ଏଇ ଭାରତରେ

ପରିବେଶ ପାଇଁ ପକ୍ଷୀଙ୍କ ଆବଶ୍ୟକତାକୁ ଖୁବ୍‌ ଭଲ ଭାବେ ବୁଝିଛନ୍ତି ମଧ୍ୟପ୍ରଦେଶର କୃଷକ ନାରାୟଣ ସିଂ। ସେଥିପାଇଁ ସେ ୧୨ ବର୍ଷ ବୟସରୁ ତାଙ୍କ ଗାଁରେ ମୟୂରଙ୍କର ସୁରକ୍ଷା କରୁଛନ୍ତି। ଶିକାରୀ ତଥା ଲୋକମାନଙ୍କ ଆକ୍ରମଣରୁ ସେମାନଙ୍କୁ ବଞ୍ଚାଇବା ଲାଗି ସେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ମୟୂରଙ୍କ ସୁରକ୍ଷା ଲାଗି ଲୋକମାନଙ୍କୁ ସଚେତନ ମଧ୍ୟ କରୁଛନ୍ତି। ସେ ୩୦ ବର୍ଷ ମଧ୍ୟରେ ୧୦୦୦ରୁ ଊର୍ଦ୍ଧ୍ୱ ଆହତ ମୟୂରଙ୍କ ଚିକିତ୍ସା କରି ସୁସ୍ଥ କରିପାରିଛନ୍ତି। ଆହତ ମୟୂରଙ୍କୁ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଉଛନ୍ତି। ୫୦ ବର୍ଷୀୟ ନାରାୟଣ ରହନ୍ତି ଝାବୁଆ ଜିଲାର ପେଟଲାଓ୍ବାଡ ଅଞ୍ଚଳର କରଦଓ୍ବାଡ ଗାଁରେ। ଏହି ଅଞ୍ଚଳରେ ସବୁଠୁ ବେଶି ମୟୂର ରହନ୍ତି। ନାରାୟଣ ସେମାନଙ୍କୁ ଖାଇବାକୁ ଦେଉଛନ୍ତି ଓ ପାଣି ପିଇବାର ବ୍ୟବସ୍ଥା କରିଛନ୍ତି। ଖାଦ୍ୟ ପାଇଁ ସେ ନିଜେ ଖର୍ଚ୍ଚ କରୁଛନ୍ତି। ନାରାୟଣଙ୍କ ଏଭଳି ଆଗ୍ରହକୁ ଲକ୍ଷ୍ୟ କରି ବହୁ ସମୟରେ ଲୋକମାନେ ବି ତାଙ୍କୁ ଆର୍ଥିକ ସାହାଯ୍ୟ କରୁଛନ୍ତି। ଏସବୁ କାର୍ଯ୍ୟରେ ସେ ରାଜ୍ୟ ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନର ସହଯୋଗ ପାଉଛନ୍ତି। ମୟୂର ସୁରକ୍ଷା ଅଭିଯାନ ଯୋଗୁ ଏବେ ତାଙ୍କ ଗାଁରେ ପାଖାପାଖି ୨,୫୦୦ ମୟୂର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?