Posted inଫୁରସତ

ମାଉଣ୍ଟେନ ଡ୍ୟୁ ଜିଲାପି

ଚିନି ଶିରାରେ ଭରା ଗୋଲ ଗୋଲ ତେଢା ମେଢା ନାରଙ୍ଗୀ ରଙ୍ଗର ଜିଲାପି ଅନେକଙ୍କର ପ୍ରିୟ। ଦୂରରୁ ଦେଖି ଦେଲେ ବି ଜିଲାପି ପ୍ରିୟ ଲୋକଙ୍କ ପାଟିରୁ ଲାଳ ଗଡିଯାଏ। ତେବେ କେବେ ସବୁଜ ରଙ୍ଗର ଜିଲାପି ଦେଖିଛନ୍ତି? ଭାବୁଥିବେ ଜିଲାପି ତ ସବୁବେଳେ ନାରଙ୍ଗୀ ରଙ୍ଗର। ସବୁଜ ରଙ୍ଗର ଜିଲାପି ପୁଣି କୋଉଠୁ ଆସିଲା? ଇନଷ୍ଟାଗ୍ରାମ ଫୁଡ୍‌ ବ୍ଲଗର୍‌ ଅମର ସିରୋହୀ ଏଭଳି ଜିଲାପିର ଫଟୋ ନିଜ ଆକାଉଣ୍ଟରେ ଶେୟାର କରିଛନ୍ତି। ଯାହାର ନାମ ‘ମାଉଣ୍ଟେନ ଡ୍ୟୁ’ ଜିଲାପି ଲେଖିଛନ୍ତି। ତେବେ ଏହାକୁ ସବୁଜ ଫୁଡ କଲର୍‌ ଦେଇ ତିଆରି କରାଯାଇ ନାହିଁ। ବରଂ ଏହା ଅବାରେକାଇ ତଥା ଜଲକୁମ୍ଭୀ ବା ସିମ୍ବରୁ ତିଆରି। ଆଉ ଏହା ବେଙ୍ଗାଲୁରୁରେ ମିଳିଥାଏ। ଏହାକୁ ତିଆରି କରିବା ଲାଗି ମଇଦାରେ ସିମ୍ବ ପେଷ୍ଟ ମିଶାଯାଏ। ତାକୁ ୪-୫ ଘଣ୍ଟା ରଖାଯାଏ। ପରେ ସେଥିରେ ଜିଲାପି ପ୍ରସ୍ତୁତ କରି ଚିନି ଶିରାରେ ପକାଯାଏ। ଏହା ଦେଖିବାକୁ ବହୁତ ସୁନ୍ଦର। ତେଣୁ ଏହାକୁ ଯେ କେହି ବି ଖାଇବାକୁ ଚାହିଁବେ।


Enter your email to get our daily news in your inbox.

All Right Reserved By Dharitri.Com

୨୨୦ କୋଟି ଖର୍ଚ୍ଚ କରି ଯୁବକ ହେଲେ କୁକୁର, କାରଣ ଜାଣିଲେ ଉଡିଜିବ ହୋସ୍‌: ଦେଖନ୍ତୁ Video

ନୂଆଦିଲ୍ଲୀ, ୮।୮: ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରକାରର କଥା କହୁଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଉଛି…

ଗରମରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏମିତି ନିର୍ଦ୍ଦେଶ ଦେଲେ କିମ୍‌ ଜୋଙ୍ଗ୍‌ ଉନ୍‌, ସାରା ବିଶ୍ୱ ଜାଣି ଆଶ୍ଚର୍ଯ୍ୟ…

ପ୍ୟୋଙ୍ଗୟାଙ୍ଗ,୭ା୮: ଉତ୍ତର କୋରିଆରେ ବର୍ତ୍ତମାନ ପ୍ରବଳ ଗରମ ଅନୁଭୂତ ହେଉଛି। ଏହି ଗରମ ଯୋଗୁ ସେଠାକାର ଲୋକମାନଙ୍କୁ ଏମିତି ନିର୍ଦ୍ଦେଶ ଦିଆଯାଇଛି ଯାହା ଆଶ୍ଚର୍ଯ୍ୟଜନକ। ଉତ୍ତର କୋରିଆର…

ଭାରତର ଏହି ସ୍ଥାନରେ ଏଯାଏଁ ପହଞ୍ଚିନି କଳିଯୁଗ? ରହସ୍ୟ ଜାଣିଲେ କାବା ହୋଇଯିବେ…

ନୂଆଦିଲ୍ଲୀ,୬।୮: ହିନ୍ଦୁ ଧର୍ମଶାସ୍ତ୍ରଗୁଡ଼ିକରେ ଚାରୋଟି ଯୁଗ— ତ୍ରେତାୟୁଗ, ସତ୍ୟଯୁଗ, ଦ୍ୱାପର ଯୁଗ ଏବଂ କଳିଯୁଗର ବର୍ଣ୍ଣନା କରାଯାଇଛି। ତିନୋଟି ଯୁଗ ଶେଷ ହୋଇସାରିଛି ଏବଂ ଏବେ ଶେଷ…

ଏହି ମନ୍ଦିରରେ ୩୦୦ ବର୍ଷ ଧରି ଜଳୁଛି ଅଖଣ୍ଡ ଦୀପ, ଦିନକୁ ୩ ଥର ହୋଇଥାଏ ଶିବଲିଙ୍ଗର ରଙ୍ଗ ପରିବର୍ତ୍ତନ

ଶ୍ରାବଣ ମାସରେ ଭଗବାନ ଶିବଙ୍କ ପୂଜା କରିବାର ବହୁତ ମହତ୍ତ୍ୱ ରହିଛି। ସାରା ଦେଶରେ ଅନେକ ଶିବ ମନ୍ଦିର ଅଛି। ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକକୁ ଚମତ୍କାର…

କୋର୍ଟଙ୍କ ବଡ଼ ନିଷ୍ପତ୍ତି: ଏଣିକି ଟ୍ରେନ୍‌ରେ ଲଗେଜ୍‌ ଚୋରି ହେଲେ ଜରିମାନା ଦେବ ରେଳ ବିଭାଗ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ…

ନୂଆଦିଲ୍ଲୀ,୬ା୮: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଆଉ ଏହି ସମୟରେ ଆପଣଙ୍କ ବ୍ୟାଗ କିମ୍ବା ମୂଲ୍ୟବାନ ଜିନିଷ ଚୋରି ହୋଇଯାଉଛି, ତେବେ ଆଉ ଚିନ୍ତା ନାହିଁ।…

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri