ଅରାଏ ସକାଳ

ସାରା ପୃଥିବୀ, ଏହି ସାରା ସଂସାର ସକାଳ ପରି ତାହାକୁ ଘ୍ରାଣ କରିପାରିଲେ ସକାଳ ସ୍ପର୍ଶ ସମ୍ଭବ ହୁଏ। ତେଣୁ ସକଳ ଘଟରେ ଆସ୍ଥାନଟି ଜୀବନ୍ତ ଲାଗେ। ଏଠାରୁ ସେଠା ଯାଏ ଡୋରଟି ପ୍ରଲମ୍ବିତ ହୋଇଯାଏ। ତେଣୁ ଏହି ପୃଥିବୀ ଓ ଏଇ ସଂସାର ସକାଳ ପରି ପ୍ରାର୍ଥନା ହୋଇଥାଏ, ସକାଳ ପରି ଦୃଶ୍ୟମାନ ହୁଏ। ସକାଳ ପରି ଆସ୍ପୃହାପୂର୍ଣ୍ଣ ପ୍ରାଣରେ ଶକ୍ତି ଓ ପ୍ରୀତି ଉଭୟ ଛଳ ଛଳ ହୋଇଉଠନ୍ତି। ଏହିପରି ଏକ ଭିନ୍ନ ବସୁଧାର ପରିଚୟ ସକଳର ସକାଳ ପିଲେ ପ୍ରିୟ ଚିତ୍ତଭାଇ ବା ପ୍ରଫେସର ଚିତ୍ତରଞ୍ଜନ ଦାସ। କଟକ ଜିଲା(ଏବର ଜଗତ୍‌ସିଂହପୁର ଜିଲା) ବାଗଲପୁର ଗାଁରୁ ଭୁବନେଶ୍ୱର ବାପୁଜୀନଗରସ୍ଥ ବିଶ୍ୱନୀଡ଼ମ୍‌ ପର୍ଯ୍ୟନ୍ତ ପରିବ୍ୟାପ୍ତ ଏବଂ ସମଦୃଷ୍ଟିର ପୁଣ୍ୟ-ଅଧିକାରୀ ପ୍ରିୟ ଚିତ୍ତଭାଇ ଖୁବ୍‌ ବେଶି ଯେତେ ପରିମାଣରେ ରକ୍ତଗତ ସମ୍ପର୍କରେ ବନ୍ଧା ହୋଇଥିଲେ, ସକାଳର ଏକାନ୍ତ ମିତପଣରେ ଆହୁରି ଅଧିକ ଭାବେ ବାନ୍ଧି ହୋଇଥିଲେ ଭୂମିସ୍ପର୍ଶ ଅସ୍ମିତାର ଉତ୍ତରାଧିକାରିତ୍ୱରେ।
ସ୍ବାଧୀନତା ଆନ୍ଦୋଳନ କାଳରେ ସ୍ବାଧୀନତା ପ୍ରଲୁବ୍‌ଧ ଚିତ୍ତରଞ୍ଜନ ଦେଶ ପ୍ରଲୁବ୍‌ଧ ପାଲଟିଗଲେ। କଟକ ଜେଲ୍‌ର ରହଣି ତାଙ୍କ ସକାଳର ସକଳ ଜୀବନକୁ ପାଗ ଦେବାରେ ଏକ ରସାୟନ ପରି କାମ ଦେଇଥିଲା। ଦୁଇଶହରୁ ଅଧିକ କବିତା ସେ ରଚନା କରିଛନ୍ତି ଏହି ସମୟରେ। ଏହି କବିତାଗୁଡ଼ିକ ତାଙ୍କ ଚଲାପଥର ବିବରଣୀ ଭଳି। ଠିକ୍‌ ”ରୋହିତର ଡାଏରୀ“ ପରି ଏବେ ବି ଅପ୍ରକାଶିତ ଏଥିରୁ ଅନେକ କବିତା। ସ୍ବାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ, ଶାନ୍ତିନିକେତନରେ ଅଧ୍ୟୟନ, ଡେନ୍‌ମାର୍କ ଓ ଫିନ୍‌ଲାଣ୍ଡରେ ଅଧ୍ୟୟନ, ଚମ୍ପିମୁଣ୍ଡା ଜୀବନ, ବିଦ୍ୟାଳୟ ଶିକ୍ଷା-ସାଧନାରେ ଭାଗୀଦାରି, ଆଗ୍ରା-ବିଚ୍‌ପୁରୀ ଗ୍ରାମୀଣ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା, ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଶିକ୍ଷା ପ୍ରୟୋଗରେ ଅନ୍ୟତମ ନିର୍ନିିମେଷ କ୍ଳାନ୍ତରହିତ କାର୍ଯ୍ୟର ଅଧିକାରୀ- ଏସବୁ ତାଙ୍କ ଜୀବନ ସକାଳର ଗୋଟିଏ ଗୋଟିଏ ମିତ୍ର-ବେଭାର। ମିତ୍ରର ଆଖି ଭଳି, ରୋହିତର ଆମତ୍ା ଭଳି, ପୁଣ୍ୟ ଜଳଧିର ପ୍ରଶାନ୍ତ ବ୍ୟାପକତା ଭଳି। ଦେଶର ସ୍ବାଧୀନତାକୁ ଆହ୍ବାନ ରୂପେ ଗ୍ରହଣ କରିଥିବା ଚିତ୍ତରଞ୍ଜନ ସ୍ବାଧୀନୋତ୍ତର କାଳକୁ ମଧ୍ୟ ସକାଳର ଆହ୍ବାନ ଭଳି ଆଦରି ନେଇଥିଲେ। ତେଣୁ ବ୍ୟବସ୍ଥା ପ୍ରଣୋଦିତ-ପ୍ରଚୋଦିତ ସ୍ବାଧୀନତା ଭତ୍ତାକୁ ଯେଉଁ କେତେଜଣ ଅମ୍ଳାନ ପୁଣ୍ୟଶ୍ଳୋକ ବରଦାସ୍ତ କରି ନ ଥିଲେ, ସେମାନଙ୍କ ମଧ୍ୟରେ ଆମତ୍-ଆମତ୍ା ଶକ୍ତିଶାଳୀ ଚିତ୍ତରଞ୍ଜନ ଥିଲେ ଅନ୍ୟତମ। ମୁଖ୍ୟମନ୍ତ୍ରୀଙ୍କ ଆସନ ନିକଟରେ ତାଙ୍କ ମୌଳିକତା ଯେ କେଡ଼େ ଗମ୍ଭୀର, ଗଭୀର ଓ ଗୌରବୋଜ୍ଜ୍ୱଳ ହୋଇପାରେ ତାହାକୁ ପ୍ରତ୍ୟକ୍ଷ କରିଥିବା ଖୁବ୍‌ କମ୍‌ ଲୋକ ହିଁ ଏ କଥାକୁ ସାକ୍ଷୀ ଅଛନ୍ତି। ସେଥିପାଇଁ ”ଯଦି ମୁଷ୍ଟିମେୟ କେତେକ ସାଧକ ନିଜ ସଂକଳ୍ପରେ ଅଟଳ ଓ ଅଚଳ ରହିପାରନ୍ତି, ତେବେ ସେମାନେ ଇତିହାସର ଗତିପଥକୁ ବଦଳାଇ ଦେଇପାରନ୍ତି।“ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ପ୍ରିୟ ଓଡ଼ିଶାର କେଉଁ ଦୂରନ୍ତ ପରିଚୟ ଗାଁଟିର ଉଭୟ ମାଆ ଓ ମାଟି ତାଙ୍କ ମିତପଣର ଡୋରକୁ କୌଣସି ପ୍ରକାରେ ଅଦ୍ୟାବଧି ସାଇତି ରଖିଛନ୍ତି। ଭାବାବେଗଠାରୁ ଭାବ ତାଙ୍କ ମୌଳିକ ପରିଚୟର ଅନ୍ୟ ଏକ ବଳିଷ୍ଠ ଉପାଦାନ। ସେଥିପାଇଁ ସେ କେବଳ ଜଣେ ଲେଖକ ନ ଥିଲେ, ସଂଗ୍ରାମୀ ନ ଥିଲେ, ଜ୍ଞାନବିତ୍‌ ନ ଥିଲେ ମଧ୍ୟ, ଜଣେ ସକାଳ-ସ୍ପର୍ଶବିତ୍‌ର ସକଳ ଗରିମାରେ ନମ୍ର ଶ୍ରଦ୍ଧାପୂର୍ଣ୍ଣ ସିକ୍ତ ମଣିଷର ପରିଚୟରେ ସେ ଥିଲେ ଜଣେ ଅତନ୍ଦ୍ର ଯବନ; ଯିଏ ଠୋ ଠୋ ହୋଇ ହସିପାରୁଥିଲେ ସ୍ବାଧୀନୋତ୍ତର ଦେଶରେ ଅନେକ ସମ୍ବେଦନଶୀଳ ହୋଇ। ପ୍ରଗତି-ରହିତ ବ୍ୟବସ୍ଥା ଓ ଅବସ୍ଥା ପ୍ରତି ଏସବୁ ଅସହନୀୟ। କିନ୍ତୁ ନିଜ କଲମ ଉପରେ ଅଖଣ୍ଡ ବିଶ୍ୱାସ, ଚିତ୍ତରଞ୍ଜନଙ୍କ ଲେଖାରେ ଅନେକ ଧୁରୀଣ ବିନ୍ଧାଣିଙ୍କର ପରିଚୟ ମିଳିଯାଏ। ଲେଖକର ଲେଖା କାଳକୁ କଜ୍ଜଳ ପରି। ଆଖିରୁ କଜ୍ଜଳ ଅଳିଆତକ ବାହାର କରି ସଫା କରିଦିଏ। ସାହିତ୍ୟର ଅଧିକାରୀ ଭାବେ ଯେତେ ନୁହେଁ ମିହନତ ଯେ ସାହିତ୍ୟର ମଞ୍ଜ ଚିତ୍ତରଞ୍ଜନଙ୍କ ଭୂମି-ସମୃଦ୍ଧ ସମ୍ବେଦନା ତାହାର ଭୂରି ଭୂରି ପ୍ରମାଣ ଦେଇଥାଏ।
ବାଦ: ବିବାଦ- ସମ୍ବାଦ ପ୍ରକ୍ରିୟାରେ ବିଶ୍ୱାସୀ ଚିତ୍ତରଞ୍ଜନ ଜଣେ ମେଳାନୁରାଗୀ ସଂସାରର ଉଭୟ ଦିଗରୁ ଅଧିବାସୀ ଓ ଆଦିବାସୀ। ମେଳ ଭିତରେ ପିଲାବେଳେ କେଡ଼େ ସହଜ ଓ ହୁଗୁଳାପଣର ମିତ ସିଏ! ପୃଥିବୀର ଦହଗଞ୍ଜକୁ ଦେଖି ଦେଖି ସେ ଏହି ସିଦ୍ଧାନ୍ତଟିର ବିଶ୍ୱାସୀ ଥିଲେ ଯେ ଅଧିକାର ଅପେକ୍ଷା ଅନୁରାଗ ହିଁ ଚଳନ୍ତି ସଂସାର ଓ ଭବିଷ୍ୟ ସଂସାରର ହେତୁ। ତେଣୁ ଯେତେଦୂର ସମ୍ଭବ ଅଣପାରମ୍ପରିକ ଭାବେ ଏହି ମେଳଟିର କତିକୁ କତି ସେ ନାଗି ଆସୁଥିଲେ। ମେଳଟି ଯେ ନିଃଶ୍ୱାସ, ମେଳଟି ଯେ ପ୍ରଶ୍ୱାସ, ମେଳଟି ଯେ ବିଶ୍ୱାସ ଏହା ଥିଲା ତାଙ୍କ ବିଚାରର ଏକ ବଡ଼ ପୁଞ୍ଜି। ହଁ, ସେତେବେଳକୁ ଇହ ସଂସାରର ବେଳ ରତ ରତ ହୋଇ ଆସୁଥିଲା କି କ’ଣ କେଜାଣି! ସାପ୍ତାହିକ ଉପନିଷଦ ଆଲୋଚନାରେ ତାଙ୍କ ମୌଳିକ ବକ୍ତବ୍ୟ ଆହୁରି ସ୍ପଷ୍ଟ ହୋଇଆସୁଥିଲା। ଦୃଷ୍ଟିକୋଣଟି ଅତି ଜଳଜଳ ହୋଇ ଦିଶିଯାଉଥିଲା। ଏକ ଦୀର୍ଘ ଯାତ୍ରା କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ, ୧୯୨୩ ମସିହାଠାରୁ ଆରମ୍ଭ ହୋଇଥିବା ସେ ଅମ୍ଳାନ ଯାତ୍ରା। ହଁ, ବିଶ୍ୱାସ ସେପଟରେ ଆଉ ଏକ ବିଶ୍ୱାସ, ଧର୍ମ ସେପଟରେ ଆଉ ଏକ ଜାତି, ଦେଶ ସେପଟରେ ଆଉ ଏକ ଦେଶ, ସଂସାର ସେପଟରେ ଆଉ ଏକ ସଂସାର, ତାକୁ ଜଣେ ଚାହିଁବ, ତାକୁ ଜଣେ ହେତୁ କରିବ, ତାକୁ ଜଣେ ସ୍ପର୍ଶ କରିବ, ତେବେ ଯାଇ ଅଗମ୍ୟ ଗମିବ। ଜନ୍ମ ଶତବାର୍ଷିକୀର ପ୍ରତିକ୍ଷଣରେ ଏପରି ଜଣେ ବନ୍ଧୁ ଯେ ମନେପଡ଼ନ୍ତି, ତାହା ସ୍ବାଭାବିକ ଆଦୌ ନୁହଁ। କେବେ ବି ନୁହେଁ। ସୁଦୂର ଗାଜାଠାରୁ ଆମର ଓଳାଶୁଣୀ ପର୍ଯ୍ୟନ୍ତ ମଣିଷର ବ୍ୟାକୁଳତା ଯେ କିପରି ତିଷ୍ଠି ରହିପାରିବ; କରପତ୍ର ଯୋଡ଼ି ଶ୍ରୀଛାମୁରେ ହୁଏତ ଜଣେ ଏତକ କଟାଳ କରିପାରିବ,…… ଦେଖୁ ଦେଖୁ କେବା ସହୁ।

  • ଡ. ଚନ୍ଦନ କୁମାର ସିଂହ
    ମୋ: ୮୨୪୯୬୫୭୭୭୮

Enter your email to get our daily news in your inbox.

All Right Reserved By Dharitri.Com

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri