ଏଇ ଭାରତରେ

ପରିବେଶ ପାଇଁ ପକ୍ଷୀଙ୍କ ଆବଶ୍ୟକତାକୁ ଖୁବ୍‌ ଭଲ ଭାବେ ବୁଝିଛନ୍ତି ମଧ୍ୟପ୍ରଦେଶର କୃଷକ ନାରାୟଣ ସିଂ। ସେଥିପାଇଁ ସେ ୧୨ ବର୍ଷ ବୟସରୁ ତାଙ୍କ ଗାଁରେ ମୟୂରଙ୍କର ସୁରକ୍ଷା କରୁଛନ୍ତି। ଶିକାରୀ ତଥା ଲୋକମାନଙ୍କ ଆକ୍ରମଣରୁ ସେମାନଙ୍କୁ ବଞ୍ଚାଇବା ଲାଗି ସେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ମୟୂରଙ୍କ ସୁରକ୍ଷା ଲାଗି ଲୋକମାନଙ୍କୁ ସଚେତନ ମଧ୍ୟ କରୁଛନ୍ତି। ସେ ୩୦ ବର୍ଷ ମଧ୍ୟରେ ୧୦୦୦ରୁ ଊର୍ଦ୍ଧ୍ୱ ଆହତ ମୟୂରଙ୍କ ଚିକିତ୍ସା କରି ସୁସ୍ଥ କରିପାରିଛନ୍ତି। ଆହତ ମୟୂରଙ୍କୁ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଉଛନ୍ତି। ୫୦ ବର୍ଷୀୟ ନାରାୟଣ ରହନ୍ତି ଝାବୁଆ ଜିଲାର ପେଟଲାଓ୍ବାଡ ଅଞ୍ଚଳର କରଦଓ୍ବାଡ ଗାଁରେ। ଏହି ଅଞ୍ଚଳରେ ସବୁଠୁ ବେଶି ମୟୂର ରହନ୍ତି। ନାରାୟଣ ସେମାନଙ୍କୁ ଖାଇବାକୁ ଦେଉଛନ୍ତି ଓ ପାଣି ପିଇବାର ବ୍ୟବସ୍ଥା କରିଛନ୍ତି। ଖାଦ୍ୟ ପାଇଁ ସେ ନିଜେ ଖର୍ଚ୍ଚ କରୁଛନ୍ତି। ନାରାୟଣଙ୍କ ଏଭଳି ଆଗ୍ରହକୁ ଲକ୍ଷ୍ୟ କରି ବହୁ ସମୟରେ ଲୋକମାନେ ବି ତାଙ୍କୁ ଆର୍ଥିକ ସାହାଯ୍ୟ କରୁଛନ୍ତି। ଏସବୁ କାର୍ଯ୍ୟରେ ସେ ରାଜ୍ୟ ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନର ସହଯୋଗ ପାଉଛନ୍ତି। ମୟୂର ସୁରକ୍ଷା ଅଭିଯାନ ଯୋଗୁ ଏବେ ତାଙ୍କ ଗାଁରେ ପାଖାପାଖି ୨,୫୦୦ ମୟୂର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri