ଜଳ ଜଗୁଆଳି ନାହିଁ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଜଳ ଏକ ଅମୂଲ୍ୟ ସମ୍ପଦ। ଜଳବାୟୁ ପରିବର୍ତ୍ତନ ଓ ଅନ୍ୟାନ୍ୟ କାରଣରୁ ରାଜ୍ୟର ଅଧିକାଂଶ ନଦୀରେ ଜଳ ପ୍ରବାହ ହ୍ରାସ ପାଇବାରେ ଲାଗିଛି । ଏପରି କି ଅନେକ ନଦୀ ବର୍ଷାଦିନେ ମଧ୍ୟ ଶୁଖିଲା ପଡୁଛି। ୨୦୫୦ ବେଳକୁ ରାଜ୍ୟରେ ଉତ୍କଟ ପାନୀୟ ଜଳ ସଙ୍କଟ ସୃଷ୍ଟି ହେବା ନେଇ ପରିବେଶବିତ୍‌ ଚେତାବନୀ ଦେଲେଣି। ଏଭଳି ସ୍ଥିତିରେ ଗତ କିଛିବର୍ଷ ହେବ ରାଜ୍ୟର ବିଭିନ୍ନ ନଦୀ ଓ କେନାଲ ଜଳକୁ ଶିଳ୍ପ ସଂସ୍ଥାଗୁଡ଼ିକୁ ଅତି ସ୍ବଳ୍ପ ମୂଲ୍ୟରେ ଟେକି ଦିଆଯାଉଛି। ରାଜ୍ୟର ଗଚ୍ଛିତ ଜଳକୁ ଶିଳ୍ପ ସଂସ୍ଥାଗୁଡ଼ିକ ଯେପରି ଶୋଷି ଚାଲିଛନ୍ତି ଅଳ୍ପ କିଛିବର୍ଷ ପରେ ପାଣି ମୁନ୍ଦାଏ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଲାଣି।
ଜଳ ସମ୍ପଦ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୧୦ଟି ପ୍ରମୁଖ ନଦୀରୁ ୨୪୫ ଶିଳ୍ପ ସଂସ୍ଥା ଦୈନିକ ୧୯୯୭.୪୪୮ କ୍ୟୁସେକ(୫୫,୯୨୮.୫୪୪ ଲିଟର) ପାଣି ନେଉଛନ୍ତି । ସେହିପରି ୭୯୪ ଶିଳ୍ପାନୁଷ୍ଠାନ ଭୂଗର୍ଭରୁ ୩୮.୦୨୬ କ୍ୟୁସେକ(୧୦୬୪.୫୬ ଲିଟର) ପାଣି ଶୋଷୁଛନ୍ତି । ଶିଳ୍ପ ସଂସ୍ଥାଗୁଡିକୁ ଯୋଗାଇ ଦିଆଯାଉଥିବା ଜଳ ଫ୍ଲୋମିମିଟର ଜରିଆରେ ମପାଯାଇ ମୂଲ୍ୟ ଧାର୍ଯ୍ୟ କରାଯାଇଥାଏ। ଏଠାରେ ଉଲ୍ଲେଖ ଯୋଗ୍ୟ ଏହି ହିସାବ ସରକାରୀ ସ୍ତରରେ ରଖାଯାଇଥିବା ବେଳେ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ (ସବୁ ନ ହେଲ ମଧ୍ୟ ଅଧିକାଂଶ ଶିଳ୍ପ ସଂସ୍ଥା ସରକାରୀ ଅନୁମୋଦନ ଠାରୁ ଯଥେଷ୍ଟ ଅଧିକ ଜଳ ଶୋଷଣ କରୁଛନ୍ତି)। ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଜଳସେଚନ ବିଭାଗ କ୍ଷୁଦ୍ର ଓ ବୃହତ୍‌ ଶିଳ୍ପଗୁଡ଼ିକରୁ ୫ କ୍ୟୁସେକ ଜଳ ନେଉଥିବା ଶିଳ୍ପ ନିମନ୍ତେ ପ୍ରତି ୧ ହଜାର ଲିଟର ପାଣିକୁ ୯ଟଙ୍କା ୫୨ ପଇସା ଧାର୍ଯ୍ୟ କରାଯାଇଥିବା ବେଳେ ୫ କ୍ୟୁସେକରୁ ଅଧିକ ଜଳ ନେଉଥିବା ଶିଳ୍ପ ପାଇଁ ପ୍ରତି ୧ ହଜାର ଲିଟରକୁ ୧୨ ଟଙ୍କା ୬୦ ପଇସା ଧାର୍ଯ୍ୟ କରାଯାଇଛି।
୨୦୧୮-୧୯ ଆର୍ଥିକ ବର୍ଷରେ ଶିଳ୍ପ ସଂସ୍ଥାଗୁଡ଼ିକ ୯୮୭.୫୪ ନିୟୁତ କ୍ୟୁବିକ ମିଟର ଅର୍ଥାତ୍‌ ୯୮୭.୫୪ ବିଲିୟନ ଲିଟର ଜଳ ନଦୀ ଓ ଭୂଗର୍ଭରୁ ନେଇଛନ୍ତି । ଏବେ ରାଜ୍ୟର ଶିଳ୍ପସଂସ୍ଥାଗୁଡ଼ିକ ୧୧୦୫.୮୬ ନିୟୁତ କ୍ୟୁସେକ ଅର୍ଥାତ୍‌ ୩୧.୩୧ବିଲିୟନ ଲିଟର ଜଳ ବ୍ୟବହାର କରୁଛନ୍ତି । ତେବେ ଅତି କମ୍‌ ମୂଲ୍ୟରେ ଜଳ ଶୋଷୁଥିବା ଶିଳ୍ପାନୁଷ୍ଠାନଗୁଡ଼ିକ ମଧ୍ୟ ଜଳକର ନିୟମିତ ପଇଠ କରୁନାହାନ୍ତି। ଏପରି କି ଟିକସ ଫାଙ୍କିବା ପାଇଁ ଅନେକ ବଡ଼ ବଡ଼ ଶିଳ୍ପ ସଂସ୍ଥା କୋର୍ଟ କଚେରି ଦ୍ୱାରସ୍ଥ ହେଉଛନ୍ତି । ଏଥିଯୋଗୁ ଦୀର୍ଘବର୍ଷ ହେବ ୧୫ଟି ଶିଳ୍ପ ସଂସ୍ଥା ୨୬୬୫.୮୮କୋଟି ଟଙ୍କା ଫାଙ୍କି ଚାଲିଛନ୍ତି। ଫଳରେ ଗତ ଦଶନ୍ଧି ହେବ ସେହି ଅର୍ଥ ଅନାଦାୟ ହୋଇ ପଡିରହିଛି। ବକେୟା ଅର୍ଥ ଆଦାୟ କରିବାକୁ ରାଜ୍ୟ ସରକାରଙ୍କୁ ବହୁ ଅର୍ଥ ଖର୍ଚ୍ଚ କରି କୋର୍ଟ କଚେରିରେ ଲଢ଼ିବାକୁ ପଡୁଛି।
ମିଳିଥିବା ସୂଚନା ଅନୁଯାୟୀ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ୧୩୨୦ ମେଗାଓ୍ବାଟ ବିଜୁଳି ଉପତ୍ାଦନ ପାଇଁ ୨୪ ଘଣ୍ଟାରେ ୪ ହଜାର କ୍ୟୁବିକ ମିଟର ପାଣିର ଆବଶ୍ୟକତା ପଡୁଛି। ସେହିପରି ଜଳ ବିଦ୍ୟୁତ୍‌ ଉପତ୍ାଦନ ପାଇଁ ପ୍ରତି ୨ ମେଗାୱାଟ ସକାଶେ ୧ କ୍ୟୁସେକ ଜଳର ଆବଶ୍ୟକତା ହେଉଛି। ତେବେ ବିଦ୍ୟୁତ୍‌ ଉପତ୍ାଦନକାରୀ ସଂସ୍ଥାଗୁଡ଼ିକ ଲଟର ପିଛା ଜଳ ପାଇଁ ମାତ୍ର ୦.୨ ପଇସାରୁ କମ୍‌ ଖର୍ଚ୍ଚ କରୁଛନ୍ତି, ଯାହାକି ଅତ୍ୟନ୍ତ ନଗଣ୍ୟ। ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକ ୧ ୟୁନିଟ୍‌ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ୨ ଟଙ୍କା ୮୧ ପଇସାରୁ ୩ ଟଙ୍କା ୪୭ ପଇସା ଖର୍ଚ୍ଚ କରୁଥିବା ବେଳେ ଜଳ ବିଦ୍ୟୁତ୍‌ ପ୍ରକଳ୍ପଗୁଡ଼ିକ ୭୮ ପଇସାରୁ ୨ ଟଙ୍କା ମଧ୍ୟରେ ଖର୍ଚ୍ଚ କରୁଛନ୍ତି।
ଅଳ୍ପ କିଛି ନିଯୁକ୍ତି ଦେବା ଲୋଭ ଦେଖାଇ ଓଡ଼ିଶାରେ କଳକାରଖାନା ସ୍ଥାପନ କରୁଥିବା ତଥାକଥିତ ପୁଞ୍ଜିପତିମାନେ ଜଳ ଭଳି ପ୍ରାକୃତିକ ସମ୍ପଦକୁ ଲୁଟି ଚାଲିଛନ୍ତି। ଏଠାରେ ତାଳଚେର ନିକଟସ୍ଥ କଣିହଁାଠାରେ ଥିବା ଏନ୍‌ଟିପିସି ଭଳି କେନ୍ଦ୍ରୀୟ ଉଦ୍ୟୋଗକୁ ଉଦାହରଣ ଭାବେ ନିଆଯାଇ ପାରେ। ଏହି ସଂସ୍ଥା ବ୍ରାହ୍ମଣୀ ନଦୀର ସାମଲ ବ୍ୟାରେଜରୁ ୧୦୫ କ୍ୟୁସେକ ପାଣି ନେଉଛି। ଓଡ଼ିଶା ପାଣିରେ ଉତ୍ପାଦିତ ବିଦ୍ୟୁତ୍‌ ଶକ୍ତିକୁ ଏନ୍‌ଟିପିସି କର୍ନାଟକ ଏବଂ ଦିଲ୍ଲୀ ଭଳି ରାଜ୍ୟକୁ ଯୋଗାଉଛି। ସେହିପରି ଭୂଷଣ ଓ ଅନ୍ୟାନ୍ୟ ଶିଳ୍ପ ସଂସ୍ଥା ଓଡ଼ିଶାର ପାଣିକୁ ବ୍ୟବହାର କରି ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ତେଲଙ୍ଗାନା, ତାମିଲନାଡୁ ଭଳି ରାଜ୍ୟକୁ ବିଦ୍ୟୁତ୍‌ ବିକ୍ରୟ କରୁଛନ୍ତି।
ଅନ୍ୟପକ୍ଷରେ ଜଳ ଏକ ରାଜ୍ୟ ବିଷୟ । କେନ୍ଦ୍ର ସରକାର ଏବଂ ଏନ୍‌ଜିଟିଙ୍କ ହସ୍ତକ୍ଷେପ ଯୋଗୁ ଏହି ପ୍ରାକୃତିକ ସମ୍ପଦ ଉପରୁ ରାଜ୍ୟକୁ ନିଜର ଅଧିକାର ହରାଇବାକୁ ପଡୁଛି। ଓଡ଼ିଶାର ଜୀବନରେଖା ମହାନଦୀ ସ୍ରୋତକୁ ୧୬ଟି ବୃହତ୍‌ ବ୍ୟାରେଜ ନିର୍ମାଣ କରି ଛତିଶଗଡ଼ ରୋକିବା ଯୋଗୁ ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ଏଥିଯୋଗୁ ଖରାଦିନେ ଏହି ନଦୀ ଶୁଖିଲା ପଡୁଛି। ଏହାକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଚାଲିଛି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ନାଁରେ ଏହାକୁ ବର୍ଷ ବର୍ଷ ଧରି ଗଡ଼ାଇ ନେବାକୁ ଉଦ୍ୟମ ହେଉଛି। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ଯାଏ ବହୁ ଜଳ ବିବାଦ ମାମଲା ଦୀର୍ଘବର୍ଷ ହେବ ଗଡ଼ିଚାଲିଛି। ଆଗାମୀ ଦିନର ଜଳାଭାବକୁ ଦେଖି ସିଙ୍ଗାପୁର, ୟୁନାଇଟେଡ ଆରବ ଏମିରେଟ, ସୌଦି ଆରବ ଏବଂ ଇସ୍ରାଏଲ ଭଳି ଦେଶ ନିଜର ଜଳ ସମ୍ପଦକୁ ସାଇତି ରଖୁଛନ୍ତି। ସମୁଦ୍ରର ଲୁଣି ଓ କ୍ଷାର ପାଣିକୁ ବିଶୋଧନ କରି ସେଠାକାର ଶିଳ୍ପ ସଂସ୍ଥାଗୁଡ଼ିକ ବ୍ୟବହାର କରୁଥିବା ବେଳେ ଓଡ଼ିଶାରେ ଗଚ୍ଛିତ ମଧୁର ଜଳକୁ ଅତି ସ୍ବଳ୍ପ ମୂଲ୍ୟରେ ଶିଳ୍ପସଂସ୍ଥାଗୁଡ଼ିକୁ ଟେକି ଦିଆଯାଉଛି। ଏଭଳି ସ୍ଥିତିରେ ମନେ ହେଉଛି ଓଡ଼ିଶାରେ ଯେପରି ଭବିଷ୍ୟତର ଚାହିଦାକୁ ଦେଖି ଆଜି ଜଳ ଜଗିବାକୁ କେହି ନାହିଁ।
ମଣିଷ ଓ ପ୍ରାଣୀ ଜୀବନ ବଞ୍ଚାଇବା ପାଇଁ ମଧୁର ଜଳର ଆବଶ୍ୟକତା ରହିଛି। ଓଡ଼ିଶାର ଭୂତଳ ଜଳସ୍ତର ପ୍ରାୟ ସବୁ ଜିଲାରେ ତଳକୁ ଖସୁଛି। ଫଳରେ ଉତ୍କଟ ଜଳାଭାବ ପ୍ରତ୍ୟେକ ବର୍ଷ ବୃଦ୍ଧି ପାଉଥିବା ଦେଖାଯାଉଛି। ଜୀବନ ବଞ୍ଚାଇବା ପାଇଁ ସଞ୍ଚିତ ଥିବା ଅଳ୍ପ କିଛି ଜଳକୁ ସଂରକ୍ଷଣ କରା ନ ଗଲେ ଆଗାମୀ ଦିନରେ ରାଜ୍ୟକୁ ଉତ୍କଟ ଜଳାଭାବ ସମସ୍ୟା ଭୋଗିବାକୁ ପଡ଼ିବ। ଜଳ ଏକ ସରନ୍ତି ପ୍ରାକୃତିକ ସମ୍ପଦ। ଏହାକୁ ସୃଷ୍ଟି କରାଯାଇ ପାରିବ ନାହିଁ। କେବଳ ସଂରକ୍ଷଣ କରାଯାଇପାରିବ। ବର୍ଷା ଜଳକୁ ସଂରକ୍ଷଣ କରାଗଲେ ଭୂତଳ ଜଳସ୍ତର ବୃଦ୍ଧି ପାଇ ପାରନ୍ତା। ବ୍ୟବହୃତ ଜଳକୁ ଶିଳ୍ପ ସଂସ୍ଥାଗୁଡ଼ିକ ବିଶୋଧନ କରି ପୁଣି ବ୍ୟବହାର ଉପଯୋଗୀ କରିପାରନ୍ତେ । ଦେଖାଯାଉଛି ଓଡ଼ିଶାରେ କୌଣସି ଗୋଟିଏ ଶିଳ୍ପ ସଂସ୍ଥା ଏହା ଉପରେ ଧ୍ୟାନ ଦେଉନାହାନ୍ତି। ଶିଳ୍ପ ସଂସ୍ଥାଗୁଡ଼ିକ ବର୍ଷା ଜଳକୁ ସଂରକ୍ଷିତ ରଖି ତାହାର ସଦୁପଯୋଗ କରୁନାହାନ୍ତି କିମ୍ବା ଯେଉଁ ଜଳ ମିଳୁଛି ତାହାର ଠିକ୍‌ ଭାବେ ବିନିଯୋଗ କରୁନାହାନ୍ତି। କୌଣସି ଶିଳ୍ପ ସଂସ୍ଥାକୁ ଭୂଗର୍ଭରୁ ଜଳ ନେବା ଲାଗି ଅନୁମତି ଦିଆ ନ ଯାଇ ଭୂପୃଷ୍ଠ ଜଳକୁ କିପରି ବୃଦ୍ଧି କରାଯାଇ ପାରିବ ସେ ଦିଗରେ ପଦକ୍ଷେପ ନିଆଗଲେ ଆଗାମୀ ଦିନରେ ଜଳ ସମସ୍ୟା ଦୂର ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri