Kartik Purnima 2026: ସ୍ନାନ-ଦାନଠାରୁ ଆରମ୍ଭ କରି ଦୀପଦାନ ପର୍ଯ୍ୟନ୍ତ, ଏହି ଦିନ ନିଶ୍ଚୟ କରନ୍ତୁ ଏହି ୫ଟି ଶୁଭ କାର୍ଯ୍ୟ!

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ପାଳିତ ହେଉଥିବା କାର୍ତ୍ତିକ ପୂର୍ଣ୍ଣିମାକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ପବିତ୍ର ଓ ମହତ୍ତ୍ୱପୂର୍ଣ୍ଣ ମନେ କରାଯାଏ। ସ୍ନାନ, ଦାନ, ପୂଜାର୍ଚ୍ଚନା ଏବଂ ଦୀପଦାନ ପାଇଁ ଏହି ପର୍ବ ବେଶ୍ ଖାସ୍। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ଭଗବାନ ଶିବ ତ୍ରିପୁରାସୁର ନାମକ ଅସୁରକୁ ବଧ କରି ଦେବତାମାନଙ୍କୁ ମୁକ୍ତି ଦେଇଥିଲେ, ଯାହା ପରେ ସେ ‘ତ୍ରିପୁରାରୀ’ ନାମରେ ପରିଚିତ ହୋଇଥିଲେ। ଏହି ବିଜୟ ଖୁସିରେ ଦେବତାମାନେ ଦୀପ ଜାଳି ଉତ୍ସବ ପାଳନ କରିଥିଲେ, ଯାହାକୁ ‘ଦେବ ଦୀପାବଳି’ ଭାବେ ପାଳନ କରାଯାଏ।

ଚଳିତ ୨୦୨୬ ମସିହାରେ କାର୍ତ୍ତିକ ପୂର୍ଣ୍ଣିମା ଆସନ୍ତା ମଙ୍ଗଳବାର, ନଭେମ୍ବର ୨୪ ତାରିଖରେ ପାଳନ କରାଯିବ। ପୂର୍ଣ୍ଣିମା ତିଥି ନଭେମ୍ବର ୨୩ ରାତିରୁ ଆରମ୍ଭ ହୋଇ ୨୪ ରାତି ପର୍ଯ୍ୟନ୍ତ ରହିବ।

କାର୍ତ୍ତିକ ପୂର୍ଣ୍ଣିମାରେ କରନ୍ତୁ ଏହି ୫ଟି କାର୍ଯ୍ୟ:

୧. ସକାଳୁ ସ୍ନାନ କରି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ କାର୍ତ୍ତିକ ପୂର୍ଣ୍ଣିମା ଦିନ ସକାଳୁ ଶୀଘ୍ର ଉଠି ସ୍ନାନ କରନ୍ତୁ। ସମ୍ଭବ ହେଲେ ପବିତ୍ର ନଦୀରେ ସ୍ନାନ କରନ୍ତୁ, ନଚେତ୍ ସ୍ନାନ ଜଳରେ ସାମାନ୍ୟ ଗଙ୍ଗାଜଳ ମିଶାଇ ସ୍ନାନ କରନ୍ତୁ। ଏହାପରେ ତମ୍ବା ପାତ୍ରରେ ସ୍ୱଚ୍ଛ ଜଳ ସହ ଲାଲ୍ ଫୁଲର ପାଖୁଡ଼ା, ଚାଉଳ ଓ କୁଙ୍କୁମ ପକାଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ ଏବଂ ‘ଓଁ ସୂର୍ଯ୍ୟାୟ ନମଃ’ ମନ୍ତ୍ର ଜପ କରନ୍ତୁ। ଏହାଦ୍ୱାରା ଜୀବନରେ ସକାରାତ୍ମକତା ଓ ଆତ୍ମବିଶ୍ୱାସ ବୃଦ୍ଧି ପାଏ ବୋଲି ବିଶ୍ୱାସ ରହିଛି।

୨. ଗଣେଶ ପୂଜା ପରେ ବିଷ୍ଣୁ-ଲକ୍ଷ୍ମୀଙ୍କ ଆରାଧନା ଶୁଭ କାର୍ଯ୍ୟ ପୂର୍ବରୁ ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ। ଏହାପରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ଆରାଧନା କରନ୍ତୁ। ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଅଭିଷେକ କରିବା ସହ ‘ଓଁ ନମୋ ଭଗବତେ ବାସୁଦେବାୟ’ ମନ୍ତ୍ର ଜପ କରନ୍ତୁ। ବିଷ୍ଣୁଙ୍କୁ ତୁଳସୀ ଓ ମିଠା ଏବଂ ମାତା ଲକ୍ଷ୍ମୀଙ୍କୁ ସୁଗନ୍ଧିତ ଫୁଲ ଅର୍ପଣ କରି ଆରତୀ କରନ୍ତୁ।

୩. ଶିବଲିଙ୍ଗରେ ଜଳ, ଦୁଗ୍ଧ ଓ ପଞ୍ଚାମୃତ ଅଭିଷେକ ତ୍ରିପୁରାରୀ ପୂର୍ଣ୍ଣିମା ଭାବେ ପରିଚିତ ଏହି ଦିନ ଶିବ ମନ୍ଦିର ଯାଇ ଶିବଲିଙ୍ଗରେ ଜଳ ଓ ଦୁଗ୍ଧ ଅର୍ପଣ କରନ୍ତୁ। କ୍ଷୀର, ଦହି, ଘିଅ, ମିଶ୍ରି ଓ ମହୁରେ ପ୍ରସ୍ତୁତ ପଞ୍ଚାମୃତରେ ଅଭିଷେକ କରିବା ପରେ ପୁଣି ସ୍ୱଚ୍ଛ ଜଳ ଢାଳନ୍ତୁ। ବେଲପତ୍ର, ଫୁଲମାଳ ଓ ଧତୁରା ଅର୍ପଣ କରି ‘ଓଁ ନମଃ ଶିବାୟ’ ମନ୍ତ୍ର ସହ ଦୀପ ଜାଳି ଆରତୀ କରନ୍ତୁ।

୪. ଅସହାୟଙ୍କୁ ଖାଦ୍ୟ ଓ ଗରମ ବସ୍ତ୍ର ଦାନ ଏହି ପବିତ୍ର ଦିନରେ ଦାନ-ପୁଣ୍ୟର ବିଶେଷ ମହତ୍ତ୍ୱ ରହିଛି। ନିଜ ସାମର୍ଥ୍ୟ ଅନୁଯାୟୀ ଗରିବ ଓ ଅସହାୟଙ୍କୁ ଗହମ, ଚାଉଳ, ଡାଲି ଭଳି ଖାଦ୍ୟ ସାମଗ୍ରୀ ସହିତ କମ୍ବଳ, ସ୍ୱେଟର ଓ ଶାଲ୍ ଭଳି ଗରମ ପୋଷାକ ଦାନ କରନ୍ତୁ। କ୍ଷୁଧାର୍ଥଙ୍କୁ ଭୋଜନ କରାଇବା ଅତ୍ୟନ୍ତ ପୁଣ୍ୟଦାୟୀ ବୋଲି ମାନ୍ୟତା ରହିଛି।

୫. ଗୋସେବା ଓ ଦୀପଦାନ ଗୋଶାଳା ଯାଇ ଗାଈମାନଙ୍କୁ ସବୁଜ ଘାସ ଓ ଚାରା ଖାଇବାକୁ ଦିଅନ୍ତୁ ଏବଂ ଆର୍ଥିକ ସହଯୋଗ କରନ୍ତୁ। ସନ୍ଧ୍ୟା ପ୍ରଦୋଷ କାଳରେ ଘର ଠାକୁରଘର, ନଦୀ, ପୋଖରୀ ବା ପବିତ୍ର ଜଳାଶୟ କୂଳରେ ଦୀପଦାନ କରନ୍ତୁ। ଏହା ଜୀବନରେ ସୁଖଶାନ୍ତି ଆଣିଥାଏ ବୋଲି ବିଶ୍ୱାସ ରହିଛି।

ଧାର୍ମିକ ମହତ୍ତ୍ୱ ପୌରାଣିକ ମାନ୍ୟତା ଅନୁଯାୟୀ, ଏହି ଦିନ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ଧାରଣ କରିଥିଲେ। ଦେଶର ବିଭିନ୍ନ ସ୍ଥାନରେ ଏହି ଦିନକୁ ଗୁରୁ ନାନକ ଜୟନ୍ତୀ (ପ୍ରକାଶ ପର୍ବ) ଏବଂ ପୁଷ୍କର ମେଳା ସ୍ନାନ ଭାବେ ମଧ୍ୟ ବେଶ୍ ଧୁମଧାମରେ ପାଳନ କରାଯାଏ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୪୮୬/୪

ଓ୍ବେଲିଂଟନ,୨୧।୧୧: ଲୋକେଶ ରାହୁଲଙ୍କ ଶତକ ଏବଂ ଅଧିନାୟକ ଶୁବମନ ଗିଲଙ୍କ ୯୮ ରନର ଇନିଂସ ବଳରେ ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ…

ନାବାଳିକା ବଳାତ୍କାରୀଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

ବ୍ରହ୍ମପୁର,୨୧ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ତାରସିଂ ଥାନା ଅଞ୍ଚଳର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫାଷ୍ଟ ଟ୍ରାକ୍‌ ପୋକ୍‌ସୋ ଜଜ୍‌ ରୋହିତ ଲାଲ…

ଷ୍ଟ୍ରିଟଲାଇଟ୍‌ ନାଁରେ ୭.୨୪ ଲକ୍ଷ ହଡ଼ପ, ବନ୍ଧାହେଲେ ପୂର୍ବତନ ପିଇଓ, ଜେଇ, ଠିକାଦାର

ବ୍ରହ୍ମପୁର,୨୧ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକର ବାଲ୍ୟସରା ଗ୍ରାମପଞ୍ଚାୟତରେ ଷ୍ଟ୍ରିଟ ଲାଇଟ୍‌ ସ୍ଥାପନ ଓ ରକ୍ଷଣାବେକ୍ଷଣ ନାଁରେ ସରକାରୀ ଅର୍ଥ ହଡ଼ପ ମାମଲାରେ ଭିଜିଲାନ୍ସ…

ଏସ୍‌ପିଙ୍କ ଅଫିସ ଆଗରେ ସପରିବାର ଆତ୍ମାହୁତି ଚେତାବନୀ

ଛତ୍ରପୁର, ୨୧।୧୧(ଦିଲୀପ ସାମଲ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କଳାଯମୁନା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ମାରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଏଯାଏ ଗିରଫ…

ପୁଣିଥରେ ସୁନା ନ କିଣିବାକୁ ଦେଶବାସୀଙ୍କୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ; କହିଲେ- ଆଉ ଗୋଟିଏ ବର୍ଷ ସୁନାଠାରୁ…

ଲକ୍ଷ୍ନୌ,୨୧।୧୧: ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଆୟୋଜିତ ‘କୌଶଳ ଦୀକ୍ଷାନ୍ତ ସମାରୋହ’ରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସୁନା ନ କିଣିବା ପ୍ରସଙ୍ଗ ଉଠାଇଛନ୍ତି। ଲୋକମାନେ ତାଙ୍କ କଥା…

ମତ୍ସ୍ୟଜୀବୀଙ୍କୁ ସହାୟତାର ହାତ

ଗଞ୍ଜାମ,୨୧।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ନେତୃତ୍ୱରେ ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣା ପୋଡ଼ମ ପେଟା କଣ୍ଟିଆଗଡ଼ ନିକଟସ୍ଥ…

ଜିଲାପାଳଙ୍କ ବାତ୍ୟା ବାତ୍ୟା ସମୀକ୍ଷା: ରାଶନ କାର୍ଡ ନ ଥିଲେ ବି ମିଳିବ ରିଲିଫ ସହାୟତା

ଛତ୍ରପୁର,୨୧।୧୧(ଦିଲ୍ଲୀପି ସାମଲ): ବାତ୍ୟା ‘ଅକ୍ୱାନ’ର ବିପଦ ଟଳିବା ପରେ ଏବେ କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟକୁ ଗଞ୍ଜାମ ଜିଲା ପ୍ରଶାସନ ପ୍ରାଥମିକତା ଦେଇଛି। ଏନେଇ ଶନିବାର…

‘ଆପଣ ସମସ୍ତଙ୍କୁ ଖୁସି କରିପାରିବେ ନାହିଁ’: ମହମ୍ମଦ ସିରାଜଙ୍କୁ ବାଦ ଦିଆଯିବା କାହିଁକି ଏମିତି କହିଲେ କପିଲ ଦେବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯିବାକୁ ନେଇ ବେଶ ହଟଚମଟ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?