ପ୍ରଗତିର ଚାବିକାଠି ସ୍ଥାୟୀ ବିକାଶ

ସତୁରିଦଶକର ସବୁଜ ବିପ୍ଳବ ପ୍ରଭାବରେ ଭାରତ ଆଜି କୃଷିର ବଳକା ରାଷ୍ଟ୍ରରେ ପରିଣତ ହୋଇଛି। ମାତ୍ର ୨୦୨୫ -୨୦୨୬ରେ ଭାରତରେ କୁପୋଷଣଯୁକ୍ତ ଖାଦ୍ୟ ଓ ତାହାର ଜନସ୍ବାସ୍ଥ୍ୟରେ ପ୍ରଭାବର ବିଭିନ୍ନ ତଥ୍ୟକୁ ଅନୁଧ୍ୟାନ କଲେ ଅତ୍ୟନ୍ତ ହୃଦୟବିଦାରକ ଘଟଣା ନଜରକୁ ଆସେ। ତଥ୍ୟ ଅନୁସାରେ ଏବେ ଭାରତ ଜନସଂଖ୍ୟାର ୧୨.୦%ରୁ ଅଧିକ ବ୍ୟକ୍ତି ପର୍ଯ୍ୟାପ୍ତ କ୍ୟାଲୋରୀଯୁକ୍ତ ଖାଦ୍ୟ ନ ପାଇ କୁପୋଷଣର ଶିକାର ହେଉଛନ୍ତି। ସେହିପରି ୩୫.୫%ରୁ ଅଧିକ ସଂଖ୍ୟକ ୫ବର୍ଷରୁ କମ୍‌ ବୟସର ଶିଶୁ ଅପପୁଷ୍ଟିର ଶିକାର ହେଉଛନ୍ତି ଓ ସେମାନଙ୍କ ବୟସ ତୁଳନାରେ ଉଚ୍ଚତା କମ୍‌ ହୋଇଚାଲିଛି। ୧୮.୮%ରୁ ଅଧିକ ୫ ବର୍ଷରୁ କମ୍‌ ବୟସର ଶିଶୁ, ଯେଉଁମାନଙ୍କର ଉଚ୍ଚତା ତୁଳନାରେ ଓଜନ ବହୁତ କମ୍‌। ୧୭%ରୁ ଅଧିକ ୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ଶିଶୁଙ୍କର ବୟସ ତୁଳନାରେ କମ୍‌ ଓଜନ ଦେଖିବାକୁ ମିଳୁଛି । ଦେଶର ୧୫ରୁ ୪୯ ବର୍ଷ ବୟସରୁ ଅଧିକ ପ୍ରାୟ ୫୩.୭% ଜଣ ମହିଳା ରକ୍ତହୀନତାର ଶିକାର ହେବା ସହ ୪୨.୯% ଭାରତୀୟ ସ୍ବାସ୍ଥ୍ୟକର ଓ ସୁଷମ ଖାଦ୍ୟ କିଣିବାକୁ ସକ୍ଷମ ନୁହନ୍ତି। ଏହାରି ଭିତରେ ଆମର ବିଭିନ୍ନ ସ୍ଲୋଗାନ ଓ ଯୋଜନାର ଅନ୍ତନାହିଁ। ଆମ ବ୍ୟବସ୍ଥା ତତ୍କାଳ ସୁବିଧାକୁ ଆଖିଆଗରେ ରଖି ଯୋଜନା ଉପରେ ଯୋଜନା କରିଚାଲେ, ଯାହାର ବାସ୍ତବତା ଓ କାର୍ଯ୍ୟକାରିତା ମଧ୍ୟରେ ଆକାଶ ପାତାଳ ଅନ୍ତର ରହିଥାଏ।
ସବୁଜ ବିପ୍ଳବରେ ଯଦିଓ ଆମେ ନିଅଣ୍ଟିଆ ଖାଦ୍ୟ ସମସ୍ୟାର ସମାଧାନ କରିପାରିଛନ୍ତି, ମାତ୍ର ପୋଷଣଯୁକ୍ତ ଖାଦ୍ୟର ବହୁଳ ଉତ୍ପାଦନ ପାଇଁ କୃଷି ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଦଣ୍ଡାୟମାନ। ଗୋଟିଏ ପଟେ ଯନ୍ତ୍ରୀକରଣ, କୃତ୍ରିମବୁଦ୍ଧିମତ୍ତା, ଡାଟାସାଇନ୍ସ ଆଦିର ଦ୍ରୁତ ପ୍ରସାର, ଜୀବାଶ୍ମ ଇନ୍ଧନର ବ୍ୟବହାର, ରାସାୟନିକ ସାର ଓ ପୋକମରା ଔଷଧ ପ୍ରୟୋଗଭିତ୍ତିକ ଚାଷ ଏବଂ ଅଧିକ ପୁଞ୍ଜି ମାଧ୍ୟମରେ ଅଧିକ ଚାଷ ଆବଶ୍ୟକ କରୁଥିବା ପ୍ରଯୁକ୍ତିବିଦ୍ୟା ରହିଛି। ଅନ୍ୟ ପଟେ ରହିଛି ହଜିଯାଉଥିବା ପୋଷଣଯୁକ୍ତ ଖାଦ୍ୟ, କୃଷକଙ୍କ ପାରମ୍ପରିକ ଜ୍ଞାନ, ପଶୁ-ଚାଳିତ ଚାଷ, ଜୈବିକ ଖତ, ସ୍ଥାନୀୟ ପରିବେଶ ଅନୁକୂଳ ଉପକରଣ ଓ ବିହନ ଏବଂ ମୃତ୍ତିକାର ଉର୍ବରତା ବଜାୟ ରଖିବାର ପ୍ରାକୃତିକ ପଦ୍ଧତି । ତେବେ ଆଧୁନିକ କୃଷି ସମ୍ମୁଖରେ ଥିବା ଆହ୍ବାନ ହେଉଛି ଏହି ପ୍ରଥମ ଓ ଦ୍ୱିତୀୟ ପଦ୍ଧତିର ସହଯୋଗରେ ଏକ ମୌଳିକ ସମାଧାନ ଖୋଜିବା। ସ୍ଥାନୀୟ ଉପଲବ୍ଧ ସମ୍ବଳକୁ ଅନାବଶ୍ୟକ ଭାବେ ବର୍ଜନ ନ କରି ଆଧୁନିକ ବୈଷୟିକ ଜ୍ଞାନ କୌଶଳର ପ୍ରଯୋଗରେ ବିକଶିତ କରି ଏହାର ବ୍ୟବହାରକୁ ହୃଦୟଙ୍ଗମ କରିବାକୁ ପଡିବ। ପାରମ୍ପରିକ କୃଷିରେ ସଞ୍ଚତ୍ତ ଜ୍ଞାନଗୁଡ଼ିକୁ ଖୋଜି ବିକଶିତ କରିବାକୁ ପଡ଼ିବ। ଅନ୍ୟପକ୍ଷରେ, ଆଧୁନିକ ବିଜ୍ଞାନର ଉନ୍ନତ ସାମଗ୍ରୀ, ଇଞ୍ଜିନିୟରିଂ ଡିଜାଇନ୍‌, ଏର୍ଗୋନୋମିକ୍ସ ଆଦିକୁ ମିଳିତକରି ନୂଆ ରୂପରେ ହଳ-ବଳଦର ବ୍ୟବହାର ସହିତ ଓ ଚାଷୀଙ୍କୁ ସଶକ୍ତ କରିବାକୁ ହେବ। ଏ କ୍ଷେତ୍ରରେ ଜାତିସଂଘର ସଷ୍ଟେନେବଲ ଡେଭଲପ୍‌ମେଣ୍ଟ ଗୋଲ୍ସ(ଏସ୍‌ଡିଜି)ର ସ୍ଥିରୀକୃତ ଲକ୍ଷ୍ୟଗୁଡ଼ିକ ଉପରେ ଗୁରୁତ୍ୱ ଦେବାକୁ ହେବ।
ପ୍ରଥମତଃ, ଯଦି ଏହି ଉନ୍ନତ ହଳ-ବଳଦ ପ୍ରଣାଳୀ କ୍ଷୁଦ୍ର ଚାଷୀଙ୍କୁ ସେମାନଙ୍କ ଜମିରେ ଦକ୍ଷତା ଓ ସ୍ଥାୟୀ ଭାବରେ ଚାଷ କରିବାରେ ସକ୍ଷମ କରେ, ତେବେ ଏହା ଏସ୍‌ଡିଜି-୨ ଅନୁସାରେ କ୍ଷୁଧାମୁକ୍ତ ସମାଜର ଗଠନକୁ ସହାୟକ ହୋଇପାରିବ। ଏହାର ଲକ୍ଷ୍ୟ କେବଳ ଅଧିକ ଉତ୍ପାଦନରେ ସୀମିତ ନ ରହି ଜୈବିକ ଖତସାର ପ୍ରୟୋଗରେ ବିବିଧ ପୁଷ୍ଟିକର ଖାଦ୍ୟ ଉତ୍ପାଦନରେ ସହାୟକ ହେବ। ଦ୍ୱିତୀୟତଃ, ଉପଯୁକ୍ତ କୃଷି କାର୍ଯ୍ୟରେ ଜୀବାଶ୍ମ ଇନ୍ଧନ-ଚାଳିତ ଯନ୍ତ୍ରପାତି ଉପରେ ନିର୍ଭରଶୀଳତା ହ୍ରାସ କରି ଏହା ଏସ୍‌ଡିଜି-୭ ଆଧାରରେ ସୁଲଭ ଓ ସ୍ବଚ୍ଛ ଶକ୍ତିକୁ ସହାୟକ ହୋଇପାରିବ। ତୃତୀୟତଃ, ଏସ୍‌ଡିଜି-୮ ଆଧାରରେ ଏହା ଭାରତରେ ଉପଯୁକ୍ତ କର୍ମସଂସ୍ଥାନ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ସଂଗଠିତ କରି କର୍ମ ସଂସ୍ଥାନର ଗୋଟିଏ ନୂଆ ମାର୍ଗ ଯୋଗାଇପାରିବ । କୃଷି ଯନ୍ତ୍ରପାତି ନିର୍ମାଣ, ମରାମତି, ପ୍ରାଣୀ ପାଳନ, ସ୍ଥାନୀୟ ସ୍ତରରେ ଉପକରଣ ପ୍ରସ୍ତୁତି ଏବଂ କୃଷି-ସାମଗ୍ରୀ ପ୍ରକ୍ରିୟାକରଣ ଗ୍ରାମୀଣ ଅର୍ଥନୈତିକ କାର୍ଯ୍ୟକଳାପ ସୃଷ୍ଟି କରିପାରିବ। ସ୍ଥାୟୀ କୃଷିକୁ କେବଳ କେତେ ସଂଖ୍ୟକ ଯନ୍ତ୍ର ଶ୍ରମିକଙ୍କ ସ୍ଥାନ ନେଉଛି, ସେହି ଆଧାରରେ ବିଚାର କରାଯିବା ଉଚିତ ନୁହେଁ; ବରଂ ଏହା ଉତ୍ପାଦନକ୍ଷମ ଓ ସମ୍ମାନଜନକ ନିଯୁକ୍ତି ସୃଷ୍ଟି କରୁଛି କି ନାହିଁ, ତାହା ମଧ୍ୟ ବିଚାର କରାଯିବା ଆବଶ୍ୟକ। ଚତୁର୍ଥତଃ, ଏସ୍‌ଡିଜି-୯ ଅନୁସାରେ ଶିଳ୍ପ, ନବସୃଜନ ଓ ଭିତ୍ତିଭୂମି ସହିତ ଏହା ଜଡ଼ିତ। ନବସୃଜନର ଅର୍ଥ କେବଳ ଅତ୍ୟାଧୁନିକ ଯନ୍ତ୍ରପାତି ଆମଦାନୀ କରିବା ନୁହେଁ ବରଂ ଇଞ୍ଜିନିୟରିଂ ଏବଂ ବୈଜ୍ଞାନିକ ଗବେଷଣା ମାଧ୍ୟମରେ ସ୍ଥାନୀୟ ପ୍ରଯୁକ୍ତିବିଦ୍ୟାର ଉନ୍ନତୀକରଣ ମଧ୍ୟ ହୋଇପାରେ। ଅର୍ଥାତ ହଳ-ବଳଦର ଲଙ୍ଗଳକୁ ବୈଷୟିକ ଜ୍ଞାନ କୌଶଳ ସହାୟତାରେ ବିକଶିତ କରାଯାଇପାରିବ। ଯେତେବେଳେ କୃଷି ଉପକରଣଗୁଡ଼ିକ ଦୀର୍ଘସ୍ଥାୟୀ, ମରାମତି-ଯୋଗ୍ୟ, ପୁନଃ-ବ୍ୟବହାରଯୋଗ୍ୟ ଏବଂ ସ୍ଥାନୀୟ ସ୍ତରରେ ନିର୍ମିତ ହେବା ପାଇଁ ଡିଜାଇନ୍‌ କରାଯାଏ, ସେତେବେଳେ ଏହା ଏସ୍‌ଡିଜି-୧୨ ଆଧାରରେ ଦାୟିତ୍ୱପୂର୍ଣ୍ଣ ଉପଭୋଗ ଓ ଉତ୍ପାଦନକୁ ମଧ୍ୟ ସହାୟତା ଦେଇଥାଏ । ଏସ୍‌ଡିଜି-୧୩ ଆଧାରରେ ଜଳବାୟୁ ପରିବର୍ତ୍ତନକୁ ସନ୍ତୁଳିତ କରି ବିଭିନ୍ନ କାର୍ଯ୍ୟାନୁଷ୍ଠାନ ସହିତ ଏହାର ସମ୍ପର୍କ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ କୃଷକ ଡାଲି, ବାଜରା, ତୈଳବୀଜ, ପନିପରିବା ଏବଂ ସ୍ଥାନୀୟ ଭାବରେ ଅନୁକୂଳ ଫସଲକୁ ସ୍ଥାୟୀ କୃଷି ପ୍ରଣାଳୀରେ ଅନ୍ତର୍ଭୁକ୍ତ କରିପାରିବ ସେତେବେଳେ ଉନ୍ନତ ମାଟି ପରିଚାଳନା ସହିତ ଫସଲର ବିବିଧତାକୁ ମିଶ୍ରଣ କରିବା ଦ୍ୱାରା ଏସ୍‌ଡିଜି-୨ଆଧାରରେ ଶୂନ୍ୟ କ୍ଷୁଧା ଏବଂ ଏସ୍‌ଡିଜି-୩ ଆଧାରରେ ଉତ୍ତମ ସ୍ବାସ୍ଥ୍ୟ ଏବଂ ସୁସ୍ଥତା ମଧ୍ୟରେ ଏକ ଦୃଢ଼ ସଂଯୋଗ ସୃଷ୍ଟି କରାଯାଇପାରିବ। ତେଣୁ ହଳ ଲଙ୍ଗଳ ଦ୍ୱାରା ଚାଷକୁ କେବଳ ମାଟି ଭାଙ୍ଗିବା ପାଇଁ ଏକ ଉପକରଣ ଭାବରେ ଦେଖାଯିବା ଉଚିତ ନୁହେଁ । ବୈଷୟିକ ଜ୍ଞାନକୌଶଳ ସାହାଯ୍ୟରେ ଉନ୍ନତ ଲଙ୍ଗଳ, ଯୁଆଳି ଆଦି ହଳର ଆନୁଷଙ୍ଗିକ ଉପକରଣଗୁଡିକର ବିକାଶ ସହିତ କୃଷକ ଓ ବଳଦର ସୁରକ୍ଷା ନିମିତ୍ତ ଉପକରଣ ପ୍ରସ୍ତୁତି, ହଳରେ ପାଣିପାଗ ସତର୍କତା ସୂଚନାର ଉପକରଣକୁ ସଂଲଗ୍ନ କରିବା, ବିଭିନ୍ନ ପ୍ରକାରର ପାରମ୍ପରିକ ମଞ୍ଜୀର ବିଭାଗୀକରଣ ,ବିଭିନ୍ନ ସ୍ଥାନର ମୂର୍ତ୍ତିକାକୁ ସୁହାଇଲା ଭଳି ବିହନ ପ୍ରଦାନ, ଜୈବିକ ଔଷଧ, କମ୍ପୋଷ୍ଟ ଇତ୍ୟାଦିକୁ ବୈଜ୍ଞାନିକ ପ୍ରଣାଳୀରେ କୃଷିକ୍ଷେତ୍ରରେ ବିନିଯୋଗ ଆଦି ଦ୍ୱାରା କୃଷିକୁ ସମୃଦ୍ଧ କରାଯାଇପାରିବ।
ମୋ:୯୪୩୭୧୨୩୮୯୨

ଡ.ବିମଳ ଷଡ଼ଙ୍ଗୀ

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅପରେଶନ ମଙ୍ଗଳସୂତ୍ର

ଦୁଇଦିନ ତଳେ ଟିଭିର ସମାଚାର ଦେଖୁଥିଲାବେଳେ ଏକ ଲୋମହର୍ଷକ ଘଟଣା ସମ୍ପର୍କରେ ଅବଗତ ହୋଇ ମନ ବିଷେଇ ଉଠିଲା। ମଣିଷ ଜୀବନର ମୂଳଭିତ୍ତି କୁହାଯାଉଥିବା ସଂସ୍କାର ଭୂଲୁଣ୍ଠିତ…

ନିଯୁକ୍ତିରେ ଅସ୍ପଷ୍ଟତା

ନିର୍ଦ୍ଧାରିତ ସମୟର ୨୦ ମାସ ପୂର୍ବରୁ ଆଇଆର୍‌ଏସ୍‌ ଅଧିକାରୀ ପ୍ରାଚୀ ସରୁପ ସ୍ବେଚ୍ଛାକୃତ ଅବସର ପାଇଁ ନେଇଥିବା ନିଷ୍ପତ୍ତିକୁ ଅଣଦେଖା କରାଯାଇପାରିବ ନାହିଁ। ରିପୋର୍ଟ ଅନୁଯାୟୀ, ୧୯୯୧…

ଏଇ ଭାରତରେ

ସ୍ବାମୀ ପ୍ରେମ ପରିବର୍ତ୍ତନ ୫୦ ବର୍ଷ ମଧ୍ୟରେ ଭାରତର ୨୦୦ ଜିଲାରେ ୨.୫ କୋଟି ଗଛ ଲଗାଇ ସାରିଲେଣି। ଏହି କାର୍ଯ୍ୟ ସେ ୨୦୨୧ରେ ଆରମ୍ଭ କରିଥିଲେ…

ଅଜ୍ଞାନ ଓ ଅନିଶ୍ଚିତତା

ଆମ ଚାରିପାଖରେ ଘେରି ରହିଥିବା ପ୍ରତ୍ୟେକ ବସ୍ତୁ କ୍ଷଣସ୍ଥାୟୀ, କେବଳ ମୃତ୍ୟୁ ହିଁ ଚିରନ୍ତନ ସତ୍ୟ। ତଥାପି ଆମେ ମନରେ ଗର୍ବ ଅହଂକାର ଆଣୁ। ସେଦିନ ଭଗବାନ୍‌…

ମାନବ ସୁରକ୍ଷା

ଏକ ଶକ୍ତିଶାଳୀ ଏବଂ ସ୍ଥିରରାଷ୍ଟ୍ର ଏହାର ନାଗରିକଙ୍କ ସୁରକ୍ଷା ପାଇଁ ଏକ ଆବଶ୍ୟକତା। କାରଣ ରାଷ୍ଟ୍ର ଆଇନ, ଶୃଙ୍ଖଳା ଏବଂ ପ୍ରତିରକ୍ଷାର ଢାଞ୍ଚା ପ୍ରଦାନ କରେ ଯେଉଁଠି…

କପ୍‌୩୧ରେ ସହମତି ଅଭାବ

ତୁର୍କୀର ଆଣ୍ଟାଲିଆଠାରେ ଅନୁଷ୍ଠିତ ଚଳିତବର୍ଷର ଜାତିସଂଘ ଜଳବାୟୁ ଆଲୋଚନା ରବିବାର ଦିନ କୌଣସି ଚୁକ୍ତିରେ ପହଞ୍ଚି ନ ପାରି ଶେଷ ହୋଇଗଲା। ଚୂଡ଼ାନ୍ତ ଚୁକ୍ତିନାମାରେ ଜୀବାଶ୍ମ ଇନ୍ଧନ…

ଆମ ସମ୍ୱିଧାନକୁ ସୁଦୃଢ଼ କରିବାର ପ୍ରତିବଦ୍ଧତା

୯୪୯ ମସିହା ନଭେମ୍ୱର ୨୬ ତାରିଖରେ ସମ୍ୱିଧାନ ସଭା ଆମ ସମ୍ୱିଧାନକୁ ଗ୍ରହଣ କରିଥିଲା। ଆଜି ଆମେ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଡକ୍ଟର ବାବାସାହେବ ଆମ୍ୱେଡକର ଏବଂ…

ମୋକ୍ଷ ପାଇଁ ଦେୟ

ପାଞ୍ଚଶତାବ୍ଦୀ ପୂର୍ୱେ ଆପଣ ଟଙ୍କା ଦେଇ ନିଜ ମା’ଙ୍କୁ ପାୟଶ୍ଚିତ୍ତର ନର୍କ ଯନ୍ତ୍ରଣାରୁ ମୁକ୍ତ କରିପାରୁଥିଲେ। ଚର୍ଚ୍ଚକୁ ଏକ ନିର୍ଦ୍ଦିଷ୍ଟ ଦେୟ ଦେଲେ ତାଙ୍କର ନର୍କରେ ରହିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?