ଅବକ୍ଷୟମୁଖୀ ଚଇତି ଘୋଡ଼ାନାଚ

ଖଣ୍ଡପଡ଼ା,୭ା୪(ସ୍ବ.ପ୍ର.): ବୃତ୍ତି ସହ ପର୍ବର ସମ୍ପର୍କ ଭିତରେ ଉଜ୍ଜୀବିତ ଆମର ପରମ୍ପରା। କୈବର୍ତ୍ତ ସମ୍ପ୍ରଦାୟର ଲୋକଙ୍କ ଆରାଧ୍ୟ ହେଉଛନ୍ତି ମା’ବାସୁଳୀ। ଘୋଡ଼ାନାଚ ବାସୁଳୀ ପୂଜାର ଅଂଶ ବିଶେଷ। ଆମ କଳା ସଂସ୍କୃତିକୁ ପରିପୁଷ୍ଟ କରିବା ଦିଗରେ ଘୋଡ଼ାନାଚର ବହୁ ଅବଦାନ ରହିଛି। ଚଇତି ଆସିଲେ ଏହି ଲୋକନାଟରେ ମୁଖରିତ ହୋଇଉଠେ ଓଡ଼ିଶାର ପୁରପଲ୍ଲୀ। କଣ୍ଟିଲୋ ଅଞ୍ଚଳ କୈବର୍ତ୍ତ ସମ୍ପ୍ରଦାୟର ଲୋକମାନେ ମହାଆଡମ୍ବର ସହକାରେ ପାଳନ କରିଥାନ୍ତି ଏହି ପର୍ବ। ବାସୁଳୀ ଅର୍ଥାତ୍‌ ଘୋଡ଼ାକୁ ଲୋକେ ପୂଜା କରିବା ପରେ ପାରମ୍ପରିକ ଘୋଡ଼ାନାଚ ମାଧ୍ୟମରେ ଏହି ପର୍ବର ମହାତ୍ମ ପ୍ରଚାର କରିଥାନ୍ତି। ପ୍ରାଚୀନ କଳା ସଂସ୍କୃତିର ଏହି ଘୋଡ଼ା ନାଚ ସମୟର ପରିବର୍ତ୍ତନ ଧାରାରେ ଏବେ ଅବକ୍ଷୟମୁଖୀ।
ଗୁରୁବାର ଚୈତ୍ର ପୂର୍ଣ୍ଣମୀ ତିଥିରେ କଣ୍ଟିଲୋ ଫକୀର ଅତବୁଦ୍ଧି ପାଟଣା ଗ୍ରାମର କୈବର୍ତ୍ତ ସମ୍ପ୍ରଦାୟର ଲୋକମାନେ ଗାଁରେ ଥିବା ବରୁଣଦେବ ମନ୍ଦିରକୁ ଯାଇ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରିଥିଲେ। ସେହିପରି ସିଧାମୂଳା ତଳ କେଉଟ ସାହି ଓ କଣ୍ଟିଲୋ କଂସାରୀ ସାହି ପାଟଣା ଗ୍ରାମର କୈବର୍ତ୍ତମାନେ ଦାଣ୍ଡଦୁଆରେ ଏକ ଘୋଡ଼ା ମୁଣ୍ଡକୁ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ। ଶକ୍ତି ରୁପିଣୀ ବାସୁଳୀଙ୍କ ପୂଜା ସହ ପାଳିତ ହୋଇଥାଏ ଏହି ସମ୍ପ୍ରଦାୟର କୌଳିକ ପର୍ବ ଚଇତି। ସବୁ ଲୋକନାଟକ ପରି ଘୋଡ଼ାନାଚ ତିନୋଟି ଭାବଧାରା ସହ ସଂଯୁକ୍ତ। ବିଶ୍ୱାସ, ଆନୁଷ୍ଠାନିକ ପୂଜା ପାର୍ବଣ ଓ ମନୋରଞ୍ଜନ। ଘୋଡାନାଚ ଏକ ସାମ୍ପ୍ରଦାୟିକ ଲୋକନାଚ ଦୃଷ୍ଟିରୁ ଏହାର ଆଧ୍ୟାମତ୍ିକ ଭିତ୍ତି ସେହି ସମ୍ପ୍ରଦାୟ ମଧ୍ୟରେ ସୀମିତ। କିନ୍ତୁ ମନୋରଞ୍ଜନ ଦିଗଟି ସର୍ବ ଲୋକାଦୃତ। କାର୍ତ୍ତିକ ମାସ ପୂର୍ଣ୍ଣମୀରେ ସୋଲରେ ନିର୍ମିତ ଛୋଟ ଡ଼ଙ୍ଗାଟି ଯେମିତି ମନେ ପକାଇ ଦିଏ ସାଧବ ପୁଅ ତଥା ଗୋଟିଏ ଜାତିର ଗୌରବମୟ ଅତୀତକୁ। ସେହିପରି ଘୋଡ଼ାନାଚର ଲୌକିକତା ଅନ୍ତରାଳରେ ମୂର୍ତ୍ତିମନ୍ତ ହୋଇ ଉଠେ କୈବର୍ତ୍ତ ସମ୍ପ୍ରଦାୟର ଗୌରବମୟ ଅତୀତ ସ୍ମୃତିପଟ। ଗୋଟିଏ ମାତ୍ର ଗୀତରୁ ଏ ଜାତିର ପୌରାଣିକ ଓ ଐତିହାସିକ ପ୍ରସିଦ୍ଧ ସମ୍ପର୍କରେ ଜାଣିହୁଏ। ‘ବଟ ବୃକ୍ଷ ମୂଳେ ଜନମ ହୋଇଲି ସିଂହଳ ଦ୍ୱୀପରେ ଘର, ସିଦ୍ଧ ବାସୁଳୀକୁ କାନ୍ଧରେ ବୋହିଛି, ସିପାହୀରେ କୈବର୍ତ୍ତ ନାମଟି ମୋର’। କୈବର୍ତ୍ତମାନେ ଏକାଠି ହୋଇ ବାସୁଳୀଙ୍କ ପ୍ରତୀକ ଅଶ୍ୱ ମୁଖାକୁ ସଜାଇ ଏକ ବେଦୀ ଉପରେ ରଖି ପୂଜା କରିବା ସମୟରେ ମା’ବାସୁଳୀକୁ ଭୋଗ ମଧ୍ୟରେ ଫଳମୂଳ ସହିତ ଅଣ୍ଡା, ମାଛ ଓ କୁକୁଡ଼ାକୁ ବଳି ଦେଇଥିଲେ। ଅପରାହ୍ନ ପ୍ରାୟ ୨ଟା ସମୟରେ ଢୋଲବାଦ୍ୟ ତାଳେ ତାଳେ ବାସୁଳୀ(କାଷ୍ଠ ନିର୍ମିତ ଅଶ୍ୱ ମୁଣ୍ଡ)ଠାକୁରାଣୀଙ୍କୁ ଫୁଲମାଳରେ ସଜ୍ଜିତ କରି ବାଉଁଶରେ ନିର୍ମିତ ଘୋଡ଼ାକୁ ବେଶ କରି ଗ୍ରାମ ମଧ୍ୟରେ ପୂଜା ଓ ବନ୍ଦାଣ ପାଇଁ ବିଜେ କରା ଯାଇଥିଲା। ଏହି ପର୍ବ ଚୈତ୍ର ପୂର୍ଣ୍ଣମୀଠାରୁ ୮ ଦିନ ବ୍ୟାପୀ ଅନୁଷ୍ଠିତ ହେବାର ପରମ୍ପରା ଥିଲେ ମଧ୍ୟ ଏଠାରେ ମାତ୍ର ୩ ଦିନ ପାଳନ କରାଯାଇଥାଏ। ଗୁରୁବାର ଥିଲା ଚଇତି ପର୍ବର ପ୍ରଥମ ଦିବସ। ଏହି ଅବସରରେ ମା’ବାସୁଳୀଙ୍କୁ ଏକପାଟ ପଟୁଆରରେ ଗ୍ରାମ ପରିକ୍ରମା କରି ପ୍ରଥମେ ବାସୁଳୀ ରହୁଥିବା ମାନସ ଖଟୁଆଙ୍କ ଦୁଆରେ ପୂଜାର୍ଚ୍ଚନା କରାଯାଇ ଚାଚେରୀ ଖାଇଥିଲେ। ପରେ ବାସୁଳୀଙ୍କୁ ଗାଁ କୋଠ ଘରକୁ ବିଜେ କରାଯାଇଥିଲା। ସନ୍ଧ୍ୟାରେ ବାସେଳୀଙ୍କୁ ନୀଳମାଧବ ମନ୍ଦିର ସିଂହଦ୍ୱାରକୁ ବିଜେ କରାଯାଇ ପୂଜା କରାଯାଇଥିଲା। ସେହିପରି କଂସାରୀ ସାହି ପାଟଣା ନିଆଳୀ କୈବର୍ତ୍ତ ସମ୍ପ୍ରଦାୟର ଲୋକମାନେ ପାଟ ପଟୁଆରରେ ଠାକୁରାଣୀଙ୍କୁ ଗ୍ରାମ ପରିକ୍ରମା କରିବା ପରେ ମା’ବାସୁଳୀଙ୍କ ନିଜ କୋଠିକୁ ଆଣି ସ୍ଥାପନା କରାଯାଇଥିଲା।
ସୂଚନାଯୋଗ୍ୟ,ଏହି ପର୍ବରେ ଅଶ୍ୱକୁ ବେଶ କରାଯାଇ ଦ୍ୱାର ଦ୍ୱାର ବୁଲି ଭୋଗ ଖାଇଥାନ୍ତି। ଘୋଡ଼ା ସବାର ହୋଇଥିବା ବ୍ୟକ୍ତିଙ୍କୁ ରାଉତ କୁହାଯାଏ। ରାଉତଙ୍କ ୨ ସହଧର୍ମିଣୀ ଘୋଡାନାଚ ଢୋଲବାଦ୍ୟ ତାଳେ ତାଳେ ବାସୁଳୀ ଠାକୁରାଣୀଙ୍କ ମହିମା ସମ୍ପର୍କରେ ରାଉତଙ୍କ ପ୍ରଶ୍ନର ଉତ୍ତର ପାରମ୍ପରିକ ଗୀତ ମାଧ୍ୟମରେ ବର୍ଣ୍ଣନା କରିଥାନ୍ତି। ପୌରାଣିକ ଯୁଗରୁ ଏହି କୈବର୍ତ୍ତ ସମ୍ପ୍ରଦାୟ ବିଭିନ୍ନ ବୃତ୍ତି ଭିତ୍ତିରେ ନିଆଳୀ କୈବର୍ତ୍ତ,ଶିଉଳୀ କୈବର୍ତ୍ତ,ଜାଲିଆ କେଉଟ, ନାଉରୀ କେଉଟ ଚୂଡ଼ାକୁଟା କେଉଟ ଆଦି ଭାବେ ଆପଣା ବୃତ୍ତିରେ ଲିପ୍ତ। ଓଡ଼ିଶାର ଲୋକନାଟ୍ୟ ପରମ୍ପରାରେ ଚଇତି ଘୋଡ଼ାନାଚ ଅନ୍ୟତମ। ଏହା ଦ୍ୱାରା ଆଧ୍ୟାମତ୍ିକତା, ଧର୍ମ, ଦର୍ଶନ, ଇତିହାସ ସର୍ବୋପରି ଗୋଟିଏ ଜାତିର ଜୀବନ ଗାଥା ପରିପ୍ରକାଶ ପାଇଥାଏ। ଘୋଡ଼ା ନାଚ ସମ୍ପର୍କରେ କଂସାରୀ ସାହି ପାଟଣା ଗ୍ରାମର କଳାକାର ଭୀମସେନ ମହାପାତ୍ର, ସନ୍ତୋଷ କୁମାର ବେହେରା, ଫକୀର ଅତବୁଦ୍ଧି ପାଟଣା ଗ୍ରାମର ସଭାପତି ପ୍ରମୋଦ କୁମାର ଦଳେଇ, ସମ୍ପାଦକ ରବିନ୍ଦ୍ର କୁମାର ବେହେରା, ପୂର୍ବତନ ସଭାପତି ଶତୃଘ୍ନ ବେହେରା, ଦୟାନିଧି ବେହେରା, ସଭ୍ୟ ହରିହର ନାୟକ ଓ ସୁରେଶ ଚନ୍ଦ୍ର ଦଳେଇ କୁହନ୍ତି, ମନୋରଞ୍ଜନ ପାଇଁ ବିଭିନ୍ନ ଚ୍ୟାନେଲ, ସିନେମା, ଯାତ୍ରା ଦଳ ରହିଥିବାରୁ ଘୋଡାନାଚ ତା’ର ପ୍ରଭୂତ୍ୱ ବିସ୍ତାର କରିପାରୁନାହିଁ। ଏଥିପାଇଁ ସରକାରୀ ପ୍ରୋତ୍ସାହନ ବି ମିଳୁ ନାହିଁ।

ଉପସ୍ଥାପନା-ଅଜୟ କୁମାର ମହାରଣା


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri