ଅବକ୍ଷୟମୁଖୀ ଚଇତି ଘୋଡ଼ାନାଚ

ଖଣ୍ଡପଡ଼ା,୭ା୪(ସ୍ବ.ପ୍ର.): ବୃତ୍ତି ସହ ପର୍ବର ସମ୍ପର୍କ ଭିତରେ ଉଜ୍ଜୀବିତ ଆମର ପରମ୍ପରା। କୈବର୍ତ୍ତ ସମ୍ପ୍ରଦାୟର ଲୋକଙ୍କ ଆରାଧ୍ୟ ହେଉଛନ୍ତି ମା’ବାସୁଳୀ। ଘୋଡ଼ାନାଚ ବାସୁଳୀ ପୂଜାର ଅଂଶ ବିଶେଷ। ଆମ କଳା ସଂସ୍କୃତିକୁ ପରିପୁଷ୍ଟ କରିବା ଦିଗରେ ଘୋଡ଼ାନାଚର ବହୁ ଅବଦାନ ରହିଛି। ଚଇତି ଆସିଲେ ଏହି ଲୋକନାଟରେ ମୁଖରିତ ହୋଇଉଠେ ଓଡ଼ିଶାର ପୁରପଲ୍ଲୀ। କଣ୍ଟିଲୋ ଅଞ୍ଚଳ କୈବର୍ତ୍ତ ସମ୍ପ୍ରଦାୟର ଲୋକମାନେ ମହାଆଡମ୍ବର ସହକାରେ ପାଳନ କରିଥାନ୍ତି ଏହି ପର୍ବ। ବାସୁଳୀ ଅର୍ଥାତ୍‌ ଘୋଡ଼ାକୁ ଲୋକେ ପୂଜା କରିବା ପରେ ପାରମ୍ପରିକ ଘୋଡ଼ାନାଚ ମାଧ୍ୟମରେ ଏହି ପର୍ବର ମହାତ୍ମ ପ୍ରଚାର କରିଥାନ୍ତି। ପ୍ରାଚୀନ କଳା ସଂସ୍କୃତିର ଏହି ଘୋଡ଼ା ନାଚ ସମୟର ପରିବର୍ତ୍ତନ ଧାରାରେ ଏବେ ଅବକ୍ଷୟମୁଖୀ।
ଗୁରୁବାର ଚୈତ୍ର ପୂର୍ଣ୍ଣମୀ ତିଥିରେ କଣ୍ଟିଲୋ ଫକୀର ଅତବୁଦ୍ଧି ପାଟଣା ଗ୍ରାମର କୈବର୍ତ୍ତ ସମ୍ପ୍ରଦାୟର ଲୋକମାନେ ଗାଁରେ ଥିବା ବରୁଣଦେବ ମନ୍ଦିରକୁ ଯାଇ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରିଥିଲେ। ସେହିପରି ସିଧାମୂଳା ତଳ କେଉଟ ସାହି ଓ କଣ୍ଟିଲୋ କଂସାରୀ ସାହି ପାଟଣା ଗ୍ରାମର କୈବର୍ତ୍ତମାନେ ଦାଣ୍ଡଦୁଆରେ ଏକ ଘୋଡ଼ା ମୁଣ୍ଡକୁ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ। ଶକ୍ତି ରୁପିଣୀ ବାସୁଳୀଙ୍କ ପୂଜା ସହ ପାଳିତ ହୋଇଥାଏ ଏହି ସମ୍ପ୍ରଦାୟର କୌଳିକ ପର୍ବ ଚଇତି। ସବୁ ଲୋକନାଟକ ପରି ଘୋଡ଼ାନାଚ ତିନୋଟି ଭାବଧାରା ସହ ସଂଯୁକ୍ତ। ବିଶ୍ୱାସ, ଆନୁଷ୍ଠାନିକ ପୂଜା ପାର୍ବଣ ଓ ମନୋରଞ୍ଜନ। ଘୋଡାନାଚ ଏକ ସାମ୍ପ୍ରଦାୟିକ ଲୋକନାଚ ଦୃଷ୍ଟିରୁ ଏହାର ଆଧ୍ୟାମତ୍ିକ ଭିତ୍ତି ସେହି ସମ୍ପ୍ରଦାୟ ମଧ୍ୟରେ ସୀମିତ। କିନ୍ତୁ ମନୋରଞ୍ଜନ ଦିଗଟି ସର୍ବ ଲୋକାଦୃତ। କାର୍ତ୍ତିକ ମାସ ପୂର୍ଣ୍ଣମୀରେ ସୋଲରେ ନିର୍ମିତ ଛୋଟ ଡ଼ଙ୍ଗାଟି ଯେମିତି ମନେ ପକାଇ ଦିଏ ସାଧବ ପୁଅ ତଥା ଗୋଟିଏ ଜାତିର ଗୌରବମୟ ଅତୀତକୁ। ସେହିପରି ଘୋଡ଼ାନାଚର ଲୌକିକତା ଅନ୍ତରାଳରେ ମୂର୍ତ୍ତିମନ୍ତ ହୋଇ ଉଠେ କୈବର୍ତ୍ତ ସମ୍ପ୍ରଦାୟର ଗୌରବମୟ ଅତୀତ ସ୍ମୃତିପଟ। ଗୋଟିଏ ମାତ୍ର ଗୀତରୁ ଏ ଜାତିର ପୌରାଣିକ ଓ ଐତିହାସିକ ପ୍ରସିଦ୍ଧ ସମ୍ପର୍କରେ ଜାଣିହୁଏ। ‘ବଟ ବୃକ୍ଷ ମୂଳେ ଜନମ ହୋଇଲି ସିଂହଳ ଦ୍ୱୀପରେ ଘର, ସିଦ୍ଧ ବାସୁଳୀକୁ କାନ୍ଧରେ ବୋହିଛି, ସିପାହୀରେ କୈବର୍ତ୍ତ ନାମଟି ମୋର’। କୈବର୍ତ୍ତମାନେ ଏକାଠି ହୋଇ ବାସୁଳୀଙ୍କ ପ୍ରତୀକ ଅଶ୍ୱ ମୁଖାକୁ ସଜାଇ ଏକ ବେଦୀ ଉପରେ ରଖି ପୂଜା କରିବା ସମୟରେ ମା’ବାସୁଳୀକୁ ଭୋଗ ମଧ୍ୟରେ ଫଳମୂଳ ସହିତ ଅଣ୍ଡା, ମାଛ ଓ କୁକୁଡ଼ାକୁ ବଳି ଦେଇଥିଲେ। ଅପରାହ୍ନ ପ୍ରାୟ ୨ଟା ସମୟରେ ଢୋଲବାଦ୍ୟ ତାଳେ ତାଳେ ବାସୁଳୀ(କାଷ୍ଠ ନିର୍ମିତ ଅଶ୍ୱ ମୁଣ୍ଡ)ଠାକୁରାଣୀଙ୍କୁ ଫୁଲମାଳରେ ସଜ୍ଜିତ କରି ବାଉଁଶରେ ନିର୍ମିତ ଘୋଡ଼ାକୁ ବେଶ କରି ଗ୍ରାମ ମଧ୍ୟରେ ପୂଜା ଓ ବନ୍ଦାଣ ପାଇଁ ବିଜେ କରା ଯାଇଥିଲା। ଏହି ପର୍ବ ଚୈତ୍ର ପୂର୍ଣ୍ଣମୀଠାରୁ ୮ ଦିନ ବ୍ୟାପୀ ଅନୁଷ୍ଠିତ ହେବାର ପରମ୍ପରା ଥିଲେ ମଧ୍ୟ ଏଠାରେ ମାତ୍ର ୩ ଦିନ ପାଳନ କରାଯାଇଥାଏ। ଗୁରୁବାର ଥିଲା ଚଇତି ପର୍ବର ପ୍ରଥମ ଦିବସ। ଏହି ଅବସରରେ ମା’ବାସୁଳୀଙ୍କୁ ଏକପାଟ ପଟୁଆରରେ ଗ୍ରାମ ପରିକ୍ରମା କରି ପ୍ରଥମେ ବାସୁଳୀ ରହୁଥିବା ମାନସ ଖଟୁଆଙ୍କ ଦୁଆରେ ପୂଜାର୍ଚ୍ଚନା କରାଯାଇ ଚାଚେରୀ ଖାଇଥିଲେ। ପରେ ବାସୁଳୀଙ୍କୁ ଗାଁ କୋଠ ଘରକୁ ବିଜେ କରାଯାଇଥିଲା। ସନ୍ଧ୍ୟାରେ ବାସେଳୀଙ୍କୁ ନୀଳମାଧବ ମନ୍ଦିର ସିଂହଦ୍ୱାରକୁ ବିଜେ କରାଯାଇ ପୂଜା କରାଯାଇଥିଲା। ସେହିପରି କଂସାରୀ ସାହି ପାଟଣା ନିଆଳୀ କୈବର୍ତ୍ତ ସମ୍ପ୍ରଦାୟର ଲୋକମାନେ ପାଟ ପଟୁଆରରେ ଠାକୁରାଣୀଙ୍କୁ ଗ୍ରାମ ପରିକ୍ରମା କରିବା ପରେ ମା’ବାସୁଳୀଙ୍କ ନିଜ କୋଠିକୁ ଆଣି ସ୍ଥାପନା କରାଯାଇଥିଲା।
ସୂଚନାଯୋଗ୍ୟ,ଏହି ପର୍ବରେ ଅଶ୍ୱକୁ ବେଶ କରାଯାଇ ଦ୍ୱାର ଦ୍ୱାର ବୁଲି ଭୋଗ ଖାଇଥାନ୍ତି। ଘୋଡ଼ା ସବାର ହୋଇଥିବା ବ୍ୟକ୍ତିଙ୍କୁ ରାଉତ କୁହାଯାଏ। ରାଉତଙ୍କ ୨ ସହଧର୍ମିଣୀ ଘୋଡାନାଚ ଢୋଲବାଦ୍ୟ ତାଳେ ତାଳେ ବାସୁଳୀ ଠାକୁରାଣୀଙ୍କ ମହିମା ସମ୍ପର୍କରେ ରାଉତଙ୍କ ପ୍ରଶ୍ନର ଉତ୍ତର ପାରମ୍ପରିକ ଗୀତ ମାଧ୍ୟମରେ ବର୍ଣ୍ଣନା କରିଥାନ୍ତି। ପୌରାଣିକ ଯୁଗରୁ ଏହି କୈବର୍ତ୍ତ ସମ୍ପ୍ରଦାୟ ବିଭିନ୍ନ ବୃତ୍ତି ଭିତ୍ତିରେ ନିଆଳୀ କୈବର୍ତ୍ତ,ଶିଉଳୀ କୈବର୍ତ୍ତ,ଜାଲିଆ କେଉଟ, ନାଉରୀ କେଉଟ ଚୂଡ଼ାକୁଟା କେଉଟ ଆଦି ଭାବେ ଆପଣା ବୃତ୍ତିରେ ଲିପ୍ତ। ଓଡ଼ିଶାର ଲୋକନାଟ୍ୟ ପରମ୍ପରାରେ ଚଇତି ଘୋଡ଼ାନାଚ ଅନ୍ୟତମ। ଏହା ଦ୍ୱାରା ଆଧ୍ୟାମତ୍ିକତା, ଧର୍ମ, ଦର୍ଶନ, ଇତିହାସ ସର୍ବୋପରି ଗୋଟିଏ ଜାତିର ଜୀବନ ଗାଥା ପରିପ୍ରକାଶ ପାଇଥାଏ। ଘୋଡ଼ା ନାଚ ସମ୍ପର୍କରେ କଂସାରୀ ସାହି ପାଟଣା ଗ୍ରାମର କଳାକାର ଭୀମସେନ ମହାପାତ୍ର, ସନ୍ତୋଷ କୁମାର ବେହେରା, ଫକୀର ଅତବୁଦ୍ଧି ପାଟଣା ଗ୍ରାମର ସଭାପତି ପ୍ରମୋଦ କୁମାର ଦଳେଇ, ସମ୍ପାଦକ ରବିନ୍ଦ୍ର କୁମାର ବେହେରା, ପୂର୍ବତନ ସଭାପତି ଶତୃଘ୍ନ ବେହେରା, ଦୟାନିଧି ବେହେରା, ସଭ୍ୟ ହରିହର ନାୟକ ଓ ସୁରେଶ ଚନ୍ଦ୍ର ଦଳେଇ କୁହନ୍ତି, ମନୋରଞ୍ଜନ ପାଇଁ ବିଭିନ୍ନ ଚ୍ୟାନେଲ, ସିନେମା, ଯାତ୍ରା ଦଳ ରହିଥିବାରୁ ଘୋଡାନାଚ ତା’ର ପ୍ରଭୂତ୍ୱ ବିସ୍ତାର କରିପାରୁନାହିଁ। ଏଥିପାଇଁ ସରକାରୀ ପ୍ରୋତ୍ସାହନ ବି ମିଳୁ ନାହିଁ।

ଉପସ୍ଥାପନା-ଅଜୟ କୁମାର ମହାରଣା


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?