ଦାରିଙ୍ଗବାଡ଼ିରେ ମାଣ୍ଡିଆ ଚାଷ ପ୍ରତି ବଢୁଛି ଆଗ୍ରହ

ଦାରିଙ୍ଗବାଡ଼ି,୧୨ା୧୧ (ଅରୁଣ ସାହୁ)ଦାରିଙ୍ଗବାଡ଼ି ଅଞ୍ଚଳରେ ମାଣ୍ଡିଆ ଚାଷ ପ୍ରତି ଆଗ୍ରହ ବୃଦ୍ଧି ପାଇଛି। ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକ ଅତୀତରେ ପାରମ୍ପରିକ ଖାଦ୍ୟ ବିଶେଷକରି ମାଣ୍ଡିଆ, କୁଏରୀ, କାଙ୍ଗୁ, ଯଅକୁ ଅଧିକା ପରିମାଣରେ ଚାଷ କରିବା ସହ ଖାଦ୍ୟ ଭାବେ ଖାଉଥିଲେ। ଏଥିପାଇଁ କୌଣସି ମାରାତ୍ମକ ରୋଗର ଶିକାର ହେଉନଥିଲେ। ପର୍ଯ୍ୟାୟକ୍ରମେ ଏହି ଚାଷ ଲୋପ ପାଇବାରୁ ଲୋକଙ୍କୁ ରକ୍ତଚାପ ସହ ଡାଇବେଟିସ ଓ କ୍ୟାଲସିୟମ ଅଭାବ ଆଦି ବୃଦ୍ଧି ପାଇଲା। ଏବେ ରାଜ୍ୟ ସରକାର ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟରେ ମିଲେଟ ମିଶନ ଆରମ୍ଭ କରି ଏହି ଚାଷକୁ ପ୍ରୋତ୍ସାହନ ଦେବା ଆରମ୍ଭ କଲେ। ଏହି କ୍ରମରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପ୍ରଥମେ ୩୪୮ ଚାଷୀଙ୍କୁ ନେଇ ୫୦ ହେକ୍ଟର ଜମିରେ ମାଣ୍ଡିଆ ଚାଷର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଚଳିତବର୍ଷ ଏହା ବୃଦ୍ଧି ପାଇ ୧୯୩୯ ଚାଷୀଙ୍କୁ ନେଇ ୬୯୫ ହେକ୍ଟର ଜମିରେ ମାଣ୍ଡିଆ ଚାଷ ସମେତ ୩୦୫ ହେକ୍ଟର ଜମିରେ କାଙ୍ଗୁ, କୁଏରୀ, ଯଅ ଆଦି କରାଯାଉଛି। ଏବେ ଏହି ଚାଷ କରିବାକୁ ଉକ୍ତ ବ୍ଲକର ୨୫ ପଞ୍ଚାୟତର ଚାଷୀ ଆଗ୍ରହ ପ୍ରକାଶ କରୁଥିବା ବେଳେ ମାଣ୍ଡିଆର ସର୍ବନିମ୍ନ ଦରକୁ ରାଜ୍ୟ ସରକାର ଧାର୍ଯ୍ୟ କରିଥିବାରୁ ଚାଷୀଙ୍କ ମଧ୍ୟରେ ଅଧିକା ଆଗ୍ରହ ଦେଖାଯାଉଛି। ଏହି ଚାଷର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ମିଲେଟ ମିଶନ ଯୋଜନାରେ ସରକାରଙ୍କ ସହ ସହଭାଗିତାରେ ଜାଗୃତି ଅନୁଷ୍ଠାନର ସହଯୋଗରେ ପ୍ରଥମେ ପରୀକ୍ଷା୍‌ମୂଳକ ଭାବେ ୨୦୧୭ରେ ୫ଟି ପଞ୍ଚାୟତରେ ଆରମ୍ଭ କରାଯାଇଥିଲା। ତେବେ ଚଳିତବର୍ଷ ସର୍ବାଧିକ ୪ ହଜାର କୁଇଣ୍ଟାଲ ମାଣ୍ଡିଆ ଅମଳ କରାଯିବ ବୋଲି ଆଶା କରାଯାଉଥିବା ବେଳେ ପାଣିପାଗର ଅନିୟମିତତା ରହିଥିବାରୁ ଅମଳରେ ଟିକେ ବାଧକ ସାଜିପାରେ ବୋଲି ମିଲେଟ ମିଶନର ଦାୟିତ୍ୱରେ ଥିବା ଜାଗୃତିର ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଠ କହିଛନ୍ତି। ଏହି କାର୍ଯ୍ୟକୁ ମିଲେଟ୍‌ ମିଶନର ସଂଯୋଜକ ମହେନ୍ଦ୍ର ପରିଡ଼ା ସମସ୍ତ ପଞ୍ଚାୟତର ଚାଷୀଙ୍କୁ ସହଯୋଗ କରୁଛନ୍ତି। ଚାଷୀ ତିଲମ ପ୍ରଧାନ କହିଛନ୍ତି, ପୂର୍ବରୁ ସେମାନେ ମାଣ୍ଡିଆ ବୁଣିକି ଚାଷ କରୁଥିବାରୁ ଭଲ ଅମଳ ହେଉନଥିଲା। ତେଣୁ ଚାଷ ଛାଡିଦେଇଥିଲେ। ଏବେ ସରକାରଙ୍କ ସହଭାଗିତାରେ ଜାଗୃତିର କର୍ମକର୍ତ୍ତାମାନେ ଧାଡିରେ ରୋଇବା ଶିଖାଇବାରୁ ମାଣ୍ଡିଆ ଚାଷରେ ବହୁତ ଫାଇଦା ପାଇଲୁ। ଏଥିସହ ସର୍ବନିମ୍ନ ଦର ସରକାର କରିବା ସହ ଆମ ପଞ୍ଚାୟତରେ ମଣ୍ଡି ଖୋଲି ତାକୁ କିଣୁଛନ୍ତି। ତେଣୁ ଏହି ଚାଷକୁ ଆମେ ଆଗ୍ରହର ସହ କରୁଛୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?