ମହାନାୟକ ଅମିତାଭ ବଚ୍ଚନଙ୍କ ନାମରେ ରହିଛି ଏହି ମନ୍ଦିର: ପ୍ରତିଦିନ ହୁଏ ପୂଜାର୍ଚ୍ଚନା

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଇତିମଧ୍ୟରେ ୭୮ ବର୍ଷର ହୋଇଯାଇଛନ୍ତି। ତେବେ କରୋନା ଭାଇରସ ଓ ‘କୌନ୍‌ ବନେଗା କରୋଡପତି’ର ଶୁଟିଂରେ ବ୍ୟସ୍ତ ଥିବାରୁ ସେ ଏଥର ଧୂମ୍‌ଧାମରେ ନିଜର ଜନ୍ମଦିନ ପାଳନ କରି ନାହାନ୍ତି। ତେବେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ଦକ୍ଷିଣ କୋଲକାତାର ବଲ୍ୟାଗୁଙ୍ଗି ଫାରି ନିକଟସ୍ଥ ଏକ ସ୍ଥାନରେ ତାଙ୍କ ନାମରେ ‘ଅମିତାଭ ବଚ୍ଚନ ମନ୍ଦିର’ ରହିଛି। ଅମିତାଭଙ୍କ ବହୁ ପ୍ରଶଂସକଙ୍କ ବଦାନ୍ୟତାରେ ଏହି ମନ୍ଦିର ୨୦୦୧ ମସିହାରେ ନିର୍ମାଣ ହୋଇଥିଲା। ଏହି ମନ୍ଦିରରେ ଅମିତାଭଙ୍କ ଏକ ଷ୍ଟାଇଲିଷ୍ଟ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏହି ମୂର୍ତ୍ତିକୁ ସମସ୍ତେ ଗୁରୁ ବୋଲି ସମ୍ବୋଧନ କରିଥାନ୍ତି। ପ୍ରତ୍ୟେକ ଦିନ ଏଠାରେ ପୂଜାର୍ଚ୍ଚନା କରାଯାଇଥାଏ। ମନ୍ଦିରପରି ଏଠାରେ ମଧ୍ୟ ଭକ୍ତମାନେ ଏକଜୁଟ ହୋଇଥାନ୍ତି। ପ୍ରତ୍ୟେକ ଦିନ ପୂଜା ସହିତ ବିଶେଷ ଦିନ ଏଠାରେ ବିଶେଷ ପୂଜା ହୋଇଥାଏ। ମୁଖ୍ୟତଃ ତାଙ୍କ ଜନ୍ମଦିନକୁ ଏହି ମନ୍ଦିରରେ ବେଶ୍‌ ଧୂମ୍‌ଧାମରେ ପାଳନ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ମା ‘ ରତ୍ନେଶ୍ୱରୀ ମନ୍ଦିର ପରିସରରୁ  ଶିଶୁପୁତ୍ର ଉଦ୍ଧାର

​ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସରର ପରିତ୍ୟକ୍ତ ଜମିରୁ  ଶୁକ୍ରବାର ସନ୍ଧ୍ୟାରେ ଏକ…

ଯୋଜନା ଅପହଞ୍ଚ, ସମସ୍ୟା ଘେରରେ ଟୁମୋନିଖୋଲ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଗାଁ

ଥୁଆମୂଳ ରାମପୁର,୨୬/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ଆଦିବାସୀ ବହୁଳ ତୁମୋନିଖୋଲ ଗ୍ରାମରେ ସରକାରୀ ଯୋଜନା ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି।…

ପରିବାରର ବିରୋଧ ସତ୍ତ୍ୱେ ପ୍ରେମୀ ଯୁଗଳଙ୍କ ହେଲା ବିବାହ; ନିରାଶ ହୋଇ ଫେରିଲେ ଝିଅ ଘର ଲୋକ

ହାଟଡିହୀ, ୨୬/୬ (ଶୁଭକାନ୍ତ ନାୟକ): ପରିବାର ଲୋକଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ଜଣେ ପ୍ରେମୀ ଯୁଗଳ ନିଜ ଇଚ୍ଛାରେ ବିବାହ କରିଛନ୍ତି। ଝିଅକୁ ଫେରାଇ ନେବାକୁ ଆସିଥିବା…

ଟ୍ରକ ପଛରେ ପିକଅପ୍‌ର ଧକ୍କା; ଚାଲିଗଲା ଦୁଇ ଜୀବନ

ଛତ୍ରପୁର, ୨୪/୬ (ଦିଲ୍ଲୀପ ସାମଲ): ଜାତୀୟ ରାଜପଥ ପୁଣି  ରକ୍ତରଞ୍ଜିତ ହୋଇଛି। ଏକ ଭୟାବହ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି। ଏହି ଦୁର୍ଘଟଣା ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri