Posted inTrending, ଖେଳ

ଗିଲଙ୍କ ଗୋଟିଏ ଭୁଲ ପାଇଁ ଟିମ୍‌ ଇଣ୍ଡିଆକୁ ବଡ଼ କ୍ଷତି, ନ୍ୟୁଜିଲାଣ୍ଡ ବିପକ୍ଷରେ ହାତଛଡ଼ା ହେଲା ସୁଯୋଗ

ଖ୍ରୀଷ୍ଟଚର୍ଚ୍ଚ,୨୮।୧୧: ଖ୍ରୀଷ୍ଟଚର୍ଚ୍ଚରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ଜୋରଦାର ମୁକାବିଲା ଦେଖିବାକୁ ମିଳିଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୪୬ ରନ ସଂଗ୍ରହ କରିଥିବା ବେଳେ ଭାରତୀୟ ବୋଲରମାନେ ମାତ୍ର ୫ଟି ଉଇକେଟ ନେବାରେ ସଫଳ ହୋଇଛନ୍ତି। ଭଲ ବୋଲିଂ ସୁଯୋଗ ଥିବା ସତ୍ତ୍ୱେ ଭାରତ ଏହାର ପୂରା ଫାଇଦା ଉଠାଇପାରିନାହିଁ। ଏହା ପଛରେ ଅଧିନାୟକ ଶୁବମନ ଗିଲଙ୍କ ଫିଲ୍ଡିଂ ରଣନୀତିକୁ ମଧ୍ୟ ଦାୟୀ କରାଯାଉଛି।
ଟସ ଜିତିବା ପରେ ଶୁବମନ ଗିଲ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପରିସ୍ଥିତିକୁ ଦେଖି ଏହା ଏକ ଠିକ ନିଷ୍ପତ୍ତି ଥିଲା। କିନ୍ତୁ ଭାରତୀୟ ବୋଲରମାନେ ଏହାର ପୂରା ଫାଇଦା ଉଠାଇପାରିନଥିଲେ। ପ୍ରଥମ ସେସନରେ ଭାରତକୁ ମାତ୍ର ଗୋଟିଏ ଉଇକେଟ ମିଳିଥିଲା। ମ୍ୟାଚ୍‌ର ପ୍ରଥମ ୫-୬ ଓଭରରେ ଭାରତ ୩ ଜଣ ସ୍ଲିପ ଫିଲ୍ଡରଙ୍କୁ ରଖିଥିଲା। କିନ୍ତୁ ପରେ ତୃତୀୟ ସ୍ଲିପ୍‌ରୁ ଫିଲ୍ଡରଙ୍କୁ ହଟାଇ ଦିଆଯାଇଥିଲା। ପ୍ରଥମ ଓ ଦ୍ୱିତୀୟ ସ୍ଲିପ୍‌ର ଫିଲ୍ଡରଙ୍କ ମଧ୍ୟରେ ଦୂରତା ବଢ଼ାଇ ତୃତୀୟ ସ୍ଲିପ ଆଡକୁ କଭର କରିବାକୁ ଯୋଜନା କରାଯାଇଥିଲା। କିନ୍ତୁ ଏହି ରଣନୀତି ସଫଳ ହୋଇ ନ ଥିଲା।

ଏହି ଭୁଲ୍‌ର ପ୍ରଭାବ ଟମ ଲାଥମଙ୍କ କ୍ୟାଚ ସମୟରେ ସ୍ପଷ୍ଟ ଦେଖିବାକୁ ମିଳିଥିଲା। ଆକାଶ ଦୀପଙ୍କ ବଲ୍ରେ ଲାଥମଙ୍କ ବ୍ୟାଟ୍ରେ ଏଜ ଲାଗି ବଲ ତୃତୀୟ ସ୍ଲିପ ଆଡ଼କୁ ଯାଇଥିଲା। କିନ୍ତୁ ସେଠାରେ କୌଣସି ଫିଲ୍ଡର ନଥିଲେ। ଦ୍ୱିତୀୟ ସ୍ଲିପ୍‌ରେ ଥିବା କେଏଲ ରାହୁଲ କ୍ୟାଚ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବଲ୍‌ଟି ତାଙ୍କଠାରୁ ଦୂରରେ ଥିବାରୁ ସେ ଧରିପାରି ନ ଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା, ତୃତୀୟ ସ୍ଲିପ୍‌ର ଆବଶ୍ୟକତା ସମ୍ପର୍କରେ ଭାରତୀୟ ଦଳକୁ ପୂର୍ବରୁ ସଙ୍କେତ ମିଳିସାରିଥିଲା। ଆକାଶ ଦୀପଙ୍କ ପ୍ରଥମ ଓଭରରେ ଦୁଇଥର ବଲ ବ୍ୟାଟ୍‌ରେ ଏଜ ଲାଗି ତୃତୀୟ ସ୍ଲିପ ନିକଟରୁ ବାହାରି ଯାଇଥିଲା।

ଏହା ପରେ ଆକାଶ ଦୀପ, ମହମ୍ମଦ ସିରାଜ ଓ ଅଂଶୁଲ କମ୍ବୋଜଙ୍କ ବୋଲିଂରେ ମଧ୍ୟ ଅନେକଥର ବଲ ତୃତୀୟ ସ୍ଲିପ ଅଞ୍ଚଳ ଦେଇ ଯାଇଥିଲା। କିଛି ବଲ ସିଧା ବାଉଣ୍ଡାରୀ ମଧ୍ୟ ପାର୍‌ କରିଥିଲା। ଏତେ ସବୁ ସୁଯୋଗ ସତ୍ତ୍ୱେ ଅଧିନାୟକ ଗିଲ ସ୍ଲିପ୍‌ରେ ତୃତୀୟ ଫିଲ୍ଡରଙ୍କୁ ପୁଣି ନିୟୋଜିତ କରି ନ ଥିଲେ।

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୨୪୬ ରନ କରି ୫ଟି ଉଇକେଟ ହରାଇଥିଲା। ଭାରତୀୟ ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଫିଲ୍ଡିଂରେ ଅନେକ ଭୁଲ ଯୋଗୁ ଦଳକୁ ଆଶାନୁରୂପ ସଫଳତା ମିଳିନଥିଲା। ଯଦି ସ୍ଲିପ୍‌ରେ ଉପଯୁକ୍ତ ଫିଲ୍ଡର ରହିଥାନ୍ତେ ଏବଂ ଏହି କ୍ୟାଚ ସୁଯୋଗଗୁଡ଼ିକୁ ଭାରତ ହାତେଇ ପାରିଥାନ୍ତା, ତେବେ ନ୍ୟୁଜିଲାଣ୍ଡ ଆହୁରି କମ ରନ୍‌ରେ ଅଲଆଉଟ ହୋଇପାରିଥାନ୍ତା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ: ଏହି ଦିନଠାରୁ ହେବ…

ଦାରିଙ୍ଗବାଡ଼ି, ୨୮।୧୧ (ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ିରେ ଆୟୋଜିତ ହେବ ଶୀତ ମହୋତ୍ସବ-୨୦୨୭। ଏହି ମହୋତ୍ସବକୁ ଆକର୍ଷଣୀୟ ଓ ଧୁମ୍‌ଧାମରେ ପାଳନ କରିବା ଲକ୍ଷ୍ୟରେ…

ଆଜି ଦୀପଥୁନରେ ଦୀପ ଜାଳିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୮ା୧୧: ଥିରୁପରନକୁନ୍ଦ୍ରମସ୍ଥିତ ବିବାଦୀୟ ଦୀପଥୁନ ସ୍ତମ୍ଭରେ କାର୍ତ୍ତିଗାଇ ଦୀପମ ପ୍ରଜ୍ଜ୍ୱଳନ ପାଇଁ ନଭେମ୍ବର ୨୦ରେ ଦିଆଯାଇଥିବା ନିର୍ଦ୍ଦେଶର ଜାଣିଶୁଣି ଉଲ୍ଲଂଘନ ହୋଇଥିବା ଅଭିଯୋଗରେ ସୁପ୍ରିମକୋର୍ଟ ଶୁକ୍ରବାର…

ATMରୁ ଟଙ୍କା ଉଠାଇବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ, ନୂଆ ନିୟମ ଲାଗୁ କଲା RBI

ନୂଆଦିଲ୍ଲୀ,୨୮।୧୧: ଯଦି ଆପଣ ପ୍ରତି ମାସରେ ATMରୁ ଟଙ୍କା ଉଠାଉଛନ୍ତି, ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ନୂଆ ନିୟମ ଜାଣିବା ଜରୁରୀ। ଏଣିକି ବ୍ୟାଙ୍କ ଗ୍ରାହକଙ୍କୁ…

ରାସ୍ତାରେ ୫୦ଟଙ୍କା ପକାଇ ଲକ୍ଷେ ନେଇଗଲେ ଦୁର୍ବୃତ୍ତ: ହତାଶ ହୋଇ ଫେରିଲେ ବିପିନ

ବାଣପୁର,୨୮ା୧୧(ଦିଲୀପ କୁମାର ସ୍ବାଇଁ):ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଧୀନ ଭୀମପୁର ଗ୍ରାମର ବିପିନ ବିହାରୀ ଦାଶ ଶୁକ୍ରବାର ସ୍ଥାନୀୟ ବଜାରରେ ଥିବା ୟୁକୋ ବ୍ୟାଙ୍କରୁ ୧ଲକ୍ଷ ଟଙ୍କା…

ବାଂଲାଦେଶକୁ ହରାଇ ଫାଇନାଲରେ ପହଞ୍ଚିଲା ପାକିସ୍ତାନ, ଟାଇଟଲ ପାଇଁ ଶ୍ରୀଲଙ୍କା ସହ ମହାଲଢ଼େଇ

ନୂଆଦିଲ୍ଲୀ, ୨୮।୧୧: ଏସିଆ କପ ରାଇଜିଂ ଷ୍ଟାର୍ସର ଦ୍ୱିତୀୟ ଫାଇନାଲିଷ୍ଟ ହୋଇଛି ପାକିସ୍ତାନ-ଏ। ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଦଳ ବାଂଲାଦେଶ-ଏକୁ ୫ ଉଇକେଟ୍‌ରେ ପରାସ୍ତ କରିଛି।…

ଶିକ୍ଷାଦାନକୁ ପ୍ରଭାବିତ କରୁଛି ଅସଜଡ଼ା ଭିତ୍ତିଭୂମି: ବାତ୍ୟା ଆଶ୍ରୟସ୍ଥଳରେ ପଢ଼ୁଛନ୍ତି ପିଲା

ବାରିପଦା,୨୮ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଶିକ୍ଷାର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟ କ୍ଲାସ୍‌, ଡିଜିଟାଲ ଶିକ୍ଷା ଓ ଆଧୁନିକ…

ନ୍ୟୁଜିଲାଣ୍ଡ ମାଟିରେ ଇତିହାସ ରଚିଲେ ଆକାଶଦୀପ: ଭାରତୀୟ ଦ୍ରୁତ ବୋଲରଙ୍କ ତାଲିକାରେ ହେଲେ ସାମିଲ

କ୍ରାଇଷ୍ଟଚର୍ଚ୍ଚ: କ୍ରାଇଷ୍ଟଚର୍ଚ୍ଚର ହାଗଲି ଓଭାଲ ଷ୍ଟାଡିୟମରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ୩୫୬ ରନରେ ଶେଷ ହୋଇଛି। ଘରୋଇ ଦଳ ପକ୍ଷରୁ ଟମ ବ୍ଲଣ୍ଡେଲ…

୨,୦୦୦ ବର୍ଷ ପୂର୍ବରୁ ସୁନ୍ଦରବନରେ ଥିଲା ଜନବସତି

କୋଲ୍‌କାତା, ୨୮ା୧୧: ବିଶ୍ୱର ସର୍ବବୃହତ୍‌ ହେନ୍ତାଳ ବନ ତଥା ରୟାଲ ବେଙ୍ଗଲ ଟାଇଗରଙ୍କ ବାସସ୍ଥଳୀ ଭାବେ ପରିଚିତ ସୁନ୍ଦରବନର ଇତିହାସକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?