Posted inTrending, ଖେଳ

ଶୂନରେ ଆଉଟ ହୋଇ ଲଜ୍ଜାଜନକ ରେକର୍ଡ କଲେ ଜୟସ୍ବାଲ, WTCରେ ବିରାଟ କୋହଲିଙ୍କୁ ପକାଇଲେ ପଛରେ…

ନୂଆଦିଲ୍ଲୀ,୨୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରାଇଷ୍ଟଚର୍ଚ୍ଚର ହାଗଲି ଓଭାଲ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ଶନିବାର (୨୮ ନଭେମ୍ବର) ଭାରତୀୟ ଦଳକୁ ଆରମ୍ଭରୁ ଝଟକା ଲାଗିଛି। ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ସ୍କୋର ୩୫୬ ରନର ଜବାବରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଟିମ ଇଣ୍ଡିଆ ପ୍ରଥମ ଓଭରରେ ହିଁ ଓପନର୍‌ ଯଶସ୍ବୀ ଜୟସ୍ବାଲଙ୍କ ଉଇକେଟ୍‌ ହରାଇଛି। ୬ଟି ବଲର ସାମ୍ନା କରିଥିଲେ ମଧ୍ୟ ଖାତା ଖୋଲି ନପାରି ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ମ୍ୟାଟ ହେନ୍ରୀଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଛନ୍ତି ଜୟସ୍ବାଲ।

ନ୍ୟୁଜିଲାଣ୍ଡ ପକ୍ଷରୁ ଟମ ବ୍ଲଣ୍ଡେଲ ୮୯ ରନର ଲଢୁଆ ଇନିଂସ ଖେଳିଥିବା ବେଳେ ଭାରତର ଆକାଶ ଦୀପ ୫ଟି ଉଇକେଟ୍‌ ନେଇ ଘରୋଇ ଦଳର ପ୍ରଥମ ଇନିଂସକୁ ୩୫୬ ରନ୍ରେ ସୀମିତ ରଖିଥିଲେ। ଏହାପରେ ଭାରତକୁ ଭଲ ଆରମ୍ଭର ଆବଶ୍ୟକତା ଥିଲା। କିନ୍ତୁ ପ୍ରଥମ ଓଭରରେ ହିଁ ହେନ୍ରୀ ନିଜ ଚତୁର ବୋଲିଂରେ ଜୟସ୍ବାଲଙ୍କୁ ଫସାଇ ଦେଇଥିଲେ।

ଫଳରେ ଯଶସ୍ବୀ ଜୟସ୍ବାଲଙ୍କ ନାମରେ ଏକ ଅଲୋ ରେକର୍ଡ ଯୋଡି ହୋଇଛି। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (WTC) ଇତିହାସରେ ଏହା ଜୟସ୍ବାଲଙ୍କ ଅଷ୍ଟମ ଡକ। ଏଥିସହ ସେ WTCରେ ଭାରତ ପକ୍ଷରୁ ସର୍ବାଧିକ ଥର ଶୂନରେ ଆଉଟ ହୋଇଥିବା ବ୍ୟାଟର୍‌ ହୋଇଛନ୍ତି।

ଏହି ତାଲିକାରେ ଜୟସ୍ବାଲଙ୍କ ଭାରତୀୟ ଦଳର ଅଭିଜ୍ଞ ବ୍ୟାଟର୍‌ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି। WTCରେ କୋହଲି ୭ ଥର ଶୂନରେ ଆଉଟ ହୋଇଥିବା ବେଳେ ଜୟସ୍ବାଲଙ୍କ ନାମରେ ଏବେ ୮ଟି ଡକ ରହିଛି। ଅନ୍ୟପକ୍ଷରେ ଏହି ଅଲୋଡା ତାଲିକାର ତୃତୀୟ ସ୍ଥାନରେ ପୂର୍ବତନ ଟେଷ୍ଟ ବ୍ୟାଟର୍‌ ଚେତେଶ୍ୱର ପୂଜାରା ଅଛନ୍ତି। WTCରେ ସେ ୬ ଥର ଶୂନରେ ଆଉଟ ହୋଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘର ସମ୍ମୁଖରେ ଥିବା ଅଟୋକୁ ନିଆଁ ଲଗାଇ ଜାଳିଦେଲେ ଦୁର୍ବୃତ୍ତ

ପାଟଣା, ୨୮।୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଟାଇଁସିରା ଗ୍ରାମରେ ଅଭାବନୀୟ ଘଟଣା। ଘର ସମ୍ମୁଖରେ ରଖାଯାଇଥିବା ଏକ ଅଟୋକୁ ଦୁର୍ବୃତ୍ତ…

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ: ଏହି ଦିନଠାରୁ ହେବ…

ଦାରିଙ୍ଗବାଡ଼ି, ୨୮।୧୧ (ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ିରେ ଆୟୋଜିତ ହେବ ଶୀତ ମହୋତ୍ସବ-୨୦୨୭। ଏହି ମହୋତ୍ସବକୁ ଆକର୍ଷଣୀୟ ଓ ଧୁମ୍‌ଧାମରେ ପାଳନ କରିବା ଲକ୍ଷ୍ୟରେ…

ଗିଲଙ୍କ ଗୋଟିଏ ଭୁଲ ପାଇଁ ଟିମ୍‌ ଇଣ୍ଡିଆକୁ ବଡ଼ କ୍ଷତି, ନ୍ୟୁଜିଲାଣ୍ଡ ବିପକ୍ଷରେ ହାତଛଡ଼ା ହେଲା ସୁଯୋଗ

ଖ୍ରୀଷ୍ଟଚର୍ଚ୍ଚ,୨୮।୧୧: ଖ୍ରୀଷ୍ଟଚର୍ଚ୍ଚରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ଜୋରଦାର ମୁକାବିଲା ଦେଖିବାକୁ ମିଳିଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୪୬ ରନ…

ଆଜି ଦୀପଥୁନରେ ଦୀପ ଜାଳିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୮ା୧୧: ଥିରୁପରନକୁନ୍ଦ୍ରମସ୍ଥିତ ବିବାଦୀୟ ଦୀପଥୁନ ସ୍ତମ୍ଭରେ କାର୍ତ୍ତିଗାଇ ଦୀପମ ପ୍ରଜ୍ଜ୍ୱଳନ ପାଇଁ ନଭେମ୍ବର ୨୦ରେ ଦିଆଯାଇଥିବା ନିର୍ଦ୍ଦେଶର ଜାଣିଶୁଣି ଉଲ୍ଲଂଘନ ହୋଇଥିବା ଅଭିଯୋଗରେ ସୁପ୍ରିମକୋର୍ଟ ଶୁକ୍ରବାର…

ATMରୁ ଟଙ୍କା ଉଠାଇବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ, ନୂଆ ନିୟମ ଲାଗୁ କଲା RBI

ନୂଆଦିଲ୍ଲୀ,୨୮।୧୧: ଯଦି ଆପଣ ପ୍ରତି ମାସରେ ATMରୁ ଟଙ୍କା ଉଠାଉଛନ୍ତି, ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ନୂଆ ନିୟମ ଜାଣିବା ଜରୁରୀ। ଏଣିକି ବ୍ୟାଙ୍କ ଗ୍ରାହକଙ୍କୁ…

ରାସ୍ତାରେ ୫୦ଟଙ୍କା ପକାଇ ଲକ୍ଷେ ନେଇଗଲେ ଦୁର୍ବୃତ୍ତ: ହତାଶ ହୋଇ ଫେରିଲେ ବିପିନ

ବାଣପୁର,୨୮ା୧୧(ଦିଲୀପ କୁମାର ସ୍ବାଇଁ):ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଧୀନ ଭୀମପୁର ଗ୍ରାମର ବିପିନ ବିହାରୀ ଦାଶ ଶୁକ୍ରବାର ସ୍ଥାନୀୟ ବଜାରରେ ଥିବା ୟୁକୋ ବ୍ୟାଙ୍କରୁ ୧ଲକ୍ଷ ଟଙ୍କା…

ବାଂଲାଦେଶକୁ ହରାଇ ଫାଇନାଲରେ ପହଞ୍ଚିଲା ପାକିସ୍ତାନ, ଟାଇଟଲ ପାଇଁ ଶ୍ରୀଲଙ୍କା ସହ ମହାଲଢ଼େଇ

ନୂଆଦିଲ୍ଲୀ, ୨୮।୧୧: ଏସିଆ କପ ରାଇଜିଂ ଷ୍ଟାର୍ସର ଦ୍ୱିତୀୟ ଫାଇନାଲିଷ୍ଟ ହୋଇଛି ପାକିସ୍ତାନ-ଏ। ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଦଳ ବାଂଲାଦେଶ-ଏକୁ ୫ ଉଇକେଟ୍‌ରେ ପରାସ୍ତ କରିଛି।…

ଶିକ୍ଷାଦାନକୁ ପ୍ରଭାବିତ କରୁଛି ଅସଜଡ଼ା ଭିତ୍ତିଭୂମି: ବାତ୍ୟା ଆଶ୍ରୟସ୍ଥଳରେ ପଢ଼ୁଛନ୍ତି ପିଲା

ବାରିପଦା,୨୮ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଶିକ୍ଷାର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟ କ୍ଲାସ୍‌, ଡିଜିଟାଲ ଶିକ୍ଷା ଓ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?