ଫେକ୍‌ ଆଇଡ଼ିରୁ ମହିଳାଙ୍କୁ ଅଶ୍ଳୀଳ ଭିଡିଓ ପଠାଉଥିଲେ, ଯୁବନେତାଙ୍କୁ ଧରିଲା ପୋଲିସ

ବ୍ରହ୍ମପୁର ଅଫିସ,୧ା୩: ଜନୈକା ମହିଳାଙ୍କୁ ଅଶ୍ଳୀଳ ଭିଡିଓ ପଠାଇ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ ଶିବରାମ ଜେନା (୨୯) । ପୋଲିସ ତାଙ୍କ ନିକଟରୁ ଏକ ମୋବାଇଲ୍‌ ଫୋନ ଜବତ କରିଛି। ମୋବାଇଲ ଯାଞ୍ଚ ବେଳେ ସେ ଏଭଳି ଅଶ୍ଳୀଳ ଭିଡିଓ ୫୦ରୁ ଊର୍ଦ୍ଧ୍ୱ ଯୁବତୀ ଓ ମହିଳାଙ୍କୁ ପଠାଇଥିବା ପୋଲିସ ଜାଣିବାକୁ ପାଇଛି। ଅଭିଯୁକ୍ତ ଜଣକ ଏକ ରାଜନୈତିକ ଦଳର ଯୁବନେତା ଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଶିବରାମ ଫେସ୍‌ବୁକ୍‌ରେ ଏକ ନକଲି ଆଇଡି ଖୋଲିଥିଲେ। ଏହି ଆଇଡ଼ି ଜରିଆରେ ସେ ୨୦୨୦ ଅଗଷ୍ଟରେ ଜନୈକା ମହିଳାଙ୍କ ନିକଟକୁ ଫେସ୍‌ବୁକ୍‌ ମେସେଞ୍ଜରରେ କେତେକ ଅଶ୍ଳୀଳ ଫଟୋ ଏବଂ ଭିଡିଓ ପଠାଇ ଶାରୀରିକ ସମ୍ପର୍କ ରଖିବାକୁ ପ୍ରସ୍ତାବ ଦେଇଥିଲେ। ଶିବରାମ ବାରମ୍ବାର ଏଭଳି ଭିଡିଓ ପଠାଇବାରୁ ମହିଳା ଜଣକ ସାଇବର୍‌ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ. ୧୬/୨୦) ରୁଜୁ କରିଥିଲା। ଘଟଣାର ତଦନ୍ତ ପରେ ପୋଲିସ ଶିବରାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ଖୋଲିବନି ମନ୍ଦିର

ଭୁବନେଶ୍ୱର,୨୮।୯(ବ୍ୟୁରୋ)-ଏବେ ମନ୍ଦିର ଖୋଲିବା ସମ୍ଭବ ନୁହେଁ। ଏ ନେଇ ହାଇକୋର୍ଟରେ ନିଜର ଜବାବ ଦାଖଲ କଲେ ରାଜ୍ୟ ସରକାର। ରାଜ୍ୟରେ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ସମ୍ପର୍କିତ...

ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷାଫଳ ପ୍ରକାଶ : ପାସ୍‌ ହାର ୯୦ ପ୍ରତିଶତ

ବ୍ରହ୍ମପୁର ଅଫିସ୍‌,୯ା୬-ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଅଧୀନ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ, ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଏବଂ ଗୋପାଳପୁର ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ...

ମହାନଦୀ ଶଯ୍ୟା ଅନୁଧ୍ୟାନ କଲା ଏନ୍‌ଜିଟି ଟିମ୍‌

କଟକ ଅଫିସ, ୮ା୪: ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ଙ୍କ ନିର୍ଦ୍ଦେଶରେ ଗଠିତ ୫ଜଣିଆ କମିଟି ବୁଧବାର ମହାନଦୀ ଶଯ୍ୟା ସମେତ ହାଡ଼ିଆ ପଠା ପରିଦର୍ଶନ କରିଛନ୍ତି। ଏହି...

ଋଣ ଶୁଝିବାକୁ ବ୍ୟାଙ୍କ ଲୁଟ୍‌

ଭୁବନେଶ୍ୱର,୬।୧୦ (ବ୍ୟୁରୋ): ରାଜଧାନୀ ଉପକଣ୍ଠ ନନ୍ଦନବିହାର ଓ ବରିମୁଣ୍ଡା ବ୍ୟାଙ୍କ୍‌ ଲୁଟ୍‌ ଘଟଣା ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ଏହି ଦୁଇ ଘଟଣାରେ ଜଣେ ହିଁ...

ଖଡ଼ିଆଳ ବିଧାନସଭା: ଆଗେଇଲା ବିଜେଡି

ନୂଆପଡ଼ା ଅଫିସ,୨୩।୫: ଖଡ଼ିଆଳ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ଆଗୁଆ ଅଛନ୍ତି। ଚତୁର୍ତ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଲମ୍ବୋଦର ୬୮୨୯ ଭୋଟ...

ଆଜି ଡଲ୍‌ଫିନ ଗଣନା

ପୁରୀ ଅଫିସ, ୧୯ା୧:  ପୁରୀ ବିନ୍ୟପ୍ରାଣୀ ଡିଭିଜନରେ ରବିବାର ଡଲ୍‌ଫିନ ଗଣନା ହେବ। ସକାଳେ ଏହି ଗଣନା କରାଯିବା ଲାଗି ସମସ୍ତ ପ୍ରସ୍ତୁତି ସରିଛି। କିନ୍ତୁ...

ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟର ୪୪ତମ ପ୍ରତିଷ୍ଠା ଦିବସ ପାଳିତ ‘ଗୁରୁ, ଶିଷ୍ୟଙ୍କ ସମ୍ମିଳିତ ଉଦ୍ୟମରେ ଅନୁଷ୍ଠାନର ବିକାଶ ହୋଇଥାଏ’

ଚଣ୍ଡିଖୋଲ,୧୩ା୮(ଡି.ଏନ୍‌.ଏ.)- ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ବଂୟଶାସିତ ମହାବିଦ୍ୟାଳୟର ୪୪ତମ ପ୍ରତିଷ୍ଟା ଦିବସ ସୋମବାର ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ତଥା...

ରାଜ୍ୟରେ ଆଜି ୧୧,୦୫୯ ସଂକ୍ରମିତ ଚିହ୍ନଟ:କଟକରୁ ସର୍ବାଧିକ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ସୋମବାର ରାଜ୍ୟରେ ୧୧,୦୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୧୯୩ ଜଣ...

Advertisement
Archives

Model This Week