ଅକଳରେ ଅଧିକାରୀ

Dillip Cherian

କରୋନା ମହାମାରୀରେ ପ୍ରଶାସନ ଅତି ନିନ୍ଦିତ ହେଉଥିବାବେଳେ ତ୍ରିପୁରାର ଜଣେ ଜିଲା ମାଜିଷ୍ଟ୍ରେଟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଅତି ଉତ୍ସାହୀ ହୋଇ ରାଜ୍ୟ ରାଜଧାନୀ ଅଗରତାଲାରେ ଏକ ବିବାହ ଉତ୍ସବରେ ନାଇଟ୍‌ କର୍ଫ୍ୟୁ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରି ସେ ପୂରା ଅକଳରେ ପଡ଼ିଯାଇଛନ୍ତି। ଏହି ଘଟଣାର ରିକର୍ଡିଂ ହୋଇଥିବା ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ରାଜନୈତିକ ଦଳଗୁଡ଼ିକ ତାଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି। ପଶ୍ଚିମ ତ୍ରିପୁରା ଜିଲା ମାଜିଷ୍ଟ୍ରେଟ ଶୈଳେଶ କୁମାର ଯାଦବ ଏକ ବିବାହ ଉତ୍ସବ ମଝିରେ ବର ଓ କନ୍ୟାଙ୍କ ସହ ତାଙ୍କ ଉଦ୍ଧତ ବ୍ୟବହାରକୁ ନେଇ ତଦନ୍ତର ସାମ୍ନା କରିଛନ୍ତି। ଏହାକୁ କେନ୍ଦ୍ର କରି ଅସନ୍ତୋଷ ପ୍ରକାଶ କରୁଥିବା ନାଗରିକ ଓ ନେତାମାନେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କୁ ଲେଖିତ୍ ଜଣାଇଛନ୍ତି। କେତେକେ ଏହି ଅଧିକାରୀଙ୍କ ବିରୋଧରେ ଏଫ୍‌ଆଇଆର ଦାୟର କରିବାକୁ ସ୍ବର ଉଠାଇବା ସହ ତାଙ୍କୁ ଚାକିରିରୁ ବହିଷ୍କାର କରିବାକୁ ଦାବି କରିଛନ୍ତି। ଭାଇରାଲ୍‌ ହୋଇଥିତ୍ବା ଭିଡ଼ିଓରେ ଯାଦବ ବିବାହରେ ଉପସ୍ଥିତ ଲୋକମାନଙ୍କୁ ଠେଲାଠେଲି କରିବା, କୋଭିଡ୍‌-୧୯ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରତ୍ୟେକଙ୍କୁ ଗିରଫ କରିବା ଦୃଶ୍ୟ ନଜରକୁ ଆସିଥିଲା। ଏହାବାଦ୍‌ ବାହାଘର ଲାଗି ନିଜ ସ୍ବାକ୍ଷର ଥାଇ ସେମାନଙ୍କୁ ପ୍ରଦାନ କରିଥିବା ଅନୁମତି ପ୍ରମାଣପତ୍ରକୁ ମଧ୍ୟ ଚିରି ଦେବା ଭିଡ଼ିଓରେ ଦେଖିବାକୁ ମିଳିଥିଲା। ଏହି ଘଟଣାର ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦୁଇଜଣ ଆଇଏଏସ୍‌ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି ଓ ତାଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ସମ୍ପର୍କିିତ ରିପୋର୍ଟ ମୁଖ୍ୟ ଶାସନ ସଚିବ ମନୋଜ କୁମାରଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏବେ କ’ଣ ଘଟିବ ତା’ପରେ ନଜର ରଖିବା।
ଆଇଏଏସ୍‌ଙ୍କ ଅଭାବ
ଜମ୍ମୁ-କଶ୍ମୀର ଷ୍ଟାଟସ୍‌ର ପରିବର୍ତ୍ତନ ଉକ୍ତ କେନ୍ଦ୍ର ଶାସିତ ଅଞ୍ଚଳର ଶାସନରେ ସକାରାମତ୍କ ପରିବର୍ତ୍ତନ ଆଣିବା ଲାଗି ଉଦ୍ଦିଷ୍ଟ ଥିଲା ବୋଲି ଯେଉଁମାନେ ବିଚାର କରୁଥିତ୍ଲେ ତାହା ଭୁଲ୍‌ ସାବ୍ୟସ୍ତ ହୋଇଛି। ଏବେ ସୁଦ୍ଧା ଜମ୍ମୁ-କଶ୍ମୀରରେ ଶୀର୍ଷ ଅମଲାତନ୍ତ୍ରୀ ଏବଂ ଅଧିକାରୀମାନେ ଏକାଧିତ୍କ ପଦବୀରେ ରହି ଦାୟିତ୍ୱ ତୁଲାଉଛନ୍ତି। ଏହାକୁ ଲକ୍ଷ୍ୟ କଲେ ଜଣାପଡ଼େ ଯେ, ଜମ୍ମୁ -କଶ୍ମୀରରେ ଆଡହକିଜମ ସରକାରର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି। ଦୁଇଟି ଉଦାହରଣ ନେଲେ ଏହା ସହଜରେ ବୁଝାପଡ଼ିବ। ପ୍ରମୁଖ ଗୃହ ସଚିବ ଶଲିନ କାବ୍ରା ଏବେ ରାଜସ୍ବ ବିଭାଗର ପ୍ରମୁଖ ସଚିବ ଏବଂ ଅର୍ଥ କମିଶନର( ରାଜସ୍ବ) ଭାବେ ଦାୟିତ୍ୱ ନର୍ବାହ କରୁଛନ୍ତି। ସେହିପରି ଗୃହ ଓ ସହର ବିକାଶ ବିଭାଗର ପ୍ରମୁଖ ସଚିବ ଧୀରଜ ଗୁପ୍ତା ମଧ୍ୟ ପ୍ରିନ୍‌ସିପାଲ ରେସିଡେଣ୍ଟ୍‌ କମିଶନର (ଜମ୍ମୁ-କଶ୍ମୀର) ନୂଆ ଦିଲ୍ଲୀ, ପଦବୀରେ ରହି ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ଏହି କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଶାସନର ଉଚ୍ଚ ପଦବୀରେ ଅଧିତ୍ତ୍କାରୀମାନଙ୍କ ଅଭାବ ଯୋଗୁ ୧୦ରୁ ଊର୍ଦ୍ଧ୍ୱ ଆଇଏଏସ୍‌ ଅଧିକାରୀ ବିଭିନ୍ନ ବିଭାଗ ଓ ସଂସ୍ଥାର ଅତିରିକ୍ତ ଦାୟିତ୍ୱ ସମ୍ଭାଳୁଥିବା ଜଣାପଡ଼ିଛି। ଜମ୍ମୁ- କଶ୍ମୀରର ନିର୍ଦ୍ଧାରିତ ଆଇଏଏସ୍‌ ଅଧିକାରୀଙ୍କ ସଂଖ୍ୟା ହେଉଛି ୧୩୭। କିନ୍ତୁ କ୍ୟାଡରରେ କେବଳ ୫୮ ଜଣ କାର୍ଯ୍ୟ କରୁଛନ୍ତି,ଯେଉଁଥିରୁ ଅତିକମ୍‌ରେ ୯ ଜଣ କେନ୍ଦ୍ର ପ୍ରତିନିଯୁକ୍ତିରେ ରହିଛନ୍ତି। କେନ୍ଦ୍ର ମଧ୍ୟ ଏହି ପରିସ୍ଥିତି ସମ୍ପର୍କରେ ସ୍ପଷ୍ଟ ଅବଗତ ଥିତ୍ବା ଜଣାପଡୁଛି । କାରଣ,ନିକଟରେ ଏହା ଆଇଏଏସ୍‌ ଓ ଗ୍ରୁପ ଏ’ ଅଧିକାରୀମାନଙ୍କୁ ଦାୟିତ୍ୱ ତୁଲାଇବା ପାଇଁ ନବ ଗଠିତ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଇବା ଲାଗି ପଦକ୍ଷେପ ନେଇଛି। ତେବେ ଅନେକ ଦଶନ୍ଧି ଧରି ଅଧିତ୍କାରୀମାନଙ୍କ ଅଭାବ ଯୋଗୁ ଜମ୍ମୁ-କଶ୍ମୀର ଭୋଗୁଥିତ୍ବା ସମସ୍ୟାର ସମାଧାନ ପାଇଁ କେନ୍ଦ୍ର କମ୍‌ ପଦକ୍ଷେପ ନେବା ଭଳି ମନେହେଉଛି।
ପିସିଏରେ ନିଯୁକ୍ତି
ହରିୟାଣାର ପୂର୍ବତନ ଗୃହ ସଚିବ ତଥା ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ନଭରାଜ ସାନ୍ଧୁଙ୍କୁ ଏବେ ହରିୟାଣା ଷ୍ଟେଟ୍‌ ପୋଲିସ କମ୍ପ୍ଲାଣ୍ଟ ଅଥରିଟି (ପିସିଏ)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏହାସହ ଏହି ଅଥରିଟିର ସଦସ୍ୟ ଭାବେ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ କମଲେଶ୍ୱର କୁମାର ମିଶ୍ର ଏବଂ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ରମେଶ ଚାନ୍ଦ ବର୍ମାଙ୍କୁ ନିଯୁକ୍ତ କରାଯାଇଛି। ପୋଲିସ ନିର୍ଯାତନାରୁ ନାଗରିକମାନଙ୍କୁ ସୁରକ୍ଷା ଦେବା ଲାଗି ପିସିଏ ଗଠନ କରିଥିବା ୧୭ଟି ରାଜ୍ୟ ମଧ୍ୟରେ ହରିୟାଣା ଅନ୍ୟତମ। ଏହା ଭୁଲ୍‌ ବା ଅନୁପଯୁକ୍ତ ତଦନ୍ତ, ଏଫ୍‌ଆଇଆର ପଞ୍ଜୀକରଣ କରିବାକୁ ମନା କରିବା,ହାଜତ ନିର୍ଯାତନା ଏବଂ ପୋଲିସର ମାତ୍ରାଧିତ୍କ କାର୍ଯ୍ୟ ବିରୋଧରେ ହେଉଥିବା ଅଭିଯୋଗଗୁଡ଼ିକର ଶୁଣାଣି କରି ନିଷ୍ପତ୍ତି ନେଇଥାଏ। ତେବେ ଉଲ୍ଲେଖନୀୟ ଯେ, ପିସିଏର ସୁପାରିସ ସରକାର ଗ୍ରହଣ କରିବାକୁ ବାଧ୍ୟ ନୁହନ୍ତି। ଏହାଦ୍ୱାରା ସରକାର ପିସିଏକୁ କେବଳ କାଗଜ ବାଘ କରିଦେଇଛନ୍ତିି, ଅର୍ଥାତ ବାହାରକୁ କ୍ଷମତାସମ୍ପନ୍ନ ଜଣାପଡୁଥିଲେ ବି ତାହା ପ୍ରଭାବହୀନ। ଗଦା ଗଦା ଅଭିଯୋଗ ଜମା ହେଉଥିତ୍ବାବେଳେ ୫ ବର୍ଷରୁ ଅଧିତ୍କ ହେବ ସରକାର କୌଣସି ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଇନଥିଲେ। ୨୦୧୯ ସୁଦ୍ଧା ପିସିଏ ୬୮୧ଟି ଅଭିଯୋଗ ଗ୍ରହଣ କରିଥିତ୍ବା ସ୍ପଷ୍ଟ ହୋଇଛି। କିନ୍ତୁ ସେଥିମଧ୍ୟରୁ କେତୋଟି ଉପରେ ତଦନ୍ତ କରାଗଲା ଓ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ନିକଟକୁ ପଠାଗଲା, ତାହା ଜଣାପଡିନି। ତେବେ ସାନ୍ଧୁଙ୍କ ନିଯୁକ୍ତି ଯୋଗୁ ପିସିଏ କିଛି ଆଗେଇବ ବୋଲି ଆଶା କରାଯାଉଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?