Posted inଫୁରସତ

ଭିଜା ମାଟିର ବାସ୍ନା

ଯେବେ ଶୁଷ୍କ ଧରାବକ୍ଷ ଉପରେ ପହିଲି ବର୍ଷାର ଛିଟା ପଡ଼େ ଏକ ହାଲ୍‌କା ମନମୋହକ ସୁଗନ୍ଧ ପରିବେଶକୁ ମହକାଇ ଦିଏ। ଆଉ ସେଇ ମହକ ଅନେକଙ୍କୁ ଅନ୍ୟମନସ୍କ କରିଥାଏ କିଛିକ୍ଷଣ ପାଇଁ। ତେବେ ଜାଣନ୍ତି କି କାହିଁକି ପହିଲି ବର୍ଷା ପରେ ଭୂମିରୁ ଆସେ ଏହି ମହକ। ଜାଣନ୍ତୁ ସେ ସମ୍ପର୍କରେ…

ପ୍ରକୃତରେ କହିବାକୁ ଗଲେ ବର୍ଷା ଜଳର କୌଣସି ବାସ୍ନା ନ ଥାଏ। ହେଲେ ଏହା ଯେବେ ଶୁଷ୍କ ଭୂମିକୁ ସ୍ପର୍ଶ କରେ ଓ ଧୂଳିକଣା ସଂସ୍ପର୍ଶରେ ଆସେ ସେତେବେଳେ ଏକ ହାଲ୍‌କା ସୁଗନ୍ଧ ବାହାରିଥାଏ। ଏହି ମହକକୁ ‘ପେଟ୍ରିକୋର’ ବୋଲି କୁହାଯାଏ। ଏହା ଗ୍ରୀକ ଶବ୍ଦ ପେଟ୍ରାରୁ ଉଦ୍ଧୃତ। ୧୯୬୪ରେ ଅଷ୍ଟ୍ରେଲିଆର ଦୁଇଜଣ ବୈଜ୍ଞାନିକ ପାଣିପାଗ ଉପରେ ଅଧ୍ୟୟନ କରି ମାଟିର ଏହି ସୁଗନ୍ଧ ପାଇଁ ଉକ୍ତ ଶବ୍ଦର ପ୍ରୟୋଗ କରିଥିଲେ। ଏହାବାଦ କ୍ୟାମ୍ବ୍ରିଜ୍‌ରେ ମାସାଚୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନଲୋଜିର ପ୍ରଫେସର କୁଲେନ୍‌ ବୁଇ କୁହନ୍ତି, ‘ଖରାଦିନେ କିଛି ଗଛ ସୁଖିଯାଏ ଓ ତା’ ମଧ୍ୟସ୍ଥ ତୈଳୀୟ ପଦାର୍ଥ ନିର୍ଗତ ହୋଇ ବାୟୁରେ ମିଶିଯାଏ। ଯେବେ ବର୍ଷା ହୁଏ ବର୍ଷାର ବୁନ୍ଦା ସେହି ତୈଳୀୟ ପଦାର୍ଥ ସହ ମିଶେ ଓ ତାହା ସାରା ଭୂମିରେ ମିଶିଯାଏ। ଆଉ ହାଲ୍‌କା ସୁଗନ୍ଧ ଜାତ ହୁଏ। ସେହିଭଳି ଜିଓସ୍ମିନ ନାମକ ମାଇକ୍ରୋବ୍‌ ମାଟିରେ ଥିବା ଆକ୍ଟିନୋମାଇସେଟ୍‌ସ ବ୍ୟାକ୍ଟେରିଆ ସହ ମିଶିଲେ ବି ଏଭଳି ସୁଗନ୍ଧ ହୁଏ। ଏହାବାଦ ଓଜୋନ ସ୍ତରର କ୍ଲୋରିନ ଗ୍ୟାସ ପରି ବାସ୍ନା ଥାଏ। ବାୟୁମଣ୍ଡଳରେ ଥିବା କିଛି ପରିମାଣର ଓଜୋନ ଗ୍ୟାସ ଯେବେ ବର୍ଷାଜଳ ସହ ମିଶେ ଏଭଳି ସୁଗନ୍ଧ ସୃଷ୍ଟି ହୋଇଥାଏ। କିଛି ବୈଜ୍ଞାନିକ ଏହା ମଧ୍ୟ କହନ୍ତି ଯେ, ଯେବେ ବର୍ଷା ଜଳ ଭୂମିର ଛିଦ୍ରଯୁକ୍ତ ପୃଷ୍ଠଭାଗ ଉପରେ ପଡ଼େ ତାହା ପବନର ଛୋଟ ଛୋଟ ଫୋଟକାରେ ପରିଣତ ହୋଇ ଉପରକୁ ଉଠେ, ଯାହାକୁ ଏରୋସୋଲ କୁହାଯାଏ। ଏହି ଏରୋସୋଲ ମଧ୍ୟ ମହକ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୨୨୦ କୋଟି ଖର୍ଚ୍ଚ କରି ଯୁବକ ହେଲେ କୁକୁର, କାରଣ ଜାଣିଲେ ଉଡିଜିବ ହୋସ୍‌: ଦେଖନ୍ତୁ Video

ନୂଆଦିଲ୍ଲୀ, ୮।୮: ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରକାରର କଥା କହୁଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଉଛି…

ଗରମରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏମିତି ନିର୍ଦ୍ଦେଶ ଦେଲେ କିମ୍‌ ଜୋଙ୍ଗ୍‌ ଉନ୍‌, ସାରା ବିଶ୍ୱ ଜାଣି ଆଶ୍ଚର୍ଯ୍ୟ…

ପ୍ୟୋଙ୍ଗୟାଙ୍ଗ,୭ା୮: ଉତ୍ତର କୋରିଆରେ ବର୍ତ୍ତମାନ ପ୍ରବଳ ଗରମ ଅନୁଭୂତ ହେଉଛି। ଏହି ଗରମ ଯୋଗୁ ସେଠାକାର ଲୋକମାନଙ୍କୁ ଏମିତି ନିର୍ଦ୍ଦେଶ ଦିଆଯାଇଛି ଯାହା ଆଶ୍ଚର୍ଯ୍ୟଜନକ। ଉତ୍ତର କୋରିଆର…

ଭାରତର ଏହି ସ୍ଥାନରେ ଏଯାଏଁ ପହଞ୍ଚିନି କଳିଯୁଗ? ରହସ୍ୟ ଜାଣିଲେ କାବା ହୋଇଯିବେ…

ନୂଆଦିଲ୍ଲୀ,୬।୮: ହିନ୍ଦୁ ଧର୍ମଶାସ୍ତ୍ରଗୁଡ଼ିକରେ ଚାରୋଟି ଯୁଗ— ତ୍ରେତାୟୁଗ, ସତ୍ୟଯୁଗ, ଦ୍ୱାପର ଯୁଗ ଏବଂ କଳିଯୁଗର ବର୍ଣ୍ଣନା କରାଯାଇଛି। ତିନୋଟି ଯୁଗ ଶେଷ ହୋଇସାରିଛି ଏବଂ ଏବେ ଶେଷ…

ଏହି ମନ୍ଦିରରେ ୩୦୦ ବର୍ଷ ଧରି ଜଳୁଛି ଅଖଣ୍ଡ ଦୀପ, ଦିନକୁ ୩ ଥର ହୋଇଥାଏ ଶିବଲିଙ୍ଗର ରଙ୍ଗ ପରିବର୍ତ୍ତନ

ଶ୍ରାବଣ ମାସରେ ଭଗବାନ ଶିବଙ୍କ ପୂଜା କରିବାର ବହୁତ ମହତ୍ତ୍ୱ ରହିଛି। ସାରା ଦେଶରେ ଅନେକ ଶିବ ମନ୍ଦିର ଅଛି। ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକକୁ ଚମତ୍କାର…

କୋର୍ଟଙ୍କ ବଡ଼ ନିଷ୍ପତ୍ତି: ଏଣିକି ଟ୍ରେନ୍‌ରେ ଲଗେଜ୍‌ ଚୋରି ହେଲେ ଜରିମାନା ଦେବ ରେଳ ବିଭାଗ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ…

ନୂଆଦିଲ୍ଲୀ,୬ା୮: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଆଉ ଏହି ସମୟରେ ଆପଣଙ୍କ ବ୍ୟାଗ କିମ୍ବା ମୂଲ୍ୟବାନ ଜିନିଷ ଚୋରି ହୋଇଯାଉଛି, ତେବେ ଆଉ ଚିନ୍ତା ନାହିଁ।…

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri