ସ୍କୁଲରେ ଶୋଇଲେ ଶିକ୍ଷକ, ଘରକୁ ଫେରିଲେ ପିଲା

ବଇଣ୍ଡା,୩ା୧ (ପରିକ୍ଷିତ ସାହୁ):ପିଲାଙ୍କୁ ପଢ଼ାଇବା ପରିବର୍ତ୍ତେ ସ୍କୁଲ କାର୍ଯ୍ୟାଳୟରେ ଶୋଇପଡ଼ିଲେ ଶିକ୍ଷକ। ଦୀର୍ଘ ସମୟ ଯାଏ ଶିକ୍ଷକ ଜଣକ ନ ଉଠିବାରୁ ଶେଷରେ ବିଦ୍ୟାଳୟରେ ବସି ବସି ଘରକୁ ଫେରିଲେ ପିଲା। ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ପଞ୍ଚାୟତ ରେଙ୍ଗାଳବେଡ଼ା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ଦେଖିବାକୁ ମିଳିଛି ଏପରି ଘଟଣା। ଶିକ୍ଷକଙ୍କ ଏଭଳି କାର୍ଯ୍ୟକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଗ୍ରାମବାସୀ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି, ରେଙ୍ଗାଳବେଡ଼ା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୩୯ ଛାତ୍ରୀଛାତ୍ର ପଢୁଥିବା ବେଳେ ୨ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷକ ବ୍ଲକରେ ଚାଲିଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଅନ୍ୟ ଜଣେ ଶିକ୍ଷକଙ୍କୁ ବିଦ୍ୟାଳୟ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ହେଲେ ବିଦ୍ୟାଳୟ ଦାୟିତ୍ୱରେ ଥିବା ଶିକ୍ଷକ ଜଣକ ଗୁରୁବାର ପୂର୍ବାହ୍ନ ୧୦ଟା ବେଳେ ମଦ୍ୟପାନ କରି ବିଦ୍ୟାଳୟକୁ ଆସିବା ସହ ଛାତ୍ରୀଛାତ୍ରଙ୍କୁ ପାଠ ନ ପଢ଼ାଇ କାର୍ଯ୍ୟାଳୟ ଭିତରେ ଶୋଇପଡ଼ିଥିଲେ। ଅପରାହ୍ନ ଯାଏ ଶିକ୍ଷକ ଜଣକ ଶୋଇ ରହିଥିବା ଜାଣି ଗ୍ରାମବାସୀ ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ। ବ୍ଲକ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସିଆର୍‌ସିସି ବବ୍ରୁବାହାନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ତୁରନ୍ତ ସମ୍ପୃକ୍ତ ଶିକ୍ଷକଙ୍କୁ ବଦଳି କରି ଅନ୍ୟ ଜଣେ ଶିକ୍ଷକଙ୍କୁ ନିଯୁକ୍ତି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଅରୁଣ କୁମାର ସେଠୀ କହିଛନ୍ତି, ମଦ୍ୟପାନ କରି ଶିକ୍ଷକ ବିଦ୍ୟାଳୟରେ ଶୋଇଥିବା ସମ୍ପର୍କରେ ଅଭିଯୋଗ ହେବା ପରେ ତଦନ୍ତ ପାଇଁ ସିଆର୍‌ସିସିଙ୍କୁ ଦାୟିତ୍ୱ ଦିଆଯାଇଛି। ରିପୋର୍ଟ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସୋନିଆ ଗାନ୍ଧୀଙ୍କ ଇଟାଲୀସ୍ଥିତ ଘର ହେବ ସଂଗ୍ରହାଳୟ; ମାଲିକ ସୁଖଦେବ ସିଂହ କାଙ୍ଗ କଲେ ବଡ଼ ଘୋଷଣା

ଇଟାଲୀ,୨୧ା୧୧: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ପିଲାଦିନର ଘରକୁ ନେଇ ଇଟାଲୀରୁ ଏକ ରୋଚକ କଥା ସାମ୍ନାକୁ ଆସିଛି। ଇଟାଲୀରେ ରହୁଥିବା ଶିଖ୍ ବ୍ୟବସାୟୀ ସୁଖଦେବ ସିଂହ…

ପୁଣି ତେଜିଲା ଓଡ଼ିଶା-ଆନ୍ଧ୍ର ସୀମା ବିବାଦ: କୋଟିଆର ତଳ ଗଞ୍ଜେଇପଦର ପାଇଁ ଆନ୍ଧ୍ରରେ ପ୍ରାର୍ଥୀପତ୍ର ଦାଖଲ କଲେ ଦୁଇ ପ୍ରାର୍ଥୀ

ପଟ୍ଟାଙ୍ଗି,୨୧।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର ଗ୍ରାମ ପାଇଁ ଦୁଇ ଜଣ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ…

‘ଅକ୍ୱାନ’ ବର୍ଷାରେ ଉଜୁଡ଼ି ଗଲା ପାଚିଲା ଧାନ, ଚିନ୍ତାରେ ଚାଷୀ

ଦିଗପହଣ୍ଡି,୨୧।୧୧(ଅଶେଷ ନାଥ ମିଶ୍ର): ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଗ୍ରାମାଞ୍ଚଳର ଶହ ଶହ ଏକର ପାଚିଲା ଧାନ…

ବାଳିଆ ମାଛ ଧରିବାକୁ ପକାଇଥିଲେ ବନିସୀ, ଲାଗିଲା ସାଢ଼େ ଚାରି ଫୁଟିଆ କୁମ୍ଭୀର: ଚିକିତ୍ସା ପରେ ଉଦ୍ଧାର କଲା…

ଆଳି,୨୧।୧୧(ବନମାଳୀ ସେନାପତି ): ନଦୀରେ ମାଛ ଧରିବା ପାଇଁ ପକାଯାଇଥିବା ବନିସୀ କଣ୍ଟାରେ ମାଛ ବଦଳରେ ଲାଗିଛି ଏକ ସାଢ଼େ ଚାରି ଫୁଟିଆ କୁମ୍ଭୀର। କେନ୍ଦ୍ରାପଡ଼ା ଜିଲା…

Kartik Purnima 2026: ସ୍ନାନ-ଦାନଠାରୁ ଆରମ୍ଭ କରି ଦୀପଦାନ ପର୍ଯ୍ୟନ୍ତ, ଏହି ଦିନ ନିଶ୍ଚୟ କରନ୍ତୁ ଏହି ୫ଟି ଶୁଭ କାର୍ଯ୍ୟ!

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ପାଳିତ ହେଉଥିବା କାର୍ତ୍ତିକ ପୂର୍ଣ୍ଣିମାକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ପବିତ୍ର ଓ ମହତ୍ତ୍ୱପୂର୍ଣ୍ଣ ମନେ କରାଯାଏ। ସ୍ନାନ, ଦାନ,…

ଡାକ୍ତର ବଦଳିକୁ ବିରୋଧ କରି ନାକରୁଣ୍ଡିରେ ଗଣଧାରଣା: ପୂର୍ବତନ ଡାକ୍ତରଙ୍କୁ ପୂରାଇ ଦେବୁନି ବୋଲି ଚେତାବନୀ ଦେଲେ ଅଞ୍ଚଳବାସୀ

ଥୁଆମୂଳ ରାମପୁର,୨୧।୧୧ (ଦୁର୍ଗା କୀର୍ତ୍ତି): : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକରୁଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବଦଳି ଓ ନିଯୁକ୍ତିକୁ ନେଇ ସ୍ଥାନୀୟ…

ବାତ୍ୟା ବର୍ଷାରେ ଉଜୁଡ଼ିଲା ଚାଷୀଙ୍କ ସୁନା ଫସଲ; ରାଜକନିକାରେ ଜଳମଗ୍ନ ହେକ୍ଟର ହେକ୍ଟର ପାଚିଲା ଧାନ ଜମି; ତୁରନ୍ତ କ୍ଷୟକ୍ଷତି…

ରାଜକନିକା୨୧।୧୧(ସଞ୍ଜୟ କୁମାର ଦାଶ): ଆଉ ଦିନ କେଇଟା ପରେ ବିଲରୁ ସୁନା ଫସଲ ଅମଳ ହୋଇଥାନ୍ତା, ହେଲେ ବାତ୍ୟା ପ୍ରଭାବିତ ଲଗାଣ ବର୍ଷା ଚାଷୀଙ୍କ ସବୁ ସ୍ୱପ୍ନକୁ…

ନାବାଳିକା ବଳାତ୍କାରୀଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

ବ୍ରହ୍ମପୁର,୨୧ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ତାରସିଂ ଥାନା ଅଞ୍ଚଳର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫାଷ୍ଟ ଟ୍ରାକ୍‌ ପୋକ୍‌ସୋ ଜଜ୍‌ ରୋହିତ ଲାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?