ସତ୍‌ସାହସ ନାହିଁ

ଆକାର ପଟେଲ

ଭାରତ ସରକାର ‘ଫାଷ୍ଟେଟ୍‌ ଗ୍ରୋଇଂ ଇକୋନୋମୀ’ ବା ‘ଦ୍ରୁତ ଅଭିବୃଦ୍ଧିର ଅର୍ଥ ବ୍ୟବସ୍ଥା’ କଥା ଯାହା କହୁଥିଲେ ତାହା ଆଉ ୪ ବର୍ଷ ହେବ ଶୁଣିବାକୁ ପାଉନାହୁଁ। ୨୦୧୬ ନଭେମ୍ବର ରାତି ୮ଟାରେ ଆମକୁ ବିମୁଦ୍ରୀକରଣ ଭାଷଣ ଦେବା ସମୟରେ ପ୍ରଧାନମନ୍ତ୍ରୀ ବିଶ୍ୱ ଅର୍ଥ ବ୍ୟବସ୍ଥାର ଏହା ଏକ ଉଜ୍ଜ୍ୱଳ ବିନ୍ଦୁ ବା ଲକ୍ଷଣ ବୋଲି ବାରମ୍ବାର କହିଥିଲେ। ଏହା ମଧ୍ୟ ଏବେ ଶୁଣିବାକୁ ମିଳୁନାହିଁ। ଗତ ୪ ବର୍ଷ ମଧ୍ୟରେ ଅର୍ଥ ବ୍ୟବସ୍ଥା ସମ୍ପର୍କରେ ଅଧିତ୍କ ଚର୍ଚ୍ଚା ହୋଇନାହିଁ। ଭାରତର ଅର୍ଥ ବ୍ୟବସ୍ଥା ସମସ୍ୟା ମଧ୍ୟକୁ ଚାଲିଗଲା ପରେ ଲମ୍ବା ଚଉଡ଼ା ଭାଷଣ ବନ୍ଦ ହୋଇଗଲା। ତେବେ ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇ ଆସୁଥିତ୍ବା ଏବେ ସ୍ପଷ୍ଟ ହୋଇଛି। ସରକାର ଏ ସମ୍ପର୍କରେ କିଛି କହୁନାହାନ୍ତି ମାନେ ଏଥିତ୍ରେ କିଛି ସମସ୍ୟା ରହିଛି। ଆମକୁ ଏହା ଜାଣିବା ପାଇଁ ଚେଷ୍ଟା କରିବାକୁ ପଡ଼ିବ । ସରକାରୀ ତଥ୍ୟ ମୁତାବକ, ୨୦୧୮ ଜାନୁୟାରୀ ପୂର୍ବରୁ ଆମ ଆର୍ଥିକ ଅଭିବୃଦ୍ଧି ଧିମା ପଡିବା ଆରମ୍ଭ ହୋଇଥିଲା। ଆମେ ତଳକୁ ଖସିଲୁ ଓ ସେଥିରୁ ଉଧୁରି ପାରିଲୁ ନାହିଁ। ୨୦୧୮ର ୪ଟି ଏବଂ ପରେ ୨୦୧୯ର ୪ଟି ତ୍ରୈମାସିକୀରେ ଓ ୨୦୨୦ର ପ୍ରଥମ ତ୍ରୈମାସିକୀରେ ଅର୍ଥ ବ୍ୟବସ୍ଥା ତଳକୁ ଖସିଲା। ଏହା ଥିଲା କୋଭିଡ୍‌ ମାହାମାରୀର ପୂର୍ବର ସ୍ଥିତି । ସମୟକ୍ରମେ ଦେଶ ସାରା ଲକ୍‌ଡାଉନ ଲାଗୁ ହେଲା। ଏହାଦ୍ୱାରା ଅଭିବୃଦ୍ଧି ବାଟ ବନ୍ଦ ହୋଇଗଲା। ତେବେ ଅର୍ଥ ବ୍ୟବସ୍ଥା କାହିଁକି ଧ୍ୱଂସ ହୋଇଗଲା ସେ ସମ୍ପର୍କରେ ସରକାର କିଛି କହିଲେ ନାହିଁ। ପ୍ରଧାନମନ୍ତ୍ରୀ ମଧ୍ୟ ଏହା ଉପରେ କହିବା ବନ୍ଦ କରିଦେଲେ। ୧୪ ଅକ୍ଟୋବର ୨୦୧୯ରେ ଦି ହିନ୍ଦୁ ଖବରକାଗଜରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ସ୍ବାମୀ ପରକଳା ପ୍ରଭାକରଙ୍କ ଏକ ଲେଖା ପ୍ରକାଶ ପାଇଥିଲା। ଆମ ଅର୍ଥବ୍ୟବସ୍ଥା ଉପରେ ଆକଳନ କରି ସେ ଲେଖିଥିଲେ ଯେ, ଦେଶର ସବୁଆଡେ ମାନ୍ଦା ଅର୍ଥ ବ୍ୟବସ୍ଥାର କାରଣ ଜାଣିବାକୁ ଆବେଗ ବଢିଛି। ଏଯାବତ ସରକାର ଏହାକୁ ସ୍ବୀକାର ନ କରିବା ଅବସ୍ଥାରେ ଥିବାବେଳେ ବିଭିନ୍ନ ଉତ୍ସରୁ ଏସମ୍ପର୍କିତ ତଥ୍ୟ ନିରନ୍ତର ଲୋକଙ୍କ ନିକଟରେ ପହଞ୍ଚୁଛି। ଏଥିତ୍ରୁ ସ୍ପଷ୍ଟ ଜଣାପଡୁଛି ଯେ ଗୋଟିଏ ପରେ ଗୋଟିଏ ସେକ୍ଟର ଭୟଙ୍କର ସ୍ଥିତିକୁ ଠେଲି ହୋଇଯାଉଛି। ଘରୋଇ ବ୍ୟୟ ହ୍ରାସ ପାଇଛି ଓ ୧୮ଟି ତ୍ରୈମାସିକୀରେ ୩.୧%ରୁ କମ୍‌ ରହିଛି। ଗ୍ରାମାଞ୍ଚଳ ବ୍ୟୟ ହାର ସହରାଞ୍ଚଳ ତୁଳନାରେ ଦୁଇଗୁଣ ତଳକୁ ଖସିଛି। ଅଣୁ ଓ କ୍ଷୁଦ୍ର ଶିଳ୍ପଗୁଡ଼ିକର କ୍ରେଡିଟ ଟେକ୍‌ ଅଫ୍‌ ଅଟକି ଯାଇଛି। ୨୦୨୦ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକୀରେ ମୋଟ୍‌ ଘରୋଇ ଉପତ୍ାଦ( ଜିଡିପି) ୫% ଥିତ୍ଲା ଓ ଏହା ୬ ବର୍ଷ ମଧ୍ୟରେ ସବୁଠୁ କମ୍‌ । ବେରୋଜଗାରୀ ୪୫ ବର୍ଷ ଭିତରେ ସବୁଠୁ ଉଚ୍ଚରେ ରହିଛି। କିନ୍ତୁ ଅର୍ଥ ବ୍ୟବସ୍ଥାକୁ କ୍ଷତି କରୁଥିତ୍ବା ତତ୍ତ୍ୱକୁ ଆୟତ୍ତ କରିବା ଲାଗି ସରକାର କୌଣସି ପଦକ୍ଷେପ ନେବାର ସଙ୍କେତ ଦେଇନାହାନ୍ତି। ଅର୍ଥ ବ୍ୟବସ୍ଥାରେ ଅସିଥିବା ଆହ୍ବାନଗୁଡ଼ିକୁ ସମାଧାନ କରିବା ଲାଗି ସରକାର ଏକ ରଣନୀତିକ ଦୃଷ୍ଟିକୋଣ ଆପଣାଇଛନ୍ତି ବୋଲି ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହାକୁ ବିଶ୍ୱାସ କରି ହେବ ନାହିଁ।
ମୁଁ ଚଳିତ ସପ୍ତାହରେ ବିଜ୍‌ନେସ ଡେଲିରୁ ଏକ ନ୍ୟୁଜ୍‌ଲେଟର ପାଇଥିଲି। ଗତ ଆର୍ଥିକ ବର୍ଷ (ଯାହା କିଛିି ସପ୍ତାହ ପୂର୍ବେ ଏପ୍ରିଲରେ ଶେଷ ହୋଇଛି)ରେ ସ୍ଥିତି କ’ଣ ଥିତ୍ଲା ତାହା ଏଥିରେ ଦର୍ଶାଯାଇଥିଲା। ଉପଭୋକ୍ତା ବା ଖାଉଟି ବ୍ୟୟ ୯% ଏବଂ ନିବେଶ ୧୦% ତଳକୁ ଖସିଥିତ୍ବା ଉଲ୍ଲେଖ କରାଯାଇଥିଲା। ଏହି ସମୟରେ ମାନୁଫାକ୍‌ଚରିଂ ସର୍ଭିସ ଓ ନିର୍ମାଣ କ୍ଷେତ୍ରରେ ଏହା ୮% ଭିତରେ କେଉଁ ଏକ ସଂଖ୍ୟାରେ ସୀମିତ ରହିଲା। ମୋଟ ଉପରେ ଗତ ଆର୍ଥିକ ବର୍ଷରେ ଆମେ ପଛକୁ ଚାଲିଗଲୁ। ଅର୍ଥ ବ୍ୟବସ୍ଥା ଧିମା ପଡିଗଲା ଓ ଅଭିବୃଦ୍ଧି ବନ୍ଦ ହୋଇଗଲା। କିନ୍ତୁ ବିଶ୍ୱର ଅନ୍ୟଦେଶଗୁଡ଼ିକୁ ଅଭିବୃଦ୍ଧି କରିଚାଲିଲେ ଓ ଆମେ ପଛରେ ପଡିଗଲୁ। ଏହି କାରଣରୁ ଏବେ ଭାରତରେ ହାରାହାରି ଗରିବୀ ବଢିଛି। ଏହା ବାଂଲାଦେଶର ହାରାହାରି ଗରିବୀ ତୁଳନାରେ ଅଧିକ ରହିଛି। ୪୮ ମାସ ମଧ୍ୟରେ ଏଭଳି ଜଟିଳ ପରିସ୍ଥିତି ଦେଖିତ୍ବାକୁ ମିଳିଛି। ଏପ୍ରିଲ ୨୦୨୧ ସୁଦ୍ଧା ମାନୁଫାକ୍‌ଚରିଂ ଟ୍ରେଡ୍‌, ପରିବହନ ଏବଂ ଯୋଗାଯୋଗ ତଳକୁ ଖସିଲା ଓ ୨୦୧୮ରେ ଯେଉଁ ସ୍ତରରେ ରହିଥିଲା ଏବେ ତାହା ସେଇଠି ରହିଛି। ଏହା ହିଁ ହେଉଛି ୩ ବର୍ଷରେ ଅଭିବୃଦ୍ଧିରେ କ୍ଷତି। ନିର୍ମାଣ ଦୁଇ ବର୍ଷ ହେବ କ୍ଷତି ସହୁଛି। ସିମେଣ୍ଟ, ରିଫାଇନେରୀ, ଷ୍ଟିଲ୍‌ ଭଳି କୋର୍‌ ଇଣ୍ଡଷ୍ଟ୍ରିଗୁଡ଼ିକର ଉପତ୍ାଦନ ୨୦୧୭ର ସ୍ତର ସହ ସମାନ ରହିଛି। ୪ ବର୍ଷ ହେବ ଏହି ସେକ୍ଟରରେ କ୍ଷତି ହେଉଥିବା ବେଳେ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ଅଧିକ ଉପତ୍ାଦନ କରୁଛନ୍ତି। କାର୍‌ ସମେତ ଯାତ୍ରୀବାହୀ ଯାନଗୁଡ଼ିକର ବିକ୍ରି ୨୦୧୬ ସ୍ତରକୁ ଚାଲିଯାଇଛିି। ଏଥିରେ ଆମର ୫ ବର୍ଷ ହେବ କ୍ଷତି ହୋଇ ଚାଲିଛି। ଅଟୋ ସେକ୍ଟର ବହୁ ବର୍ଷ ହେବ କ୍ଷତି ସହି ଆସୁଛି ଏବଂ ଏଥିରୁ ସ୍ପଷ୍ଟ ଯେ, ମଧ୍ୟବିତ୍ତ ବର୍ଗଙ୍କ ଅଭିବୃଦ୍ଧି ବନ୍ଦ ହୋଇଯାଇଛି। ୧୦ ବର୍ଷ ତଳେ ଦୁଇଚକିଆ ଯାନ ବିକ୍ରି ଯାହା ଥିଲା ଏବେ ସେହି ସମାନ ସ୍ତରରେ ରହିଛି। ନରେନ୍ଦ୍ର ମୋଦି ପ୍ରଥମେ ପ୍ରଧାନମନ୍ତ୍ରୀ ହେବାବେଳେ ବ୍ୟବସାୟିକ ଯାନ ଅର୍ଥାତ୍‌ ଟ୍ରକ୍‌ ବିକ୍ରି ଯାହା ଥିତ୍ଲା ଏବେ ତା’ଠାରୁ କମ୍‌ ଅଛି। ଏହି ତଥ୍ୟ ନୂଆ ନୁହେଁ , ଏହା ସବୁଠି ଉପଲବ୍ଧ। ଯେଉଁମାନେ ଏହି ସେକ୍ଟର ସହ ଜଡ଼ିତ ସେମାନେ ଏସବୁ ଭଲ ଭାବେ ଜାଣନ୍ତି।
ଗତ ବର୍ଷ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଥିଲେ ଯେ, ଯଦି ତୁମେ ସମସ୍ୟାକୁ ସ୍ବୀକାର କରିବ ନାହିଁ ତେବେ ଏହାକୁ ସମାଧାନ କରିବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିପାରିବ ନାହିଁ । ମୋଦି ଆମକୁ ଅର୍ଥବ୍ୟବସ୍ଥାରେ ବିଫଳ କରିଛନ୍ତି ବୋଲି କହିବା ଉଚିତ। ଏହା କହିବାକୁ ତାଙ୍କ କ୍ୟାବିନେଟ ସାଥୀମାନଙ୍କର ବି ସତ ସାହସ ନାହିଁ। ତାଙ୍କ ଅର୍ଥମନ୍ତ୍ରୀଙ୍କ ସ୍ବାମୀ ଅର୍ଥ ବ୍ୟବସ୍ଥା ବୁଡିଯାଇଛି ବୋଲି ଭାରତର ଏକ ପ୍ରତିଷ୍ଠିତ ଖବରକାଗଜରେ ଆର୍ଟିକଲ ଲେଖିତ୍ବା ଆବଶ୍ୟକ। କେତେଜଣଙ୍କ ସମ୍ପଦ ବୃଦ୍ଧି ହେଉଥିତ୍ବାବେଳେ ଭାରତୀୟମାନେ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇ ଯାଉଛନ୍ତି ଓ ଅର୍ଥବ୍ୟବସ୍ଥା ଚୂର୍‌ମାର ହୋଇଯାଉଛି। ଏସିଆ ଏହି ଦୁଇ ବ୍ୟକ୍ତି ଚାଇନାର ନୁହଁନ୍ତି , ଯାହାଙ୍କ ଅର୍ଥବ୍ୟବସ୍ଥା ଭାରତଠାରୁ ଦୁଇଗୁଣ ବଡ଼। ଏମାନେ ହେଉଛନ୍ତି ଦୁଇ ଗୁଜରାଟୀ , ଯିଏ ଭାରତରେ ଅଭିବୃଦ୍ଧି ମଡେଲର ପ୍ରତୀକ ଭାବେ ଉଭା ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?