Posted inTrending, ଖେଳ

IPL ଇତିହାସରେ ଅଧିନାୟକ ଭାବେ ସର୍ୱାଧିକ ରନ କରିଥିବା ୫ ଖେଳାଳି: ଶୀର୍ଷରେ କୋହଲି, ଟପ-୩ରେ ରୋହିତ, ତାଲିକାରେ ଧୋନୀ…

ନୂଆଦିଲ୍ଲୀ,୨୭।୧୧: ମୁମ୍ୱାଇ ଇଣ୍ଡିଆନ୍ସ IPL ୨୦୨୭ ପୂର୍ୱରୁ ରୋହିତ ଶର୍ମାଙ୍କୁ ପୁଣି ଥରେ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ତିନି ବର୍ଷ ପରେ ଅଧିନାୟକ ପଦକୁ ଫେରିଥିବା ରୋହିତ ଶର୍ମା ପୂର୍ୱରୁ ହିଁ ଫ୍ରାଞ୍ଚାଇଜିକୁ ପାଞ୍ଚଟି IPL ଟ୍ରଫି ଜିତାଇ ସାରିଛନ୍ତି। ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ୱାଇ ଇଣ୍ଡିଆନ୍ସ ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ରେ ଟ୍ରଫି ଜିତିଥିଲା ଏବଂ ଏବେ ପ୍ରଶଂସକମାନଙ୍କୁ ଆଶା ଯେ ‘ହିଟମ୍ୟାନ’ଙ୍କ ନେତୃତ୍ୱରେ ଦଳ ପୁଣି ଥରେ ଟାଇଟଲ ଦୌଡ଼ରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିବ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଚର୍ଚ୍ଚା ମଧ୍ୟରେ ଏକ ଆକର୍ଷଣୀୟ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି। IPL ଇତିହାସରେ ଅଧିନାୟକ ଭାବେ ସର୍ୱାଧିକ ରନ ସଂଗ୍ରହ କରିଥିବା ବ୍ୟାଟର୍ଙ୍କ ତାଲିକାରେ ରୋହିତ ତୃତୀୟ ସ୍ଥାନରେ ଅଛନ୍ତି।

ଏହି ତାଲିକାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଷ୍ଟାର୍‌ ବ୍ୟାଟର୍‌ ବିରାଟ କୋହଲି ପ୍ରଥମ ସ୍ଥାନରେ ଅଛନ୍ତି, ଯିଏ ଅଧିନାୟକ ଭାବେ ୪,୯୯୪ ରନ କରିଛନ୍ତି। ଦ୍ୱିତୀୟ ସ୍ଥାନରେ ଚେନ୍ନାଇ ସୁପର୍‌ କିଙ୍ଗ୍ସର କିମ୍ୱଦନ୍ତୀ ଏମଏସ ଧୋନି ଅଛନ୍ତି, ଯାହାଙ୍କ ନାମରେ ୪,୭୫୩ ରନ ରହିଛି। ରୋହିତ ଶର୍ମା ୩,୯୮୬ ରନ ସହିତ ତୃତୀୟ ସ୍ଥାନରେ ଅଛନ୍ତି।

ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଗୌତମ ଗମ୍ଭୀର ଅଛନ୍ତି, ଯିଏ ଅଧିନାୟକ ଭାବେ ୩,୫୧୮ ରନ କରିଛନ୍ତି, ଯେତେବେଳେକି ଅଷ୍ଟ୍ରେଲିଆର ପୂର୍ୱତନ ଓପନର୍‌ ଡେଭିଡ ୱାର୍ନର ୩,୩୫୬ ରନ ସହିତ ପଞ୍ଚମ ସ୍ଥାନରେ ଅଛନ୍ତି। ଏହି ପରିସଂଖ୍ୟାନ ଦର୍ଶାଉଛି ଯେ ରୋହିତ କେବଳ ଟ୍ରଫି ଜିତାଇଥିବା ଅଧିନାୟକ ନୁହଁନ୍ତି, ବରଂ ବ୍ୟାଟ୍ରେ ମଧ୍ୟ ଲଗାତାର ଦଳ ପାଇଁ ଯୋଗଦାନ ଦେଇଆସିଛନ୍ତି।

IPL ଇତିହାସରେ ଅଧିନାୟକ ଭାବେ ସର୍ୱାଧିକ ରନ ସଂଗ୍ରହ କରିଥିବା ବ୍ୟାଟର୍‌

ବିରାଟ କୋହଲି – ୪,୯୯୪ ରନ
ଏମଏସ ଧୋନି – ୪,୭୫୩ ରନ
ରୋହିତ ଶର୍ମା – ୩,୯୮୬ ରନ
ଗୌତମ ଗମ୍ଭୀର – ୩,୫୧୮ ରନ
ଡେଭିଡ ୱାର୍ନର – ୩,୩୫୬ ରନ

ରୋହିତ ନିଜ IPL କ୍ୟାରିୟରରେ ଏପର୍ଯ୍ୟନ୍ତ ୨୮୧ଟି ମ୍ୟାଚ୍ରେ ୭,୩୨୯ ରନ କରିଛନ୍ତି। ମୁମ୍ୱାଇ ଇଣ୍ଡିଆନ୍ସର ଅଧିନାୟକତ୍ୱକୁ ତାଙ୍କ ପ୍ରତ୍ୟାବର୍ତ୍ତନ ପରେ ପ୍ରଶଂସକମାନଙ୍କୁ ଆଶା ରହିବ ଯେ ସେ ପୁଣି ଥରେ ନିଜ ନେତୃତ୍ୱ ଏବଂ ବ୍ୟାଟିଂ ଉଭୟ ଜରିଆରେ ଦଳକୁ ସଫଳତାର ପଥରେ ଆଗେଇ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିନାୟକ ପଦ ନ ମିଳିବାରୁ MIର ବଡ଼ ଅଫର୍‌ ପ୍ରତ୍ୟାଖ୍ୟାନ କଲେ ବୁମ୍‌ରାହ? ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୨୭।୧୧: ଆଇପିଏଲ୍ ୨୦୨୭ ପୂର୍ବରୁ ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ (MI) ରୋହିତ ଶର୍ମାଙ୍କୁ ପୁଣି ଥରେ ଦଳର ଅଧିନାୟକ ଭାବେ ନିଯୁକ୍ତ କରିବାର ବିଧିବଦ୍ଧ…

ସୂର୍ଯ୍ୟକୁମାରଙ୍କ ଅଧିନାୟକତ୍ୱରେ ଖେଳିବେ ଶ୍ରେୟସ ଆୟର; ଏହି ଟୁର୍ନାମେଣ୍ଟରେ ଏକାଠି ମଇଦାନକୁ…

ନୂଆଦିଲ୍ଲୀ,୨୭।୧୧: ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୬ର ସୁପର ଲିଗ୍ ଷ୍ଟେଜ୍ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଦଳକୁ ବଡ଼ ବଳ ମିଳିଛି। ଭାରତୀୟ ଟି-୨୦ ଦଳର…

ରୋହିତ MI ଅଧିନାୟକ ହେବା ପରେ ସୂର୍ଯ୍ୟକୁମାର ଦେଲେ ଏମିତି ଇସାରା, ପୋଷ୍ଟ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୭।୧୧: ମୁମ୍ୱାଇ ଇଣ୍ଡିଆନ୍ସ ଆଇପିଏଲ (IPL) ୨୦୨୭ ପୂର୍ୱରୁ ବଡ଼ ନିଷ୍ପତ୍ତି ନେଇ ରୋହିତ ଶର୍ମାଙ୍କୁ ପୁଣି ଥରେ ଦଳର ନେତୃତ୍ୱ ପ୍ରଦାନ କରିଛି। ପାଞ୍ଚ ଥର…

UPI ପେମେଣ୍ଟ କରୁଥିଲେ ଆସିଲା ବଡ଼ ଅପଡେଟ୍‌: ୧ ଜାନୁଆରୀରୁ ବନ୍ଦ ହେବ…

ନୂଆଦିଲ୍ଲୀ,୨୭।୧୧: ଆଜିକାଲି ଛୋଟରୁ ଛୋଟ କିଣାକିଣି ପାଇଁ ମଧ୍ୟ ଲୋକେ UPIରେ ପେମେଣ୍ଟ କରୁଛନ୍ତି। କେବେ ୫୦ ଟଙ୍କାର ଚା’ ତ କେବେ ୨୦୦ ଟଙ୍କାର ସାମଗ୍ରୀ…

PCBର ବଡ଼ ଝଟକା: ଏକାଥରକେ ୧୨ ଖେଳାଳିଙ୍କୁ କଣ୍ଟ୍ରାକ୍ଟରୁ ଆଉଟ୍‌, ମାତ୍ର ୮ ଜଣଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୭।୧୧: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ମହିଳା କ୍ରିକେଟ ଦଳର କେନ୍ଦ୍ରୀୟ ଚୁକ୍ତି (ସେଣ୍ଟ୍ରାଲ କଣ୍ଟ୍ରାକ୍ଟ)ରେ ବଡ଼ ପରିବର୍ତ୍ତନ କରିଛି। ବୋର୍ଡ ୨୦୨୬-୨୭ ସିଜିନ ପାଇଁ କେନ୍ଦ୍ରୀୟ…

ଓଡ଼ିଶା ପ୍ରଶାସନର ରଣନୀତି ଆଗରେ ହାର ମାନିଲା ଆନ୍ଧ୍ର; କୋଟିଆରେ ସରପଞ୍ଚ-ସମିତି ନିର୍ବାଚନ ପ୍ରୟାସ ବିଫଳ

ପଟ୍ଟାଙ୍ଗି, ୨୭।୧୧ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତର ତିନୋଟି ଗ୍ରାମରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ପକ୍ଷରୁ ଆୟୋଜିତ ସରପଞ୍ଚ…

ପେତିଙ୍କ ମୁହଁରେ ଫୁଟିଲା ହସ, ଭତ୍ତା ପାଇବା ପରେ ବିଡିଓଙ୍କୁ ଆଶୀର୍ବାଦ ଦେଇ କହିଲେ…

ମହାକାଳପଡ଼ା,୨୭ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜନଜାତି ବହୁଳ ଶବରପଡ଼ାଠାରେ ପେତି ଭକ୍ତା (୮୨)ଙ୍କୁ ସ୍ବାମୀ ମରିବାର ୩୦ ବର୍ଷ ପରେ ବିଧବା କି…

ଶୁଭ ମୁହୂର୍ତ୍ତ ନା ନମ୍ବର ଗେମ୍‌? ସନ୍ଧ୍ୟା ୫.୪୫ରେ କାହିଁକି କରାଗଲା ରୋହିତଙ୍କ ଅଧିନାୟକତ୍ୱ ଘୋଷଣା…ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୭।୧୧: ଆଇପିଏଲ୍ ୨୦ତମ ସିଜିନ୍ ଆରମ୍ଭ ହେବା ପୂର୍ବରୁ ପ୍ରଶଂସକଙ୍କୁ ଚକିତ କରି ମୁମ୍ବାଇ ଇଣ୍ଡିଆନ୍ସ (MI) ଦଳର ସବୁଠାରୁ ସଫଳ ଅଧିନାୟକ ରୋହିତ ଶର୍ମାଙ୍କୁ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?