ଜୁଲମ କରୁଛି ବିଦ୍ୟୁତ୍‌ ବିଭାଗ, ଉପଭୋକ୍ତା ଅତିଷ୍ଠ

ନୟାଗଡ଼ ଅଫିସ,୬ା୪: ନୟାଗଡ଼ ଜିଲାରେ ବିଦ୍ୟୁତ୍‌ ବିଭାଗର ମନମାନି ବଢ଼ି ଚାଲିଛି। ଏଥିପାଇଁ ଉପଭୋକ୍ତାମାନେ ଆର୍ଥିକ ଓ ମାନସିକସ୍ତରରେ ନିର୍ଯାତିତ ହେଉଛନ୍ତି। ଅଭିଯୋଗ ସତ୍ତ୍ୱେ ପ୍ରତିକାର ପାଇଁ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଅଧିକାଂଶ ଉପଭୋକ୍ତା ଅଭିଯୋଗ କରି ଥକିପଡ଼ିବା ପରେ ବାଧ୍ୟ ହୋଇ ନୀରବ ରହୁଛନ୍ତି । ଏମିତି କିଛି ଅଭିଯୋଗକୁ ନେଇ ଧରିତ୍ରୀର ସ୍ବତନ୍ତ୍ର ଉପସ୍ଥାପନା…

ଅନାବଶ୍ୟକ ଦେୟ ଆଦାୟ
ବିଦ୍ୟୁତ୍‌ ବିଭାଗ ଉପଭୋକ୍ତାଙ୍କଠାରୁ ଅନାବଶ୍ୟକ ଦେୟ ଆଦାୟ କରି ଚାଲିଛି । ଏମ୍‌ଏଫ୍‌ସି, କଷ୍ଟମର ଚାର୍ଜ, ଇଡି, ମିଟର ଚାର୍ଜ ପରି ଅନେକ ଦେୟ ବିଦ୍ୟୁତ୍‌ ବିଲରେ ଆସୁଛି । ଉପରୋକ୍ତ ଦେୟ ସଂକ୍ରାନ୍ତରେ ମିଟର ରିଡିଂ କର୍ମଚାରୀଙ୍କୁ ପଚାରିଲେ ଉତ୍ତର ମିଳୁନି । ବିଦ୍ୟୁତ୍‌ ବିଭାଗ ଅଧିକାରୀ ଅଥବା କର୍ମଚାରୀ ଏ ସଂକ୍ରାନ୍ତରେ କୌଣସି ସ୍ପଷ୍ଟ ଉତ୍ତର ଦେଉ ନାହାନ୍ତି। ଉପଭୋକ୍ତାମାନେ କିପରି ନ୍ୟାୟ ପାଇବେ ସେ ନେଇ କୌଣସି ବ୍ୟବସ୍ଥା ନ ଥିବାରୁ ଅସନ୍ତୋଷ ବଢ଼ି ଚାଲିଛି ।
-ଧିରେନ ପଟ୍ଟନାୟକ, ନୟାଗଡ଼
ଶିଡି ଧରି ବୁଲୁଛନ୍ତି ବିଦ୍ୟୁତ୍‌ କର୍ମଚାରୀ
ଆକାଶରେ କଳାମେଘ ଦେଖିଲେ ଅଥବା ପବନର ଆଭାସ ମିଳିଲେ ଗ୍ରାମାଞ୍ଚଳରେ ବିଦ୍ୟୁତ୍‌ କାଟ ହୋଇଥାଏ । ସେହିପରି ବିନା ସୂଚନାରେ ବହୁ ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ୍‌ କାଟ ଚାଲୁ ରହିଛି । ପୁଣି ଯଦି କେହି ଉପଭୋକ୍ତା ବିଦ୍ୟୁତ୍‌ ଦେୟ କିଛି ଅସୁବିଧା ବଶତଃ ଦେଇ ପାରି ନାହାନ୍ତି ବିନା ସୂଚନାରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରି ଦିଆଯାଉଛି । ଗାଁ ଗଣ୍ଡାରେ ଓ ସହରରେ ସିଡି ବନ୍ଧା ବିଦ୍ୟୁତ୍‌ ଗାଡ଼ି ଘୁରି ବୁଲୁଛି। ପୂର୍ବ ସୂଚନା ନ ଦେଇ ବିଦ୍ୟୁତ୍‌ ବିଚ୍ଛିନ୍ନ ବେଆଇନ ହୋଇଥିଲେ ହେଁ ଏହାକୁ ବିଭାଗ ମାନିବାକୁ ରାଜି ନୁହେଁ ।
-ବିରଞ୍ଚି ନାରାୟଣ ପ୍ରଧାନ,
ଜଗନ୍ନାଥ ପ୍ରସାଦ, ଖଣ୍ଡପଡ଼ା।
ଅଯଥାରେ ବିଲ୍‌ ବଢ଼ୁଛି
ମିଟର ରିଡିଂ ମାସକୁ ଥରେ ନେବା ପାଇଁ ନିୟମ ରହିଛି। ହେଲେ ଅଧିକାଂଶ ସ୍ଥାନରେ ୧ମାସ ହୋଇ ନ ଥିବ ରିଡିଂ ନିଆଯାଉଛି । ପୁଣି ମାସେ ବିତି ଗଲା ପରେ ରିଡିଂ ନିଆଯାଉଛି। ମାସ ପରେ ମିଟର ରିଡିଂ ନେବା ଯୋଗୁ ଉପଭୋକ୍ତାଙ୍କ ଉପରେ ୟୁନିଟ ପିଛା ଦର ବଢ଼ି ଯାଉଛି । ଉପଭୋକ୍ତା ମାସକୁ ଅଯଥାରେ ୧୦୦ ଟଙ୍କାରୁ ଆରମ୍ଭ କରି ଅଧିକ ଖର୍ଚ୍ଚ କରିବାକୁ ପଡୁଛି। ସେହିଭଳି ବିଦ୍ୟୁତ୍‌ କାଟିବାର ସୂଚନା ଡାକବାଜି ଯନ୍ତ୍ର ଦ୍ୱାରା ଆଉ ପ୍ରଚାର କରାଯାଉନି । ଟୋଲ ଫ୍ରି ନମ୍ବରରେ ଫୋନ କଲେ ହଇରାଣ ହେବାକୁ ପଡୁଛି ।
-ସନ୍ତୋଷ ଷଢ଼ଙ୍ଗୀ, ଗୋଡିପଡା, ଓଡ଼ଗାଁ ।
ସ୍ବତନ୍ତ୍ର ବ୍ୟବସ୍ଥା ଆବଶ୍ୟକ
ବିଦ୍ୟୁତ୍‌ ଉପଭୋକ୍ତାମାନଙ୍କ ଅସୁବିଧା ନିରାକରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାର ଆବଶ୍ୟକତା ରହିଛି। ହେଲେ ସେଥିପାଇଁ କୌଣସି ବ୍ୟବସ୍ଥା ନାହିଁ । ଫଳରେ ଉପଭୋକ୍ତାମାନେ ଆର୍ଥିକ ଦୃଷ୍ଟିକୋଣରୁ କ୍ଷତିଗ୍ରସ୍ତ ହୋଇ ଚାଲିଛନ୍ତି । ମିଟର ରିଡିଂରେ ଯେଉଁ ବିଲ୍‌ ଆସୁଛି ସେଥିରେ ମନଇଛା ଦେୟ ପଡୁଛି । ମିଟର ରିଡିଂ ଠିକ୍‌ ସମୟ ଅନ୍ତରରେ ନିଆଯାଉନାହିଁ । ପ୍ରତିବାଦ କଲେ ବିଦ୍ୟୁତ୍‌ ସଂଯୋଗ କାଟି ଦେବାର ଧମକ ମିଳୁଛି । ବିକଳ୍ପ ବ୍ୟବସ୍ଥା ନ ଥିବାରୁ ସବୁ ସହିବାକୁ ପଡୁଛି । ଉପଭୋକ୍ତା କମିଟି ନ ଥିବାରୁ ବିଭାଗ ଏହାର ଫାଇଦା ନେଉଛି।
-ଗୋପବନ୍ଧୁ ଖଣ୍ଡୁଆଳ, ନୂଆଗାଁ ଉପଭୋକ୍ତା ।
ବିଦ୍ୟୁତ୍‌ ଉପଭୋକ୍ତା କମିଟି ଦରକାର
ବିଦ୍ୟୁତ୍‌ ବିଭାଗର ନିର୍ଯାତନା ବଢ଼ି ଚାଲିଛି । ଏଥିରେ ଲଗାମ ଦେବା ପାଇଁ ଗାଁ ଓ ସହରରେ ବିଦ୍ୟୁତ୍‌ ଉପଭୋକ୍ତା ସଂଘ ଦରକାର । ନୟାଗଡ଼ରେ ବିଦ୍ୟୁତ୍‌ ଉପଭୋକ୍ତା ସଂଘ ଗଠନ କରାଯାଇଛି । ସଂଘ ଉପଭୋକ୍ତାଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ଉଦ୍ୟମ ଜାରି ରଖିଛି । ପ୍ରତି ଗାଁରେ ବିଦ୍ୟୁତ୍‌ ଉପଭୋକ୍ତା ସମିତି ଗଠନ କରି ଅବ୍ୟବସ୍ଥା ବିରୋଧରେ ମୁହଁ ଖୋଲିବାକୁ ପଡିବ । ବିଦ୍ୟୁତ୍‌ ବିଭାଗ ଯେମିତି ଠକେଇ ଆରମ୍ଭ କରିଛି ତାର ତୁରନ୍ତ ସମାଧାନ ହେବା ଦରକାର।
-ଅବଦୁଲ ଆରିଫ ଖାନ,ସଭାପତି, ନୟାଗଡ଼ ବିଦ୍ୟୁତ୍‌ ଉପଭୋକ୍ତା ସଂଘ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri