛି ଓଡ଼ିଶାରେ କୌଣସି ଗୋଟିଏ ଶିଳ୍ପ ସଂସ୍ଥା ଏହା ଉପରେ ଧ୍ୟାନ ଦେଉନାହାନ୍ତି। ଶିଳ୍ପ ସଂସ୍ଥାଗୁଡ଼ିକ ବର୍ଷା ଜଳକୁ ସଂରକ୍ଷିତ ରଖି ତାହାର ସଦୁପଯୋଗ କରୁନାହାନ୍ତି କିମ୍ବା ଯେଉଁ ଜଳ ମିଳୁଛି ତାହାର ଠିକ୍‌ ଭାବେ ବିନିଯୋଗ କରୁନାହାନ୍ତି। କୌଣସି ଶିଳ୍ପ ସଂସ୍ଥାକୁ ଭୂଗର୍ଭରୁ ଜଳ ନେବା ଲାଗି ଅନୁମତି ଦିଆ ନ ଯାଇ ଭୂପୃଷ୍ଠ ଜଳକୁ କିପରି ବୃଦ୍ଧି କରାଯାଇ ପାରିବ ସେ ଦିଗରେ ପଦକ୍ଷେପ ନିଆଗଲେ ଆଗାମୀ ଦିନରେ ଜଳ ସମସ୍ୟା ଦୂର ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଭିଜିଲାନ୍ସ ଜାଲରେ ଆନନ୍ଦପୁର ସମବାୟ ସମିତିର ନିଲମ୍ବିତ ସମ୍ପାଦକ: ୨୧ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତର ଆନନ୍ଦପୁର ସେବା ସମବାୟ ସମିତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଅର୍ଥ ହେରଫେର…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

ପ୍ରଶାସନିକ ଅବହେଳାର ପ୍ରତିବାଦ: ବର୍ଷାଜଳ ନିଷ୍କାସନ ନ ହେବାରୁ ଅନେକ ଗ୍ରାମର ଚାଷ ଜମି ଜଳମଗ୍ନ, ଆନ୍ଦୋଳନ ଚେତାବନୀ

ହାଟଡିହୀ/ଛେନାପଦୀ,୧୧।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ କେନାଲରେ ଅବ୍ୟବସ୍ଥା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନାହିଁ, ଯାହାଫଳରେ ଚାଷ କାର୍ଯ୍ୟରେ ଗୁରୁତର…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ନିଖୋଜ ହୋଇଥିଲେ ୧୬ ବର୍ଷିୟା ନାବାଳିକା: ପାରଳାଖେମୁଣ୍ଡିରୁ ମହିଳାଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ

ପାରଳାଖେମୁଣ୍ଡି,୧୧।୮(ଗିରିଧାରୀ ପରିଛା): ନାବାଳିକା ଅପହରଣ ମାମଲାରେ ଗଜପତି ଜିଲା ପାରଳାଖେମୁଣ୍ଡି ସହରର ବିଶ୍ୱନାଥ ନଗରରେ ଏକ ଭଡ଼ା ଘରେ ରହୁଥିବା ଝୁନି ଜେନା ନାମକ ଜଣେ ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri