Posted inଖେଳ

କୋଚ୍‌ ସାଉଥଗେଟ୍‌ଙ୍କ କାର୍ଯ୍ୟକାଳ ବଢ଼ାଇବ ଇଂଲଣ୍ଡ

ଲଣ୍ଡନ,୨୬।୬: ଫୁଟ୍‌ବଲ କୋଚ୍‌ ଗାରେଥ ସାଉଥଗେଟ୍‌ଙ୍କ କାର୍ଯ୍ୟକାଳ ବଢାଇବାକୁ ଚାହୁଁଛି ଇଂଲଣ୍ଡ। ଚଳିତ ୟୁରୋକପ୍‌ ଓ ଆସନ୍ତାବର୍ଷ କାତାରରେ ଆୟୋଜନ ହେବାକୁ ଥିବା ଫିଫା ବିଶ୍ୱକପ୍‌ରେ ଇଂଲଣ୍ଡର ପ୍ରଦର୍ଶନ ଯାହାହେଉ ନା କାହିଁକି ସାଉଥ୍‌ଗେଟ୍‌ ଆଉ କେତୋଟି ବର୍ଷ ଦାୟିତ୍ୱରେ ରହିବେ। ୨୦୨୨ ପରେ ମଧ୍ୟ ତାଙ୍କୁ କୋଚ୍‌ ଦାୟିତ୍ୱରେ ରଖିବାକୁ ଇଂଲଣ୍ଡ ଫୁଟ୍‌ବଲ ଆସୋସିଏଶନ (ଇଏଫ୍‌ଏ) ଚାହୁଁଛି। ସାଉଥଗେଟ୍‌ ଜଣେ ହାଇପ୍ରୋଫାଇ କୋଚ୍‌। ସେ ମଧ୍ୟ ତାଙ୍କ କାର୍ଯ୍ୟ ଭଲ ଭାବେ ସମ୍ପାଦନ କରୁଛନ୍ତି ବୋଲି ଆସୋସିଏଶନ ମୁଖ୍ୟ ମାର୍କ ବୁଲିଙ୍ଗହାମ ଶୁକ୍ରବାର କହିଛନ୍ତି। ସେ ଆଉ କେତେବର୍ଷ ଏହି ଦାୟିତ୍ୱରେ ରହିବେ ବୋଲି ଆସୋସିଏଶନ ତରଫରୁ ସ୍ପଷ୍ଟ କରାଯାଇଛି।
ମଙ୍ଗଳବାର ୟୁରୋକପ୍‌ ରାଉଣ୍ଡ ଅଫ୍‌ ୧୬ରେ ଇଂଲଣ୍ଡ ଜର୍ମାନୀକୁ ଭେଟିବ। ୫୦ ବର୍ଷୀୟ ସାଉଥଗେଟ୍‌ ୨୦୨୪ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ବୋଲି ଆଶା କରାଯାଉଛି। ଓ୍ବେମ୍ବଲି ଷ୍ଟାଡିୟମରେ ୟୁରୋକପର ସେମିଫାଇନାଲ ଓ ଫାଇନାଲ ଖେଳାଯିବ। ସାଉଥଗେଟ୍‌ଙ୍କ ତତ୍ତ୍ୱାବଧାନରେ ଇଂଲଣ୍ଡ ଗତ କେତେବର୍ଷ ହେବ ବେଶ୍‌ ସଫଳ ପ୍ରଦର୍ଶନ କରିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଗଷ୍ଟ ୧ରୁ ଭାରତୀୟ ଫୁଟ୍‌ବଲ ସିଜନ

ନୂଆଦିଲ୍ଲୀ, ୧୦ା୬ (ପି.ଟି.): ଭାରତୀୟ ଫୁଟ୍‌ତ୍ଲର ଘରୋଇ ସିଜନ ଅଗଷ୍ଟ ୧ରୁ ଆରମ୍ଭ ହେବ। ସେତେବେଳେ ଖେଳାଳିଙ୍କ ବଦଳି କାର୍ଯ୍ୟ ମଧ୍ୟ ହେବ। କୋଭିଡ୍‌-୧୯ ମହାମାରୀ...

ଧୋନୀଙ୍କ ଝିଅ ହାତରେ ଧରିଲେ ତଲଓ୍ବାର୍‌

ରାଞ୍ଚି, ୧୬।୮:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଝିଅ ଜିଭାଙ୍କୁ ତ ଆପଣ ପୂର୍ବରୁ ଅନେକ ମସ୍ତି କରୁଥିବାର ଦେଖିଥିବେ। ଏବେ...

ସୁଜୁକାରେ ଭାରତର ରାଜୀବ ଶ୍ରେଷ୍ଠ ୧୦ର ନିକଟତର

ଭୁବନେଶ୍ୱର,୨୯।୬(ସ୍ପୋଟର୍‌ସବ୍ୟୁରୋ)- ଜାପାନର ସୁୁଜୁକାରେ ଅନୁଷ୍ଠିତ ଏଫ୍‌ଆଇଏମ୍‌ ଏସିଆ ରୋଡ୍‌ ରେସିଂ ଚାମ୍ପିଆନ୍‌ଶିପ୍‌ (ଏଆରସିସି)ର ଚତୁର୍ଥ ରାଉଣ୍ଡ ରେସ୍‌ରେ ଇଡେମିତ୍‌ସୁ ହୋଣ୍ଡା ଇଣ୍ଡିଆ ରେସିଂ ଟିମ୍‌ର ଚାଳକ...

ଅଜବ ସଂଯୋଗ ସହ ଧୋନୀଙ୍କ ରେକର୍ଡ

ଆବୁଧାବି,୨୬।୯: ମହେନ୍ଦ୍ର ସିଂ ଧୋନୀ ରବିବାର ଆଇପିଏଲରେ ଏକ ମାଇଲଷ୍ଟୋନର ଅଧିକାରୀ ହୋଇଛନ୍ତି। କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ...

କ୍ୱାଲିଫାୟାର-୨: ଟସ୍‌ ଜିତିଲା ରାଜସ୍ଥାନ, ବାଙ୍ଗାଲୋରର ଜବରଦସ୍ତ ବ୍ୟାଟିଂ

ମୁମ୍ବାଇ,୨୭।୫: ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଶୁକ୍ରବାର କ୍ୱାଲିଫାୟାର-୨ ମୁକାବିଲା ଖେଳାଯାଉଛି। ଏଥିରେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍‌ ଜିତି...

ଇଂଲଣ୍ଡକୁ ବଡ଼ ଝଟ୍‌କା

ଲଣ୍ଡନ,୧୨।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜ ଚାଲିଛି। ଉଭୟ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ଡ୍ରରେ ଶେଷ ହୋଇଥିଲା। ଅଗଷ୍ଟ...

କେକେଆରକୁ ମିଳିଲା ନୂଆ ଅଧିନାୟକ, ଶ୍ରେୟସଙ୍କ ସ୍ଥାନରେ ନୀତୀଶ ରାଣା

ନୂଆଦିଲ୍ଲୀ,୨୭।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୩ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ ରାଇଡର୍ସ(କେକେଆର) ନୂଆ ଅଧିନାୟକ ଘୋଷଣା କରିଛି। ଶ୍ରେୟସ ଆୟରଙ୍କ ସ୍ଥାନରେ...

ଜାତୀୟ କ୍ୟାମ୍ପରୁ ଓହରିଲେ ଭିନେଶ

ନୂଆଦିଲ୍ଲୀ, ୧୯ା୮ (ପି.ଟି.)-ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଏକମାତ୍ର ଭାରତୀୟ ମହିଳା ରେସ୍‌ଲର ଭିନେଶ ଫୋଗତ ଜାତୀୟ କ୍ୟାମ୍ପରୁ ଓହରି ଯାଇଛନ୍ତି। କୋଭିଡ୍‌-୧୯...

Advertisement
Archives

Model This Week