ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଦେଉନି ଜେଲ ବିଭାଗ

ଭୁବନେଶ୍ୱର,୮।୯ (ବ୍ୟୁରୋ):  ଜେଲରେ ରହୁଥିବା କଏଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସବୁ ରାଜ୍ୟର ଜେଲ ବିଭାଗ ଗୁରୁତ୍ୱ ଦେଉଛନ୍ତି। କଏଦୀମାନେ ଜେଲରୁ ମୁକ୍ତ ହେବାପରେ ଯେପରି ଅପରାଧରେ ଲିପ୍ତ ନ ରହି ସ୍ବାବଲମ୍ବୀ ହୋଇ ସମାଜରେ ଅନ୍ୟମାନଙ୍କ ଭଳି ଜୀବନଯାପନ କରିବେ, ସେଥିଲାଗି ରାଜ୍ୟ ସରକାର ଜେଲ ସଂସ୍କାରରେ ବିଭିନ୍ନ ପ୍ରକାର କଲ୍ୟାଣମୂଳକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଏଥିପାଇଁ ଜେଲରେ କଏଦୀଙ୍କୁ ଧନ୍ଦାମୂଳକ ତାଲିମ ପ୍ରଦାନକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହି ତାଲିମ ବା ଶିକ୍ଷା ସେମାନଙ୍କର ଆତ୍ମବିଶ୍ୱାସକୁ ବଢ଼ାଇବା ସହ ଆତ୍ମନିର୍ଭରଶୀଳ କରିବାରେ ବେଶ୍‌ ସହାୟକ ହେଉଛି। କଏଦୀମାନେ ଜେଲ୍‌ରେ ରହିବା ସମୟରେ ଶ୍ରମ ଦେଇ ଯେଉଁ ରୋଜଗାର କରୁଛନ୍ତି ତାହା ପରବର୍ତ୍ତୀ ସମୟରେ ସେମାନେ ହିଁ ଘରକୁ ନେଇ ଯାଉଛନ୍ତି। ସେହିପରି ଜେଲରୁ ବାହାରିବା ପରେ ସେମାନେ ଏହି ଜ୍ଞାନକୁ ବ୍ୟବହାର କରି ନିଜେ ଭଲରେ ବଞ୍ଚତ୍ବା ସହ ପରିବାର ଲୋକଙ୍କ ମୁହଁରେ ଦାନା ଯୋଗାଇଥାନ୍ତି। ହେଲେ ଏବେ ଜେଲ୍‌ ବିଭାଗ କଏଦୀଙ୍କ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଦେଉ ନ ଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରୁ ଜଣାପଡିଛି।
ଆଦର୍ଶ ଜେଲ ମାନୁଆଲ ନିୟମ ଅନୁସାରେ, ସବୁ ରାଜ୍ୟ ସରକାର ଜେଲରେ କଏଦୀଙ୍କୁ ବୃତ୍ତିଗତ ତଥା ଧନ୍ଦାମୂଳକ ତାଲିମ୍‌ ଦେବା ବାଧ୍ୟତାମୂଳକ। କିନ୍ତୁ ବିଗତ ୧୦ବର୍ଷର ଏନ୍‌ସିଆରବି ରିପୋର୍ଟରୁ ଜଣାପଡିଛି ଯେ, ଟେଲରିଂ, ହସ୍ତଶିଳ୍ପ, ରାଜମିସ୍ତ୍ରି, ପାଇପ୍‌ କାମ, କୃଷି ଉତ୍ପାଦନ, ସାବୁନ ଓ ଫିନାଇଲ ତିଆରି ଆଦି କ୍ଷେତ୍ରରେ କଏଦୀଙ୍କୁ ତାଲିମ୍‌ ଦିଆଯାଉଛି। କିନ୍ତୁ ଧୀରେ ଧୀରେ ଜେଲ୍‌ ବିଭାଗ ଏସବୁ ତାଲିମ୍‌ ଉପରେ ସେତେଟା ଗୁରୁତ୍ୱ ଦେଉନାହିଁ। ୨୦୧୦ରେ ମୋଟ ୧୨୪୨୯ ଜଣ କଏଦୀଙ୍କ ମଧ୍ୟରୁ ୪୮୧ ଜଣ କଏଦୀ ବିଭିନ୍ନ ଧନ୍ଦାମୂଳକ ତାଲିମ ଗ୍ରହଣ କରିଥିଲେ। ଏହ ହାର ୨୦୧୫ ପର୍ଯ୍ୟନ୍ତ କ୍ରମାଗତ ବୃଦ୍ଧି ଘଟିଥିଲା। ୨୦୧୫ରେ ରାଜ୍ୟର ୯୦ ଜେଲରେ ମୋଟ ୧୫,୯୬୫ଜଣ କଏଦୀ ରହିଥିବାବେଳେ ୯୩୭ଜଣ ବିଭିନ୍ନ ବୃତ୍ତିଗତ ଶିକ୍ଷା ଅଧୀନରେ ତାଲିମ ନେଇଥିଲେ। କିନ୍ତୁ ୨୦୧୬ରେ କେବଳ ୯୨ଜଣ କଏଦୀଙ୍କୁ ରାଜ୍ୟର ବିଭିନ୍ନ ଜେଲରେ ଧନ୍ଦାମୂଳକ ତାଲିମ ଦିଆଯାଇଥିଲା। ହେଲେ ୨୦୧୭ରେ ରାଜ୍ୟର କୌଣସି ଜଣେ ହେଲେ ବି କଏଦୀଙ୍କୁ ଏହି ତାଲିମ ଦେବାରେ ଜେଲ କର୍ତ୍ତୃପକ୍ଷ ବିଫଳ ହୋଇଥିଲେ। ସେହିପରି ୨୦୧୮ ମାତ୍ର ୯୪ ଓ ୨୦୧୯ରେ ୧୦୧ କଏଦୀ ପ୍ରଶିକ୍ଷଣ ନେଇଛନ୍ତି। ୨୦୧୫ରୁ ୨୦୧୭, ଏହି ୩ବର୍ଷ ମଧ୍ୟରେ ୧୬୨ ଜଣଙ୍କ ମଧ୍ୟରୁ କେବଳ ୩୨ଜଣଙ୍କୁ ରାଜମିସ୍ତ୍ର ଓ ପାଇପ୍‌ କାମ ପାଇଁ ତାଲିମ ଦିଆଯାଇଥିଲା। ଫଳରେ କଏଦୀଙ୍କ ଦ୍ୱାରା ଜେଲରୁ ଉପତ୍ାଦିତ ସାମଗ୍ରୀ ପରିମାଣ ଓ ମୂଲ୍ୟରେ ମଧ୍ୟ ହ୍ରାସ ଘଟୁଥିବା ଉକ୍ତ ରିପୋର୍ଟରୁ ଜଣାପଡିଛି।
ଅନ୍ୟପକ୍ଷରେ ୨୦୧୭ ଓଡିଶା ଜେଲ୍‌ ଅଡ଼ିଟ ରିପୋର୍ଟରୁ ଜଣାପଡିଛି ଯେ, ବ୍ରହ୍ମପୁର ସର୍କଲ ଜେଲ ବ୍ୟତୀତ ଓଡିଶାର କୌଣସି ଜେଲ୍‌ କର୍ତ୍ତୃପକ୍ଷ ଧନ୍ଦାମୂଳକ ତାଲିମ ଦେଇନାହାନ୍ତି। ପୁଣି ଭଲ ପ୍ରଶିକ୍ଷଣ ଦିଆଯାଉ ନ ଥିବାରୁ କଏଦୀଙ୍କ ଦ୍ୱାରା ଉପତ୍ାଦିତ ସାମଗ୍ରୀର ଚାହିଦା ସହ ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ୨୦୧୫ରେ ତାଲିମପ୍ରାପ୍ତ କଏଦୀଙ୍କ ଦ୍ୱାରା ଉପତ୍ାଦିତ ଦ୍ରବ୍ୟର ବିକ୍ରି ବାବଦକୁ ମୋଟ ୧.୨୫ କୋଟି ଟଙ୍କା ମିଳିଥିବାବେଳେ ୨୦୧୯ରେ ଏହା ୭୮ ଲକ୍ଷ ଟଙ୍କାକୁ ଖସି ଆସିଛି। ୨୦୧୯ରେ ଜେଲ୍‌ ସାମଗ୍ରୀର ମୂଲ୍ୟ କ୍ଷେତ୍ରରେ ଓଡିଶା ଦେଶର ଦଶ ଖରାପ ପ୍ରଦର୍ଶନକାରୀ ରାଜ୍ୟ ମଧ୍ୟରେ ରହିଛି। ସବୁଠୁ ବଡ଼ କଥା ହେଲା ତେଲଙ୍ଗାନାରେ ୩୦ଟି ଜେଲ ଥିବାବେଳେ ଏକଦୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ବିକି ଜେଲ କର୍ତ୍ତୃପକ୍ଷ ୫୯୯.୮୯ କୋଟି ଟଙ୍କା ଆୟ କରିଛି। ହେଲେ ଓଡିଶାରେ ୯୦ଟି ଜେଲ ରହିଥିଲେ ମଧ୍ୟ ମାତ୍ର ୭୮ଲକ୍ଷ ଟଙ୍କା ଆୟ କରିବା ଜେଲ୍‌ ବିଭାଗର ଅଣଦେଖା ଓ ଅବହେଳାକୁ ସ୍ପଷ୍ଟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?