ଅର୍ଥନୀତି ଉପରେ କ୍ୟାନ୍‌ସର ବୋଝ

ଭାରତରେ ସଙ୍କଟ ସୃଷ୍ଟି କରିବାକୁ ଯାଉଛି କ୍ୟାନ୍‌ସର। ‘ଇଣ୍ଡିଆନ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ’ର ରିପୋର୍ଟ ଅନୁଯାୟୀ ୨୦୨୪ ସୁଦ୍ଧା ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ୧୭.୩ ଲକ୍ଷରେ ପହଞ୍ଚତ୍ବ। ଏଯାବତ୍‌ ଭାରତରେ ହୃଦ୍‌ଘାତ ପରେ ଦ୍ୱିତୀୟ ଘାତକ ରୋଗ ହେଉଛି କ୍ୟାନ୍‌ସର। ଆଇସିଏମ୍‌ଆର୍‌ର ତଥ୍ୟ ଅନୁଯାୟୀ ଭାରତରେ କ୍ୟାନ୍‌ସର ବିଶେଷଜ୍ଞଙ୍କ ସଂଖ୍ୟା ମାତ୍ର ୨୦୦୦ ଯାହାର ଅର୍ଥ ଆମ ଦେଶରେ କର୍କଟ ରୋଗୀ ଓ ଡାକ୍ତରଙ୍କ ସଂଖ୍ୟାର ଅନୁପାତ ହେଉଛି ୧:୫୦୦୦ ଅର୍ଥାତ୍‌ ପ୍ରତି ୫୦୦୦ ରୋଗୀଙ୍କ ପାଇଁ ଜଣେ କ୍ୟାନ୍‌ସର ବିଶେଷଜ୍ଞ। ୧୯୯୦ ବେଳକୁ ଭାରତରେ କ୍ୟାନ୍‌ସର ମୃତ୍ୟୁ ସଂଖ୍ୟା ୩.୮୨ ଲକ୍ଷ ଥିବାବେଳେ ୨୦୨୩ ବେଳକୁ ଏହା ୮.୧୩ ଲକ୍ଷରେ ପହଞ୍ଚତ୍ଛି। ୫୦ ବର୍ଷ ଭିତରେ କ୍ୟାନ୍‌ସର ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟାରେ ୨ଗୁଣ ବଢ଼ିଥିଲେ ମଧ୍ୟ ସେ ତୁଳନାରେ ଭାରତରେ କ୍ୟାନ୍‌ସର ଡାକ୍ତରଖାନାର ସଂଖ୍ୟାରେ ବୃଦ୍ଧି ହୋଇନାହିଁ। କିଛି ଘରୋଇ ମେଡିକାଲ କଲେଜକୁ ଛାଡ଼ିଦେଲେ ସେପରି ସରକାରୀ ଡାକ୍ତରଖାନାରେ କ୍ୟାନ୍‌ସର ଚିକିତ୍ସାର ସୁବିଧା ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରୋଗର ଚିକିତ୍ସାରେ ବ୍ୟୟର ବୋଝ ଏତେ ମାତ୍ରାଧିକ ଯେ ଅର୍ଥାଭାବରୁ ଅନେକ କ୍ୟାନ୍‌ସର ରୋଗୀ ଉପଯୁକ୍ତ ଚିକିତ୍ସା ପାଇପାରି ନ ଥାନ୍ତି। ତେବେ ଆଶ୍ୱାସନାର ପ୍ରସଙ୍ଗ ହେଉଛି ୨୦୨୪ ବେଳକୁ ୨୦୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନ୍ୟାଶନାଲ କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟ୍‌ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଯେଉଁଠି କ୍ୟାନ୍‌ସର ଚିକିତ୍ସା ବିନା ମୂଲ୍ୟରେ କରାଯିବ। ଦେଶର ସବୁଠାରୁ ବଡ଼ କ୍ୟାନ୍‌ସର ହସ୍ପିଟାଲ ହରିୟାଣାର ଝାଜ୍ଜର ଠାରେ ଖୋଲିବାକୁ ଯାଉଛି।
ନିକଟରେ ଏକ ଗବେଷଣା ସନ୍ଦର୍ଭରେ ପ୍ରକାଶ ପାଇଛି ଯେ ବ୍ରିକ୍ସ ରାଷ୍ଟ୍ର ଗୋଷ୍ଠୀ ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକା କ୍ୟାନ୍‌ସର ରୋଗ ବୃଦ୍ଧି ଯୋଗୁ ଆର୍ଥିକ ମୂଲ୍ୟରେ ବିଲିୟନ ବିଲିୟନ ଡଲାରର ଉପତ୍ାଦିକା ଶକ୍ତି ହରାଉଛନ୍ତି। ଭାରତ ୨୦୧୨ ରେ ଏଥିଯୋଗୁ ୬.୭ ବିଲିୟନ ଡଲାରର ଉପତ୍ାଦିକା ଶକ୍ତି ହରାଇଥିଲା ଯାହା ଦେଶର ମୋଟ ଆଭ୍ୟନ୍ତରୀଣ ଉପତ୍ାଦନ ୦.୩୬ ପ୍ରତିଶତ। ଭାରତ ସମେତ ସବୁ ଦେଶରେ ଏହା ମଧ୍ୟରେ କର୍କଟରୋଗ ସଂକ୍ରମଣ ବଢ଼ିଯାଇଛି ଓ ଏହାକୁ ଏବେ ଜୀବନଶୈଳୀ ରୋଗ ଭାବେ ଧରାଗଲାଣି। କ୍ୟାନ୍‌ସର ଯୋଗୁ ହେଉଥିବା ଅକାଳ ମୃତ୍ୟୁ କାରଣରୁ ବିପୁଳ ଅର୍ଥନୈତିକ କ୍ଷତି ଘଟୁଛି। ଏଣୁ ଏହାର ନିବାରଣ ତଥା ନିୟନ୍ତ୍ରଣ ପାଇଁ ଯୋଜନା ପ୍ରଣୟନକାରୀମାନେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ଭାରତରେ ୪୦ ପ୍ରତିଶତ କ୍ୟାନ୍‌ସର ସମସ୍ୟା ହେଲା ଫୁସ୍‌ଫୁସ୍‌ ଓ ମୁଖ କର୍କଟ। ଏହା ତମାଖୁ ବ୍ୟବହାର ଯୋଗୁ ଘଟୁଛି। ଆଉ ୨୦ ପ୍ରତିଶତ କ୍ୟାନ୍‌ସରର କାରଣ ହେଲା ହେପାଟାଇଟିସ୍‌ ବି’ ଆଦି ଯୋଗୁ ଘଟୁଥିବା ଲିଭର କ୍ୟାନ୍‌ସର ଓ ମହିଳାଙ୍କ ସର୍ଭିକାଲ କ୍ୟାନ୍‌ସର। ଦେଶରେ ୬୦ ପ୍ରତିଶତ କ୍ୟାନ୍‌ସରକୁ ରୋକାଯାଇପାରିବ। ଏବେ କ୍ୟାନ୍‌ସର ସମେତ ଅନେକ ରୋଗ ବଢ଼ୁଛି। ଏହାର ଅନ୍ୟ କାରଣ ହେଲା ଡାକ୍ତରୀ ଚିକିତ୍ସାର ପ୍ରସାର। କ୍ୟାନ୍‌ସର ଚିହ୍ନଟ ସୁବିଧା ବୃଦ୍ଧି ଯୋଗୁ ରୋଗାକ୍ରାନ୍ତ ଲୋକଙ୍କୁ ଠାବ କରାଯାଇପାରୁଛି। କିନ୍ତୁ କ୍ୟାନ୍‌ସର ବ୍ୟାପିବାର ଅନେକ କାରଣ ମଧ୍ୟ ମନୁଷ୍ୟକୃତ। ତମାଖୁ ବ୍ୟବହାର ବୃଦ୍ଧି ସାଙ୍ଗକୁ ମଦ୍ୟପାନ, ଆଧୁନିକ ପ୍ରୋସେସ୍‌ ଖାଦ୍ୟ ବ୍ୟବହାର, ପ୍ରଦୂଷଣ ବୃଦ୍ଧି, ମୋଟାପଣ ବୃଦ୍ଧି କ୍ୟାନ୍‌ସର ସଂକ୍ରମଣର ପ୍ରଧାନ କାରଣ। ଆଗରୁ ଧାରଣା ଥିଲା ଯେ ପରିବାରରେ ଏହି ରୋଗ ଥିଲେ ପରବର୍ତ୍ତୀ ବଂଶଧରଙ୍କ ପ୍ରତି ଏହାର ବିପଦ ଥାଏ। ସିଗାରେଟ୍‌, ବିଡ଼ି, ପାନ, ଗୁଟ୍‌ଖା ବ୍ୟବହାର ଯୋଗୁ ଏହା ଦେଖାଦିଏ। କିନ୍ତୁ ଏବେ ଏସବୁ ସମସ୍ୟା ନ ଥାଇ ବି ଅନେକଙ୍କୁ କ୍ୟାନ୍‌ସର ହେଉଛି।
ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ଅଟକଳ ଅନୁସାରେ ୨୦୨୪ ସୁଦ୍ଧା ଦେଶରେ ୧୭.୩ ଲକ୍ଷରୁ ଅଧିକ ନୂଆ କ୍ୟାନ୍‌ସର ରୋଗୀ ବାହାରିବେ ଏବଂ ସେ ସମୟ ସୁଦ୍ଧା ଏଥିରେ ୮.୮ ଲକ୍ଷ ଲୋକ ମୃତ୍ୟୁବରଣ କରିବେ। ଡାକ୍ତରମାନଙ୍କ ମତରେ ଏବେ ଶୀଘ୍ର ରୋଗକୁ ଚିହ୍ନଟ କରାଯାଇପାରିଲେ ୨୫ ପ୍ରତିଶତ କେସ୍‌ରେ ଆରୋଗ୍ୟ ସମ୍ଭବ ହେଉଛି। ପରବର୍ତ୍ତୀ ୫ବର୍ଷ ସମୟ କୌଣସି ସମସ୍ୟା ନ ଉପୁଜିଲେ ଜୀବନକାଳ ମଧ୍ୟରେ ପୁଣି ରୋଗ ଫେରିବାର ଆଶଙ୍କା କମ୍‌। ଭାରତରେ ଯେପରି ଭାବେ ତମାଖୁ ସେବନ ହେଉଛି ତା’ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଲୋଡ଼ା। କେବଳ ଟିକସ ବୃଦ୍ଧି ଦ୍ୱାରା ଏହି ସମସ୍ୟାକୁ ରୋକିହେବ ନାହିଁ। ରାଜସ୍ବ ଆଦାୟ ପାଇଁ ସରକାର ତମାଖୁ ବ୍ୟବହାର ଓ ମଦ୍ୟପାନ ପ୍ରତି ଆଖି ବୁଜିଦେଉଛନ୍ତି। ସଚେତନତା ଦ୍ୱାରା ଓ ସରକାରୀ କଟକଣା କରାଯାଇ ତମାଖୁ ବ୍ୟବହାର କମାଯିବା ଦରକାର। କେତେକ ଧରଣର କ୍ୟାନ୍‌ସର ପାଇଁ ଟିକା ବାହାରିଥିବାରୁ ତା’ର ପ୍ରଚଳନକୁ ଉତ୍ସାହିତ କରିବାକୁ ପଡ଼ିବ। ଅନ୍ୟ ଟିକା ପରି ସରକାର ଏହାକୁ ମାଗଣା ଦେବା ଉଚିତ। ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ସଚେତନତା ସୃଷ୍ଟି ମଧ୍ୟ ଆବଶ୍ୟକ। କ୍ୟାନ୍‌ସର ସମସ୍ୟା ସଙ୍କୁଚିତ ହେଲେ ଅର୍ଥନୀତି ଉପରେ ତା’ର ସୁପ୍ରଭାବ ପଡ଼ିବ। ଅନ୍ୟ ରୋଗଗୁଡ଼ିକ ଭଳି କ୍ୟାନ୍‌ସର ଚିହ୍ନଟ ସୁବିଧା ଜିଲା ସବ୍‌ଡିଭିଜନ ହସ୍ପିଟାଲରେ କରାଯିବା ଉଚିତ। ଆଗାମୀ ଦିନରେ କ୍ୟାନ୍‌ସର ସମେତ ଓ ରୋଗ ଢାଞ୍ଚାରେ ପରିବର୍ତ୍ତନଜନିତ ଯେଉଁ ଚାଲେଞ୍ଜ ବଢ଼ିବ ତାକୁ ନିୟନ୍ତ୍ରଣ କରିବା ପାଇଁ ଉପଯୁକ୍ତ କୌଶଳ ଓ କାର୍ଯ୍ୟକ୍ରମ ଭାରତକୁ ଗ୍ରହଣ କରିବାକୁ ହେବ । କ୍ୟାନ୍‌ସର ପରି ଅତ୍ୟନ୍ତ ଜଟିଳ ଓ ବ୍ୟୟବହୁଳ ରୋଗର ନିଦାନ ପାଇଁ କେବଳ ସରକାରୀ ସ୍ତରରେ ନୁହେଁ ବିଭିନ୍ନ ଆଧ୍ୟାତ୍ମିକ ଓ ଦାତବ୍ୟ ସଙ୍ଗଠନଗୁଡ଼ିକ ହସ୍ପିଟାଲ ଖୋଲିବା ପାଇଁ ଆଗେଇ ଆସୁଛନ୍ତି। ଭାରତରେ ଦ୍ରୁତ କ୍ୟାନ୍‌ସର ରୋଗୀଙ୍କ ବୃଦ୍ଧିକୁ ଦେଖି ଏହି ସଙ୍କଟର ମୁକାବିଲା ପାଇଁ କ୍ୟାନ୍‌ସର ବିଶେଷଜ୍ଞଙ୍କ ନିଯୁକ୍ତି ବଢ଼ାଇବା ସହ ଜିଲାସ୍ତରୀୟ ଓ ସରକାରୀ ଡାକ୍ତରଖାନାରେ କ୍ୟାନ୍‌ସର ଚିକିତ୍ସାର ସୁବନ୍ଦୋବସ୍ତ ହେବା ଜରୁରୀ।

  • ଡା. ପ୍ରଫୁଲ୍ଲ କୁମାର ଦାସ
    କନ୍‌ସଲଟାଣ୍ଟ ରେଡିଓଲୋଜିଷ୍ଟ, ଏମ୍‌ଆର୍‌ଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ
    ମୋ:୯୪୩୭୦୨୩୪୪୩

Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?