ଯେତେ ଅଧିକ ନିୟମାବଳୀ

ସାମାଜିକ ଓ ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବା ଲାଗି ୨୫ ଫେବୃୟାରୀରେ କେନ୍ଦ୍ର ସରକାର ନୂଆ ନିୟମାବଳୀ ଆଣିଛନ୍ତି। ଫେକ୍‌ ନ୍ୟୁଜ୍‌ ବା ମିଥ୍ୟା ଖବର ଓ ଘୃଣା ବୃଦ୍ଧିକାରୀ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ସକାଶେ ଏଭଳି ନିୟମାବଳୀ ଆଣିବାର ଆବଶ୍ୟକତା ଥିଲା ବୋଲି ସରକାର ଯୁକ୍ତି ବାଢ଼ିଛନ୍ତି। ଏହି ତଣ୍ଟିଚିପା ନିୟମାବଳୀ ପ୍ରଭାବରେ କେବଳ କେତୋଟି ନକାରାତ୍ମକ ଓ୍ବେବ୍‌ସାଇଟ୍‌କୁ ଛାଡ଼ିଦେଲେ ଅଧିକ ସଂଖ୍ୟକ ପେସାଦାର ଓ୍ବେବ୍‌ସାଇଟ୍‌ କ୍ଷତିଗ୍ରସ୍ତ ହେବେ। ଏଥିସହିତ କ୍ରିଏଟିଭ୍‌ ବା ସୃଜନଶୀଳ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଭାବେ ମାଡ଼ କରିବାର ବାଟ ଖୋଲିଗଲା ବୋଲି ସମାଲୋଚନା ଆରମ୍ଭ ହୋଇଗଲାଣି। ଏବେ ସୋସିଆଲ ମିଡିଆରେ ଏକ କୌତୂହଳପୂର୍ଣ୍ଣ ବ୍ୟଙ୍ଗଚିତ୍ର ଘୂରି ବୁଲୁଥିବା ଦେଖିବାକୁ ମିଳୁଛି। ଏଥିରେ ନ୍ୟାଶନାଲ ଗ୍ୟାଲେରି ଅଫ୍‌ ମଡର୍ନ ଆର୍ଟରେ ପ୍ରଦର୍ଶିତ ତିନୋଟି ଛବି ଲାଗିଥିବା ଦେଖାଯାଉଛି। ସେଠାରେ ଜଣେ ଦର୍ଶକ ପଚାରୁଛନ୍ତି, ଏହି ତିନୋଟି ଛବି ଏକପ୍ରକାର ଦିଶିବା ପଛରେ କାରଣ କ’ଣ। ଏହାର ଉତ୍ତରରେ ଜଣେ ଧଳା ଦାଢ଼ି ନିଶ ଥିବା ଚିତ୍ରକର କହୁଛନ୍ତି ଯେ, ଯେତେ ଭିନ୍ନତା ହେଲେ ମଧ୍ୟ ଆମେ ଗୋଟିଏ ବ୍ରଶ୍‌ରେ ସବୁକିଛି ଆଙ୍କିଦେଉଛୁ। ଏଥିରୁ ବୁଝିବା କଥା ଯେ, ଭାରତରେ ଥିବା ବିବିଧତାକୁ ଗୋଟିଏ ଚିନ୍ତାଧାରାରେ ମାରିଦିଆଯାଇଛି। ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଜାରି କରାଯାଇଥିବା ଜରୁରିକାଳୀନ ପରିସ୍ଥିତିରେ ଯେଉଁଭଳି ଗଣମାଧ୍ୟମ ଉପରେ କଟକଣା ଜାରି କରାଯାଇଥିଲା ତାହାର ଅବିକଳ ନକଲ ଏବେ ପୁନର୍ବାର ଦେଖିବାକୁ ମିଳିଛି।
ଭାରତୀୟ ସମ୍ବିଧାନରେ ବାକ୍‌ ସ୍ବାଧୀନତାର ଅଧିକାର ନିରଙ୍କୁଶ ହୋଇଥିଲେ ମଧ୍ୟ ଦାୟିତ୍ୱବୋଧ ରହିବା ବାଞ୍ଛନୀୟ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଆଜିର ଶାସକମାନେ ଏହି ସୋସିଆଲ ମିଡିଆର ରାଜନୈତିକ ବ୍ୟବହାର ପ୍ରଥମଥର ପାଇଁ ବିପୁଳ ଭାବେ ଆରମ୍ଭ କରିଥିଲେ। ସେହି ଆକ୍ରମଣର ସମ୍ମୁଖୀନ ହେବା ପାଇଁ କଂଗ୍ରେସରେ ବୁଦ୍ଧି ଓ ମାନବସମ୍ବଳର ଘୋର ଅଭାବ ଦେଖାଦେଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ସୋସିଆଲ ମିଡିଆର ଧାରା ଗୋଟିଏ ସ୍ରୋତରେ ରହୁଥିଲା। ନିକଟରେ ଘଟିଥିବା କେତୋଟି ଉଲ୍ଲେଖନୀୟ ଘଟଣାରୁ ଜଣାପଡ଼ିଲା ଯେ, ସୋସିଆଲ ମିଡିଆର ନଦୀ ସମୁଦ୍ର ପରିବର୍ତ୍ତେ ପାହାଡ଼ ଆଡ଼କୁ ବୋହିବାକୁ ଆରମ୍ଭ କଲାଣି। ସକାରାତ୍ମକ କାର୍ଯ୍ୟ କରି ସେହି ପରିବର୍ତ୍ତନକୁ ସାମ୍ନା କରିବା ପରିବର୍ତ୍ତେ ଆଜିର ସରକାର ଆଇନ ଓ ନିୟମାବଳୀର ସାହାରା ନେଇ ସବୁ ପ୍ରକାର ଇଣ୍ଟରନେଟ୍‌ ମଞ୍ଚର କଣ୍ଠରୋଧ କରିବାକୁ ଚେଷ୍ଟା କରୁଛନ୍ତି। ଏହି ନୂତନ ବ୍ୟବସ୍ଥାରେ କେବଳ ସୋସିଆଲ ମିଡିଆ ନୁହେଁ, ଓଟିଟି ବା ଆମାଜନ୍‌ ପ୍ରାଇମ୍‌, ନେଟ୍‌ଫ୍ଲିକ୍ସ ଭଳି ଅନ୍‌ଲାଇନ ସେବା ଯୋଗାଣକାରୀ ପ୍ରଭାବିତ ହେବେ। ଏହାଦ୍ୱାରା ‘ତାଣ୍ଡବ’ ଭଳି ଚମତ୍କାର ଧାରାବାହିକକୁ ବନ୍ଦ କରିଦିଆଯାଇପାରିବ। ଅନୁରୂପ ଭାବେ ‘ଦି ଓ୍ବୟାର୍‌’ ଓ ‘ଦି କ୍ୱିଣ୍ଟ୍‌ସ’ ଭଳି ଖବର ପୋର୍ଟାଲ ବନ୍ଦ ହୋଇଯିବାର ଆଶଙ୍କା କରାଯାଇପାରେ।
କୌତୂହଳର ବିଷୟ ହେଉଛି ଏହି ସରକାରୀ ପଦକ୍ଷେପକୁ ଅଳ୍ପ କେତୋଟି ଦିଗରୁ ସମର୍ଥନ ଆସୁଛି। ଭିତରକୁ ଗଲେ ଜଣାପଡ଼ିବ ଯେ, ସେହିଭଳି ଅନୁଷ୍ଠାନ କେବେ ନା କେବେ ସୋସିଆଲ ମିଡିଆ ଦ୍ୱାରା ପ୍ରବଳ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ସମର୍ଥନ କଲାବେଳକୁ ସେମାନେ ବୁଝୁନାହାନ୍ତି ଯେ, ସେମାନଙ୍କୁ ବାଜିଥିବା ମାଡ଼ ପୁନର୍ବାର ଭବିଷ୍ୟତରେ ହେଲେ ଏ ନୂତନ ବ୍ୟବସ୍ଥା ରକ୍ଷା କରିପାରିବ ନାହିଁ। କାରଣ ଏହା କେବଳ ହାତଗଣତି ଲୋକଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ସାଧାରଣ ନାଗରିକକୁ ସୁରକ୍ଷା ଦେବାର ଯେଉଁଭଳି ଚିତ୍ରଣ କରାଯାଉଛି, ତାହା ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ। ଏହା ଏଥିପାଇଁ ଅସମ୍ଭବ କାରଣ ସମଗ୍ର ଦେଶ ପାଇଁ ଜଣେ ନୋଡାଲ ଅଫିସର ନିଯୁକ୍ତି ପାଇବେ। ଏତେବଡ଼ ବିରାଟ ଦେଶରେ କେଉଁ ମହିଳାଙ୍କ ପ୍ରତି କିଏ ସୋସିଆଲ ମିଡିଆରେ ଅବିଚାର କିମ୍ବା ଅଭଦ୍ର ବ୍ୟବହାର କରିଛନ୍ତି, ତାହା ପ୍ରତି ଏହି ନୋଡାଲ ଅଫିସରଙ୍କ ଧ୍ୟାନ ଆକର୍ଷଣ କରିବା ପୀଡ଼ିତା କିମ୍ବା ତାଙ୍କ ପରିବାର ପାଇଁ ଅସମ୍ଭବ ହୋଇପଡ଼ିବ। ଅନ୍ୟପଟେ ଏହି ଗୋଟିଏ ଅଫିସର କେନ୍ଦ୍ର ସରକାରଙ୍କଠାରୁ ଭିନ୍ନ ମତ ଦେଉଥିବା ଇଣ୍ଟରନେଟ୍‌ ସମ୍ବନ୍ଧୀୟ ଓ୍ବେବ୍‌ସାଇଟ୍‌ ବା ସୋସିଆଲ ମିଡିଆକୁ ତୁରନ୍ତ ବନ୍ଦ କରିଦେବା ପାଇଁ ଯଥେଷ୍ଟ। ତାଙ୍କ କଲମ ମୁନରେ ଅନେକ ଉଦ୍ୟୋଗୀ, ସାମ୍ବାଦିକ ଏବଂ ତା’ସହିତ ଜଡ଼ିତ କର୍ମଚାରୀଙ୍କ ପେଟପାଟଣାକୁ ଛୁରାମାଡ଼ ହୋଇପାରିବ। ଯିଏ ସମର୍ଥନ କରିବ, ସିଏ ତିଷ୍ଠିବ। ଏହା ବ୍ୟତୀତ ରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତ ନ ଥିବା ଓ୍ବେବ୍‌ସାଇଟ୍‌କୁ ବଞ୍ଚାଇ ରଖିବା ପାଇଁ ଦୁର୍ନୀତିର ପନ୍ଥା ଧରି ଏଭଳି ଅଫିସରଙ୍କୁ ଘୁସ୍‌ ଦେବାକୁ ବାଧ୍ୟ ହେବ। ମନେରଖିବାକୁ ହେବ, ଯେତେ ଅଧିକ ଆଇନ ବା ନିୟମାବଳୀ ସୃଷ୍ଟି କରାଯିବ, ସେତିକି ଅଧିକ ଦୁର୍ନୀତି ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?